Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଶୁକ୍ରବାର ବୈଭବ ଭାଙ୍ଗିବେ ବଡ଼ ରେକର୍ଡ, ମାତ୍ର ୨୬ ରନ୍ କଲେ ହାତେଇବେ ଅରେଞ୍ଜ କ୍ୟାପ୍‌

Sports

Vaibhav Sooryavanshi Record / ଶୁକ୍ରବାର ବୈଭବ ଭାଙ୍ଗିବେ ବଡ଼ ରେକର୍ଡ, ମାତ୍ର ୨୬ ରନ୍ କଲେ ହାତେଇବେ ଅରେଞ୍ଜ କ୍ୟାପ୍‌

Santosh Kumar Sahoo
Browse all articles by Santosh Kumar Sahoo
·2 hours ago·2 min read
ଶୁକ୍ରବାର ବୈଭବ ଭାଙ୍ଗିବେ ବଡ଼ ରେକର୍ଡ, ମାତ୍ର ୨୬ ରନ୍ କଲେ ହାତେଇବେ ଅରେଞ୍ଜ କ୍ୟାପ୍‌
Vaibhav Sooryavanshi

Key Points

ଶୁକ୍ରବାର ବଡ଼ ରେକର୍ଡ ଭାଙ୍ଗିବେ ବୈଭବ
ମାତ୍ର ୨୬ ରନ୍‌ରେ ଅରେଞ୍ଜ କ୍ୟାପ୍‌
ଦିଲ୍ଲୀ ପାଇଁ ବଡ଼ ଚ୍ୟାଲେଞ୍ଜ
ଶୁକ୍ରବାର ଆଇପିଏଲରେ ଖେଳାଯିବ ମହାମୁକାବିଲା । IPL ର ୪୩ତମ ମ୍ୟାଚ୍‌ରେ ମୁହାଁମୁହିଁ ହେବେ ରାଜସ୍ଥାନ ରୟାଲ୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ । ଏହି ମ୍ୟାଚ୍‌ରେ ସମସ୍ତଙ୍କ ନଜର ୧୫ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀଙ୍କ ଉପରେ ରହିବ । ଆଇପିଏଲ ଇତିହାସରେ ସବୁଠୁ ଦ୍ରୁତ ରନ୍ କରିବାର ରେକର୍ଡ ବୈଭବଙ୍କ ନାଁରେ ରହିଛି ।

ସେ IPL ୨୦୨୬ ରେ ଏପର୍ଯ୍ୟନ୍ତ ମାତ୍ର ୧୬୭ ବଲ୍‌ରେ ୪୦୦ ରନ୍‌ ପୂରଣ କରି ସବୁଠୁ ଦ୍ରୁତ ରନ୍‌ କରିବାର ରେକର୍ଡ ନିଜ ନାମରେ କରିଛନ୍ତି । ରାଜସ୍ଥାନ ପକ୍ଷରୁ ଖେଳୁଥିବା ବୈଭବ ନିଜ ବ୍ୟାଟିଂରେ ସମସ୍ତଙ୍କୁ ଚକିତ କରିଛନ୍ତି । ଏପରି ସ୍ଥିତିରେ ଯଦି ଶୁକ୍ରବାର ବୈଭବ ମାତ୍ର ୨୬ ରନ୍‌ ପୂରଣ କରନ୍ତି ତେବେ ସେ ଅଭିଷେକ ଶର୍ମାଙ୍କୁ ପଛରେ ପକାଇବେ ।

ବୈଭବ ନିଜ ଦଳକୁ ଚଳିତ ସିଜିନ୍‌ରେ ଧୁଆଁଧାର ଆରମ୍ଭ ଦେଉଛନ୍ତି । ବୈଭବଙ୍କ ଧୁଆଁଧାର ବ୍ୟାଟିଂକୁ ଦେଖିବା ପାଇଁ ଫ୍ୟାନ୍ସମାନେ ଏବେ ରାଜସ୍ଥାନ ରୟାଲ୍ସର ମ୍ୟାଚ୍‌କୁ ଅପେକ୍ଷା କରି ରହୁଛନ୍ତି ।

