Videos
|
Sports

Vaibhav Sooryavanshi IPL Auction / ସୂର୍ଯ୍ୟବଂଶୀଙ୍କ ପାଇଁ ୫୦ କୋଟି ? IPL ଇତିହାସର ସବୁଠାରୁ ମହଙ୍ଗା ଖେଳାଳି ହୋଇପାରନ୍ତି ବୈଭବ !

Santosh Kumar Sahoo
Browse all articles by Santosh Kumar Sahoo
·2 months ago·2 min read
ସୂର୍ଯ୍ୟବଂଶୀଙ୍କ ପାଇଁ ୫୦ କୋଟି ? IPL ଇତିହାସର ସବୁଠାରୁ ମହଙ୍ଗା ଖେଳାଳି ହୋଇପାରନ୍ତି ବୈଭବ !
Vaibhav Sooryavanshi

Key Points

ବୈଭବ ସୂର୍ଯ୍ୟବଂଶୀ ପାଇଁ ୫୦ କୋଟି ?
IPL ଇତିହାସରେ ହୋଇପାରେ ନୂଆ ରେକର୍ଡ
ପୂର୍ବ କ୍ରିକେଟରଙ୍କ ବଡ଼ ବୟାନ
IPL ୨୦୨୬ରେ ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ଚର୍ଚ୍ଚା ଜୋରଦାର ହେଉଛି । ମାତ୍ର ୧୫ ବର୍ଷ ବୟସରେ ସେ ରେକର୍ଡ ରେକର୍ଡ ଭାଙ୍ଗି ଚାଲିଛନ୍ତି । ବୁଧବାର ଖେଳାଯାଇଥିବା ଏଲିମିନେଟର ମ୍ୟାଚ୍‌ରେ ସୂର୍ଯ୍ୟବଂଶୀ ୨୯ ବଲ୍‌ରେ ୯୭ ରନ୍‌ର ଐତିହାସିକ ଇନିଂସ ଖେଳିଥିଲେ । ଏହି ଇନିଂସରେ ୧୨ଟି ଛକା ସାମିଲ ଥିଲା । ଏହି ୧୨ ଛକା ସହ ସେ ଗୋଟିଏ ସିଜିନ୍‌ରେ ସର୍ବାଧିକ ଛକା ମାରିବାର ରେକର୍ଡ ନିଜ ନାମରେ କରିଥିଲେ । କ୍ରିସ୍‌ ଗେଲ୍‌ଙ୍କ ୧୪ ବର୍ଷ ପୁରୁଣା ରେକର୍ଡ ସେ ଭାଙ୍ଗିଥିଲେ ।

୧୫ ବର୍ଷୀୟ ଏହି ବିସ୍ମୟ ବାଳକଙ୍କୁ ରାଜସ୍ଥାନ ରୟାଲ୍ସ ଗତ ବର୍ଷ ନିଲାମରେ କିଣିଥିଲା । ଯେତେବେଳେ ରାଜସ୍ଥାନ ତାଙ୍କୁ ନିଲାମରେ କିଣିଥିଲା, ସେତେବେଳେ ଏକମାତ୍ର ପ୍ରତିଦ୍ୱନ୍ଦ୍ୱୀ ଥିଲା ଦିଲ୍ଲୀ କ୍ୟାପିଟାଲ୍ସ, ଯିଏ ୧୩ ବର୍ଷୀୟ ବୈଭବଙ୍କୁ କିଣିବାକୁ ଚାହୁଁଥିଲା । କିନ୍ତୁ ବର୍ତ୍ତମାନ ଯଦି ଏହି ଯୁବ ଖେଳାଳିଙ୍କ ନାମ ନିଲାମକୁ ଆସିବ ତେବେ ପ୍ରତ୍ୟେକ ଦଳ ତାଙ୍କୁ ନିଜ ଦଳରେ ସାମିଲ କରିବାକୁ ଚାହିଁବେ । ପୂର୍ବତନ କ୍ରିକେଟର ଆକାଶ ଚୋପ୍ରା କହିଛନ୍ତି ଯେ ଯଦି ଫ୍ରାଞ୍ଚାଇଜ୍‌ଙ୍କ ପର୍ସ ୨୦୦ କୋଟି ହୁଏ, ତେବେ ବୈଭବଙ୍କୁ ୫୦ କୋଟି ଦେଇ କିଣିପାରନ୍ତି ।

ଅଧିକ ପଢ଼ନ୍ତୁ: ବୈଭବ ସୂର୍ଯ୍ୟବଂଶୀଙ୍କ ବଡ଼ ବୟାନ, ରେକର୍ଡ ନୁହେଁ...IPL ଟ୍ରଫି ଦରକାର



ଆକାଶ ଚୋପ୍ରା କହିଛନ୍ତି, "ରାଜସ୍ଥାନ ରୟାଲ୍ସ ବୈଭବ ସୂର୍ଯ୍ୟବଂଶୀଙ୍କୁ ବଜାୟ ରଖିବା ପାଇଁ ଯଥାସମ୍ଭବ ଚେଷ୍ଟା କରିବ। ସେ ନିଲାମକୁ ଆସିବାର ରହିବାର କୌଣସି ସମ୍ଭାବନା ନାହିଁ, କିନ୍ତୁ ଯଦି ସେ ନିଲାମ ଟେବୁଲକୁ ଆସନ୍ତି ତେବେ ସେ IPL ଇତିହାସର ସବୁଠାରୁ ମହଙ୍ଗା ଖେଳାଳି ହୋଇପାରନ୍ତି । ଏଥିରେ ମୋର କୌଣସି ସନ୍ଦେହ ନାହିଁ ।"

ବୈଭବ ସୂର୍ଯ୍ୟବଂଶୀଙ୍କୁ କେତେ ଟଙ୍କାରେ ବିକ୍ରି ହେବେ ?

ପୂର୍ବତନ କ୍ରିକେଟର କହିଛନ୍ତି, "ଋଷଭ ପନ୍ତଙ୍କୁ ୨୭ କୋଟିରେ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ କିଣିଥିଲା । ବୈଭବ ୩୦ କୋଟିରେ ବିକ୍ରି ହେବେ । ଦଳଗୁଡ଼ିକ ତାଙ୍କ ପାଇଁ ୩୦ କୋଟି ରଖିବେ ଏବଂ କିଛି ସାହସୀ ଦଳ ତାଙ୍କ ପାଇଁ ୩୩ କୋଟି ମଧ୍ୟ ଖର୍ଚ୍ଚ କରିବେ । କିନ୍ତୁ ଯଦି ସେ ନିଲାମକୁ ଆସନ୍ତି, ତେବେ ପୂର୍ବ ସମସ୍ତ ନିଲାମ ରେକର୍ଡ ଭାଙ୍ଗିଯିବ । ପର୍ସ କେତେ ହେବ ତାହା ଅଜଣା । ଯଦି ପର୍ସ ୨୦୦ କୋଟି ହୁଏ ତେବେ ବୈଭବ ସୂର୍ଯ୍ୟବଂଶୀ ୫୦ କୋଟି ମଧ୍ୟ ପାଇପାରନ୍ତି ।''
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Vaibhav Sooryavanshi May Become IPL’s Costliest Player | Argus News