Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

ମହିଳାଙ୍କ ଉପରେ ଚଢ଼ିଗଲା ଆଇରନ ବୋଝେଇ ଟ୍ରକ

Smruti Parija
Browse all articles by Smruti Parija
·2 years ago·1 min read
ମହିଳାଙ୍କ ଉପରେ ଚଢ଼ିଗଲା ଆଇରନ ବୋଝେଇ ଟ୍ରକ

ଜଗତସିଂହପୁର:  ଜିମ୍ ଯାଉଥିବା ବେଳେ ମହିଳାଙ୍କ ଉପରେ ଚଢ଼ିଗଲା ଆଇରନ ବୋଝେଇ ଟ୍ରକ । ଆଜି ସକାଳେ ଗଡ ଛକ ଉପରେ ଘଟିଛି ଏହି ଦୁର୍ଘଟଣା । ମହିଳାଙ୍କ ପେଟ ଉପରେ ଆଇରନ ଟ୍ରକ ଚଢି ଯିବା ହେତୁ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି । ଉକ୍ତ ସ୍ଥାନରେ ପ୍ରବଳ ରକ୍ତ ସ୍ରାବ ହେତୁ ମହିଳାଙ୍କ ସ୍ବାସ୍ଥ୍ୟ ଅବସ୍ଥା ଖରାପ ରହିଛି । 

ଖବର ପାଇ ଲକ୍ ଥାନା ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିବା ସହ ଗୁରୁତର ଅବସ୍ଥାରେ ଆମ୍ବୁଲାନ୍ସ ଯୋଗେ ସ୍ଥାନୀୟ ଅଠରବାଙ୍କୀ ମେଡିକାଲକୁ ପଠାଇଛି । ତେବେ ଦୁର୍ଘଟଣା ଘଟାଇଥିବା ଆଇରନ ଟ୍ରକ ଘଟଣାସ୍ଥଳରୁ ଫେରାର ହୋଇଯାଇଛି । ଆଇରନ ଟ୍ରକ ଚାଳକ ମାନେ ଧାଡି ଭାଙ୍ଗି ବାରମ୍ବାର ଏହି ଭଳି ଦୁର୍ଘଟଣା ଘଟାଉଛନ୍ତି ସ୍ଥାନୀୟ ପୋଲିସ ପ୍ରଶାସନ ଚୁପ୍ ବସିଛି । ଦୁର୍ଘଟଣା ପାଇଁ ଅନେକ ନିରୀହ ଲୋକଙ୍କ ଜୀବନ ଯାଉଛି । ତେବେ ଦୁର୍ଘଟଣାର ଶିକାର ହୋଇଥିବା ମହିଳାଙ୍କ ପରିଚୟ ମିଳିପାରିନାହିଁ ।

ବସ ସହ କାର ମୁହାଁ ମୁଁହି ଧାକ୍କା, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
truck-hits-women-in-paradip-severely-injured-admitted-in-hospital- | Argus News