Vaibhav Sooryavanshi / ବୈଭବଙ୍କ ନାଁରେ ମହାରେକର୍ଡ, ଟି-୨୦ରେ ନୂଆ ସିକ୍ସର୍ କିଙ୍ଗ୍ ହେଲେ ସୂର୍ଯ୍ୟବଂଶୀ
·1 hour ago·2 min read

Key Points
ବୈଭବଙ୍କ ନାଁରେ ମହାରେକର୍ଡ
୨୯ ଇନିଂସରେ ୧୦୦ ଛକା
ଭାଙ୍ଗିଲେ ଅଭିଷେକ ଶର୍ମାଙ୍କ ରେକର୍ଡ
୨୯ ଇନିଂସରେ ୧୦୦ ଛକା
ଭାଙ୍ଗିଲେ ଅଭିଷେକ ଶର୍ମାଙ୍କ ରେକର୍ଡ
ରାଜସ୍ଥାନ ରୟାଲ୍ସ (RR)ର ଯୁବ ବ୍ୟାଟ୍ସମ୍ୟାନ୍ ବୈଭବ ସୂର୍ଯ୍ୟବଂଶୀ IPL ୨୦୨୬ରେ ଚମତ୍କାର ପ୍ରଦର୍ଶନ କରୁଛନ୍ତି । ଶନିବାର ଜୟପୁରର ସୱାଇ ମାନସିଂହ ଷ୍ଟାଡିୟମରେ ଗୁଜରାଟ ଟାଇଟନ୍ସ ଓ ରାଜସ୍ଥାନ ରୟାଲ୍ସ ମୁହାଁମୁହିଁ ହୋଇଥିଲେ । ଏହି ମ୍ୟାଚ୍ରେ ବୈଭବ ସୂର୍ଯ୍ୟବଂଶୀ ମାତ୍ର ୧୬ ବଲ୍ରେ ୩୬ ରନ୍ କରିଥିଲେ । ଯେଉଁଥିରେ ତିନୋଟି ଛକା ଓ ତିନୋଟି ଚୌକା ସାମିଲ ଥିଲା । ଏହି ବିସ୍ଫୋରକ ଇନିଂସରେ ବୈଭବ ବଡ଼ ରେକର୍ଡ ନିଜ ନାମରେ କରିଛନ୍ତି ।
ବୈଭବ ସୂର୍ଯ୍ୟବଂଶୀ ଟି-୨୦ କ୍ରିକେଟରେ ୧୦୦ ଛକା ମାରିବାରେ ସବୁଠାରୁ ଦ୍ରୁତ ଏବଂ ସର୍ବକନିଷ୍ଠ ବ୍ୟାଟ୍ସମ୍ୟାନ୍ ହୋଇଛନ୍ତି । ସେ ମାତ୍ର ୨୯ ଟି-୨୦ ଇନିଂସରେ ଏହି ଐତିହାସିକ ସଫଳତା ହାସଲ କରିଛନ୍ତି । ବୈଭବ କେବଳ ଇନିଂସ ଦୃଷ୍ଟିରୁ ନୁହେଁ ବରଂ ବଲ୍ ଦୃଷ୍ଟିରୁ ମଧ୍ୟ ରେକର୍ଡ ଭାଙ୍ଗିଥିଲେ । ସେ ମାତ୍ର ୫୧୪ ବଲ୍ରେ ତାଙ୍କର ୧୦୦ତମ ଟି-୨୦ ଛକା ପୂରଣ କରିଥିଲେ । ପୂର୍ବରୁ କୌଣସି ବ୍ୟାଟ୍ସମ୍ୟାନ୍ ଏତେ କମ୍ ବଲ୍ରେ ଏହି ସଫଳତା ପାଇ ପାରିନାହାନ୍ତି ।
ବାସ୍ତବରେ, ବୈଭବ ସୂର୍ଯ୍ୟବଂଶୀ ଏବେ IPL ସିଜିନ୍ ସମୟରେ ପାୱାରପ୍ଲେରେ ସର୍ବାଧିକ ଛକା ମାରିଥିବା ବ୍ୟାଟ୍ସମ୍ୟାନ୍ ହୋଇଛନ୍ତି । ବୈଭବ ଏହି ସିଜିନରେ ପାୱାର ପ୍ଲେ'ରେ ମୋଟ ୩୦ଟି ଛକା ମାରିଛନ୍ତି । ସେ ଏବେ ଅଭିଷେକ ଶର୍ମାଙ୍କୁ ପଛରେ ପକାଇ ଦେଇଛନ୍ତି, ଯିଏ ୨୦୨୪ ସିଜିନରେ ପାୱାର ପ୍ଲେରେ ୨୯ଟି ଛକା ମାରିଥିଲେ । ମୋଟାମୋଟି ଭାବରେ ବୈଭବ ଚଳିତ IPL ସିଜିନରେ ୪୦ଟି ଛକା ମାରିଛନ୍ତି ।
ଏକ ଆଇପିଏଲ୍ ସିଜିନ୍ରେ ପାୱାର ପ୍ଲେରେ ସର୍ବାଧିକ ଛକା
୩୦ * - ବୈଭବ ସୂର୍ଯ୍ୟବଂଶୀ (୨୦୨୬)
୨୯ - ଅଭିଷେକ ଶର୍ମା (୨୦୨୪)
୨୭* - ଅଭିଷେକ ଶର୍ମା (୨୦୨୬)
୨୨ - ସନାଥ ଜୟସୁରିଆ (୨୦୦୮)
୨୨- ଟ୍ରାଭିସ୍ ହେଡ୍ (୨୦୨୪)
୨୨ -ଯଶସ୍ବୀ ଜୟସ୍ବାଲ (୨୦୨୫)
ଏକ ଆଇପିଏଲ୍ ସିଜିନ୍ରେ ସର୍ବାଧିକ ଛକା ମାରିଥିବା ଭାରତୀୟ ବ୍ୟାଟ୍ସମ୍ୟାନ୍
୪୨ - ଅଭିଷେକ ଶର୍ମା (୨୦୨୪)
୪୦ * - ବୈଭବ ସୂର୍ଯ୍ୟବଂଶୀ (୨୦୨୬)
୩୯ - ଶ୍ରେୟସ୍ ଆୟର୍ (୨୦୨୫)
୩୮ - ବିରାଟ କୋହଲି (୨୦୧୬)
୩୮ - ବିରାଟ କୋହଲି (୨୦୨୪)
୩୮ - ସୂର୍ଯ୍ୟକୁମାର ଯାଦବ (୨୦୨୫)
୩୭ - ଋଷଭ ପନ୍ତ (୨୦୧୮)
ତେବେ ଚଳିତ ସିଜିନ୍ରେ ବୈଭବ ସୂର୍ଯ୍ୟବଂଶୀଙ୍କ ବ୍ୟାଟିଂ କ୍ରିକେଟ ବିଶେଷଜ୍ଞ ଏବଂ ପ୍ରଶଂସକଙ୍କୁ ପ୍ରଭାବିତ କରିଛି । ଏତେ କମ୍ ବୟସରେ ଶ୍ରେଷ୍ଠ ବୋଲରଙ୍କ ବିରୁଦ୍ଧରେ ତାଙ୍କର ନିର୍ଭୀକ ବ୍ୟାଟିଂ ଦେଖି, ଅନେକ ତାଙ୍କୁ ଭାରତୀୟ କ୍ରିକେଟର ପରବର୍ତ୍ତୀ ବଡ଼ ସୁପରଷ୍ଟାର ମାନିବା ଆରମ୍ଭ କରିଛନ୍ତି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories