Videos
|
Sports

Vaibhav Sooryavanshi Debut / ଡେବ୍ୟୁ ପୂର୍ବରୁ ଆର୍ୟାଲାଣ୍ଡରେ ବୈଭବଙ୍କ ଜଲୱା, ଟିକେଟ୍‌ ପାଇଁ ଲମ୍ବା ଲାଇନ୍‌

Santosh Kumar Sahoo
Browse all articles by Santosh Kumar Sahoo
·1 month ago·2 min read
ଡେବ୍ୟୁ ପୂର୍ବରୁ ଆର୍ୟାଲାଣ୍ଡରେ ବୈଭବଙ୍କ ଜଲୱା, ଟିକେଟ୍‌ ପାଇଁ ଲମ୍ବା ଲାଇନ୍‌
Vaibhav Sooryavanshi

Key Points

ବୈଭବ ସୂର୍ଯ୍ୟବଂଶୀଙ୍କୁ ଦେଖିବାକୁ ପାଗଳ ଫ୍ୟାନ୍
ଆୟାର୍ଲାଣ୍ଡରେ ବଡ଼ କ୍ରେଜ୍
ଷ୍ଟାଡିୟମ୍ ବାହାରେ ଟିକେଟ୍ ଲାଇନ୍
ଜୁନ୍‌ ୨୬ରୁ ଭାରତ-ଆର୍ୟାଲାଣ୍ଡ ମଧ୍ୟରେ ଆରମ୍ଭ ହେବାକୁ ଯାଉଛି ଦୁଇ ମ୍ୟାଚ୍‌ ବିଶିଷ୍ଟ ଟି-୨୦ ସିରିଜ୍‌ । ଆଉ ଏହି ସିରିଜ୍‌ ପୂର୍ବରୁ "ବେବି ବସ୍" ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ କ୍ରିକେଟ୍ ପ୍ରେମୀଙ୍କ ମଧ୍ୟରେ ଦେଖିବାକୁ ମିଳୁଛି ପ୍ରବଳ ଉତ୍ସାହ । ଆୟାର୍ଲାଣ୍ଡ ବିପକ୍ଷ ଟି-୨୦ ସିରିଜ୍‌ରେ ବୈଭବ ଡେବ୍ୟୁ କରିପାରନ୍ତି । ତେଣୁ ସୂର୍ଯ୍ୟବଂଶୀଙ୍କ ଧୁଆଁଧାର ବ୍ୟାଟିଂ ଦେଖିବାକୁ କ୍ରିକେଟ ପ୍ରେମୀଙ୍କ ମଧ୍ୟରେ ନାହିଁ ନଥିବା ଉତ୍ସାହ ଦେଖିବାକୁ ମିଳୁଛି ।

ପୂର୍ବତନ ଭାରତୀୟ ଏବଂ ଆଇରିଶ କ୍ରିକେଟର ଏମଭି ନରସିଂହ ରାଓ ବିଶ୍ୱାସ କରନ୍ତି ଯେ ସମଗ୍ର ୟୁରୋପରୁ କ୍ରିକେଟ୍ ପ୍ରେମୀ ବୈଭବଙ୍କୁ ପଡ଼ିଆରେ ଦେଖିବା ପାଇଁ ବେଲଫାଷ୍ଟ ଆସୁଛନ୍ତି । ସେ କହିଛନ୍ତି ଯେ ଷ୍ଟର୍ମଣ୍ଟ କ୍ରିକେଟ୍ ଗ୍ରାଉଣ୍ଡରେ ପ୍ରାୟ ୭,୦୦୦ ଦର୍ଶକଙ୍କ କ୍ଷମତା ଅଛି । କିନ୍ତୁ ବୈଭବଙ୍କୁ ଦେଖିବା ପାଇଁ ଟିକେଟ୍ ଚାହିଦା ନିରନ୍ତର ବୃଦ୍ଧି ପାଉଛି । ରାଓ କହିଛନ୍ତି ଯେ, ଲୋକମାନେ କେବଳ ଆୟାର୍ଲାଣ୍ଡରୁ ନୁହେଁ ବରଂ ପ୍ୟାରିସ ସମେତ ଅନ୍ୟାନ୍ୟ ୟୁରୋପୀୟ ସହରରୁ ମଧ୍ୟ ଆସିବାକୁ ଚାହାଁନ୍ତି । ତେଣୁ ଟିକେଟ୍‌ ନେଇ ଆୟୋଜକମାନେ ଏକ ବଡ଼ ଚ୍ୟାଲେଞ୍ଜର ସମ୍ମୁଖୀନ ହୋଇପାରନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି ଯେ ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ଜନସାଧାରଣଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଅଛି ଏବଂ ସମସ୍ତେ ତାଙ୍କୁ ଭାରତୀୟ ଦଳର ଜର୍ସିରେ ଖେଳିବାକୁ ଦେଖିବାକୁ ଚାହାଁନ୍ତି । ଯଦି ସେ ପ୍ଲେଇଂ ଇଲେଭେନରେ ସୁଯୋଗ ପାଆନ୍ତି, ତେବେ ଏହା ତାଙ୍କ କ୍ୟାରିୟରର ପ୍ରଥମ ଅନ୍ତର୍ଜାତୀୟ ମ୍ୟାଚ୍ ହେବ ।

ଭାରତୀୟ କ୍ରିକେଟରେ ଜଣେ ଉଦୀୟମାନ ତାରକା ଭାବରେ ନିଜକୁ ପ୍ରତିଷ୍ଠିତ କରିଥିବା ବୈଭବ ସୂର୍ଯ୍ୟବଂଶୀ କମ୍ ବୟସରେ ନିଜ ପ୍ରତିଭା ଦ୍ୱାରା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିସାରିଛନ୍ତି । ଏହି କାରଣରୁ ତାଙ୍କର ସମ୍ଭାବ୍ୟ ଡେବ୍ୟୁ କେବଳ ଭାରତ ନୁହେଁ ବରଂ ୟୁରୋପର କ୍ରିକେଟ ପ୍ରଶଂସକଙ୍କ ମଧ୍ୟରେ ଯଥେଷ୍ଟ ଉତ୍ସାହ ସୃଷ୍ଟି କରୁଛି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Vaibhav Sooryavanshi Craze In Ireland Ahead Of T20 Debut | Argus News