Vaibhav Sooryavanshi / ୨୦୦ ନୁହେଁ ଆଗକୁ ୩୦୦ ରନ୍ ବି କରିବେ ବୈଭବ; ବଡ଼ ଭବିଷ୍ୟବାଣୀ କଲେ ବେବି ବସ୍ଙ୍କ କୋଚ୍
·1 hour ago·2 min read

Key Points
ଯୁବ ବ୍ୟାଟର ବୈଭବ ସୂର୍ଯ୍ୟବଂଶୀ ୟୁଏଇ ବିପକ୍ଷରେ ମାତ୍ର ୫୨ ବଲ୍ରେ ୨୦୪ ରନ୍ କରି ଏବେ ଚର୍ଚ୍ଚାରେ ଅଛନ୍ତି । ତାଙ୍କର ଏହି ରେକର୍ଡ ପାଳି ପରେ ବୈଭବଙ୍କ ପିଲାଦିନର କୋଚ୍ ମନୀଷ ଓଝା ଏବେ ବଡ଼ ଭବିଷ୍ୟବାଣୀ କରିଛନ୍ତି ।
ମୁମ୍ବାଇ: ଏସିସି ମେନ୍ସ ଏସିଆ କପ୍ ରାଇଜି ଷ୍ଟାର୍ସରେ ବୈଭବ ସୂର୍ଯ୍ୟବଂଶୀଙ୍କ ଦବଦବା । ମାତ୍ର ୧୫ ବର୍ଷର ବୈଭବଙ୍କ ବ୍ୟାଟିଂରେ ସମସ୍ତେ ଚକିତ । ଯୁବ ବ୍ୟାଟର ବୈଭବ ସୂର୍ଯ୍ୟବଂଶୀ ୟୁଏଇ ବିପକ୍ଷରେ ମାତ୍ର ୫୨ ବଲ୍ରେ ୨୦୪ ରନ୍ କରି ଏବେ ଚର୍ଚ୍ଚାରେ ଅଛନ୍ତି । ତାଙ୍କର ଏହି ରେକର୍ଡ ପାଳି ପରେ ବୈଭବଙ୍କ ପିଲାଦିନର କୋଚ୍ ମନୀଷ ଓଝା ଏବେ ବଡ଼ ଭବିଷ୍ୟବାଣୀ କରିଛନ୍ତି ।
ମନୀଷ ଓଝାଙ୍କ କହିବା କଥା, ଦିନେ ବୈଭବ ଦିନିକିଆ କ୍ରିକେଟ୍ରେ ୩୦୦ ରନ୍ ମଧ୍ୟ କରିପାରିବେ । ମନୀଷ କହିଛନ୍ତି, "ବୈଭବଙ୍କ ଏହି ପାଳି ଅବିଶ୍ଵସନୀୟ ଥିଲା । ତାଙ୍କ ବ୍ୟାଟିଂରେ ଆକ୍ରମଣାତ୍ମକ ଖେଳ, ମନୋରଞ୍ଜନ ଓ ଭଲ ସଟ୍ର ମିଶ୍ରଣ ଦେଖିବାକୁ ମିଳିଥିଲା । ଏହି ପ୍ରଦର୍ଶନ ପରେ ତାଙ୍କ ଉପରେ ଆଶା ଆହୁରି ବଢ଼ିଛି ।
ଏଥିସହ ପଢ଼ନ୍ତୁ: ‘କୌଣସି ସେଲିବ୍ରେଶନ ନାହିଁ’: ଐତିହାସିକ ଦ୍ୱିଶତକ ପରେ ବୈଭବଙ୍କ ଆଶ୍ଚର୍ଯ୍ୟଜନକ ବୟାନ ଭାଇରାଲ
୫୨ ବଲ୍ରେ ୨୦୪ ରନ୍, ଭାଙ୍ଗିଲେ ରେକର୍ଡ
ଏସିସି ମେନ୍ସ ଏସିଆ କପ୍ ରାଇଜିଂ ଷ୍ଟାର୍ସ ୨୦୨୬ରେ ୟୁଏଇ ବିପକ୍ଷରେ ଇଣ୍ଡିଆ-ଏ ପକ୍ଷରୁ ଖେଳି ବୈଭବ ୫୩ ବଲ୍ରେ ୨୦୪ ରନ୍ କରିଥିଲେ । ଏହି ପାଳିରେ ସେ ୨୮ଟି ଛକା ଓ ୭ଟି ଚଉକା ମାରିଥିଲେ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ସବୁଠାରୁ ବଡ଼ କଥା ହେଉଛି, ମାତ୍ର ୨୮ ବଲ୍ରେ ଶତକ ଏବଂ ୫୨ ବଲ୍ରେ ଦ୍ୱିଶତକ ପୂରଣ କରିଛନ୍ତି ବୈଭବ । ଏହା ସହ ଲିଷ୍ଟ-ଏ କ୍ରିକେଟ୍ରେ ଦ୍ରୁତତମ ଶତକ ଓ ଦ୍ୱିଶତକର ରେକର୍ଡର ଅଧିକାରୀ ହୋଇଛନ୍ତି । ବୈଭବଙ୍କ ଏହି ଧମାକାଦାର ବ୍ୟାଟିଂ ଯୋଗୁଁ ଇଣ୍ଡିଆ-ଏ ମାତ୍ର ୧୪.୩ ଓଭରରେ ୨୫୦ ରନ୍ର ଲକ୍ଷ୍ୟ ହାସଲ କରି ବିଜୟୀ ହୋଇଛି ।
ବୈଭବଙ୍କ ପ୍ରଦର୍ଶନକୁ ନେଇ ମନୀଷ ଓଝା ଆହୁରି କହିଛନ୍ତି ଯେ, "ବର୍ତ୍ତମାନ ତାଙ୍କ ରେକର୍ଡ ଭାଙ୍ଗିବା ଭଳି ତାଙ୍କୁ ଦେଖାଯାଉନାହାନ୍ତି । ଏଥିପାଇଁ ବୋଧହୁଏ କ୍ରିସ୍ ଗେଲ୍ଙ୍କୁ ପୁଣି ଥରେ କ୍ରିକେଟ୍କୁ ଫେରିବାକୁ ପଡ଼ିବ । ବୈଭବଙ୍କ ରେକର୍ଡ କେବଳ ବୈଭବ ହିଁ ଭାଙ୍ଗିପାରିବେ ।
ମନୀଷଙ୍କ କହିବା ଅନୁସାରେ, ବୈଭବ ନିଜ ରେକର୍ଡ କିମ୍ବା ସଂଖ୍ୟା ଉପରେ ଅଧିକ ଧ୍ୟାନ ଦିଅନ୍ତି ନାହିଁ । ତାଙ୍କ ନଜର କେବଳ ବଲ୍ ଉପରେ ରହିଥାଏ । ଯଦି ବଲ୍ ତାଙ୍କ ମାରିବା ସୀମା ଭିତରକୁ ଆସେ, ତେବେ ସେ ତାହାକୁ ମାରିବାକୁ ପଛାନ୍ତି ନାହିଁ ।
ଟିମ୍ ଇଣ୍ଡିଆରେ ଅଧିକ ସୁଯୋଗ ଦେବାକୁ ଦାବି
ବୈଭବ ଆଇପିଏଲ୍ ୨୦୨୬ରେ ରାଜସ୍ଥାନ ରୟାଲ୍ସ ପାଇଁ ଖେଳି ୩୬ ବଲ୍ରେ ଶତକ ମାରିଥିଲେ । ପୂରା ସିଜିନ୍ରେ ୭୭୬ ରନ୍ କରି ଅରେଞ୍ଜ କ୍ୟାପ୍ ଜିତିଥିଲେ । ତାଙ୍କ ବ୍ୟାଟ୍ରୁ ୬୫ଟି ଛକା ମଧ୍ୟ ଆସିଥିଲା ।
ତେବେ ଏତେ ଭଲ ପ୍ରଦର୍ଶନ ସତ୍ତ୍ୱେ ଭାରତର ସିନିୟର ଟିମ୍ରେ ତାଙ୍କୁ ନିୟମିତ ସୁଯୋଗ ମିଳୁନାହିଁ । ଏହାକୁ ନେଇ ମନୀଷ ଓଝା ଟିମ୍ ମ୍ୟାନେଜମେଣ୍ଟକୁ ଅଧିକ ସୁଯୋଗ ଦେବାକୁ ଦାବି କରିଛନ୍ତି ।

ଏଥିସହ ପଢ଼ନ୍ତୁ: ବୈଭବଙ୍କ ବିସ୍ଫୋରକ ଦ୍ୱିଶତକ… UAEକୁ ଧୂଳି ଚଟାଇ ସେମିଫାଇନାଲରେ ଟିମ୍ ଇଣ୍ଡିଆ
ତାଙ୍କ ମତରେ, ଜଣେ ଖେଳାଳି ପଡ଼ିଆକୁ ଓହ୍ଲାଇଲେ ହିଁ ଅଭିଜ୍ଞତା ହାସଲ କରିଥାଏ । କେବଳ ବେଞ୍ଚରେ ବସି ରହିଲେ ଅଭିଜ୍ଞତା ମିଳେ ନାହିଁ । ୫ଟି ମ୍ୟାଚ୍ର ସିରିଜ୍ରେ ବୈଭବଙ୍କୁ ଅତିକମ୍ରେ ୨ରୁ ୩ଟି ମ୍ୟାଚ୍ ଖେଳିବାର ସୁଯୋଗ ମିଳିବା ଉଚିତ୍ । ଭଲ ପ୍ରଦର୍ଶନ କଲେ ପରବର୍ତ୍ତୀ ମ୍ୟାଚ୍ରେ ମଧ୍ୟ ତାଙ୍କୁ ସୁଯୋଗ ଦେବା ଦରକାର ବୋଲି ମନୀଷ କହିଛନ୍ତି ।

Related Topics
Explore more stories