Videos
|
Sports

Vaibhav Sooryavanshi Debut / ଇତିହାସ ରଚିଲେ ବୈଭବ ସୂର୍ଯ୍ୟବଂଶୀ, ୧୫ ବର୍ଷରେ କଲେ ଡେବ୍ୟୁ...ଭାଙ୍ଗିଲେ ସଚିନଙ୍କ ରେକର୍ଡ

Santosh Kumar Sahoo
Browse all articles by Santosh Kumar Sahoo
·2 weeks ago·2 min read
ଇତିହାସ ରଚିଲେ ବୈଭବ ସୂର୍ଯ୍ୟବଂଶୀ, ୧୫ ବର୍ଷରେ କଲେ ଡେବ୍ୟୁ...ଭାଙ୍ଗିଲେ ସଚିନଙ୍କ ରେକର୍ଡ
Vaibhav Sooryavanshi

Key Points

ସଚିନଙ୍କ ରେକର୍ଡ ଭାଙ୍ଗିଲେ ବୈଭବ
ଟିମ୍ ଇଣ୍ଡିଆକୁ ମିଳିଲା ନୂଆ ସୁପରଷ୍ଟାର
୧୫ ବର୍ଷରେ ଭାରତ ପାଇଁ ଡେବ୍ୟୁ
ଇଂଲଣ୍ଡର ମାଞ୍ଚେଷ୍ଟରରେ ଭାରତ-ଇଂଲଣ୍ଡ ମଧ୍ୟରେ ଦ୍ବିତୀୟ ଟି-୨୦ ମ୍ୟାଚ୍‌ ଖେଳାଯାଉଛି । ଏହି ମ୍ୟାଚ୍‌ରେ ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛି ଟିମ୍ ଇଣ୍ଡିଆ । ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଦ୍ବିତୀୟ ଟି-୨୦ରେ ଟିମ୍ ଇଣ୍ଡିଆ ପାଇଁ ଡେବ୍ୟୁ କରିଛନ୍ତି ଯୁବ ବିସ୍ଫୋରକ ବ୍ୟାଟ୍ସମ୍ୟାନ୍‌ ବୈଭବ ସୂର୍ଯ୍ୟବଂଶୀ । ମାତ୍ର ୧୫ ବର୍ଷ ବୟସରେ ସେ ଭାରତ ପାଇଁ ଡେବ୍ୟୁ କରିଛନ୍ତି । ଆଜିର ମ୍ୟାଚ୍‌ରେ ଖେଳିବା ସହ ସେ ମହାନ କ୍ରିକେଟର ସଚିନ୍ ତେନ୍ଦୁଲକରଙ୍କ ରେକର୍ଡ ଭାଙ୍ଗିଛନ୍ତି । ତାଙ୍କୁ ଉପ-ଅଧିନାୟକ ତିଲକ ବର୍ମା ଡେବ୍ୟୁ କ୍ୟାପ୍ ପ୍ରଦାନ କରିଥିଲେ । ଭାରତ ପାଇଁ ଟି-୨୦ ଆନ୍ତର୍ଜାତୀୟ ଖେଳିଥିବା ବୈଭବ ହେଉଛନ୍ତି ୧୨୨ତମ ଖେଳାଳି ହୋଇଛନ୍ତି ।



ବୈଭବ ସୂର୍ଯ୍ୟବଂଶୀ ୧୫ ବର୍ଷ ୯୯ ଦିନ ବୟସରେ ତାଙ୍କର ଅନ୍ତର୍ଜାତୀୟ ଡେବ୍ୟୁ କରିଛନ୍ତି । ବୈଭବ ସଚିନ ତେନ୍ଦୁଲକରଙ୍କ ରେକର୍ଡ ଭାଙ୍ଗିଛନ୍ତି । ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ୧୫ ନଭେମ୍ବର ୧୯୮୯ରେ କରାଚୀରେ ପାକିସ୍ତାନ ବିପକ୍ଷରେ ଏକ ଟେଷ୍ଟ ମ୍ୟାଚ୍ ଖେଳି ତାଙ୍କର ଅନ୍ତର୍ଜାତୀୟ ଡେବ୍ୟୁ କରିଥିଲେ । ସଚିନ ତାଙ୍କର ଅନ୍ତର୍ଜାତୀୟ ଡେବ୍ୟୁ ସମୟରେ ୧୬ ବର୍ଷ ୨୦୫ ଦିନ ବୟସର ଥିଲେ ।



