Vaibhav Sooryavanshi / ୧୫ ବର୍ଷୀୟ ବୈଭବଙ୍କୁ କାହିଁକି ମିଳୁନି ସୁଯୋଗ ? ଗମ୍ଭୀରଙ୍କ କୋଚିଂ ଉପରେ ଉଠିଲା ପ୍ରଶ୍ନ
·1 hour ago·2 min read

Key Points
ବୈଭବ ସୂର୍ଯ୍ୟବଂଶୀଙ୍କୁ ଅଣଦେଖା
ଗୌତମ ଗମ୍ଭୀରଙ୍କ ରଣନୀତି ଉପରେ ଉଠିଲା ପ୍ରଶ୍ନ
ବୈଭବଙ୍କୁ ସୁଯୋଗ ନଦେବାରୁ ରାଗିଗଲେ ପିଲା ଦିନର କୋଚ୍
ଗୌତମ ଗମ୍ଭୀରଙ୍କ ରଣନୀତି ଉପରେ ଉଠିଲା ପ୍ରଶ୍ନ
ବୈଭବଙ୍କୁ ସୁଯୋଗ ନଦେବାରୁ ରାଗିଗଲେ ପିଲା ଦିନର କୋଚ୍
ବୈଭବ ସୂର୍ଯ୍ୟବଂଶୀଙ୍କୁ ୱେଷ୍ଟଇଣ୍ଡିଜ ବିପକ୍ଷ ଟି-୨୦ ସିରିଜରେ ଏପର୍ଯ୍ୟନ୍ତ ଖେଳିବାର ସୁଯୋଗ ମିଳିନାହିଁ । ତାଙ୍କୁ ରାଞ୍ଚିରେ ଖେଳିବାର ସୁଯୋଗ ମିଳିବ ବୋଲି ଆଶା କରାଯାଉଥିଲା । କିନ୍ତୁ ତାହା ହୋଇନଥିଲା । ଏପରିକି ଭାରତ ଏକ ମ୍ୟାଚ୍ରେ ପରାଜୟ ବରଣ କରିବା ପରେ ମଧ୍ୟ ତୃତୀୟ ଟି-୨୦ରେ ବୈଭବଙ୍କୁ ଚୂଡ଼ାନ୍ତ ଏକାଦଶରେ ସାମିଲ କରାଯାଇନଥିଲା । ତେବେ ତୃତୀୟ ମ୍ୟାଚ୍ ଜିତି ଭାରତ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ସିରିଜରେ ୨-୧ରେ ଆଗୁଆ ରହିଛି । ଏମିତିକି ହାଇଦ୍ରାବାଦରେ ମଧ୍ୟ ବୈଭବଙ୍କୁ ସୁଯୋଗ ମିଳିନି । ଏହାକୁ ନେଇ ତାଙ୍କ ପିଲା ଦିନର କୋଚ୍ ମନୀଷ ଓଝା ଭାରତୀୟ ଦଳର ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀରଙ୍କ ରଣନୀତି ଉପରେ ପ୍ରଶ୍ନ ଉଠାଇଛନ୍ତି ।
ବୈଭବଙ୍କ ମନୋବଳ ହ୍ରାସ ପାଇବା ନେଇ ଚିନ୍ତା ପ୍ରକାଶ
ଏକ ଗଣମାଧ୍ୟମ ସଂସ୍ଥା ସହ ଆଲୋଚନା ବେଳେ ମନୀଷ ଓଝା କହିଛନ୍ତି ଯେ, ଆଇପିଏଲ୍ରେ ଚମତ୍କାର ପ୍ରଦର୍ଶନ କରି ଭାରତୀୟ ଦଳରେ ସ୍ଥାନ ପାଇଥିବା ବୈଭବଙ୍କୁ ଲଗାତାର ଚୂଡ଼ାନ୍ତ ଏକାଦଶରୁ ବାଦ୍ ଦେବା ତାଙ୍କ ମନୋବଳ ଉପରେ ପ୍ରଭାବ ପକାଇପାରେ । ତାଙ୍କ ପ୍ରଦର୍ଶନ ଏପରି ନଥିଲା ଯେ, ୱେଷ୍ଟଇଣ୍ଡିଜ ବିପକ୍ଷରେ ତାଙ୍କୁ ଗୋଟିଏ ମ୍ୟାଚ୍ରେ ମଧ୍ୟ ଖେଳିବାର ସୁଯୋଗ ମିଳିବ ନାହିଁ ।
