Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

Vaibhav Sooryavanshi Record / ଯୁବ ଖେଳାଳିଙ୍କ ବଡ଼ ରେକର୍ଡ, ସେହୱାଗ ଓ ମ୍ୟାକ୍ସୱେଲଙ୍କୁ ପଛରେ ପକାଇଲେ ସୂର୍ଯ୍ୟବଂଶୀ

Santosh Kumar Sahoo
Browse all articles by Santosh Kumar Sahoo
·2 months ago·1 min read
ଯୁବ ଖେଳାଳିଙ୍କ ବଡ଼ ରେକର୍ଡ, ସେହୱାଗ ଓ ମ୍ୟାକ୍ସୱେଲଙ୍କୁ ପଛରେ ପକାଇଲେ ସୂର୍ଯ୍ୟବଂଶୀ
Vaibhav Sooryavanshi

Key Points

ଛୋଟ ଇନିଂସ, ବଡ଼ କାରନାମା
ସୂର୍ଯ୍ୟବଂଶୀଙ୍କ ରେକର୍ଡ ଧମାକା
ସେହୱାଗ, ମ୍ୟାକ୍ସୱେଲଙ୍କୁ ପଛରେ ପକାଇଲେ ସୂର୍ଯ୍ୟବଂଶୀ
ବୁଧବାର ଆଇପିଏଲର ୩୨ତମ ମ୍ୟାଚ୍‌ରେ ମୁହାଁମୁହିଁ ହେଉଛନ୍ତି ରାଜସ୍ଥାନ ରୟାଲ୍ସ ଏବଂ ଲକ୍ଷ୍ନୌ ସୁପରଜିଆଣ୍ଟସ । ଏହି ମ୍ୟାଚରେ ସମସ୍ତଙ୍କ ନଜର ବୈଭବ ସୂର୍ଯ୍ୟବଂଶୀ ଉପରେ ଥିଲା । କିନ୍ତୁ ବୈଭବ କେବଳ ୮ ରନ କରି ଆଉଟ୍‌ ହୋଇଥିଲେ ।୮ ରନର ଏହି ଛୋଟ ଇନିଂସ ସତ୍ତ୍ୱେ ବୈଭବ ଏକ ବଡ଼ ରେକର୍ଡ ହାସଲ କରିଛନ୍ତି । ସୂର୍ଯ୍ୟବଂଶୀ ଏବେ IPL ଇତିହାସରେ ୫୦୦ ରନ୍‌ ବଲ୍‌ ଦୃଷ୍ଟିରୁ କରିବାରେ ଦ୍ରୁତତମ ବ୍ୟାଟ୍ସମ୍ୟାନ୍ ହୋଇସାରିଛନ୍ତି । ସେ ଏହି ସଫଳତା ହାସଲ କରିଥିବା ସବୁଠାରୁ ଯୁବ ଖେଳାଳି ମଧ୍ୟ ହୋଇଛନ୍ତି । ଏହାର ଅର୍ଥ ହେଉଛି ବୈଭବ ଡବଲ ସଫଳତା ହାସଲ କରିଛନ୍ତି ।

ବୈଭବ ମ୍ୟାଚ୍ ସମୟରେ ଦ୍ୱିତୀୟ ଓଭରର ଦ୍ୱିତୀୟ ବଲରେ ଚୌକା ମାରି ଏହି ସଫଳତା ହାସଲ କରିଥିଲେ । ମାତ୍ର ୨୨୨ ବଲରେ ୫୦୦ ରନ ହାସଲ କରି ସେ ଅଷ୍ଟ୍ରେଲିୟ କିମ୍ବଦନ୍ତୀ ଗ୍ଲେନ୍ ମ୍ୟାକ୍ସୱେଲଙ୍କୁ ପଛରେ ପକାଇ ଦେଇଥିଲେ । ଯିଏ IPL ରେ ୨୬୦ ବଲ୍‌ ଖେଳି ୫୦୦ ରନ ପୂରଣ କରିଥିଲେ । ସେହିପରି ପ୍ରିୟାଂଶ ଆର୍ଯ୍ୟ ଏହି ସଫଳତା ପାଇବା ପାଇଁ ୨୭୮ ବଲ୍ ସାମ୍ନା କରିଥିଲେ ଏବଂ ବୀରେନ୍ଦ୍ର ସେହୱାଗ ୨୮୦ ବଲ୍ ସାମ୍ନା କରିଥିଲେ ।

ବୈଭବ ମଧ୍ୟ IPLରେ ୫୦୦ ରନ କରିଥିବା ସବୁଠାରୁ କମ୍‌ ବୟସର ଖେଳାଳି ହୋଇଛନ୍ତି । ସେ ୧୫ ବର୍ଷ ୨୬ ଦିନ ବୟସରେ ଏହି ସଫଳତା ହାସଲ କରିଥିଲେ । ପୃଥ୍ୱୀ ଶ' ୧୯ ବର୍ଷ ୧୬୪ ଦିନ ବୟସରେ ୫୦୦ IPL ରନ ପୂରଣ କରିଥିଲେ। ସଞ୍ଜୁ ସାମସନ ୧୯ ବର୍ଷ ୧୯୫ ଦିନ ବୟସରେ ଏହି ସଫଳତା ହାସଲ କରିଥିଲେ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Vaibhav Sooryavanshi Breaks IPL Record, Surpasses Sehwag & Maxwell | Argus News