Vaibhav Sooryavanshi Crying / ଟିମ୍ ଇଣ୍ଡିଆରୁ ବାଦ୍ ପଡ଼ିବା ପରେ କାନ୍ଦି ପକାଇଲେ ବୈଭବ ସୂର୍ଯ୍ୟବଂଶୀ ! ଭାଇରାଲ୍ ହେଲା VIDEO
·1 hour ago·2 min read

Key Points
ବୈଭବ ସୂର୍ଯ୍ୟବଂଶୀଙ୍କ ଆଖିରେ ଲୁହ!
ହାର ପରେ ଭାବପ୍ରବଣ VIDEO ଭାଇରାଲ୍
ଟିମ୍ ଇଣ୍ଡିଆରୁ ବାଦ୍ ହେବା ପରେ କାନ୍ଦିଲେ ବୈଭବ ସୂର୍ଯ୍ୟବଂଶୀ

ଇଂଲଣ୍ଡ ବିପକ୍ଷ ସିରିଜରେ ଭାରତର ପରାଜୟ ଯେତିକି ଚର୍ଚ୍ଚାରେ ରହିଲା, ସେତିକି ଚର୍ଚ୍ଚାରେ ରହିଲେ ଯୁବ ବ୍ୟାଟ୍ସମ୍ୟାନ୍ ବୈଭବ ସୂର୍ଯ୍ୟବଂଶୀ । ଶେଷ ଟି-୨୦ରୁ ବାଦ ପଡ଼ିବା ପରେ ଡଗ୍ଆଉଟ୍ରେ ତାଙ୍କ ଭାବପ୍ରବଣ ମୁହୂର୍ତ୍ତର ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେଉଛି ।
ଇଂଲଣ୍ଡ ବିପକ୍ଷରେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜରେ ୪-୦ରେ ପରାଜୟ ବରଣ କରିଛି ଟିମ୍ ଇଣ୍ଡିଆ । ଏହି ସିରିଜ୍ ବୈଭବ ସୂର୍ଯ୍ୟବଂଶୀଙ୍କ ଡେବ୍ୟୁ ପାଇଁ ମନେ ରହିବ । ୧୫ ବର୍ଷ ବୟସରେ ବିହାରର ଏହି ଷ୍ଟାର ଖେଳାଳିଙ୍କୁ ଟିମ୍ ଇଣ୍ଡିଆ ପାଇଁ ଖେଳିବାର ସୁଯୋଗ ମିଳିଥିଲା । କିନ୍ତୁ ୩ଟି ମ୍ୟାଚ୍ରେ ସୁଯୋଗ ପରେ ସିରିଜ୍ର ଶେଷ ମ୍ୟାଚ୍ରୁ ତାଙ୍କୁ ବାଦ୍ ଦିଆଯାଇଥିଲା । ଆଉ ଏସବୁ ମଧ୍ୟରେ ଏବେ ଏକ ଭିଡିଓ ସାମ୍ନାକୁ ଆସିଛି । ଯେଉଁଥିରେ ବୈଭବ ସୂର୍ଯ୍ୟବଂଶୀଙ୍କୁ ଟିମ୍ ଇଣ୍ଡିଆରୁ ବାଦ୍ ଦିଆଯିବା ପରେ କାନ୍ଦୁ ଥିବାର ଦେଖିବାକୁ ମିଳୁଛି ।
ଦଳରୁ ବାଦ ଦିଆଯିବା ପରେ ବୈଭବ ସୂର୍ଯ୍ୟବଂଶୀ ଭାବପ୍ରବଣ ହେଲେ !
ଇଂଲଣ୍ଡ ବିପକ୍ଷରେ ଦ୍ୱିତୀୟ ଟି-୨୦ ମ୍ୟାଚରେ ଡେବ୍ୟୁ କରିଥିଲେ ଏବଂ ତାଙ୍କ କ୍ୟାରିୟରର ପ୍ରଥମ ତିନୋଟି ମ୍ୟାଚରେ ପ୍ରଭାବ ପକାଇପାରି ନଥିଲେ ବୈଭବ । ଏହି କାରଣରୁ ଅଧିନାୟକ ଶ୍ରେୟସ ଆୟର ତାଙ୍କୁ ପଞ୍ଚମ ଟି-୨୦ ପାଇଁ ଦଳରୁ ବାଦ ଦେଇଥିଲେ, ସଞ୍ଜୁ ସାମସନଙ୍କୁ ପ୍ଲେଇଂ ଇଲେଭେନକୁ ପୁଣି ଆଣିଥିଲେ । ଟିମ୍ ଇଣ୍ଡିଆରୁ ବାଦ୍ ପଡ଼ିବା ପରେ ସେ ଇମୋସନାଲ ହୋଇଯାଇଥିଲେ ।
ଏବେ ସୋସିଆଲ ମିଡିଆରେ ଏକ ଭିଡିଓ ବେଶ୍ ଭାଇରାଲ ହେଉଛି, ଯେଉଁଥିରେ ବୈଭବ ସୂର୍ଯ୍ୟବଂଶୀ ପଞ୍ଚମ ଟି-୨୦ ମ୍ୟାଚ୍ ହାରିବା ପରେ ଡଗ୍ ଆଉଟରେ ଚେୟାରରେ ବସିଥିବାର ଦେଖାଯାଉଛି ଏବଂ ତାଙ୍କ ଆଖିରେ ଲୁହ ରହିଛି । ବୈଭବ ତାଙ୍କ ଲୁହ ପୋଛି ମୁଣ୍ଡ ତଳକୁ କରି ବସିଥିଲେ ।
ବୈଭବ ସୂର୍ଯ୍ୟବଂଶୀ କିପରି ପ୍ରଦର୍ଶନ କରିଥିଲେ ?
ବୈଭବ ସୂର୍ଯ୍ୟବଂଶୀ ଇଂଲଣ୍ଡ ବିପକ୍ଷରେ ତିନୋଟି ଟି-୨୦ ମ୍ୟାଚ୍ ଖେଳିଥିଲେ, ମୋଟ ୪୨ ରନ୍ କରିଥିଲେ। ସୂର୍ଯ୍ୟବଂଶୀଙ୍କ ସର୍ବାଧିକ ସ୍କୋର ୧୫ ଥିଲା। ସମସ୍ତ ମ୍ୟାଚରେ ବୈଭବ ଆରମ୍ଭରୁ ଭଲ ସ୍ଥିତିରେ ଥିବା ଦେଖାଯାଉଥିଲେ, କିନ୍ତୁ ସେ ତାଙ୍କ ଇନିଂସକୁ ବଡ଼ ସ୍କୋରରେ ପରିଣତ କରିପାରି ନଥିଲେ ।

