Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

Cricket Viral Video / ଚାଲିଥିଲା କ୍ରିକେଟ୍‌ ମ୍ୟାଚ୍‌, ଟ୍ରାକ୍ଟର ଆଣି ପିଚ୍‌କୁ ହଳ କରିଦେଲେ ଯୁବକ...ଭାଇରାଲ ହେଲା ଭିଡିଓ

Santosh Kumar Sahoo
Browse all articles by Santosh Kumar Sahoo
·2 months ago·2 min read
ଚାଲିଥିଲା କ୍ରିକେଟ୍‌ ମ୍ୟାଚ୍‌, ଟ୍ରାକ୍ଟର ଆଣି ପିଚ୍‌କୁ ହଳ କରିଦେଲେ ଯୁବକ...ଭାଇରାଲ ହେଲା ଭିଡିଓ
Cricket Viral Video

Key Points

LIVE ମ୍ୟାଚ୍‌ରେ ଅଭୂତପୂର୍ବ ଘଟଣା
ଟ୍ରାକ୍ଟର ଆଣି ପିଚ୍‌ ଧ୍ୱଂସ
ଭାଇରାଲ୍ ହେଲା ଭିଡିଓ
ମହାରାଷ୍ଟ୍ରର ଜଳଗାଓଁ ଜିଲ୍ଲାରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଦେଖିବାକୁ ମିଳିଛି । ଏକ ଲାଇଭ୍ ମ୍ୟାଚ୍ ସମୟରେ ଜଣେ ବ୍ୟକ୍ତି କ୍ରିକେଟ୍ ପଡ଼ିଆକୁ ଏକ ଟ୍ରାକ୍ଟର ଆଣି ପିଚ୍‌କୁ ସମ୍ପୂର୍ଣ୍ଣ ନଷ୍ଟ କରିଦେଲେ । ଏହା ବ୍ୟାପକ ବିଶୃଙ୍ଖଳା ସୃଷ୍ଟି କଲା ଏବଂ ମ୍ୟାଚ୍‌କୁ ତୁରନ୍ତ ବନ୍ଦ କରିବାକୁ ପଡିଲା । ପିଚ୍‌ ଏବଂ ମ୍ୟାଚ୍‌କୁ ନଷ୍ଟ କରିବା ପରେ ଯୁବକ ଜଣକ ଟ୍ରାକ୍ଟର ସହିତ ପଡ଼ିଆ ନେଇ ଘଟଣାସ୍ଥଳରୁ ଚାଲି ଯାଇଥିଲା । ଏହି ସମୟର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।



ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡିଓରେ ଦେଖିବାକୁ ମିଳୁଛି କି, ଜଣେ ଯୁବକ କ୍ରିକେଟ୍ ପଡ଼ିଆକୁ ଏକ ଟ୍ରାକ୍ଟର ନେଇ ପଶିଥିଲେ । ଆଉ ଏହା ପରେ ପିଚ୍‌କୁ ଆସି ହଳ କରିଦେଇଥିଲେ । ଏହି ଘଟଣାଟି ଚାଲିଥିବା ଟୁର୍ଣ୍ଣାମେଣ୍ଟର ଫାଇନାଲ୍ ମ୍ୟାଚ୍‌ ସମୟରେ ଘଟିଥିବା ଜଣାପଡ଼ିଛି, ଯାହା ଦର୍ଶକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରିଥିଲା ।

ରାଗର କାରଣ କ’ଣ ଥିଲା ?

ରିପୋର୍ଟ ଅନୁଯାୟୀ, ଏହି ଭିଡିଓଟି ମହାରାଷ୍ଟ୍ରର ଜଳଗାଓଁର ଏବଂ ଟ୍ରାକ୍ଟର ଚଲାଉଥିବା ଯୁବକଙ୍କୁ ଟୁର୍ଣ୍ଣାମେଣ୍ଟକୁ ନିମନ୍ତ୍ରଣ କରାଯାଇ ନଥିଲା ବୋଲି କୁହାଯାଉଛି । ଏଥିରେ କ୍ରୋଧିତ ହୋଇ ସେ ଏହି ଚରମ ପଦକ୍ଷେପ ନେଇଥିଲେ । ମ୍ୟାଚ୍‌କୁ ବନ୍ଦ କରିବା ପାଇଁ ଯୁବକ ଜଣକ ଟ୍ରାକ୍ଟର ଆଣି ପିଚ୍‌କୁ ହଳ କରିଦେଇଥିଲେ । ପିଚ୍ କ୍ଷତି ହେବା ଫଳରେ ମ୍ୟାଚ୍ ଅଧାରୁ ବନ୍ଦ ହୋଇଥିଲା । ଯାହାଫଳରେ ଖେଳାଳି ଏବଂ ସେଠାରେ ଉପସ୍ଥିତ ଥିବା ଦର୍ଶକ ଅସନ୍ତୋଷ ପ୍ରକାଶ କରିଥିଲେ । ଭିଡିଓଟି ସୋସିଆଲ ମିଡିଆରେ ଦ୍ରୁତ ଗତିରେ ଭାଇରାଲ ହେଉଛି, ଲୋକମାନେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଉଛନ୍ତି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Tractor Ploughs Cricket Pitch Mid-Match, Viral Video Shocks Fans | Argus News