Vaibhav Sooryavanshi Debut / ଇଂଲଣ୍ଡ ଗସ୍ତରେ ଡେବ୍ୟୁ କରିବେ କି ବୈଭବ ସୂର୍ଯ୍ୟବଂଶୀ ? ଶ୍ରେୟସ ଆୟର ଦେଲେ ବଡ଼ ବୟାନ
·1 hour ago·2 min read

Key Points
ଟିମ୍ ଇଣ୍ଡିଆରେ ବୈଭବଙ୍କୁ ମିଳିବ କି ସୁଯୋଗ ?
ଶ୍ରେୟସ ଆୟର ଦେଲେ ବଡ଼ ସଙ୍କେତ
ଇଂଲଣ୍ଡ ଗସ୍ତ ପୂର୍ବରୁ ବଡ଼ ଖୁଲାସା
ଶ୍ରେୟସ ଆୟର ଦେଲେ ବଡ଼ ସଙ୍କେତ
ଇଂଲଣ୍ଡ ଗସ୍ତ ପୂର୍ବରୁ ବଡ଼ ଖୁଲାସା
ଆସନ୍ତାକାଲିଠୁ ଭାରତ-ଇଂଲଣ୍ଡ ମଧ୍ୟରେ ଆରମ୍ଭ ହେବାକୁ ଯାଉଛି ୫ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ । ଜୁଲାଇ ୧ରେ ପ୍ରଥମ ମ୍ୟାଚ୍ ଖେଳାଯିବ । ତେବେ ଏହି ସିରିଜ୍ ପୂର୍ବରୁ ବେଶ୍ ଚର୍ଚ୍ଚାରେ ଅଛନ୍ତି ୧୫ ବର୍ଷୀୟ ଯୁବ ବିସ୍ଫୋରକ ବ୍ୟାଟ୍ସମ୍ୟାନ୍ ବୈଭବ ସୂର୍ଯ୍ୟବଂଶୀ । ଆର୍ୟାଲାଣ୍ଡ ଗସ୍ତ ସମୟରେ ଖେଳାଯାଇଥିବା ଦୁଇ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ ପାଇଁ ବୈଭବ ସୂର୍ଯ୍ୟବଂଶୀଙ୍କୁ ଟିମ୍ ଇଣ୍ଡିଆର ଦଳରେ ସାମିଲ କରାଯାଇଥିଲା, କିନ୍ତୁ ତାଙ୍କୁ ଡେବ୍ୟୁ କରିବାର ସୁଯୋଗ ମିଳିନଥିଲା । ଆଉ ଏବେ ଇଂଲଣ୍ଡ ଗସ୍ତରେ ବୈଭବ ଡେବ୍ୟୁ କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି ।
ତେବେ ବୈଭବଙ୍କ ଡେବ୍ୟୁ ନେଇ ଅଧିନାୟକ ଶ୍ରେୟସ ଆୟରଙ୍କୁ ସାମ୍ବାଦିକ ସମ୍ମିଳନୀରେ ପ୍ରଶ୍ନ କରାଯାଇଥିଲା । ଯାହାର ଉତ୍ତରରେ ଆୟର କହିଥିଲେ ଯେ ଏପରି ଜିନିଷଗୁଡ଼ିକୁ ସାର୍ବଜନୀନ ଭାବରେ ପ୍ରକାଶ କରାଯାଇପାରିବ ନାହିଁ । କିନ୍ତୁ ଭାରତୀୟ ଅଧିନାୟକ ବୈଭବଙ୍କୁ ମଧ୍ୟ ପ୍ରଶଂସା କରିଥିଲେ ।