ଏହି ଦୃଷ୍ଟିରୁ, ବୈଭବ ସୂର୍ଯ୍ୟବଂଶୀ କେବଳ ପୁରୁଷ କ୍ରିକେଟରେ ନୁହେଁ ବରଂ ଭାରତୀୟ କ୍ରିକେଟର ସାମଗ୍ରିକ ରେକର୍ଡରେ ମଧ୍ୟ ଶୀର୍ଷ ସ୍ଥାନ ହାସଲ କରିଛନ୍ତି। ଭାରତ ପାଇଁ ମହିଳା କ୍ରିକେଟରେ ସବୁଠାରୁ କମ ବୟସରେ ଡେବ୍ୟୁ କରିବାର ରେକର୍ଡ ଶେଫାଲି ବର୍ମାଙ୍କ ନାମରେ ଅଛି । ଶେଫାଲି ୧୫ ବର୍ଷ ୨୩୯ ଦିନ ବୟସରେ ଭାରତୀୟ ମହିଳା ଦଳ ପାଇଁ ତାଙ୍କର ଅନ୍ତର୍ଜାତୀୟ ଡେବ୍ୟୁ କରିଥିଲେ। ସେ ସେପ୍ଟେମ୍ବର ୨୪, ୨୦୧୯ରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଏକ ଟି୨୦ ଆନ୍ତର୍ଜାତୀୟ ମ୍ୟାଚ୍ ଖେଳି ତାଙ୍କର ଅନ୍ତର୍ଜାତୀୟ ଡେବ୍ୟୁ କରିଥିଲେ ।

୧୪ ବର୍ଷ ବୟସରେ ନିଜର ବିସ୍ଫୋରକ ବ୍ୟାଟିଂ ପାଇଁ ସାରା ବିଶ୍ୱର ଧ୍ୟାନ ଆକର୍ଷଣ କରିଥିବା ବୈଭବଙ୍କୁ ଏବେ ଭାରତୀୟ ଦଳର ଜର୍ସିରେ ଦେଖିବାକୁ ପ୍ରଶଂସକ ବ୍ୟାକୁଳ ଥିଲେ । ଆଉ ଆଜି ସବୁ ଚର୍ଚ୍ଚାର ଅବସାନ ଘଟାଇ ବୈଭବ ସୂର୍ଯ୍ୟବଂଶୀଙ୍କୁ ଭାରତୀୟ ପାଇଁ ଖେଳିବାର ସୁଯୋଗ ମିଳିଛି ।

ଆଇପିଏଲ୍‌ରେ ରାଜସ୍ଥାନ ରୟାଲ୍ସ ପକ୍ଷରୁ ଖେଳୁଥିବା ବୈଭବ ୨୦୨୫ ମସିହାରେ ଡେବ୍ୟୁ କରିଥିଲେ । ରାଜସ୍ଥାନ ତାଙ୍କୁ ୧.୧୦ କୋଟି ଟଙ୍କାରେ ଦଳରେ ସାମିଲ କରିଥିଲା । ପ୍ରଥମ ସିଜନରେ ସେ ୭ଟି ମ୍ୟାଚରେ ୨୫୨ ରନ୍ କରିଥିଲେ, ଯେଉଁଥିରେ ଗୋଟିଏ ଶତକ ଓ ଗୋଟିଏ ଅର୍ଦ୍ଧଶତକ ରହିଥିଲା । ୨୦୨୬ ସିଜିନରେ ସେ ୧୬ଟି ମ୍ୟାଚ୍‌ରେ ୭୭୬ ରନ୍‌ କରି ଅରେଞ୍ଜ କ୍ୟାପ୍‌ ଜିତିଥିଲେ । ତାଙ୍କର ଏହି ଉତ୍କୃଷ୍ଟ ପ୍ରଦର୍ଶନ ଫଳରେ ତାଙ୍କୁ ଟିମ୍ ଇଣ୍ଡିଆରେ ଖେଳିବା ପାଇଁ ସୁଯୋଗ ମିଳିଛି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Vaibhav Sooryavanshi Creates History, Debuts for India at 15 and Breaks Sachin Tendulkar's Record | Argus News