Tilak Varma Batting Strategy / ଭାରତକୁ ଜିତାଇବା ପରେ ତିଲକଙ୍କ ବଡ଼ ବୟାନ, କ'ଣ ଥିଲା ରଣନୀତି...ତିଲକ କଲେ ବଡ଼ ଖୁଲାସା
·1 hour ago·2 min read

Key Points
ନ୍ୟୁଜିଲାଣ୍ଡ ବିପକ୍ଷରେ କ’ଣ ଥିଲା ତିଲକଙ୍କ ପ୍ଲାନ୍ ?
ମ୍ୟାଚ୍ ପରେ କଲେ ଖୁଲାସା
କୋଚ୍ ଦେଇଥିଲେ ଏହି ମନ୍ତ୍ର
ମ୍ୟାଚ୍ ପରେ କଲେ ଖୁଲାସା
କୋଚ୍ ଦେଇଥିଲେ ଏହି ମନ୍ତ୍ର
ନ୍ୟୁଜିଲାଣ୍ଡ ବିପକ୍ଷରେ ଦ୍ବିତୀୟ ଟି-୨୦ ମ୍ୟାଚ୍ରେ ରୋମାଞ୍ଚକର ବିଜୟ ହାସଲ କରିଛି ଟିମ୍ ଇଣ୍ଡିଆ । ତିଲକ ବର୍ମାଙ୍କ ଧୂଆଁଧାର ବ୍ୟାଟିଂ ବଳରେ ଭାରତ ଘରୋଇ ନ୍ୟୁଜିଲାଣ୍ଡକୁ ୪ ୱିକେଟ୍ରେ ପରାସ୍ତ କରିଛି । ଶନିବାର କ୍ରାଇଷ୍ଟଚର୍ଚ୍ଚରେ ଖେଳାଯାଇଥିବା ଏହି ମ୍ୟାଚ୍ରେ ତିଳକ ବର୍ମା ମାତ୍ର ୨୬ଟି ବଲ୍ରେ ୬ଟି ଚୌକା ଓ ଗୋଟିଏ ଛକା ସହ ଅପରାଜିତ ୫୧ ରନ୍ କରି ଭାରତକୁ ବିଜୟ ଭେଟି ଦେଇଥିଲେ । ତିଲକଙ୍କ ଏହି ମ୍ୟାଚ୍ ବିଜୟୀ ଇନିଂସ ପାଇଁ ତାଙ୍କୁ ‘ପ୍ଲେୟାର ଅଫ୍ ଦି ମ୍ୟାଚ୍’ ପୁରସ୍କାର ମିଳିଥିଲା ।
୧୮୦ ରନ୍ର ବିଜୟ ଲକ୍ଷ୍ୟକୁ ପିଛା କରୁଥିବା ଭାରତ ଏକ ସମୟରେ ବଡ଼ ସଙ୍କଟରେ ପଡ଼ିଥିଲା । ଶେଷ ୩ ଓଭରରେ ଦଳକୁ ବିଜୟ ପାଇଁ ୪୬ ରନ୍ ଆବଶ୍ୟକ ଥିବାବେଳେ ୬ଟି ୱିକେଟ୍ ହରାଇ ସାରିଥିଲା ଟିମ୍ ଇଣ୍ଡିଆ । ସେତେବେଳେ ତିଲକ ବର୍ମା ୧୩ଟି ବଲ୍ରୁ ୧୭ ରନ୍ ଏବଂ ନୀତିଶ ରେଡ୍ଡୀ ୯ଟି ବଲ୍ରୁ ୧୬ ରନ୍ କରି ବ୍ୟାଟିଂ କରୁଥିଲେ ।
କିନ୍ତୁ ଏହାପରେ ତିଲକ ବର୍ମାଙ୍କ ବ୍ୟାଟ୍ରୁ ରନ୍ର ବର୍ଷା ହୋଇଥିଲା । ଚାପପୂର୍ଣ୍ଣ ପରିସ୍ଥିତିରେ ଦମ୍ଦାର ସଟ୍ ଖେଳି ସେ ନିଜର ଅର୍ଦ୍ଧଶତକ ପୂରଣ କରିବା ସହ ଭାରତକୁ ମାତ୍ର ଗୋଟିଏ ବଲ୍ ବାକି ଥାଇ ବିଜୟ ଦେଇଥିଲେ ।
ଚେଜ୍ ବେଳେ କ’ଣ ଥିଲା ତିଲକଙ୍କ ରଣନୀତି ?
