ଆଜି ଭାରତୀୟ ହକି ଦଳକୁ ଭବ୍ୟ ସ୍ବାଗତ କରିବ ଓଡିଶା

ଅର୍ଗସ ବ୍ୟୁରୋ : ଭାରତୀୟ ହକି ଦଳକୁ ସ୍ବାଗତ କରିବ ଓଡିଶା । ଆଜି ସାଢେ ୧୨ ଟାରେ ବିମାନବନ୍ଦରରେ ପହଁଚିବେ ଭାରତୀୟ ଦଳ ହକି ତାରକା । ପହଁଚିବା ପରେ ଖେଳାଳିଙ୍କୁ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା ଦିଆଯିବ । ବିମାନବନ୍ଦରରୁ କଳିଙ୍ଗ ଷ୍ଟାଡିୟମ ପର୍ଯ୍ୟନ୍ତ କ୍ରୀଡ଼ାପ୍ରେମୀମାନେ ହକି ଖେଳାଳିଙ୍କୁ ସ୍ବାଗତ କରିବେ । ଅପରାହ୍ନରେ ସ୍ବତନ୍ତ୍ର ପୁରସ୍କାର ପ୍ରଦାନ କରିବେ ମୁଖ୍ୟମନ୍ତ୍ରୀ । କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏଭଳି ସୂଚନା ଦେଇଛନ୍ତି କ୍ରୀଡା ମନ୍ତ୍ରୀ ସୂର୍ଯ୍ୟାବଂଶୀ ସୁରଜ । ଏହାସହ ପ୍ୟାରିସ ଅଲମ୍ପିକ୍ସରେ ଭାରତ କାଂସ୍ୟ ପଦକ ଜିତିଛି । ଲଗାତାର 2 ଥର ଏହି ପଦକ ଜିତିଛନ୍ତି ଭାରତୀୟ ଦଳ ।
ଅଧିକ ପଢନ୍ତୁ : ଭୁବନେଶ୍ବରରେ ଓଡ଼ିଆ ହକି ଖେଳାଳି ଅମିତ ରୋହିଦାସ: ସମ୍ବର୍ଦ୍ଧନା ଜଣାଇଲେ ମୁଖ୍ୟମନ୍ତ୍ରୀ
ଏହା ଆମ ଦେଶ ପାଇଁ ଗର୍ବ ଏବଂ ଗୌରବର ବିଷୟ ବୋଲି କହିଛନ୍ତି କ୍ରୀଡାମନ୍ତ୍ରୀ । ଆଗାମୀ ଦିନରେ କେଉଁଭଳି ଓଡ଼ିଆ ଖେଳାଳୀ ଅଧିକରୁ ଅଧିକ ଅଲମ୍ପିକ୍ସରେ ଯୋଗ ଦେବେ ସେ ନେଇ ରାଜ୍ୟ ସରକାର ଭିତ୍ତିଭୂମି ପ୍ରସ୍ତୁତି କରୁଛନ୍ତି । ଏହାଶହ 2036ରେ ଭାରତ ସରକାର ଅଲମ୍ପିକ୍ସ ଆୟୋଜନ କରିବାକୁ ଚିନ୍ତା କରୁଛନ୍ତି ବୋଲି ପ୍ରତିକ୍ରିୟା ଦେଇଛନ୍ତି କ୍ରୀଡାମନ୍ତ୍ରୀ ।