Videos
|
Sports

Triple Century / ଯୁବ ଖେଳାଳିଙ୍କ ବ୍ୟାଟରୁ ଧମାକା; ଟ୍ରିପଲ୍ ସେଞ୍ଚୁରୀ ମାରି ରଚିଲେ ମହାରେକର୍ଡ

Debashree Debasmita Sahoo
Browse all articles by Debashree Debasmita Sahoo
·1 hour ago·2 min read
ଯୁବ ଖେଳାଳିଙ୍କ ବ୍ୟାଟରୁ ଧମାକା; ଟ୍ରିପଲ୍ ସେଞ୍ଚୁରୀ ମାରି ରଚିଲେ ମହାରେକର୍ଡ
Triple Century

Key Points

ମୈଦାନରେ ହେଲା ଛକା, ଚୌକା ବର୍ଷା
ଟ୍ରିପଲ୍ ସେଞ୍ଚୁରୀ ମାରିଲେ ଯୁବ ବ୍ୟାଟର୍
ବାଂଲାଦେଶ ଯୁବ ବ୍ୟାଟ୍ସମ୍ୟାନ୍ ତୌହିଦ ହୃଦୋୟଙ୍କ ଧୂଆଁଦାର ବ୍ୟାଟିଂ । ଟ୍ରିପଲ୍ ସେଞ୍ଚୁରୀ ମାରି ରଚିଲେ ମହାରେକର୍ଡ । ମୈଦାନରେ ହେଲା ଛକା, ଚୌକା ବର୍ଷା । ଦକ୍ଷିଣ ଆଫ୍ରିକା 'ଏ' ଟିମ୍ ବିରୋଧ ଟେଷ୍ଟ ମ୍ୟାଚ୍‌ରେ ହୃଦୋୟ ୩୫୦ ରନ୍ କରି ଚର୍ଚ୍ଚାକୁ ଆସିଛନ୍ତି । ସେ ୪୮୧ଟି ବଲ୍‌ରେ ଏହି ବିଶାଳ ସ୍କୋର ହାସଲ କରିଛନ୍ତି । ଏହି ମ୍ୟାଚ୍‌ରେ ସେ ଅନେକ ବଡ଼ ବଡ଼ ରେକର୍ଡ ନିଜ ନାଁରେ କରିଛନ୍ତି ।

ଏହି ମ୍ୟାଚ୍ ଅଗଷ୍ଟ ୩୦ ତାରିଖରେ ଆରମ୍ଭ ହୋଇଥିବାବେଳେ ସେପ୍ଟେମ୍ବର ୨ ତାରିଖରେ ଶେଷ ହୋଇଛି । ଏହା ପୂର୍ବରୁ ଦୁଇ ଦଳ ମଧ୍ୟରେ ଆଉ ଏକ ଟେଷ୍ଟ ମ୍ୟାଚ୍ ହୋଇଥିଲା, ଯାହାକୁ ଦକ୍ଷିଣ ଆଫ୍ରିକା 'ଏ' ଟିମ ୪୧୩ରେ ଜିତି ନେଇଥିଲା । ଆସନ୍ତା ସେପ୍ଟେମ୍ବର ୬, ୯ ଓ ୧୨ ତାରିଖରେ ଦୁଇ ଦଳ ମଧ୍ୟରେ ଏକଦିବସୀୟ ମ୍ୟାଚ୍ (ODI) ସିରିଜ ଆରମ୍ଭ ହେବ । ଏଠାରେ କହିରଖୁଛୁ କି, 'A' ଟିମ ହେଉଛି କୌଣସି ଦେଶର ଦ୍ଵିତୀୟ ଶ୍ରେଣୀର କ୍ରିକେଟ୍ ଟିମ୍ । ମୁଖ୍ୟ କ୍ରିକେଟ୍ ଟିମ ତଳେ ଏହି ଟିମ୍ ଆସିଥାନ୍ତି । 'ଏ' ଟିମ୍ ମ୍ୟାଚରେ ଭଲ ପ୍ରଦର୍ଶନ କଲେ, ଖେଳାଳିଙ୍କୁ ମୁଖ୍ୟ ଟିମରେ ସୁଯୋଗ ମିଳିଥାଏ ।

