Sooryavanshi Flop Show / ଦୁଲୀପ ଟ୍ରଫିରେ ବୈଭବଙ୍କ ଫ୍ଲପ୍ ଶୋ, ମାତ୍ର ୮ ରନ୍ କରି ହେଲେ ଆଉଟ୍
·2 weeks ago·2 min read

Key Points
ଦୁଲୀପ ଟ୍ରଫିରେ ଚାଲିଲାନି ବୈଭବଙ୍କ ବ୍ୟାଟ୍
ମାତ୍ର ୮ ରନ୍ରେ ଆଉଟ୍
ଜାଣନ୍ତୁ ଏହି ଯୁବ ବ୍ୟାଟ୍ସମ୍ୟାନ୍ଙ୍କୁ କିଏ କଲା ଆଉଟ୍ ?

ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ରେଡ୍ ବଲ୍ କ୍ରିକେଟ୍ରେ ବଡ଼ ଧମାକାର ଆଶା ଥିଲା, ହେଲେ ଦୁଲୀପ ଟ୍ରଫିର ପ୍ରଥମ ପରୀକ୍ଷାରେ ହିଁ ଯୁବ ବ୍ୟାଟ୍ସମ୍ୟାନ୍ ବିଫଳ ହୋଇଛନ୍ତି । ଇଷ୍ଟ ଜୋନ୍ ପାଇଁ ଖେଳୁଥିବା ବୈଭବ କ୍ୱାର୍ଟର ଫାଇନାଲର ପ୍ରଥମ ଇନିଂସରେ ମାତ୍ର ୮ ରନ୍ କରି ପ୍ୟାଭିଲିୟନ୍ ଫେରିଛନ୍ତି ।
ବେଙ୍ଗାଲୁରୁର ସେଣ୍ଟ୍ରାଲ୍ ଅଫ୍ ଏକ୍ସିଲେନ୍ସ ଗ୍ରାଉଣ୍ଡରେ ଇଷ୍ଟ ଜୋନ୍ ଓ ନର୍ଥ ଇଷ୍ଟ ଜୋନ୍ ମଧ୍ୟରେ କ୍ୱାର୍ଟର ଫାଇନାଲ୍ ମ୍ୟାଚ୍ ଖେଳାଯାଉଛି। ନର୍ଥ ଇଷ୍ଟ ଜୋନ୍ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଇଷ୍ଟ ଜୋନ୍ ପକ୍ଷରୁ ବୈଭବ ସୂର୍ଯ୍ୟବଂଶୀ ଓ ଅଭିମନ୍ୟୁ ଈଶ୍ୱରନ୍ ଓପନିଂ କରିଥିଲେ । କିନ୍ତୁ ଦ୍ୱିତୀୟ ଓଭରରେ ହିଁ ଏହି ଯୋଡ଼ି ଭାଙ୍ଗିଯାଇଥିଲା । ବୈଭବ ୮ ରନ୍ କରି ଆଉଟ ହୋଇଥିଲେ ।
ବୈଭବ ୬ଟି ବଲ୍ରେ ୨ଟି ଚୌକା ସହ ୮ ରନ୍ କରିଥିଲେ । ତାଙ୍କୁ ନର୍ଥ ଇଷ୍ଟ ଜୋନ୍ର ଦ୍ରୁତ ବୋଲର ବିଶ୍ୱୋରଜିତ କୁନ୍ତୌଜମ୍ ଆଉଟ୍ କରିଥିଲେ । ତାଙ୍କ ବଲ୍ରେ ଜୋସେଫ୍ ଲଲଥନଖୁମାଙ୍କ ହାତରେ କ୍ୟାଚ୍ ଦେଇ ବୈଭବ ପ୍ୟାଭିଲିୟନ୍ ଫେରିଥିଲେ । ମଣିପୁରର ୩୦ ବର୍ଷୀୟ କୁନ୍ତୌଜମ୍ ୪୭ଟି ଫର୍ଷ୍ଟ କ୍ଲାସ୍ ମ୍ୟାଚ୍ରେ ୧୪୫ଟି ୱିକେଟ୍ ନେଇସାରିଛନ୍ତି ।
ବୈଭବଙ୍କ ପରେ ଅନ୍ୟ ଓପନର ଅଭିମନ୍ୟୁ ଈଶ୍ୱରନ୍ ମଧ୍ୟ ବେଶି ସମୟ କ୍ରିଜ୍ରେ ରହିପାରିନଥିଲେ। ଷଷ୍ଠ ଓଭରରେ ଜୋଟିନ୍ ଫିରୋଇଜମ୍ ତାଙ୍କୁ LBW ଆଉଟ୍ କରିଥିଲେ। ଅଭିମନ୍ୟୁ ୨୦ଟି ବଲ୍ରେ ୨ଟି ଚୌକା ସହ ୧୫ ରନ୍ କରିଥିଲେ। ଫଳରେ ଇଷ୍ଟ ଜୋନ୍ ମାତ୍ର ୨୫ ରନ୍ରେ ନିଜର ଦୁଇ ଓପନରଙ୍କ ୱିକେଟ୍ ହରାଇଥିଲା।
୧୫ ବର୍ଷୀୟ ବୈଭବ ବର୍ତ୍ତମାନ ଭାରତ ପାଇଁ T20 ଇଣ୍ଟରନ୍ୟାସନାଲ୍ ଖେଳିସାରିଛନ୍ତି ଏବଂ ୱାଇଟ୍ ବଲ୍ କ୍ରିକେଟ୍ରେ ନିଜ ବ୍ୟାଟିଂର ଝଲକ ଦେଖାଇଛନ୍ତି। ତେଣୁ ରେଡ୍ ବଲ୍ କ୍ରିକେଟ୍ରେ ତାଙ୍କ ପ୍ରଦର୍ଶନ କିପରି ରହିବ, ତାହା ନେଇ କ୍ରିକେଟ୍ ପ୍ରେମୀଙ୍କ ଉତ୍ସାହ ଥିଲା। ତେବେ ପ୍ରଥମ ଇନିଂସରେ ୮ ରନ୍ରେ ଆଉଟ ହୋଇ ସେ ଫ୍ୟାନ୍ସମାନଙ୍କ ନିରାଶ କରିଛନ୍ତି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଏହି ମ୍ୟାଚ୍ର ବିଜେତା ଦଳ ଅଗଷ୍ଟ ୩୦ରୁ ସେମିଫାଇନାଲରେ ସେଣ୍ଟ୍ରାଲ୍ ଜୋନ୍କୁ ଭେଟିବ । ସେମିଫାଇନାଲ୍ BCCIର ସେଣ୍ଟ୍ରାଲ୍ ଅଫ୍ ଏକ୍ସିଲେନ୍ସ ଗ୍ରାଉଣ୍ଡ-୧ରେ ଖେଳାଯିବ । ଗତବର୍ଷର ଫାଇନାଲିଷ୍ଟ ହୋଇଥିବାରୁ ସେଣ୍ଟ୍ରାଲ୍ ଜୋନ୍ ପୂର୍ବରୁ ହିଁ ସେମିଫାଇନାଲ୍ରେ ସ୍ଥାନ ପକ୍କା କରିସାରିଛି ।
Related Topics
Explore more stories