India vs Pakistan U19 Asia Cup / ପାକିସ୍ତାନ ବିପକ୍ଷରେ ଫେଲ୍ ମାରିଲେ ସେହୱାଗ ଓ ଦ୍ରାବିଡ଼, ଏସିଆ କପ୍ରେ ଭାରତର ଦୟନୀୟ ଅବସ୍ଥା
·1 hour ago·2 min read

Key Points
ଏସିଆ କପ୍ରେ ଭାରତର ବିପର୍ଯ୍ୟୟ
ସେହୱାଗ-ଦ୍ରାବିଡ଼ଙ୍କ ବ୍ୟାଟ୍ ଚାଲିଲାନି
ପାକିସ୍ତାନ ଆଗରେ ଟିମ୍ ଇଣ୍ଡିଆ ଫେଲ୍
ସେହୱାଗ-ଦ୍ରାବିଡ଼ଙ୍କ ବ୍ୟାଟ୍ ଚାଲିଲାନି
ପାକିସ୍ତାନ ଆଗରେ ଟିମ୍ ଇଣ୍ଡିଆ ଫେଲ୍
ଅଣ୍ଡର-୧୯ ଏସିଆ କପ୍ରେ ଭାରତ ଓ ପାକିସ୍ତାନ ମଧ୍ୟରେ ଜୋରଦାର ମୁକାବିଲା ଜାରି ରହିଛି । ଏହି ହାଇଭୋଲଟେଜ୍ ମ୍ୟାଚ୍ରେ ଭାରତୀୟ ଦଳର ବ୍ୟାଟିଂ ଆରମ୍ଭରୁ ସଂଘର୍ଷ କରିଥିଲା । ତେବେ ଦୁଇ ପୂର୍ବତନ କ୍ରିକେଟର ବୀରେନ୍ଦ୍ର ସେହୱାଗଙ୍କ ପୁଅ ଆର୍ଯ୍ୟବୀର ସେହୱାଗ ମାତ୍ର ୨୨ ରନ୍ କରି ଆଉଟ୍ ହୋଇଛନ୍ତି। ସେହିପରି ପୂର୍ବତନ ଭାରତୀୟ ଅଧିନାୟକ ରାହୁଲ ଦ୍ରାବିଡଙ୍କ ପୁଅ ଅନଭ୍ୟ ଦ୍ରାବିଡ ମଧ୍ୟ ବ୍ୟାଟ୍ରେ ବିଶେଷ କମାଲ ଦେଖାଇପାରିନାହାନ୍ତି ।
ଟସ୍ ଜିତି ଭାରତ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । କିନ୍ତୁ ଇନିଂସର ଦ୍ୱିତୀୟ ବଲ୍ରେ ହିଁ ଅଧିନାୟକ ଲକ୍ଷ୍ୟ ରାୟଚନ୍ଦାନୀ ଅଲୀ ରଜାଙ୍କ ବଲ୍ରେ ବୋଲ୍ଡ ହୋଇଥିଲେ । ଅଧିନାୟକଙ୍କ ସହ ଓପନିଂ କରିଥିବା ଆର୍ଯ୍ୟବୀର ଏହାପରେ ସତର୍କତାର ସହ ବ୍ୟାଟିଂ କରିଥିଲେ ।
୪୦ ବଲ୍ରେ ୨୨ ରନ୍ କଲେ ଆର୍ଯ୍ୟବୀର