ବୈଭବ ସୂର୍ଯ୍ୟବଂଶୀଙ୍କ ଡେବ୍ୟୁ ନେଇ ଆୟର କହିଥିଲେ, ଦଳର ରଣନୀତି ସାର୍ବଜନୀନ ଭାବେ ପ୍ରକାଶ କରାଯାଇପାରିବ ନାହିଁ । ଟିମ୍ କେଉଁ କମ୍ବିନେସନ୍ ସହ ମାଇଦାନକୁ ଓହ୍ଲାଇବ, ସେନେଇ ଆଲୋଚନା କେବଳ ଦଳ ଭିତରେ ହୁଏ ଏବଂ ପ୍ରତିପକ୍ଷ ଦଳକୁ ଏହା ପୂର୍ବରୁ ଜଣାଇବା ଠିକ୍ ନୁହେଁ ।
ଅଧିକ ପଢ଼ନ୍ତୁ: ଇଂଲଣ୍ଡକୁ ହରାଇବାକୁ BCCIର ସିକ୍ରେଟ୍ ପ୍ଲାନ୍ ! ୨ ଖେଳାଳିଙ୍କୁ ମିଳିଲା ବଡ଼ ଦାୟିତ୍ୱ
ତେବେ ଅୟର ବୈଭବଙ୍କ ପ୍ରଶଂସା କରି କହିଥିଲେ ଯେ, ସେ ଜଣେ ଅତ୍ୟନ୍ତ ପ୍ରତିଭାଶାଳୀ ଖେଳାଳି । ଯେତେବେଳେ ତାଙ୍କୁ ସୁଯୋଗ ମିଳିବ, ସେ ନିଶ୍ଚିତ ଭାବେ ଭଲ ପ୍ରଦର୍ଶନ କରିବେ ।
ବୈଭବ ସୂର୍ଯ୍ୟବଂଶୀ ବର୍ତ୍ତମାନ ଭାରତୀୟ ଦଳରେ ସ୍ଥାନ ପାଇଥିବା ସବୁଠାରୁ କମ୍ ବୟସର ଖେଳାଳି । ଯଦି ଇଂଲଣ୍ଡ ବିପକ୍ଷ ଶୃଙ୍ଖଳାରେ ସେ ଡେବ୍ୟୁ କରନ୍ତି, ତେବେ ଭାରତ ପାଇଁ ସବୁଠାରୁ କମ୍ ବୟସରେ ଅନ୍ତର୍ଜାତୀୟ କ୍ରିକେଟ୍ ଡେବ୍ୟୁ କରିବାର ରେକର୍ଡ ତାଙ୍କ ନାମରେ ହୋଇପାରେ । ବର୍ତ୍ତମାନ ଏହି ରେକର୍ଡ ପୂର୍ବତନ ମହାନ ବ୍ୟାଟ୍ସମାନ ସଚିନ ତେନ୍ଦୁଲକରଙ୍କ ନାମରେ ରହିଛି ।
ଆଇପିଏଲ୍ରେ ରାଜସ୍ଥାନ ରୟାଲ୍ସ ପକ୍ଷରୁ ଖେଳୁଥିବା ବୈଭବ ୨୦୨୫ ମସିହାରେ ଡେବ୍ୟୁ କରିଥିଲେ । ରାଜସ୍ଥାନ ତାଙ୍କୁ ୧.୧୦ କୋଟି ଟଙ୍କାରେ ଦଳରେ ସାମିଲ କରିଥିଲା । ପ୍ରଥମ ସିଜନରେ ସେ ୭ଟି ମ୍ୟାଚରେ ୨୫୨ ରନ୍ କରିଥିଲେ, ଯେଉଁଥିରେ ଗୋଟିଏ ଶତକ ଓ ଗୋଟିଏ ଅର୍ଦ୍ଧଶତକ ରହିଥିଲା । ୨୦୨୬ ସିଜିନରେ ସେ ୧୬ଟି ମ୍ୟାଚ୍ରେ ୭୭୬ ରନ୍ କରି ଅରେଞ୍ଜ କ୍ୟାପ୍ ଜିତିଥିଲେ । ତାଙ୍କର ଏହି ଉତ୍କୃଷ୍ଟ ପ୍ରଦର୍ଶନ ଫଳରେ ତାଙ୍କୁ ଟିମ୍ ଇଣ୍ଡିଆରେ ଖେଳିବା ପାଇଁ ସୁଯୋଗ ମିଳିଛି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories