Videos
|
Sports

Two Odia Selectors / ଟିମ୍‌ ଇଣ୍ଡିଆରେ ଓଡ଼ିଶାର ଛାପ, ଟି-୨୦ ବିଶ୍ବକପ୍‌ ପାଇଁ ଦଳ ଚୟନ କଲେ ଦୁଇ ଓଡ଼ିଆ ପୁଅ

Santosh Kumar Sahoo
Browse all articles by Santosh Kumar Sahoo
·8 months ago·3 min read
ଟିମ୍‌ ଇଣ୍ଡିଆରେ ଓଡ଼ିଶାର ଛାପ, ଟି-୨୦ ବିଶ୍ବକପ୍‌ ପାଇଁ ଦଳ ଚୟନ କଲେ ଦୁଇ ଓଡ଼ିଆ ପୁଅ
T-20 World Cup Squad

Key Points

ଓଡ଼ିଆ ପୁଅ ବାଛିଲେ ବିଶ୍ୱକପ୍‌ ଦଳ
ଟିମ୍‌ ଇଣ୍ଡିଆ ଚୟନରେ ଓଡ଼ିଶାର ଭୂମିକା
ଓଡ଼ିଆ ଚୟନକର୍ତ୍ତାଙ୍କ ସଫଳତାର ରେକର୍ଡ
ଫେବୃଆରୀ ୭ରୁ ଆରମ୍ଭ ହେବାକୁ ଯାଉଛି ଟି-୨୦ ବିଶ୍ବକପ୍‌ । ୨୦୨୪ ଟି-୨୦ ବିଶ୍ବକପ୍‌ ଟାଇଟଲ୍‌ ଜିତିବା ପରେ ଏଥର ମଧ୍ୟ ଟ୍ରଫି ଜିତିବାକୁ ଚେଷ୍ଟା କରିବ ଟିମ୍ ଇଣ୍ଡିଆ । ଏଥିପାଇଁ ଶନିବାର ବିସିସିଆଇ ପ୍ରେସ୍‌ମିଟ୍‌ କରି ବିଶ୍ବକପ୍ ପାଇଁ ୧୫ ଜଣିଆ ଟିମ୍ ଘୋଷଣା କରିଛି । କେବଳ ବିଶ୍ବକପ୍‌ ପାଇଁ ନୁହେଁ ଜାନୁଆରୀରେ ନ୍ୟୁଜିଲାଣ୍ଡ ବିପକ୍ଷରେ ହେବାକୁ ଥିବା ୫ ମ୍ୟାଚ୍‌ ବିଶିଷ୍ଟ ଟି-୨୦ ସିରିଜ୍‌ ପାଇଁ ମଧ୍ୟ ଦଳ ଘୋଷଣା କରିଛି ।

ଆଉ ବିଶ୍ବକପ୍‌ ପାଇଁ ଘୋଷଣା ହୋଇଥିବା ଦଳକୁ ଚୟନ କରିବାରେ ମୁଖ୍ୟ ଭୂମିକା ତୁଲାଇଥିଲେ ଦୁଇ ଓଡ଼ିଆ ପୁଅ । ଜଣେ ହେଉଛନ୍ତି ପ୍ରଜ୍ଞାନ ଓଝା ଓ ଆଉ ଜଣେ ହେଉଛନ୍ତି ଶିବ ସୁନ୍ଦର ଦାସ । ଉଭୟ ଏବେ ଚୟନ କମିଟିର ସଦସ୍ୟ ରହିଛନ୍ତି । ଆଉ ବିଶ୍ବକପ୍‌ ଦଳକୁ ଚୟନ କରିବାରେ ଏହି ଦୁଇ ଓଡ଼ିଆ ଗୁରୁତ୍ବପୂର୍ଣ୍ଣ ଭୂମିକା ତୁଲାଇଛନ୍ତି ।

୭ ଜାନୁଆରୀ ୨୦୨୩ରୁ ଚୟନ କମିଟିର ସଦସ୍ୟ ଅଛନ୍ତି ଶିବ ସୁନ୍ଦର । ଆଉ ସେ ଚୟନ କମିଟି ସଦସ୍ୟ ଭାବେ ୨୦୨୩ ଦିନିକିଆ ବିଶ୍ବକପ୍‌ ପାଇଁ ଟିମ୍ ଇଣ୍ଡିଆ ଦଳ ଚୟନ କରିଥିଲେ । ଏହା ସହ ୨୦୨୪ ଟି-୨୦ ବିଶ୍ବକପ୍‌ ଓ ୨୦୨୫ ଚାମ୍ପିଆନ୍ସ ଟ୍ରଫି ପାଇଁ ହୋଇଥିବା ଦଳ ଚୟନରେ ସେ ଗୁରୁତ୍ବପୂର୍ଣ୍ଣ ଭୂମିକା ତୁଲାଇଥିଲେ । ଆଉ ସବୁଠୁ ବଡ଼ କଥା ହେଉଛି ଶିବ ସୁନ୍ଦରଙ୍କ ଦ୍ବାରା ଚୟନ ହୋଇଥିବା ଦଳ ୨୦୨୪ ଟି-୨୦ ବିଶ୍ବକପ୍‌ ଓ ୨୦୨୫ ଚାମ୍ପିଆନ୍ସ ଟ୍ରଫି ଟାଇଟଲ୍ ଜିତିଥିଲା । ଏହା ସହ ୨୦୨୩ ଦିନିକିଆ ବିଶ୍ବକପରେ ରନର୍ସ ଅପ୍‌ ହୋଇଥିଲା । ଆଉ ଏବେ ଆଉ ଏକ ଟି-୨୦ ବିଶ୍ବକପ୍ ପାଇଁ ଦଳ ଚୟନ କରିବାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ତୁଲାଇଛନ୍ତି ଶିବ ସୁନ୍ଦର ।

ସେହିପରି ୨୮ ସେପ୍ଟେମ୍ବର ୨୦୨୫ରୁ ଚୟନ କମିଟିର ସଦସ୍ୟ ଅଛନ୍ତି ଆଉ ଜଣେ ଓଡ଼ିଆ ପୁଅ ପ୍ରଜ୍ଞାନ ଓଝା । ସେ ସାଉଥ୍‌ ଜୋନ୍‌ରୁ ଶ୍ରୀଧରନ୍‌ ଶରଥଙ୍କ ସ୍ଥାନରେ ଚୟନ କମିଟିରେ ସ୍ଥାନ ପାଇଛନ୍ତି । ଆଉ ସେ ଯେବେଠୁ ଏହି ଦାୟିତ୍ବ ଗ୍ରହଣ କରିଛନ୍ତି ସେବେଠୁ ସେ ଭାରତୀୟ ଦଳକୁ ଦୃଢ଼ କରିବା ପାଇଁ ଏବେ ବେଞ୍ଚ ଷ୍ଟ୍ରେନ୍ଥକୁ ସୁଦୃଢ଼ ରଖିବାକୁ ନିରନ୍ତର ପ୍ରୟାସ ଜାରି ରଖିଛନ୍ତି । ନିକଟରେ ଶେଷ ହୋଇଥିବା ଘରୋଇ ଟୁର୍ଣ୍ଣାମେଣ୍ଟ ସୟଦ ମୁସ୍ତାକ ଅଲି ଟ୍ରଫିର ମ୍ୟାଚ୍‌କୁ ଯାଇ ବିଭିନ୍ନ ଖେଳାଳିଙ୍କ ପ୍ରଦର୍ଶନ ଉପରେ ତୀଖ୍ଣ ନଜର ରଖିଥିଲେ । ଯାହାର ପ୍ରଭାବ ଶନିବାର ଘୋଷଣା ହୋଇଥିବା ଟି-୨୦ ବିଶ୍ବକପ୍‌ ପାଇଁ ଘୋଷଣା ହୋଇଥିବା ଟିମ୍‌ରେ ଦେଖିବାକୁ ମିଳିଛି । ସେ ସୟଦ ମୁସ୍ତାକ ଅଲି ଟ୍ରଫିର ଫାଇନାଲରେ ମଧ୍ୟ ଉପସ୍ଥିତ ଥିଲେ । ଯେଉଁଠାରେ ଇଶାନ କିଶାନ ଶତକ ହାସଲ କରି ପ୍ରଥମ ଥର ପାଇଁ ଝାଡ଼ଖଣ୍ଡକୁ SMAT ଟ୍ରଫି ଦେଇଥିଲେ । ଏହା ସହ ଇଶାନ କିଶାନ ସେହି ଟୁର୍ଣ୍ଣାମେଣ୍ଟ ୫୦୦ରୁ ଅଧିକ ରନ୍‌ କରିଥିଲେ । ଆଉ ଏସବୁ ପଡ଼ିଆ ବାହାରେ ରହି ଟିକ୍‌ନିକ୍‌ ଦେଖୁଥିଲେ ପ୍ରଜ୍ଞାନ । ଯାହାଫଳରେ ବିଶ୍ବକପ୍‌ ପାଇଁ ଘୋଷଣା ହୋଇଥିବା ଟିମ୍‌ରେ ଶୁବମନଙ୍କ ସ୍ଥାନରେ ଇଶାନ କିଶାନଙ୍କୁ ସ୍ଥାନ ମିଳିଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ସୂଚନା ଅନୁସାରେ, ଶନିବାର ବିସିସିଆଇ ଦଳ ଘୋଷଣାରେ ୨ଟି ଆଶ୍ଚର୍ଯ୍ୟଜନକ ଘଟଣା ଦେଖିବାକୁ ମିଳିଛି । ପ୍ରଥମ ହେଉଛି ଶୁବମନ ଗିଲ୍‌ । ଭାରତୀୟ ଟି-୨୦ ଦଳର ଅଧିନାୟକ ଥିଲେ ଶୁବମନ । କିନ୍ତୁ ତାଙ୍କୁ ଟି-୨୦ ବିଶ୍ବକପ୍‌ ଦଳରେ ଚୟନ କରାଯାଇନି । କିଛି ଦିନ ଧରି ଟି-୨୦ରେ ଲଗାତର ଖରାପ ପ୍ରଦର୍ଶନ କରି ଆସୁଥିଲେ ଗିଲ୍‌ । ତେଣୁ ତାଙ୍କୁ ଆଗାମୀ ଫେବୃଆରୀରେ ହେବାକୁ ଥିବା ଟି-୨୦ ବିଶ୍ବକପ୍‌ ପାଇଁ ଘୋଷଣା ହୋଇଥିବା ଦଳରେ ଚୟନ କରାଯାଇନାହିଁ ।

ଦ୍ବିତୀୟ ଆଶ୍ଚର୍ଯ୍ୟଜନକ କଥା ହେଉଛି ଇଶାନ କିଶାନ । ପ୍ରାୟ ଦୁଇ ବର୍ଷ ପରେ ଟିମ୍ ଇଣ୍ଡିଆକୁ ଫେରିଛନ୍ତି ଇଶାନ କିଶାନ । ସେ ପୁଣି ସିଧାସଳଖ ଟି-୨୦ ବିଶ୍ବକପ୍‌ରେ । ଇଶାନ କିଶାନ ସୟଦ ମୁସ୍ତାକ ଅଲି ଟ୍ରଫିରେ ଦମଦାର ପ୍ରଦର୍ଶନ କରି ଟିମ୍‌ ଇଣ୍ଡିଆ ଟିକେଟ୍‌ ହାତେଇଛନ୍ତି ।

ଟି-୨୦ ବିଶ୍ୱକପ୍ ପାଇଁ ୧୫ ଜଣିଆ ଭାରତୀୟ ଦଳ : ସୂର୍ଯ୍ୟକୁମାର ଯାଦବ (ଅଧିନାୟକ), ଅକ୍ଷର ପଟେଲ (ଉପ-ଅଧିନାୟକ), ଅଭିଷେକ ଶର୍ମା, ତିଲକ ବର୍ମା, ହାର୍ଦ୍ଦିକ ପାଣ୍ଡ୍ୟା, ଶିବମ୍ ଦୁବେ, ସଞ୍ଜୁ ସାମସନ (ୱିକେଟକିପର), କୁଲଦୀପ ଯାଦବ, ବରୁଣ ଚକ୍ରବର୍ତ୍ତୀ, ଜସପ୍ରିତ ବୁମରାହ, ଅର୍ଶଦୀପ ସିଂହ, ରିଙ୍କୁ ସିଂହ, ହର୍ଷିତ ରାଣା, ୱାଶିଂଟନ ସୁନ୍ଦର ଏବଂ ଇଶାନ କିଷାନ (ୱିକେଟକିପର)