Videos
|
Sports

Vaibhav Sooryavanshi Batting / ୫୦ ଓଭର ମ୍ୟାଚ୍‌ରେ ଚାଲିଲାନି ବୈଭବଙ୍କ ଯାଦୁ, ନେପାଳ ବିପକ୍ଷରେ ସୂର୍ଯ୍ୟବଂଶୀ ଫ୍ଲପ୍

Santosh Kumar Sahoo
Browse all articles by Santosh Kumar Sahoo
·16 mins ago·2 min read
୫୦ ଓଭର ମ୍ୟାଚ୍‌ରେ ଚାଲିଲାନି ବୈଭବଙ୍କ ଯାଦୁ, ନେପାଳ ବିପକ୍ଷରେ ସୂର୍ଯ୍ୟବଂଶୀ ଫ୍ଲପ୍
Vaibhav Sooryavanshi Batting

Key Points

ଟି-୨୦ରେ ଧମାକା, ୫୦ ଓଭରରେ ଫ୍ଲପ୍
ବୈଭବଙ୍କ ଫର୍ମକୁ ନେଇ ଚର୍ଚ୍ଚା
ଏସିଆ କପ୍‌ରେ ନିରାଶ କଲେ ଯୁବ ତାରକା
ଭାରତୀୟ କ୍ରିକେଟ୍‌ର ଯୁବ ତାରକା ବୈଭବ ସୂର୍ଯ୍ୟବଂଶୀଙ୍କ ବ୍ୟାଟ୍ ଏବେ ନୀରବ । ୨୦୨୬ ରାଇଜିଂ ଷ୍ଟାର୍ସ ଏସିଆ କପ୍‌ରେ ଇଣ୍ଡିଆ-ଏ ପକ୍ଷରୁ ଖେଳୁଥିବା ବୈଭବ ନେପାଳ ବିପକ୍ଷ ପ୍ରଥମ ମ୍ୟାଚ୍‌ରେ ବଡ଼ ଇନିଂସ ଖେଳିବାରେ ବିଫଳ ହୋଇଛନ୍ତି । ମାତ୍ର ୨୬ ରନ୍ କରି ସେ ପାଭିଲିୟନ ଫେରିଛନ୍ତି । ଏହାକୁ ନେଇ ଏବେ ତାଙ୍କର ୫୦ ଓଭର ଫର୍ମାଟ୍‌ରେ ଖେଳିବା ଦକ୍ଷତାକୁ ନେଇ ପ୍ରଶ୍ନ ଉଠିବା ଆରମ୍ଭ ହୋଇଛି ।

ଚଳିତ ରାଇଜିଂ ଷ୍ଟାର ଏସିଆ କପ୍ ୫୦ ଓଭର ଫର୍ମାଟ୍‌ରେ ଖେଳାଯାଉଛି । ନେପାଳ ବିପକ୍ଷ ମ୍ୟାଚ୍‌ରେ ବୈଭବ ୩୨ଟି ବଲ୍‌ର ସାମ୍ନା କରି ମାତ୍ର ୨୬ ରନ୍ ସଂଗ୍ରହ କରିଥିଲେ । ତାଙ୍କ ଇନିଂସରେ ୩ଟି ଚୌକା ଓ ଗୋଟିଏ ଛକା ସାମିଲ ଥିଲା । ବଡ଼ ଶଟ୍ ଖେଳିବା ପାଇଁ ପରିଚିତ ବୈଭବଙ୍କଠାରୁ ଏଭଳି ସ୍ଲୋ' ଇନିଂସ ଆଶା କରାଯାଉନଥିଲା ।

କେବଳ ବୈଭବ ନୁହନ୍ତି, ତାଙ୍କ ସହ ଓପନିଂ କରିବାକୁ ଆସିଥିବା ଅଭିଷେକ ଶର୍ମା ମଧ୍ୟ ବିଫଳ ହୋଇଥିଲେ । ଅଭିଷେକ ୧୩ଟି ବଲ୍‌ରେ ମାତ୍ର ୯ ରନ୍ କରି ଆଉଟ୍ ହୋଇଥିଲେ । ତାଙ୍କ ଇନିଂସରେ ଗୋଟିଏ ଛକା ରହିଥିଲା । ଫଳରେ ଦୁଇ ଆକ୍ରମଣାତ୍ମକ ଭାରତୀୟ ଓପନର ପ୍ରଥମ ୱିକେଟ୍ ପାଇଁ ମାତ୍ର ୩୧ଟି ବଲ୍‌ରେ ୨୯ ରନ୍ ଯୋଡ଼ିପାରିଥିଲେ । ଦୁଇ ଓପନରଙ୍କ ଶୀଘ୍ର ଆଉଟ୍ ହେବା ଦଳ ପାଇଁ ଚିନ୍ତାର କାରଣ ପାଲଟିଛି ।