ଅଧିକ ପଢ଼ନ୍ତୁ: ମ୍ୟାଚ୍ ମଝିରେ ସିଗାରେଟ୍ ଟାଣୁଥିଲେ କ୍ୟାପ୍ଟେନ୍; ଏବେ ଗଣିବେ ମୋଟା ଅଙ୍କର ଫାଇନ୍


ମାତ୍ର ୨୬ ରନ୍‌ ପରେ ବୈଭବଙ୍କୁ ମିଳିବ ଅରେଞ୍ଜ କ୍ୟାପ୍‌

ଶୁକ୍ରବାର ରାଜସ୍ଥାନ - ଦିଲ୍ଲୀ କ୍ୟାପିଟାଲ୍ସ ମ୍ୟାଚ୍‌ ଖେଳାଯିବ । ଏହି ମ୍ୟାଚ୍‌ରେ ଦେଖିବାକୁ ବାକି ରହିଲା ଯେ ବୈଭବ ସୂର୍ଯ୍ୟବଂଶୀ ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ କିଭଳି ଆରମ୍ଭ କରିବେ । ଏହି ମ୍ୟାଚ୍ ରାଜସ୍ଥାନର ଘରୋଇ ପଡ଼ିଆ ଜୟପୁରରେ ଖେଳାଯିବ । ଯଦି ବୈଭବ ସୂର୍ଯ୍ୟବଂଶୀ ଏହି ମ୍ୟାଚ୍‌ରେ ୨୬ ରନ୍ କରନ୍ତି, ତେବେ ସେ ଅଭିଷେକ ଶର୍ମାଙ୍କୁ ପଛରେ ପକାଇ ଅରେଞ୍ଜ କ୍ୟାପ୍ ନିଜ ନାମରେ କରିବେ ।

ବର୍ତ୍ତମାନ, ବୈଭବ IPL ରନ ସ୍କୋରିଂରେ ତୃତୀୟ ସ୍ଥାନରେ ଅଛନ୍ତି । ସେ ଏପର୍ଯ୍ୟନ୍ତ ନଅଟି ମ୍ୟାଚ୍‌ରେ ୪୦୦ ରନ୍ କରିଛନ୍ତି, ଯେଉଁଥିରେ ଗୋଟିଏ ଶତକ ଏବଂ ଦୁଇଟି ଅର୍ଦ୍ଧଶତକ ଅନ୍ତର୍ଭୁକ୍ତ । ବୈଭବ ଏହି ସିଜନ୍‌ରେ ୨୦୦ ରୁ ଅଧିକ ଷ୍ଟ୍ରାଇକ୍ ରେଟ୍‌ରେ ବ୍ୟାଟିଂ କରୁଛନ୍ତି ।

ଅରେଞ୍ଜ କ୍ୟାପ୍ ଦୌଡ଼ରେ ଅଭିଷେକ ଶର୍ମା ଆଗରେ ଅଛନ୍ତି

ଅଭିଷେକ ଶର୍ମା ବର୍ତ୍ତମାନ IPL ରନ ସ୍କୋରିଂରେ ଶୀର୍ଷ ସ୍ଥାନ ଅଧିକାର କରିଛନ୍ତି । ଅଭିଷେକ ସନରାଇଜର୍ସ ହାଇଦ୍ରାବାଦ ପାଇଁ ଜଣେ ବିସ୍ଫୋରକ ବ୍ୟାଟ୍ସମ୍ୟାନ। ସେ ତାଙ୍କ ଦଳ ପାଇଁ ନଅଟି ମ୍ୟାଚ୍‌ରେ ତିନୋଟି ଅର୍ଦ୍ଧଶତକ ଏବଂ ଗୋଟିଏ ଶତକ କରିଛନ୍ତି । ଆର. ଅଶ୍ୱିନଙ୍କ ଅନୁସାରେ, ଅଭିଷେକ ଶର୍ମା ଜଣେ ଖେଳାଳି ଯିଏ ଭାରତର ଭବିଷ୍ୟତର ଷ୍ଟାର ହୋଇପାରିବେ। ଏହି ତାଲିକାର ପରବର୍ତ୍ତୀ ନାମ ହେଉଛି ହେନରିଚ୍ କ୍ଲାସେନ୍, ଯିଏ ୪୧୪ ରନ୍ କରିଛନ୍ତି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Vaibhav Sooryavanshi Set to Break Record, Needs 26 Runs for Orange Cap | Argus News