ପାକିସ୍ତାନୀ ବୋଲରଙ୍କ ଚାପରେ ଭାରତୀୟ ବ୍ୟାଟ୍ସମ୍ୟାନ୍ମାନେ ରନ୍ କରିବାକୁ ସଂଘର୍ଷ କରିଥିଲେ। ୧୭ତମ ଓଭର ବେଳକୁ ଭାରତୀୟ ଦଳ ୫୦ ରନ୍ ମଧ୍ୟ ଅତିକ୍ରମ କରିପାରିନଥିଲା। ଶେଷରେ ୧୭ତମ ଓଭରରେ ୪୦ଟି ବଲ୍ରୁ ୨୨ ରନ୍ କରି ଆର୍ଯ୍ୟବୀର ଆଉଟ୍ ହୋଇଥିଲେ। ତାଙ୍କ ଇନିଂସରେ ଗୋଟିଏ ଚୌକା ଓ ଗୋଟିଏ ଛକା ସାମିଲ ଥିଲା । ତେବେ ନେପାଳ ବିପକ୍ଷ ପ୍ରଥମ ମ୍ୟାଚ୍ରେ ଆର୍ଯ୍ୟବୀର ଦମଦାର ବ୍ୟାଟିଂ କରି ଅପରାଜିତ ୭୦ ରନ୍ କରିଥିଲେ ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଦ୍ରାବିଡଙ୍କ ପୁଅ ମଧ୍ୟ ନିରାଶ
ଅନ୍ୟପଟେ ଭାରତୀୟ ଦଳ ମାତ୍ର ୪୨ ରନ୍ରେ ୪ଟି ୱିକେଟ୍ ହରାଇ ସଙ୍କଟରେ ପଡ଼ିଥିଲା । ଏଭଳି ସ୍ଥିତିରେ ଅର୍ଜୁନ ରାଜପୁତ ଓ ଅନଭ୍ୟ ଦ୍ରାବିଡ ଇନିଂସକୁ ସମ୍ଭାଳିଥିଲେ । ଉଭୟଙ୍କ ମଧ୍ୟରେ ୪୪ ରନ୍ର ଗୁରୁତ୍ୱପୂର୍ଣ୍ଣ ପାର୍ଟନରସିପ୍ ହୋଇଥିଲା । ଏଥିସହ ଭାରତର ରନ୍ ଗତି ମଧ୍ୟ ବଢ଼ିବାକୁ ଲାଗିଥିଲା । କିନ୍ତୁ ୨୩ତମ ଓଭରରେ ମାତ୍ର ୧୦ ରନ୍ କରି ଦ୍ରାବିଡ ଆଉଟ୍ ହୋଇଥିଲେ ।
ଅର୍ଜୁନ ରାଜପୁତଙ୍କ ଅର୍ଦ୍ଧଶତକ
ଭାରତୀୟ ଦଳ ସଙ୍କଟରେ ଥିବାବେଳେ ଅର୍ଜୁନ ରାଜପୁତ ଦଳ ପାଇଁ ସାହାରା ପାଲଟିଥିଲେ । ସେ ପାକିସ୍ତାନୀ ବୋଲରଙ୍କୁ ଆକ୍ରମଣାତ୍ମକ ଢଙ୍ଗରେ ସାମ୍ନା କରିଥିଲେ । ମାତ୍ର ୪୩ଟି ବଲ୍ରେ ନିଜର ଅର୍ଦ୍ଧଶତକ ପୂରଣ କରି ଭାରତୀୟ ଇନିଂସକୁ ଆଗକୁ ବଢ଼ାଇଥିଲେ ।
ଉଲ୍ଲେଖଯୋଗ୍ୟ, ଅଣ୍ଡର-୧୯ ଏସିଆ କପ୍ର ପ୍ରଥମ ମ୍ୟାଚ୍ରେ ଭାରତ ନେପାଳକୁ ୧୦ ୱିକେଟ୍ରେ ପରାସ୍ତ କରିଥିଲା। ଗ୍ରୁପ୍-ଏରେ ଭାରତ ସହ ପାକିସ୍ତାନ, ନେପାଳ ଓ ୟୁଏଇ ରହିଛନ୍ତି। ଏବେ ଭାରତ-ପାକିସ୍ତାନ ମୁକାବିଲା ଉପରେ କ୍ରିକେଟ୍ ପ୍ରେମୀଙ୍କ ନଜର ରହିଛି ।

Related Topics
Explore more stories