Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

Viral Cricket Video / କ୍ରିକେଟ୍‌ ବିଶ୍ବକପ୍‌ରେ କମେଡି...ଜାଣିଶୁଣି ରନ୍‌ ଆଉଟ୍‌ ହେଲେ ପାକିସ୍ତାନୀ ବ୍ୟାଟ୍ସମ୍ୟାନ୍‌

Santosh Kumar Sahoo
Browse all articles by Santosh Kumar Sahoo
·5 months ago·2 min read
କ୍ରିକେଟ୍‌ ବିଶ୍ବକପ୍‌ରେ କମେଡି...ଜାଣିଶୁଣି ରନ୍‌ ଆଉଟ୍‌ ହେଲେ ପାକିସ୍ତାନୀ ବ୍ୟାଟ୍ସମ୍ୟାନ୍‌
PAK vs ENG

Key Points

U-19 ବିଶ୍ୱକପ୍‌ରେ ଅଜବ ଘଟଣା
ହସାଇଲା ପାକିସ୍ତାନୀ ରନ୍‌ଆଉଟ୍
ଜାଣିଶୁଣି ରନ୍‌ଆଉଟ୍‌ ହେଲେ ପାକିସ୍ତାନୀ ବ୍ୟାଟ୍ସମ୍ୟାନ୍
ଜାନୁଆରୀ ୧୫ରୁ ଆରମ୍ଭ ହୋଇଛି ଅଣ୍ଡର-୧୯ ପୁରୁଷ ବିଶ୍ବକପ୍‌ । ଜାନୁଆରୀ ୧୬ରେ ଅଣ୍ଡର-୧୯ ବିଶ୍ବକପ୍‌ର ଚତୁର୍ଥ ମ୍ୟାଚ୍‌ରେ ମୁହାଁମୁହିଁ ହୋଇଥିଲେ ଇଂଲଣ୍ଡ ଓ ବାଂଲାଦେଶ । ତେବେ ଏହି ମ୍ୟାଚ୍‌ରେ ଇଂଲଣ୍ଡ ୩୭ ରନ୍‌ରେ ବିଜୟ ଲାଭ କରିଥିଲା ।

ଶୁକ୍ରବାର ହରାରେ ଖେଳାଯାଇଥିବା ଟୁର୍ଣ୍ଣାମେଣ୍ଟର ଚତୁର୍ଥ ମ୍ୟାଚ୍‌ ବେଶ୍‌ ନାଟକୀୟ ଥିଲା ଏବଂ ଅଦ୍ଭୁତ ଢଙ୍ଗରେ ଶେଷ ହୋଇଥିଲା । ଏହି ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ୍‌ ଭାଇରାଲ ହେଉଛି ।


ପ୍ରଥମେ ବ୍ୟାଟିଂ କରି ଇଂଲଣ୍ଡ ୪୬.୫ ଓଭରରେ ୨୧୦ ରନରେ ଅଲଆଉଟ୍ ହୋଇଥିଲା । ପାକିସ୍ତାନର ଶୃଙ୍ଖଳିତ ବୋଲିଂ ଅଧିକାଂଶ ସମୟ ପାଇଁ ଇଂଲଣ୍ଡକୁ ଚାପରେ ରଖିଥିଲା । ଇଂଲଣ୍ଡ ପକ୍ଷରୁ ମଧ୍ୟକ୍ରମ ବ୍ୟାଟ୍ସମ୍ୟାନ୍ କାଲେବ୍ ଫକନର୍ ୭୩ ବଲରୁ ୬୬ ରନ କରିଥିଲେ । ଯେଉଁଥିରେ ସେ ତିନୋଟି ଚୌକା ଏବଂ ଦୁଇଟି ଛକା ସାମିଲ ଥିଲା । ପାକିସ୍ତାନ ପକ୍ଷରୁ ଅହମ୍ମଦ ହୁସେନ ୩ଟି ଓ୍ବିକେଟ୍‌ ନେଇଥିବା ବେଳେ ଅଲି ରଜା, ଅବଦୁଲ ସୁଭାନ ଏବଂ ମୋମିନ୍ କମର ଦୁଇଟି ଲେଖାଏଁ ଓ୍ବିକେଟ୍‌ ନେଇଥିଲେ ।

୨୧୧ ରନ୍‌ର ଟାର୍ଗେଟ୍‌ ନେଇ ପଡ଼ିଆକୁ ଓହ୍ଲାଇଥିବା ପାକିସ୍ତାନ ଭଲ ଆରମ୍ଭ କରିଥିଲା । ଅଧିନାୟକ ଫରହାନ ୟୁସୁଫ୍ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ୬୫ ରନ୍ କରି ସେ ଆଉଟ୍‌ ହେବା ପରେ ପାକିସ୍ତାନ ବ୍ୟାକଫୁଟ୍‌କୁ ଆସିଥିଲା । ଫରହାନ ୟୁସୁଫ୍‌ଙ୍କ ବ୍ୟତୀତ ଆଉ କୌଣସି ପାକିସ୍ତାନୀ ବ୍ୟାଟ୍ସମ୍ୟାନ୍‌ ଇଂଲଣ୍ଡର ଘାତକ ବୋଲିଂର ସାମ୍ନା କରିପାରିନଥିଲେ ।

ମ୍ୟାଚ୍‌ର ୪୭ ତମ ଓଭରରେ ପାକିସ୍ତାନର ସ୍କୋର ୧୭୩/୯ ଥିଲା ଯେତେବେଳେ ଏକ ଅଜବ ଘଟଣା ଘଟିଲା। ଅଲି ରାଜା କୌଣସି ରନ୍‌ ଚେଷ୍ଟା ନ କରି କ୍ରିଜ୍ ଛାଡି ଚାଲିଗଲେ । ଇଂଲଣ୍ଡ ଅଧିନାୟକ ଏବଂ ୱିକେଟକିପର ଥମାସ ରା' ରନ୍‌ ଆଉଟ୍‌ କରିଥିଲେ । ରି-ପ୍ଲେରେ ସ୍ପଷ୍ଟ ଭାବେ ଦେଖିବାକୁ ମିଳିଲା କି ରଜା କ୍ରିଜ୍ ବାହାରେ ଥିଲେ । ଏହି ହାସ୍ୟପୂର୍ଣ୍ଣ ରନଆଉଟ୍ ଫଳରେ ପାକିସ୍ତାନ ଏହି ମ୍ୟାଚ୍‌ରେ ପରାଜୟର ସ୍ପାଦ ଚାଖିଥିଲା । ଶେଷରେ ପାକିସ୍ତାନ ୪୬.୩ ଓଭରରେ ୧୭୩ ରନ୍‌ରେ ଅଲଆଉଟ୍ ହୋଇଥିଲା ଏବଂ ଇଂଲଣ୍ଡ ୩୭ ରନ୍‌ରେ ବିଜୟ ଲାଭ କରିଥିଲା । ଇଂଲଣ୍ଡ ଏବେ ଜାନୁଆରୀ ୧୮ ତାରିଖରେ ଜିମ୍ବାୱେ ସହିତ ଖେଳିବ । ଯେତେବେଳେ ପାକିସ୍ତାନ ଜାନୁଆରୀ ୧୯ ତାରିଖରେ ସ୍କଟଲାଣ୍ଡ ସହିତ ମୁହାଁମୁହିଁ ହେବ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Comedy Moment in U19 World Cup: Pakistani Batter Runs Himself Out | Argus News