Sooryavanshi Prank Video / ''ଫଟୋ ପାଇଁ ଟଙ୍କା ଦେବାକୁ ପଡିବ”, ଭାଇରାଲ ହେଲା ବୈଭବଙ୍କ ପ୍ରାଙ୍କ୍ ଭିଡିଓ
·3 days ago·2 min read

Key Points
ବିମାନବନ୍ଦରରେ ବୈଭବଙ୍କ ଭାଇରାଲ ଭିଡିଓ
ଛୋଟ ପିଲାଙ୍କୁ ଦେଲେ ସରପ୍ରାଇଜ୍
କହିଲେ, ୧୦୦ ଟଙ୍କା ଦେଲେ ଉଠେଇବି ଫଟୋ
ଛୋଟ ପିଲାଙ୍କୁ ଦେଲେ ସରପ୍ରାଇଜ୍
କହିଲେ, ୧୦୦ ଟଙ୍କା ଦେଲେ ଉଠେଇବି ଫଟୋ
ରାଜସ୍ଥାନ ରୟାଲ୍ସର ଓପନର ବୈଭବ ସୂର୍ଯ୍ୟବଂଶୀ ଚଳିତ ଆଇପିଏଲରେ ଦମଦାର ବ୍ୟାଟିଂ କରୁଛନ୍ତି । ତାଙ୍କର ବିସ୍ଫୋରକ ବ୍ୟାଟିଂର ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେଉଛି । ତେବେ ଏହାରି ମଧ୍ୟରେ ବୈଭବଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଯେଉଁଥିରେ ଦେଖିବାକୁ ମିଳୁଛି କି ବୈଭବ ବିମାନବନ୍ଦରରେ ଦୁଇ ଯୁବ ପ୍ରଶଂସକଙ୍କ ସହ ମଜାକ୍ କରୁଛନ୍ତି । ସେ କହୁଛନ୍ତି ଯେ ସେ ଗୋଟିଏ ଫଟୋ ପାଇଁ ୧୦୦ ଟଙ୍କା ନେବେ । ଏହି ଭିଡିଓଟି ରାଜସ୍ଥାନ ରୟାଲ୍ସ ସେମାନଙ୍କର ସୋସିଆଲ ମିଡିଆ ପ୍ଲାଟଫର୍ମରେ ସେୟାର କରିଛନ୍ତି ।
କ୍ଲିପ୍ରେ ଦୁଇଜଣ ଛୋଟ ଛୋଟ ପିଲା ସୂର୍ଯ୍ୟବଂଶୀଙ୍କ ପାଖକୁ ଫଟୋ ପାଇଁ ଆସନ୍ତି । ସେ ତାଙ୍କୁ ମନା କରୁନାହାନ୍ତି, କିନ୍ତୁ କହନ୍ତି ଯେ ସେ ମାଗଣାରେ ପୋଜ୍ ଦେବେ ନାହିଁ । ସୂର୍ଯ୍ୟବଂଶୀ କହିଥିଲେ, “ଭାଇ, ମୁଁ ଟଙ୍କା ନେଉଛି । ମୁଁ ତୁମକୁ ସତ କହୁଛି, ଭାଇ । ମୁଁ ୧୦୦ ଟଙ୍କା ନେବି ।” ତାପରେ ସେହି ଫ୍ୟାନ୍ମାନେ ୨୦୦ ଟଙ୍କା ନେଇ ଆସନ୍ତି । ତାପରେ ସୂର୍ଯ୍ୟବଂଶୀ କହିନ୍ତି ଏହା ଗୋଟିଏ ପ୍ରାଙ୍କ ଥିଲା । ପରେ ସେ ତାଙ୍କ ସହ କିଛି ଫଟୋ ପାଇଁ ପୋଜ୍ ଦିଅନ୍ତି ।
ବୈଭବ ସୂର୍ଯ୍ୟବଂଶୀ ସମ୍ପ୍ରତି ହାଇଦ୍ରାବାଦ ବିପକ୍ଷରେ ୩୬ ବଲ୍ରେ ତାଙ୍କର ଦ୍ୱିତୀୟ IPL ଶତକ ହାସଲ କରିଛନ୍ତି । ଯାହା ଟୁର୍ଣ୍ଣାମେଣ୍ଟ ଇତିହାସର ତୃତୀୟ ଦ୍ରୁତତମ ଶତକ । ଏହି ଇନିଂସକୁ SRH ଅଧିନାୟକ ପ୍ୟାଟ୍ କମିନ୍ସ ମଧ୍ୟ ପ୍ରଶଂସା କରିଥିଲେ, ଯିଏ କହିଥିଲେ ଯେ ବୈଭବ ଏବେ ତାଙ୍କର ପ୍ରିୟ ଖେଳାଳି ।
ସୂର୍ଯ୍ୟବଂଶୀ ଚଳିତ ଆଇପିଏଲରେ ଏପର୍ଯ୍ୟନ୍ତ ଆଠଟି ମ୍ୟାଚ୍ରେ ୩୫୭ ରନ୍ କରିଛନ୍ତି । ସେ ଏହି ସିଜନରେ ୩୧ ଚୌକା ଏବଂ ୩୨ ଛକା ମାରିଛନ୍ତି ।

Baccha party always a step ahead 😂 pic.twitter.com/locrozR0Yh
— Rajasthan Royals (@rajasthanroyals) April 27, 2026
ବୈଭବ ସୂର୍ଯ୍ୟବଂଶୀ ସମ୍ପ୍ରତି ହାଇଦ୍ରାବାଦ ବିପକ୍ଷରେ ୩୬ ବଲ୍ରେ ତାଙ୍କର ଦ୍ୱିତୀୟ IPL ଶତକ ହାସଲ କରିଛନ୍ତି । ଯାହା ଟୁର୍ଣ୍ଣାମେଣ୍ଟ ଇତିହାସର ତୃତୀୟ ଦ୍ରୁତତମ ଶତକ । ଏହି ଇନିଂସକୁ SRH ଅଧିନାୟକ ପ୍ୟାଟ୍ କମିନ୍ସ ମଧ୍ୟ ପ୍ରଶଂସା କରିଥିଲେ, ଯିଏ କହିଥିଲେ ଯେ ବୈଭବ ଏବେ ତାଙ୍କର ପ୍ରିୟ ଖେଳାଳି ।
ସୂର୍ଯ୍ୟବଂଶୀ ଚଳିତ ଆଇପିଏଲରେ ଏପର୍ଯ୍ୟନ୍ତ ଆଠଟି ମ୍ୟାଚ୍ରେ ୩୫୭ ରନ୍ କରିଛନ୍ତି । ସେ ଏହି ସିଜନରେ ୩୧ ଚୌକା ଏବଂ ୩୨ ଛକା ମାରିଛନ୍ତି ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories