Videos
|
Sports

Mohsin Naqvi ACC controversy / ଦୁବାଇରେ ହାଇଭୋଲଟେଜ୍‌ ଡ୍ରାମା, ମୋହସିନ୍‌ ନକଭିଙ୍କ ହାତରୁ ମେଡାଲ ନେଲେନି ଭାରତୀୟ ଖେଳାଳି

Santosh Kumar Sahoo
Browse all articles by Santosh Kumar Sahoo
·8 months ago·2 min read
ଦୁବାଇରେ ହାଇଭୋଲଟେଜ୍‌ ଡ୍ରାମା, ମୋହସିନ୍‌ ନକଭିଙ୍କ ହାତରୁ ମେଡାଲ ନେଲେନି ଭାରତୀୟ ଖେଳାଳି
Asia Cup 2025

Key Points

ପୁରସ୍କାର ମଞ୍ଚରେ ବିବାଦ!
ACC ମୁଖ୍ୟଙ୍କୁ ଅଣଦେଖା କଲା ଟିମ୍ ଇଣ୍ଡିଆ
ନକଭିଙ୍କ ହାତରୁ ମେଡାଲ ନେଲେନି ଭାରତୀୟ ଖେଳାଳି
ରବିବାର ଦୁବାଇରେ ଅଣ୍ଡର-୧୯ ଏସିଆ କପ୍ ଫାଇନାଲ ମ୍ୟାଚ୍‌ ଖେଳାଯାଇଥିଲା । ଏହି ମ୍ୟାଚ୍‌ରେ ଭାରତକୁ ପରାସ୍ତ କରି ଟାଇଟଲ୍‌ ନିଜ ନାମରେ କରିଛି ପାକିସ୍ତାନ । କିନ୍ତୁ ମ୍ୟାଚ୍‌ରେ ଭାରତୀୟ ଦଳ ପାକିସ୍ତାନ କ୍ରିକେଟ୍‌ ବୋର୍ଡ (PCB) ଅଧ୍ୟକ୍ଷ ଏବଂ ଏସୀୟ କ୍ରିକେଟ୍ ପରିଷଦ (ACC) ସଭାପତି ମୋହସିନ୍ ନକଭିଙ୍କୁ ଅଣଦେଖା କରିଥିଲେ ।

ମ୍ୟାଚ୍ ପରେ ପୁରସ୍କାର ପ୍ରଦାନ ଉତ୍ସବରେ ମୋହସିନ୍ ନକଭି ପାକିସ୍ତାନ ଦଳକୁ ଟ୍ରଫି ପ୍ରଦାନ କରିଥିଲେ । ସେ ଖେଳାଳି ଏବଂ ସହାୟକ କର୍ମଚାରୀଙ୍କ ସହିତ ବିଜୟ ଉତ୍ସବର ଫଟୋ ମଧ୍ୟ ଉଠାଇଥିଲେ । କିନ୍ତୁ ଭାରତୀୟ ଖେଳାଳିମାନେ ସେହି ମଞ୍ଚକୁ ଆସିବାକୁ ସ୍ପଷ୍ଟ ଭାବେ ମନା କରିଦେଲେ । ଆଉ ପରେ ଅନ୍ୟ ଜଣେ ଅଧିକାରୀଙ୍କଠାରୁ ମେଡାଲ ଗ୍ରହଣ କରିବାକୁ ମୁଖ୍ୟ ମଞ୍ଚ ଛାଡ଼ି ଚାଲିଗଲେ, ଯେଉଁଠାରେ ନକଭି ଉପସ୍ଥିତ ନଥିଲେ ।

ଫାଇନାଲରେ ପାକିସ୍ତାନ ଭାରତ ବିପକ୍ଷରେ ଚମତ୍କାର ପ୍ରଦର୍ଶନ କରିଥିଲା। ପ୍ରଥମେ ବ୍ୟାଟିଂ କରି ପାକିସ୍ତାନ ୩୪୭ ରନ୍ କରିଥିଲା । ଏହି ବିଶାଳ ସ୍କୋରର ମୂଳଦୁଆ ଓପନର୍ ସମୀର ମିନହାସ୍ ରଖିଥିଲେ । ଯିଏ ୧୭୨ ରନର ଏକ ଚମତ୍କାର ଇନିଂସ ଖେଳିଥିଲେ । ଟାର୍ଗେଟର ପିଛା କରି ବୈଭବ ସୂର୍ଯ୍ୟବଂଶୀ ଭାରତକୁ ଏକ ଆକ୍ରମଣାତ୍ମକ ଆରମ୍ଭ ଦେଇଥିଲେ, କିନ୍ତୁ ବିଜୟରେ ପରିଣତ କରିପାରିନଥିଲେ । ଭାରତୀୟ ବ୍ୟାଟସମ୍ୟାନ୍ ଫାଇନାଲର ଚାପକୁ ସମ୍ଭାଳି ପାରିଲେ ନାହିଁ । ଯାହାଫଳରେ ଭାରତ ମାତ୍ର ୧୫୬ ରନ୍‌ରେ ଅଲଆଉଟ୍‌ ହୋଇଥିଲା । ଏହି ବିଜୟ ସହ ପାକିସ୍ତାନ ଅଣ୍ଡର-୧୯ ବିଶ୍ବକପ୍‌ ଟ୍ରଫି ନିଜ ନାଁରେ କରିଛି ।

ମୋହସିନ ନକଭି ଫାଇନାଲ ସମୟରେ ଦୁବାଇରେ ପହଞ୍ଚିଥିଲେ ଏବଂ ମ୍ୟାଚ୍ ପରେ ଅନ୍ୟମାନଙ୍କ ସହିତ ପୁରସ୍କାର ପ୍ରଦାନ ମଞ୍ଚରେ ଉପସ୍ଥିତ ଥିଲେ। ନକଭି ପାକିସ୍ତାନୀ ଖେଳାଳିମାନଙ୍କୁ ବିଜେତାଙ୍କ ପଦକ ପ୍ରଦାନ କରିଥିଲେ ଏବଂ ଅଧିନାୟକ ଫରହାନ ୟୁସୁଫଙ୍କୁ ଟ୍ରଫି ପ୍ରଦାନ କରିଥିଲେ । କିନ୍ତୁ ଭାରତୀୟ ଖେଳାଳିମାନେ ତାଙ୍କ ସହିତ ମଞ୍ଚ ସେୟାର କରି ନଥିଲେ। ତା’ପରେ ନକଭିଙ୍କୁ ବିଜୟ ଉତ୍ସବ ପାଳନ କରିବା ଏବଂ ପାକିସ୍ତାନୀ ଖେଳାଳି ଏବଂ ଟିମ୍‌ ମ୍ୟାନେଜମେଣ୍ଟ ସହିତ ଫଟୋ ଉଠାଇଥିଲେ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ମୋହସିନ ନକଭି ଲଗାତାର ଭାବରେ ଆକର୍ଷଣର କେନ୍ଦ୍ରବିନ୍ଦୁ ରହିଆସିଛନ୍ତି । ପୂର୍ବରୁ ସିନିୟର ପୁରୁଷ ଏସିଆ କପ୍ ଫାଇନାଲ ସମୟରେ ବିବାଦ ଦେଖାଦେଇଥିଲା । ଯେତେବେଳେ ଭାରତୀୟ ଖେଳାଳିମାନେ ACC ମୁଖ୍ୟଙ୍କଠାରୁ ଟ୍ରଫି ଗ୍ରହଣ କରିବାକୁ ମନା କରି ଦେଇଥିଲେ । ଆଉ ଏହା ପରେ ନକଭି ଟ୍ରଫି ନେଇ ଷ୍ଟାଡିୟମରୁ ପଳେଇ ଥିଲେ । ଆଉ ରବିବାର ଭାରତୀୟ ଦଳ ନକଭିଙ୍କୁ ଅଣଦେଖା କରିବା ପରେ ସେ ପୁଣି ଚର୍ଚ୍ଚାକୁ ଆସିଛନ୍ତି ।

Related Topics

Explore more stories