ମ୍ୟାଚ୍ ପରେ ପୁରସ୍କାର ବିତରଣୀ ଉତ୍ସବରେ ତିଲକ ବର୍ମାଙ୍କୁ ପଚରାଯାଇଥିଲା ଯେ, ଦଳର ୫ଟି ୱିକେଟ୍ ପତନ ପରେ ତାଙ୍କ ମାନସିକତା କ’ଣ ଥିଲା ? ଏହାର ଉତ୍ତରରେ ତିଲକ କହିଥିଲେ ଯେ, ସେହି ସମୟରେ ତାଙ୍କର ଏକମାତ୍ର ଲକ୍ଷ୍ୟ ଥିଲା ଶେଷ ପର୍ଯ୍ୟନ୍ତ କ୍ରିଜ୍ରେ ରହିବା । ସେ କହିଥିଲେ, ମ୍ୟାଚ୍ ପୂର୍ବରୁ ସେ ମୁଖ୍ୟ କୋଚ୍ ଗୌତମ ଗମ୍ଭୀର ଏବଂ ସିତାଂଶୁ କୋଟକଙ୍କ ସହ କଥା ହୋଇଥିଲେ । ସେହି ଆଲୋଚନା ସମୟରେ ଉଭୟ ତାଙ୍କୁ ଏକ ଗୁରୁତ୍ୱପୂର୍ଣ୍ଣ କଥା କହିଥିଲେ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ତିଲକଙ୍କ କହିବା ଅନୁଯାୟୀ, ଯଦି ସେ ଶେଷ ପର୍ଯ୍ୟନ୍ତ ପିଚ୍ରେ ରହିପାରିବେ, ତେବେ ଦଳକୁ ବିଜୟୀ କରାଇବାର କ୍ଷମତା ତାଙ୍କ ପାଖରେ ରହିଛି ବୋଲି କୋଚ୍ମାନେ ବିଶ୍ୱାସ ରଖିଥିଲେ । ଏହି କଥା ତାଙ୍କ ମନରେ ରହିଥିଲା ଏବଂ ସେହି ଆତ୍ମବିଶ୍ୱାସ ନେଇ ସେ ବ୍ୟାଟିଂ କରିଥିଲେ ।
‘ନିଜକୁ ନେଇ ଗର୍ବ ଅନୁଭବ କରୁଛି’
ନିଜର ଇନିଂସକୁ ନେଇ ତିଲକ କହିଛନ୍ତି ଯେ, ସେ ମ୍ୟାଚ୍କୁ ଯଥାସମ୍ଭବ ଶେଷ ପର୍ଯ୍ୟନ୍ତ ନେବାକୁ ଚାହୁଁଥିଲେ । ଶେଷରେ ଯାହା ଉପରେ ସମସ୍ତେ ବିଶ୍ୱାସ ରଖିଥିଲେ, ଠିକ୍ ସେହିପରି ହୋଇଥିଲା । ଏହି ପ୍ରଦର୍ଶନ ପାଇଁ ସେ ନିଜକୁ ନେଇ ଗର୍ବ ଅନୁଭବ କରୁଥିବା କହିଥିଲେ ।
ନମନ ଧୀରଙ୍କ ସହ ପାର୍ଟନରସିପ୍କୁ ନେଇ କ’ଣ କହିଲେ ?
ନମନ ଧୀରଙ୍କ ସହ ପାର୍ଟନରସିପ୍ ସମ୍ପର୍କରେ ତିଲକ କହିଥିଲେ ଯେ, ଉଭୟ ଶେଷ ପର୍ଯ୍ୟନ୍ତ ଖେଳିବାକୁ ଯୋଜନା କରିଥିଲେ । ପୂର୍ବ ମ୍ୟାଚ୍ ତୁଳନାରେ ଏହି ମ୍ୟାଚ୍ର ପିଚ୍ ଟିକେ ଧୀର ଥିବାରୁ ସ୍ପିନରମାନେ ବୋଲିଂ କରୁଥିବା ସମୟରେ ଦ୍ରୁତ ଭାବେ ରନ୍ ଦୌଡ଼ିବା ଉପରେ ସେମାନେ ଗୁରୁତ୍ୱ ଦେଇଥିଲେ । ତେବେ ମିଚେଲ୍ ସାଣ୍ଟନରଙ୍କ ଶେଷ ଓଭରରେ ନମନ ଧୀର ଆଉଟ୍ ହୋଇଯାଇଥିଲେ । ନମନ ଆଉ କିଛି ସମୟ କ୍ରିଜ୍ରେ ରହିଥିଲେ, ହୁଏତ ଭାରତ ୧୮ତମ ଓଭରରେ ହିଁ ମ୍ୟାଚ୍ ଶେଷ କରିପାରିଥାନ୍ତା ବୋଲି ତିଲକ ମତ ଦେଇଥିଲେ ।
ଏହି ବିଜୟରେ ନମନ ଧୀରଙ୍କ ଅବଦାନକୁ ମଧ୍ୟ ସେ ପ୍ରଶଂସା କରିଥିଲେ। ଶେଷ ଆଡ଼କୁ ହାଇଦ୍ରାବାଦର ଦୁଇ ଖେଳାଳି ନୀତିଶ ରେଡ୍ଡୀ ଓ ତିଲକ ବର୍ମା ଚମତ୍କାର ପ୍ରଦର୍ଶନ କରି ଭାରତକୁ ବିଜୟୀ କରାଇଥିବାରୁ ସେ ଖୁସି ପ୍ରକାଶ କରିଥିଲେ।

Related Topics
Explore more stories