Rajesh Mohanty Hat trick / IPL ଅକ୍ସନରେ କେହି କିଣିଲେନି, ଏବେ ବିଜୟ ହଜାରେ ହ୍ୟାଟ୍ରିକ୍ ନେଲେ ଓଡ଼ିଆ ପୁଅ
·8 months ago·2 min read

Key Points
IPLରେ ଅଣଦେଖା
ବିଜୟ ହଜାରେ ହିରୋ
ସର୍ଭିସେସ୍ ବିପକ୍ଷରେ ନେଲେ ହ୍ୟାଟ୍ରିକ୍
ବିଜୟ ହଜାରେ ହିରୋ
ସର୍ଭିସେସ୍ ବିପକ୍ଷରେ ନେଲେ ହ୍ୟାଟ୍ରିକ୍
ଇତିହାସ ରଚିଛନ୍ତି ଓଡ଼ିଶାର ଦ୍ରୁତ ବୋଲର ରାଜେଶ ମହାନ୍ତି । ଚଳିତ ବିଜୟ ହଜାରେ ଟ୍ରଫିରେ ସେ ନୂଆ ଇତିହାସ ସୃଷ୍ଟି କରିଛନ୍ତି । ଶୁକ୍ରବାର ସର୍ଭିସେସ୍ ବିପକ୍ଷ ମ୍ୟାଚ୍ରେ ସେ ଏପରି କିଛି ହାସଲ କରିଛନ୍ତି ଯାହା ଓଡ଼ିଶାରୁ କେହି କେବେ ହାସଲ କରିନାହାଁନ୍ତି ।
ବେଙ୍ଗାଲୁରୁର ଆଲୁରରେ ଶୁକ୍ରବାର ଓଡ଼ିଶା-ସର୍ଭିସେସ୍ ମଧ୍ୟରେ ବିଜୟ ହଜାରେ ଟ୍ରଫିର ଏକ ମ୍ୟାଚ୍ ଖେଳାଯାଉଥିଲା । ଏହି ମ୍ୟାଚ୍ରେ ପ୍ରଥମେ ବ୍ୟାଟିଂ କରୁଥିବା ସର୍ଭିସେସ୍କୁ ଆରମ୍ଭରୁ ନିଜ ଆକମ୍ରଣାତ୍ମକ ବୋଲିଂରେ ବ୍ୟାକଫୁଟ୍କୁ ଠେଲି ଦେଇଥିଲେ । ରାଜେଶ ଏହି ମ୍ୟାଚ୍ରେ ହ୍ୟାଟ୍ରିକ୍ ନେଇଥିଲେ । ଲିଷ୍ଟ ଏ କ୍ରିକେଟ୍ରେ ଏହି ସଫଳତା ହାସଲ କରିବାରେ ଓଡ଼ିଶାରୁ ରାଜେଶ ହେଉଛନ୍ତି ପ୍ରଥମ କ୍ରିକେଟ୍ର । ରାଜେଶଙ୍କ ଏହି ଚମତ୍କାର ପ୍ରଦର୍ଶନ ବଳରେ ଓଡ଼ିଶା ଚାରି ୱିକେଟ୍ରେ ସର୍ଭିସେସ୍କୁ ପରାସ୍ତ କରିଛି ।
ରାଜେଶ ସର୍ଭିସେସ୍ ଇନିଂସ୍ର ସପ୍ତମ ଓଭରରେ ହ୍ୟାଟ୍ରିକ୍ ନେଇଥିଲେ । ସେ ପ୍ରଥମ ବଲ୍ରେ ସାଗର ଦହିୟାଙ୍କୁ ଆଉଟ୍ କରିଥିଲେ । ସାଗର ବୋଲ୍ଡ ହୋଇଥିଲେ । ତା’ପରେ ସେ ପରବର୍ତ୍ତୀ ବଲ୍ରେ ଅମିତ ଶୁକ୍ଳାଙ୍କୁ LBW ଆଉଟ୍ କରିଥିଲେ । ରବି ଚୌହାନ ରାଜେଶଙ୍କ ତୃତୀୟ ଶିକାର ହୋଇଥିଲେ । ସେ ମଧ୍ୟ LBW ହୋଇଥିଲେ । ରାଜେଶ ୯ ଓଭରରେ ଦୁଇଟି ମେଡେନ ଓଭର ସମେତ ୨୫ ରନ୍ ଦେଇ ୪ ଓ୍ବିକେଟ୍ ନେଇଥିଲେ ।
ରାଜେଶ ମହାନ୍ତିଙ୍କ ଘାତକ ବୋଲିଂ ବଳରେ ସର୍ଭିସେସ୍ ୨୧.୫ ଓଭରରେ ମାତ୍ର ୮୩ ରନ୍ କରି ଅଲଆଉଟ୍ ହୋଇଥିଲା । ଓଡ଼ିଶା ପକ୍ଷରୁ ରାଜେଶ ମହାନ୍ତି ଓ ସମ୍ବିତ ବରାଳ ୪ଟି ଲେଖାଏଁ ଓ୍ବିକେଟ୍ ଅକ୍ତିଆର କରିଥିଲେ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଓଡ଼ିଶା ସମ୍ମୁଖରେ ୮୪ ରନର ଲକ୍ଷ୍ୟ ଥିଲା। ଏହା ସହଜ ଥିଲା, କିନ୍ତୁ ଓଡ଼ିଶା ଏହାକୁ ହାସଲ କରିବାକୁ ସଂଘର୍ଷ କରିଥିଲା। ସେମାନେ ଛଅଟି ୱିକେଟ ହରାଇଥିଲେ। ଦଳ ଖରାପ ଆରମ୍ଭ କରିଥିଲା । ସ୍ୱସ୍ତିକ ସାମଲ ପ୍ରଥମ ଓଭରରେ ହିଁ ନିତିନ ଯାଦବଙ୍କ ଦ୍ୱାରା କ୍ୟାଚ୍ ହୋଇଥିଲେ । ଓମ୍ ଟି. ମୁଣ୍ଡେଙ୍କୁ ପୁନମ ପୁନିଆ ଆଉଟ୍ କରିଥିଲେ । ପୁନିଆ ଲଗାତାର ୱିକେଟ ନେଇ ଓଡ଼ିଶାକୁ ଅସୁବିଧାରେ ପକାଇଥିଲେ । କିନ୍ତୁ ସନ୍ଦୀପ ପଟ୍ଟନାୟକ ଶେଷ ପର୍ଯ୍ୟନ୍ତ କ୍ରିଜ୍ରେ ରହିଥିଲେ ଏବଂ ଦଳକୁ ବିଜୟୀ କରାଇଥିଲେ । ଏହି ଟାର୍ଗେଟ୍କୁ ଓଡ଼ିଶା ୬ ଓ୍ବିକେଟ୍ ହରାଇ ହାସଲ କରିଥିଲା । ସନ୍ଦୀପ ୬୯ ବଲରୁ ଅପରାଜିତ ୩୨ ରନ କରିଥିଲେ । ସେହିପରି ରାଜେଶ ୧୨ ରନ ଓ ଗୋବିନ୍ଦ ପୋଦାର ୧୧ ରନ କରିଥିଲେ । ସର୍ଭିସେସ୍ ପକ୍ଷରୁ ପୁନିଆ ଚାରିଟି ୱିକେଟ ନେଇଥିଲେ ।
Related Topics
Explore more stories