Look at the way Vaibhav Suryavanshi is crying after being dropped, sitting alone in disappointment. 💔
— Sonu (@Cricket_live247) July 11, 2026
It feels like a harsh decision by Gautam Gambhir and Shreyas Iyer. 🥹 pic.twitter.com/HbTn8Nxqrr
ଦଳରୁ ବାଦ ଦିଆଯିବା ପରେ ବୈଭବ ସୂର୍ଯ୍ୟବଂଶୀ ଭାବପ୍ରବଣ ହେଲେ !
ଇଂଲଣ୍ଡ ବିପକ୍ଷରେ ଦ୍ୱିତୀୟ ଟି-୨୦ ମ୍ୟାଚରେ ଡେବ୍ୟୁ କରିଥିଲେ ଏବଂ ତାଙ୍କ କ୍ୟାରିୟରର ପ୍ରଥମ ତିନୋଟି ମ୍ୟାଚରେ ପ୍ରଭାବ ପକାଇପାରି ନଥିଲେ ବୈଭବ । ଏହି କାରଣରୁ ଅଧିନାୟକ ଶ୍ରେୟସ ଆୟର ତାଙ୍କୁ ପଞ୍ଚମ ଟି-୨୦ ପାଇଁ ଦଳରୁ ବାଦ ଦେଇଥିଲେ, ସଞ୍ଜୁ ସାମସନଙ୍କୁ ପ୍ଲେଇଂ ଇଲେଭେନକୁ ପୁଣି ଆଣିଥିଲେ । ଟିମ୍ ଇଣ୍ଡିଆରୁ ବାଦ୍ ପଡ଼ିବା ପରେ ସେ ଇମୋସନାଲ ହୋଇଯାଇଥିଲେ ।
ଏବେ ସୋସିଆଲ ମିଡିଆରେ ଏକ ଭିଡିଓ ବେଶ୍ ଭାଇରାଲ ହେଉଛି, ଯେଉଁଥିରେ ବୈଭବ ସୂର୍ଯ୍ୟବଂଶୀ ପଞ୍ଚମ ଟି-୨୦ ମ୍ୟାଚ୍ ହାରିବା ପରେ ଡଗ୍ ଆଉଟରେ ଚେୟାରରେ ବସିଥିବାର ଦେଖାଯାଉଛି ଏବଂ ତାଙ୍କ ଆଖିରେ ଲୁହ ରହିଛି । ବୈଭବ ତାଙ୍କ ଲୁହ ପୋଛି ମୁଣ୍ଡ ତଳକୁ କରି ବସିଥିଲେ ।
ବୈଭବ ସୂର୍ଯ୍ୟବଂଶୀ କିପରି ପ୍ରଦର୍ଶନ କରିଥିଲେ ?
ବୈଭବ ସୂର୍ଯ୍ୟବଂଶୀ ଇଂଲଣ୍ଡ ବିପକ୍ଷରେ ତିନୋଟି ଟି-୨୦ ମ୍ୟାଚ୍ ଖେଳିଥିଲେ, ମୋଟ ୪୨ ରନ୍ କରିଥିଲେ। ସୂର୍ଯ୍ୟବଂଶୀଙ୍କ ସର୍ବାଧିକ ସ୍କୋର ୧୫ ଥିଲା। ସମସ୍ତ ମ୍ୟାଚରେ ବୈଭବ ଆରମ୍ଭରୁ ଭଲ ସ୍ଥିତିରେ ଥିବା ଦେଖାଯାଉଥିଲେ, କିନ୍ତୁ ସେ ତାଙ୍କ ଇନିଂସକୁ ବଡ଼ ସ୍କୋରରେ ପରିଣତ କରିପାରି ନଥିଲେ ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories