Vaibhav Sooryavanshi Duleep Trophy / ଟିମ୍ ଇଣ୍ଡିଆ ପୂର୍ବରୁ ଦଲୀପ ଟ୍ରଫିରେ ଖେଳିବେ ବୈଭବ ସୂର୍ଯ୍ୟବଂଶୀ, ବିସିସିଆଇ ଘୋଷଣା କଲା ସମ୍ପୂର୍ଣ୍ଣ ସୂଚୀ
·2 weeks ago·2 min read

Key Points
ଟିମ୍ ଇଣ୍ଡିଆ ପୂର୍ବରୁ ମଇଦାନକୁ ଓହ୍ଲାଇବେ ବୈଭବ
ଦଲୀପ ଟ୍ରଫିର ସୂଚୀ ଘୋଷଣା
ବୈଭବ ସୂର୍ଯ୍ୟବଂଶୀ କେବେ ଓ କେଉଁଠି ଖେଳିବେ ?
ଦଲୀପ ଟ୍ରଫିର ସୂଚୀ ଘୋଷଣା
ବୈଭବ ସୂର୍ଯ୍ୟବଂଶୀ କେବେ ଓ କେଉଁଠି ଖେଳିବେ ?
ଭାରତୀୟ ଟି-୨୦ ଦଳରେ ନିଜ ପ୍ରତିଭାର ଛାପ ଛାଡ଼ିଥିବା ଯୁବ ତାରକା ବୈଭବ ସୂର୍ଯ୍ୟବଂଶୀ ପୁଣିଥରେ ମଇଦାନକୁ ଫେରିବାକୁ ପ୍ରସ୍ତୁତ । ଟିମ୍ ଇଣ୍ଡିଆର ଜର୍ସିରେ ନଜର ଆସିବା ପୂର୍ବରୁ ସେ ଦୁଲୀପ ଟ୍ରଫି ୨୦୨୬ରେ ନିଜ ଦମ୍ ଦେଖାଇବେ । ବିସିସିଆଇ ଦୁଲୀପ ଟ୍ରଫିର ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ ଘୋଷଣା କରିଥିବାବେଳେ ବୈଭବଙ୍କୁ ଇଷ୍ଟ ଜୋନ୍ ଦଳର ଉପଅଧିନାୟକ ଭାବେ ସାମିଲ କରାଯାଇଛି । ଈଶାନ କିଶନଙ୍କ ନେତୃତ୍ୱରେ ସେ ଅଗଷ୍ଟ ୨୩ରୁ ଦଲୀପ ଟ୍ରଫିରେ ଅଭିଯାନ ଆରମ୍ଭ କରିବେ ।
ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ୍ ବୋର୍ଡ (ବିସିସିଆଇ) ପକ୍ଷରୁ ଦୁଲୀପ ଟ୍ରଫି ୨୦୨୬ର ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି । ଟୁର୍ଣ୍ଣାମେଣ୍ଟର ଚାରିଟି ମ୍ୟାଚ୍ ବେଙ୍ଗାଲୁରୁରେ ଖେଳାଯିବାକୁ ଥିବାବେଳେ ଫାଇନାଲ୍ ମ୍ୟାଚ୍ ଚେନ୍ନାଇର ଏମ୍.ଏ. ଚିଦମ୍ବରମ୍ ଷ୍ଟାଡିୟମ୍ରେ ଅନୁଷ୍ଠିତ ହେବ ।
ଦୁଲୀପ ଟ୍ରଫି ସୂଚୀ ଘୋଷଣା
ବିସିସିଆଇ ଆନୁଷ୍ଠାନିକ ଭାବରେ ଦୁଲୀପ ଟ୍ରଫିର ପୂର୍ଣ୍ଣ କାର୍ଯ୍ୟସୂଚୀ ଘୋଷଣା କରିଛି । ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚ୍ ଅଗଷ୍ଟ ୨୩ ରୁ ୨୬ ତାରିଖ ପର୍ଯ୍ୟନ୍ତ ଇଷ୍ଟ ଜୋନ୍ ଏବଂ ନର୍ଥ ଇଷ୍ଟ ଜୋନ୍ ମଧ୍ୟରେ ଖେଳାଯିବ । କ୍ୱାର୍ଟର ଫାଇନାଲ୍ ମ୍ୟାଚର ବିଜୟୀ ଦଳଗୁଡ଼ିକ ଅଗଷ୍ଟ ୩୦ ରୁ ସେପ୍ଟେମ୍ବର ୨ ପର୍ଯ୍ୟନ୍ତ ସେମିଫାଇନାଲ୍ ଖେଳିବେ, ଯେତେବେଳେ ଫାଇନାଲ୍ ସେପ୍ଟେମ୍ବର ୬ ରୁ ୧୦ ତାରିଖ ପର୍ଯ୍ୟନ୍ତ ଚେନ୍ନାଇର ଏମଏ ଚିଦାମ୍ବରମ୍ ଷ୍ଟାଡିୟମରେ ଅନୁଷ୍ଠିତ ହେବ ।
ଦୁଲୀପ ଟ୍ରଫି ସୂଚୀ:
ଅଗଷ୍ଟ ୨୩-୨୬, ୨୦୨୬: ଇଷ୍ଟ ଜୋନ୍ ବନାମ ନର୍ଥ ଇଷ୍ଟ ଜୋନ୍ (କ୍ୱାର୍ଟରଫାଇନାଲ୍ ୧) – BCCI COE ଗ୍ରାଉଣ୍ଡ ୨ (ବେଙ୍ଗାଲୁରୁ)
ଅଗଷ୍ଟ ୨୩-୨୬, ୨୦୨୬: ନର୍ଥ ଜୋନ୍ ବନାମ ଓ୍ବେଷ୍ଟ ଜୋନ୍ (କ୍ୱାର୍ଟରଫାଇନାଲ୍ ୨) – BCCI COE ଗ୍ରାଉଣ୍ଡ ୧ (ବେଙ୍ଗାଲୁରୁ)
ଅଗଷ୍ଟ ୩୦-ସେପ୍ଟେମ୍ବର ୨, ୨୦୨୬: ସେଣ୍ଟ୍ରାଲ ଜୋନ୍ ବନାମ QF ୧ ବିଜେତା (ସେମିଫାଇନାଲ୍ ୧) – BCCI COE ଗ୍ରାଉଣ୍ଡ ୧ (ବେଙ୍ଗାଲୁରୁ)
ଅଗଷ୍ଟ ୩୦-ସେପ୍ଟେମ୍ବର ୨, ୨୦୨୬: ସାଉଥ୍ ଜୋନ୍ ବନାମ QF ୨ ବିଜେତା (ସେମିଫାଇନାଲ୍ ୨) – BCCI COE ଗ୍ରାଉଣ୍ଡ ୨ (ବେଙ୍ଗାଲୁରୁ)
ସେପ୍ଟେମ୍ବର ୬-୧୦, ୨୦୨୬: SF ୧ ବିଜେତା ବନାମ SF ୨ ବିଜେତା (ଫାଇନାଲ୍) – MA ଚିଦାମ୍ବରମ୍ ଷ୍ଟାଡିୟମ୍ (ଚେନ୍ନାଇ)

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ବୈଭବ ସୂର୍ଯ୍ୟବଂଶୀ କେଉଁ ଦଳ ପାଇଁ ଖେଳିବେ ?
ଟିମ୍ ଇଣ୍ଡିଆ ବର୍ତ୍ତମାନ କୌଣସି ଟି-୨୦ ଖେଳୁନାହିଁ । ଏହି କାରଣରୁ ବୈଭବ ସୂର୍ଯ୍ୟବଂଶୀ ଘରୋଇ କ୍ରିକେଟ୍ ଖେଳୁଥିବାର ନଜର ଆସିବେ । ତାଙ୍କୁ ଦୁଲୀପ ଟ୍ରଫି ପାଇଁ ଇଷ୍ଟ ଜୋନ୍ ଦଳରେ ସାମିଲ କରାଯାଇଛି । ବୈଭବଙ୍କୁ ଦଳର ଉପ-ଅଧିନାୟକ ନିଯୁକ୍ତ କରାଯାଇଛି ଏବଂ ସେ ଇଶାନ କିଶନଙ୍କ ଅଧିନାୟକତ୍ୱରେ ଖେଳିବେ । ଦଲୀପ ଟ୍ରଫି ପରେ ସେ ସେପ୍ଟେମ୍ବରରେ ଆଫଗାନିସ୍ତାନ ବିପକ୍ଷ ଟି-୨୦ ସିରିଜ୍ରେ ଭାରତୀୟ ଦଳ ପାଇଁ ଖେଳିବାକୁ ଯାଉଛନ୍ତି ।

Related Topics
Explore more stories