Videos
|
Sports

Vaibhav Sooryavanshi Cricket Goals / ଗୋଟିଏ ଓଭରରେ ୬ ଛକାରୁ ଦ୍ରୁତତମ ଶତକ, ବୈଭବ ସୂର୍ଯ୍ୟବଂଶୀ କହିଲେ ନିଜର ୬ ବଡ଼ ଲକ୍ଷ୍ୟ

Santosh Kumar Sahoo
Browse all articles by Santosh Kumar Sahoo
·1 hour ago·2 min read
ଗୋଟିଏ ଓଭରରେ ୬ ଛକାରୁ ଦ୍ରୁତତମ ଶତକ, ବୈଭବ ସୂର୍ଯ୍ୟବଂଶୀ କହିଲେ ନିଜର ୬ ବଡ଼ ଲକ୍ଷ୍ୟ
Vaibhav Sooryavanshi

Key Points

ବୈଭବଙ୍କ ୬ ବଡ଼ ଟାର୍ଗେଟ୍
ନମ୍ବର-୧ରେ ରହିଛି ଏହି ବଡ଼ ସ୍ୱପ୍ନ
ଜାଣନ୍ତୁ ଯୁବ ତାରକାଙ୍କ ୬ ଲକ୍ଷ୍ୟ
ବୟସ ମାତ୍ର ୧୫ ବର୍ଷ, କିନ୍ତୁ ସ୍ୱପ୍ନ ଏତେ ବଡ଼ ଯେ କ୍ରିକେଟ୍‌ର ରେକର୍ଡ ବୁକ୍‌ ବି ଛୋଟ ଲାଗିବ । ଭାରତର ଯୁବ ବ୍ୟାଟିଂ ତାରକା ବୈଭବ ସୂର୍ଯ୍ୟବଂଶୀ ଏବେ ନିଜର ୬ଟି ବଡ଼ ଲକ୍ଷ୍ୟ ଖୋଲି କହିଛନ୍ତି । ଗୋଟିଏ ଓଭରରେ ୬ଟି ଛକା ମାରିବାଠାରୁ ଆରମ୍ଭ କରି T20Iରେ ଦ୍ରୁତତମ ଶତକ—ବୈଭବଙ୍କ ସ୍ୱପ୍ନର ତାଲିକା ଶୁଣିଲେ ଆପଣ ବି ହୋଇଯିବେ ଚକିତ । ତେବେ ଏହି ୬ଟି ଲକ୍ଷ୍ୟ ମଧ୍ୟରୁ ବୈଭବ କେଉଁଟିକୁ ଦେଇଛନ୍ତି ନମ୍ବର-୧ ସ୍ଥାନ ?

ଷ୍ଟାର ସ୍ପୋର୍ଟ୍ସ ସହ କଥାବାର୍ତ୍ତା ସମୟରେ ବୈଭବଙ୍କୁ ବିନା ଅଧିକ ଚିନ୍ତା କରି ୬ଟି ଲକ୍ଷ୍ୟକୁ ରାଙ୍କ୍ କରିବାକୁ କୁହାଯାଇଥିଲା । ସେ ଗୋଟିଏ ଓଭରରେ ୬ଟି ଛକା ମାରିବାକୁ ତାଙ୍କର ନମ୍ବର-୧ ଲକ୍ଷ୍ୟ ଭାବେ ବାଛିଥିଲେ ।

ବୈଭବ ସୂର୍ଯ୍ୟବଂଶୀଙ୍କ ୬ଟି ବଡ଼ ଲକ୍ଷ୍ୟ

୧. ଗୋଟିଏ ଓଭରରେ ୬ଟି ଛକା

ବୈଭବ ନିଜ ରାଙ୍କିଂରେ ଗୋଟିଏ ଓଭରର ସମସ୍ତ ୬ଟି ବଲ୍‌ରେ ଛକା ମାରିବାର ଲକ୍ଷ୍ୟକୁ ପ୍ରଥମ ସ୍ଥାନରେ ରଖିଛନ୍ତି । ଏହା କ୍ରିକେଟ୍‌ରେ ଏକ ବିଶେଷ ଉପଲବ୍ଧି ଭାବେ ଗଣାଯାଏ ।

୨. T20Iରେ ସବୁଠାରୁ ଦ୍ରୁତ ଶତକ

T20 ଅନ୍ତର୍ଜାତୀୟ କ୍ରିକେଟ୍ ଇତିହାସରେ ସବୁଠାରୁ ଦ୍ରୁତ ଶତକ ମାରିବାର ଲକ୍ଷ୍ୟକୁ ବୈଭବ ଦ୍ୱିତୀୟ ସ୍ଥାନରେ ରଖିଛନ୍ତି । ତାଙ୍କ ଆକ୍ରମଣାତ୍ମକ ବ୍ୟାଟିଂ ଶୈଳୀକୁ ଦେଖିଲେ ଏହି ଲକ୍ଷ୍ୟ ତାଙ୍କ ଖେଳ ସହ ମଧ୍ୟ ଖୁବ ମେଳ ଖାଉଛି ।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
୩. କ୍ରିକେଟ୍ ଇତିହାସର ସବୁଠାରୁ ଲମ୍ବା ଛକା

କ୍ରିକେଟ୍ ଇତିହାସରେ ସବୁଠାରୁ ଲମ୍ବା ଛକା ମାରିବାର ଇଚ୍ଛାକୁ ବୈଭବ ତୃତୀୟ ସ୍ଥାନ ଦେଇଛନ୍ତି ।

୪. ଭାରତ ପାଇଁ T20Iରେ ସର୍ବାଧିକ ଶତକ

T20 ଅନ୍ତର୍ଜାତୀୟ କ୍ରିକେଟ୍‌ରେ ଭାରତ ପାଇଁ ସବୁଠାରୁ ଅଧିକ ଶତକ ମାରିବାର ଲକ୍ଷ୍ୟକୁ ବୈଭବ ଚତୁର୍ଥ ସ୍ଥାନରେ ରଖିଛନ୍ତି ।

୫. ଶେଷ ବଲ୍‌ରେ ଛକା ମାରି ମ୍ୟାଚ୍ ଜିତାଇବା

ମ୍ୟାଚ୍‌ର ଶେଷ ବଲ୍‌ରେ ଛକା ମାରି ନିଜ ଦଳକୁ ବିଜୟୀ କରାଇବାର ଲକ୍ଷ୍ୟକୁ ସେ ପଞ୍ଚମ ସ୍ଥାନରେ ରଖିଛନ୍ତି ।

୬. କ୍ରିକେଟ୍ ଇତିହାସରେ ମନେ ରହିଯିବା ଭଳି କ୍ୟାଚ୍

କ୍ରିକେଟ୍ ଇତିହାସରେ ଅନେକ ଚମତ୍କାର କ୍ୟାଚ୍ ସବୁବେଳେ ମନେ ରହିଛି । ବୈଭବଙ୍କୁ ମଧ୍ୟ ଇତିହାସରେ ସ୍ଥାନ ପାଇବା ଭଳି କ୍ୟାଚ୍ ଧରିବା ବିଷୟରେ ପଚରାଯାଇଥିଲା । ସେ ଏହି ଲକ୍ଷ୍ୟକୁ ଷଷ୍ଠ ତଥା ଶେଷ ସ୍ଥାନରେ ରଖିଥିଲେ ।

ଏମିତି ରହିଛି ବୈଭବଙ୍କ ଅନ୍ତର୍ଜାତୀୟ କ୍ୟାରିୟର

ବୈଭବ ସୂର୍ଯ୍ୟବଂଶୀ ଏପର୍ଯ୍ୟନ୍ତ ୮ଟି T20 ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଛନ୍ତି । ଏହି ୮ଟି ଇନିଂସ ସେ ୨୪୬ ରନ୍ କରିଛନ୍ତି । ତାଙ୍କ ବ୍ୟାଟିଂ ହାରାହାରି ୩୦.୭୫ ଥିବା ବେଳେ ଷ୍ଟ୍ରାଇକ୍ ରେଟ୍ ରହିଛି ୧୮୬.୩୬ । ସେ ଏପର୍ଯ୍ୟନ୍ତ ୨ଟି ଅର୍ଦ୍ଧଶତକ ମାରିଛନ୍ତି ଏବଂ ତାଙ୍କର ସର୍ବାଧିକ ସ୍କୋର ୮୧ ରନ୍ ।

ଜୁଲାଇରେ ଇଂଲଣ୍ଡ ବିପକ୍ଷ T20 ମ୍ୟାଚ୍ ଖେଳି ବୈଭବ ଅନ୍ତର୍ଜାତୀୟ କ୍ରିକେଟ୍‌ରେ ଡେବ୍ୟୁ କରିଥିଲେ । ଏତେ କମ୍ ବୟସରେ ତାଙ୍କର ବିସ୍ଫୋରକ ବ୍ୟାଟିଂ ତାଙ୍କୁ ଭାରତୀୟ କ୍ରିକେଟ୍‌ର ଏକ ବଡ଼ ଭବିଷ୍ୟତ ଭାବେ ପରିଚିତ କରାଇଛି । ଏବେ ଦେଖିବାକୁ ରହିଲା, ବୈଭବ ନିଜର ଏହି ୬ଟି ବଡ଼ ସ୍ୱପ୍ନ ମଧ୍ୟରୁ କେତୋଟିକୁ ଆଗାମୀ ଦିନରେ ହାସଲ କରି ଇତିହାସ ରଚିପାରୁଛନ୍ତି ।