Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଘୋଷଣା ହେଲା ଟିମ୍ ଇଣ୍ଡିଆ; ୧୫ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀଙ୍କୁ ସୁଯୋଗ, ସୂର୍ଯ୍ୟକୁମାର ଦଳରୁ ବାଦ୍

Sports

Team India Squad Announcement / ଘୋଷଣା ହେଲା ଟିମ୍ ଇଣ୍ଡିଆ; ୧୫ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀଙ୍କୁ ସୁଯୋଗ, ସୂର୍ଯ୍ୟକୁମାର ଦଳରୁ ବାଦ୍

Santosh Kumar Sahoo
Browse all articles by Santosh Kumar Sahoo
·1 hour ago·2 min read
ଘୋଷଣା ହେଲା ଟିମ୍ ଇଣ୍ଡିଆ; ୧୫ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀଙ୍କୁ ସୁଯୋଗ, ସୂର୍ଯ୍ୟକୁମାର ଦଳରୁ ବାଦ୍
Team India

Key Points

ଟିମ୍ ଇଣ୍ଡିଆରେ ବଡ଼ ପରିବର୍ତ୍ତନ
ସୂର୍ଯ୍ୟକୁମାର ବାଦ୍, ବୈଭବ ଇନ୍
ମାତ୍ର ୧୫ ବର୍ଷ ବୟସରେ ଟିମ୍ ଇଣ୍ଡିଆରେ ଏଣ୍ଟ୍ରି
ଇଂଲଣ୍ଡ, ଆର୍ୟଲାଣ୍ଡ ଓ ଏସିଆନ୍‌ ଗେମ୍ସ ପାଇଁ ପାଇଁ ଘୋଷଣା ହେଲା ଟିମ୍‌ ଇଣ୍ଡିଆ । ଟି-୨୦ରେ ଶ୍ରେୟସ ଆୟରଙ୍କ ନେତୃତ୍ବରେ ପଡ଼ିଆକୁ ଓହ୍ଲାଇବ ଟିମ୍ ଇଣ୍ଡିଆ । ତେବେ ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଇଂଲଣ୍ଡ , ଆର୍ୟାଲାଣ୍ଡ ଓ ଏସିଆନ୍‌ ଗେମ୍ସ ପାଇଁ ପାଇଁ ୧୫ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀଙ୍କୁ ମିଳିଛି ସୁଯୋଗ । ସେହିପରି ସୂର୍ଯ୍ୟକୁମାର ଯାଦବ କ୍ୟାପଟେନ୍‌ରୁ ହଟିବା ପରେ ଦଳରୁ ମଧ୍ୟ ବାଦ୍‌ ପଡ଼ିଛନ୍ତି ।

ଆର୍ୟାଲାଣ୍ଡ ଗସ୍ତ ପାଇଁ ଟିମ୍ ଇଣ୍ଡିଆ:

ଶ୍ରେୟସ ଆୟର (ଅଧିନାୟକ), ତିଲକ ବର୍ମା(ଉପ-ଅଧିନାୟକ), ରବି ବିଷ୍ଣୋଇ, ଅଭିଷେକ ଶର୍ମା, ନୀତୀଶ କୁମାର ରେଡ୍ଡୀ, ମହମ୍ମଦ ସିରାଜ, ସଞ୍ଜୁ ସାମସନ (ଓ୍ବିକେଟ୍‌ କିପର), ଅକ୍ଷର ପଟେଲ, ହର୍ଷିତ ରାଣା, ଇଶାନ କିଶାନ (ଓ୍ବିକେଟ୍‌ କିପର), ଓ୍ବାଶିଂଟନ୍ ସୁନ୍ଦର, ଅର୍ଶଦୀପ ସିଂ, ଶିବମ ଦୁବେ, ବରୁଣ ଚୁକ୍ରବର୍ତ୍ତୀ, ପ୍ରିନ୍ସ ଯାଦବ ଓ ବୈଭବ ସୂର୍ଯ୍ୟବଂଶୀ



ଇଂଲଣ୍ଡ ଗସ୍ତ ପାଇଁ ଟିମ୍ ଇଣ୍ଡିଆ:

ଶ୍ରେୟସ ଆୟର (ଅଧିନାୟକ), ତିଲକ ବର୍ମା(ଉପ-ଅଧିନାୟକ), ରବି ବିଷ୍ଣୋଇ, ଅଭିଷେକ ଶର୍ମା, ନୀତୀଶ କୁମାର ରେଡ୍ଡୀ, ମହମ୍ମଦ ସିରାଜ, ସଞ୍ଜୁ ସାମସନ (ଓ୍ବିକେଟ୍‌ କିପର), ଅକ୍ଷର ପଟେଲ, ହର୍ଷିତ ରାଣା, ଇଶାନ କିଶାନ (ଓ୍ବିକେଟ୍‌ କିପର), ଓ୍ବାଶିଂଟନ୍ ସୁନ୍ଦର, ଅର୍ଶଦୀପ ସିଂ, ଶିବମ ଦୁବେ, ବରୁଣ ଚୁକ୍ରବର୍ତ୍ତୀ, ପ୍ରିନ୍ସ ଯାଦବ ଓ ବୈଭବ ସୂର୍ଯ୍ୟବଂଶୀ

ଏସିଆନ୍‌ ଗେମ୍ସ ପାଇଁ ଟିମ୍ ଇଣ୍ଡିଆ:

ଶ୍ରେୟସ ଆୟର (ଅଧିନାୟକ), ତିଲକ ବର୍ମା(ଉପ-ଅଧିନାୟକ), ରବି ବିଷ୍ଣୋଇ, ଅଭିଷେକ ଶର୍ମା, ନୀତୀଶ କୁମାର ରେଡ୍ଡୀ, ଜସପ୍ରୀତ ବୁମରାହ, ସଞ୍ଜୁ ସାମସନ (ଓ୍ବିକେଟ୍‌ କିପର), ଅକ୍ଷର ପଟେଲ, ହର୍ଷିତ ରାଣା, ଇଶାନ କିଶାନ (ଓ୍ବିକେଟ୍‌ କିପର), ଓ୍ବାଶିଂଟନ୍ ସୁନ୍ଦର, ଅର୍ଶଦୀପ ସିଂ, ଶିବମ ଦୁବେ, ବରୁଣ ଚୁକ୍ରବର୍ତ୍ତୀ, ଓ ବୈଭବ ସୂର୍ଯ୍ୟବଂଶୀ

ଭାରତର ଆର୍ୟାଲାଣ୍ଡ ଗସ୍ତ (ଜୁନ୍‌):

ପ୍ରଥମ ଟି-୨୦: ୨୬ ଜୁନ୍‌, ବେଲଫାଷ୍ଟ
ଦ୍ବିତୀୟ ଟି-୨୦: ୨୮ ଜୁନ୍, ବେଲଫାଷ୍ଟ

ଭାରତର ଇଂଲଣ୍ଡ ଗସ୍ତ (ଜୁଲାଇ):

ପ୍ରଥମ ଟି-୨୦ : ୧ ଜୁଲାଇ
ଦ୍ବିତୀୟ ଟି-୨୦: ୪ ଜୁଲାଇ
ତୃତୀୟ ଟି-୨୦: ୭ ଜୁଲାଇ
ଚତୁର୍ଥ ଟି-୨୦: ୯ ଜୁଲାଇ
ପଞ୍ଚମ ଟି-୨୦: ୧୧ ଜୁଲାଇ
ପ୍ରଥମ ଦିନିକିଆ : ୧୪ ଜୁଲାଇ
ଦ୍ବିତୀୟ ଦିନିକିଆ : ୧୬ ଜୁଲାଇ
ତୃତୀୟ ଦିନିକିଆ : ୧୯ ଜୁଲାଇ





Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Team India Squad: Vaibhav Sooryavanshi In, Suryakumar Out | Argus News