  • ପୂର୍ବ ରେକର୍ଡ ଭାଙ୍ଗିଲେ
ହୃଦୋୟ ଦକ୍ଷିଣ ଆଫ୍ରିକାର ପୋଟଚେଷ୍ଟୁମ ମ୍ୟାଚ୍‌ର ଚତୁର୍ଥ ଦିନର ଟି-ବ୍ରେକ୍ ପରେ ତମିମ୍ ଇକବାଲଙ୍କ ରେକର୍ଡ ଭାଙ୍ଗିଥିଲେ । ତମିମ ୨୦୨୦ ମସିହାରେ ବାଂଲାଦେଶ କ୍ରିକେଟ୍ ଲିଗ୍‌ର ଏକ ମୁକାବିଲାରେ ୩୩୪ ରନ୍ କରିଥିଲେ । ହୃଦୋୟ ଏହି ରେକର୍ଡକୁ ଭାଙ୍ଗି ୩୫୦ ରନ୍ କରିଛନ୍ତି । ଏହାସହିତ ହୃଦୋୟ ଫାର୍ଷ୍ଟ କ୍ଲାସ୍ କ୍ରିକେଟରେ କୌଣସି ବାଂଲାଦେଶ ବ୍ୟାଟ୍ସମ୍ୟାନ ଭାବେ ସର୍ବାଧିକ ରନ୍ କରିବାର ରେକର୍ଡ ନିଜ ନାଁରେ କରିଛନ୍ତି । ଖାଲି ସେତିକି ନୁହେଁ, ବାଂଲାଦେଶର ଫାର୍ଷ୍ଟ କ୍ଲାସ୍‌ର ଟ୍ରିପଲ୍ ସେଞ୍ଚୁରୀ ମାରିଥିବା ତୃତୀୟ ବ୍ୟାଟ୍ସମ୍ୟାନ୍ ହୋଇପାରିଛନ୍ତି । ଏହାପୂର୍ବରୁ ତମିମ ଇକବାଲ୍ ଓ ରକିବୁଲ୍ ହସନ ଏହି ରେକର୍ଡ ନିଜ ନାଁରେ କରିଥିଲେ । ରକିବୁଲ୍ ୨୦୦୭ରେ ଜାତୀୟ କ୍ରିକେଟ୍ ଲିଗ୍‌ରେ ୩୧୩ ରନ୍ କରିଥିଲେ ।

ପଢନ୍ତୁ ଏହି ଖବର: ୨୦୨୭ ବିଶ୍ୱକପ୍ ପାଇଁ BCCIର ମାଷ୍ଟରପ୍ଲାନ୍… ଟିମ୍ ଇଣ୍ଡିଆ ଦକ୍ଷିଣ ଆଫ୍ରିକାରେ ଏକ ODI ସିରିଜ୍ ଖେଳିପାରେ

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
  • ବିଦେଶ ମାଟିରେ ଟ୍ରିପଲ୍ ସେଞ୍ଚୁରୀ
ହୃଦୋୟ ୩୫୦ ରନ୍ ପାଳିର ସବୁଠୁ ଖାସ୍ କଥା ହେଉଛି ଯେ ବିଦେଶ ମାଟିରେ ଫାର୍ଷ୍ଟ କ୍ଲାସ୍ କ୍ରିକେଟରେ ଟ୍ରିପଲ୍ ସେଞ୍ଚୁରୀ ମାରିଥିବା ପ୍ରଥମ ବାଂଲାଦେଶୀ ବ୍ୟାଟ୍ସମ୍ୟାନ୍ । ଏହାପୂର୍ବରୁ ବାଂଲାଦେଶ A ପୂର୍ବରୁ କେବଳ ଶାହରିୟାର ହୁସୈନ ଡବଲ୍ ସେଞ୍ଚୁରୀ ମାରିଥିଲେ । ସେ ୨୦୦୩ ମସିହାରେ ଏହି ଉପଲବ୍ଧି ହାସଲ କରିଥିଲେ । ହୃଦୋୟ ଏବେ ସେହି ରେକର୍ଡରୁ ବହୁ ଆଗକୁ ଯାଇ ୩୫୦ ରନ୍ ହାସଲ କରିଛନ୍ତି । ହୃଦୋୟଙ୍କ ଲାଗି ଏହି ମ୍ୟାଚ୍‌ଟି ବେଶ ଖାସ୍ । କାରଣ ଏହି କ୍ରିକେଟ୍ ମୈଦାନରେ ତାଙ୍କର ଆଉ ଏକ ବିଶେଷ ମୁହୂର୍ତ୍ତ ଯୋଡ଼ି ହୋଇ ରହିଛି । ୨୦୨୦ରେ ବାଂଲାଦେଶ ଅଣ୍ଡର-୧୯ ଟିମରେ ଖେଳୁଥିବା ସମୟରେ ସେ ଅଣ୍ଡର-୧୯ ବିଶ୍ଵକପ୍ ଜିତିଥିଲେ ।