ସୟଦ ମୁସ୍ତାକ ଅଲୀ ଟ୍ରଫିରେ ମଧ୍ୟ ଫେଲ୍ ମାରିଥିଲେ ବୈଭବ

ରାଇଜିଂ ଷ୍ଟାର ଏସିଆ କପ୍ ପୂର୍ବରୁ ବୈଭବ ବିହାର ପକ୍ଷରୁ ଟି-୨୦ ଫର୍ମାଟ୍‌ରେ ଖେଳାଯାଉଥିବା ସୟଦ ମୁସ୍ତାକ ଅଲୀ ଟ୍ରଫିରେ ନଜର ଆସିଥିଲେ । ଏହି ଟୁର୍ଣ୍ଣାମେଣ୍ଟରେ ତାଙ୍କୁ ବିହାର ଦଳର ନେତୃତ୍ୱ ଦାୟିତ୍ୱ ମଧ୍ୟ ମିଳିଥିଲା । ପ୍ରଥମ ଦୁଇଟି ମ୍ୟାଚ୍ ପାଇଁ ତାଙ୍କୁ ଅଧିନାୟକ କରାଯାଇଥିଲା ।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ବିହାର ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚ୍ ସୌରାଷ୍ଟ୍ର ବିପକ୍ଷରେ ଖେଳିଥିଲା । ଏହି ମ୍ୟାଚ୍‌ରେ ମଧ୍ୟ ବୈଭବ ବ୍ୟାଟ୍‌ରେ କମାଲ୍ ଦେଖାଇପାରିନଥିଲେ । ଓପନିଂ କରିବାକୁ ଆସି ସେ ୧୨ଟି ବଲ୍‌ରେ ମାତ୍ର ୧୮ ରନ୍ କରି ଆଉଟ୍ ହୋଇଥିଲେ। ତାଙ୍କ ଇନିଂସରେ ୨ଟି ଚୌକା ଓ ଗୋଟିଏ ଛକା ରହିଥିଲା ।

୫୦ ଓଭର ଫର୍ମାଟ୍‌ରେ ନିଜକୁ ପ୍ରମାଣିତ କରିବେ କି ବୈଭବ ?

ଟି-୨୦ ଫର୍ମାଟ୍‌ରେ ନିଜର ବିସ୍ଫୋରକ ବ୍ୟାଟିଂ ପାଇଁ ଚର୍ଚ୍ଚାରେ ଥିବା ବୈଭବଙ୍କ ପାଇଁ ଏବେ ୫୦ ଓଭର ଫର୍ମାଟ୍ ଏକ ବଡ଼ ଚ୍ୟାଲେଞ୍ଜ ପାଲଟିଛି । ନେପାଳ ବିପକ୍ଷ ମ୍ୟାଚ୍‌ରେ ତାଙ୍କର ଧିମା ବ୍ୟାଟିଂ ଏବଂ ମୁସ୍ତାକ ଅଲୀ ଟ୍ରଫିରେ ସାଧାରଣ ପ୍ରଦର୍ଶନକୁ ନେଇ ଚର୍ଚ୍ଚା ବଢ଼ିଛି । ତେବେ ଗୋଟିଏ କିମ୍ବା ଦୁଇଟି ମ୍ୟାଚ୍‌ର ପ୍ରଦର୍ଶନ ଆଧାରରେ ତାଙ୍କ ଦକ୍ଷତାର ମୂଲ୍ୟାୟନ କରିବା ଠିକ୍ ହେବନାହିଁ । ଆଗାମୀ ମ୍ୟାଚ୍‌ଗୁଡ଼ିକରେ ବୈଭବ କିପରି ପ୍ରଦର୍ଶନ କରୁଛନ୍ତି, ତାହା ଉପରେ କ୍ରିକେଟ୍ ପ୍ରେମୀଙ୍କ ନଜର ରହିବ ।