ସେ କହିଛନ୍ତି ଯେ, ବୈଭବଙ୍କୁ ପ୍ରତ୍ୟେକ ମ୍ୟାଚ୍ରେ ଖେଳାଇବାକୁ ସେ ଦାବି କରୁନାହାନ୍ତି । କିନ୍ତୁ ଅତି କମ୍ରେ ଗୋଟିଏ କିମ୍ବା ଦୁଇଟି ମ୍ୟାଚ୍ରେ ତାଙ୍କୁ ସୁଯୋଗ ଦିଆଯାଇପାରିଥାନ୍ତା । ରୋହିତ ଶର୍ମା ଓ ବିରାଟ କୋହଲିଙ୍କ ଭଳି ଅଭିଜ୍ଞ ଖେଳାଳିଙ୍କ କ୍ୟାରିୟର ଶେଷ ପର୍ଯ୍ୟାୟ ଆଡ଼କୁ ଗତି କରୁଥିବା ବେଳେ ନୂଆ ପିଢ଼ିର ଖେଳାଳିଙ୍କୁ ପ୍ରସ୍ତୁତ କରିବା ପାଇଁ ଆଉ କେବେ ସୁଯୋଗ ମିଳିବ ବୋଲି ସେ ପ୍ରଶ୍ନ କରିଛନ୍ତି ।
ବେଞ୍ଚରେ ବସାଇ ଯୁବ ଖେଳାଳିଙ୍କୁ ପ୍ରସ୍ତୁତ କରାଯାଇପାରିବନି
ମନୀଷ ଓଝାଙ୍କ ମତରେ, ୧୪-୧୫ ବର୍ଷ ବୟସର ଯୁବ ଖେଳାଳିଙ୍କୁ କେବଳ ବେଞ୍ଚରେ ବସାଇ ରଖି କିମ୍ବା ପାଣି ବୋତଲ ବୋହିବାକୁ ଦେଇ ଭବିଷ୍ୟତ ପାଇଁ ପ୍ରସ୍ତୁତ କରାଯାଇପାରିବ ନାହିଁ। ସେମାନଙ୍କୁ ଖେଳିବାର ସୁଯୋଗ ଦେବା ଜରୁରୀ। ନଚେତ୍ ଏହା ସେମାନଙ୍କ ଆତ୍ମବିଶ୍ୱାସ ଓ ମନୋବଳକୁ ଦୁର୍ବଳ କରିପାରେ।
ସେ ଆହୁରି କହିଛନ୍ତି ଯେ, ବୈଭବ ଆଇପିଏଲ୍ରେ ଭଲ ପ୍ରଦର୍ଶନ କରିଥିଲେ ଏବଂ ଜିମ୍ବାୱେ ଗସ୍ତରେ ପ୍ଲେୟର ଅଫ୍ ଦି ସିରିଜ୍ ମଧ୍ୟ ହୋଇଥିଲେ । ଏତେ ଭଲ ପ୍ରଦର୍ଶନ ସତ୍ତ୍ୱେ ତାଙ୍କୁ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ନ ମିଳିବା ନେଇ ସେ ଅସନ୍ତୋଷ ପ୍ରକାଶ କରିଛନ୍ତି ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଗମ୍ଭୀରଙ୍କ କୋଚିଂ ଶୈଳୀ ଉପରେ ମଧ୍ୟ ପ୍ରଶ୍ନ
ମନୀଷ ଓଝା ପୂର୍ବତନ ଭାରତୀୟ କ୍ରିକେଟର୍ ତଥା ପ୍ରଶିକ୍ଷକ ଭିଭିଏସ୍ ଲକ୍ଷ୍ମଣଙ୍କ ଉଦାହରଣ ଦେଇ ଗୌତମ ଗମ୍ଭୀରଙ୍କ କୋଚିଂ ଶୈଳୀ ଉପରେ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି । ତାଙ୍କ କହିବା ଅନୁଯାୟୀ, ଲକ୍ଷ୍ମଣଙ୍କ ଭଳି ପ୍ରଶିକ୍ଷକଙ୍କ ଅଧୀନରେ ଯୁବ ଖେଳାଳିମାନେ ନିଜ ପ୍ରତିଭା ଦେଖାଇବାର ସୁଯୋଗ ପାଆନ୍ତି । କିନ୍ତୁ ଗମ୍ଭୀରଙ୍କ ଆଗମନ ପରେ ଯୁବ ଖେଳାଳିଙ୍କ ପାଇଁ ଦଳରେ ସ୍ଥାନ ପାଇବା କଷ୍ଟକର ହୋଇପଡ଼ୁଛି ବୋଲି ସେ ମତ ଦେଇଛନ୍ତି । ମନୀଷ ଓଝା କହିଛନ୍ତି ଯେ, ସେ ରାଞ୍ଚିରେ ହୋଇଥିବା ମ୍ୟାଚ୍ ଦେଖିବାକୁ ଷ୍ଟାଡିୟମ୍ ଯାଇଥିଲେ। କିନ୍ତୁ ବୈଭବଙ୍କୁ ଚୂଡ଼ାନ୍ତ ଏକାଦଶରେ ନ ଦେଖି ସେ ନିରାଶ ହୋଇଥିଲେ ।

Related Topics
Explore more stories