Vaibhav Sooryavanshi Bowling / ବୈଭବ ସୂର୍ଯ୍ୟବଂଶୀଙ୍କ ଜବରଦସ୍ତ ବୋଲିଂ, ଗୋଟିଏ ଓଭରରେ ନେଲେ ୨ ୱିକେଟ୍
·1 hour ago·2 min read

Key Points
ବୈଭବ ସୂର୍ଯ୍ୟବଂଶୀଙ୍କ ବଡ଼ କମାଲ
ବ୍ୟାଟିଂ ପରେ ବୋଲିଂରେ ମଧ୍ୟ ଦେଖାଇଲେ ଦମ
୧ ଓଭରରେ ୨ ୱିକେଟ୍ ନେଇ ଚମକାଇଲେ
ବ୍ୟାଟିଂ ପରେ ବୋଲିଂରେ ମଧ୍ୟ ଦେଖାଇଲେ ଦମ
୧ ଓଭରରେ ୨ ୱିକେଟ୍ ନେଇ ଚମକାଇଲେ
ପୁଣି ଚର୍ଚ୍ଚାରେ ଟିମ୍ ଇଣ୍ଡିଆର ଯୁବ ତାରକା ବୈଭବ ସୂର୍ଯ୍ୟବଂଶୀ । କିନ୍ତୁ ଏଥରେ ସେ ନିଜର ବିସ୍ଫୋରକ ବ୍ୟାଟିଂ ପାଇଁ ନୁହେଁ ବରଂ ବୋଲିଂ ପାଇଁ ଚର୍ଚ୍ଚାରେ ରହିଛନ୍ତି । ଦୁଲୀପ୍ ଟ୍ରଫିରେ ଇଷ୍ଟ ଜୋନ୍ ପାଇଁ ଡେବ୍ୟୁ କରିଥିବା ବୈଭବ ବ୍ୟାଟିଂରେ ବଡ଼ ଇନିଂସ ଖେଳିପାରିନଥିଲେ । ମାତ୍ର ୮ ରନ୍ରେ ଆଉଟ୍ ହୋଇଥିଲେ । କିନ୍ତୁ ପଡ଼ିଆରେ ତାଙ୍କର ଆଉ ଏକ ପ୍ରତିଭା ସମସ୍ତଙ୍କୁ ଚମକାଇଦେଲା । ବୋଲିଂ କରିବାର ସୁଯୋଗ ମିଳିବା ମାତ୍ରେ ଗୋଟିଏ ଓଭରରେ ଦୁଇଟି ୱିକେଟ୍ ନେଇ ବୈଭବ ଦେଖାଇଦେଲେ ଯେ ଆବଶ୍ୟକ ପଡ଼ିଲେ ସେ ବଲ୍ରେ ମଧ୍ୟ ମ୍ୟାଚ୍ର ମୋଡ଼ ବଦଳାଇପାରନ୍ତି ।
ଦୁଲୀପ୍ ଟ୍ରଫିର କ୍ୱାର୍ଟର ଫାଇନାଲ୍ରେ ନର୍ଥ ଇଷ୍ଟ ଜୋନ୍ ଓ ଇଷ୍ଟ ଜୋନ୍ ମଧ୍ୟରେ ମୁକାବିଲା ହୋଇଥିଲା । ଇଷ୍ଟ ଜୋନ୍ ପକ୍ଷରୁ ଖେଳୁଥିବା ବୈଭବ ପ୍ରଥମ ଇନିଂସରେ ବ୍ୟାଟିଂ କରି ମାତ୍ର ୮ ରନ୍ କରିଥିଲେ । ୬ଟି ବଲ୍ରେ ସେ ୨ଟି ଚୌକା ମାରିଥିଲେ, କିନ୍ତୁ ବଡ଼ ଇନିଂସ ଖେଳିବାରେ ବିଫଳ ହୋଇଥିଲେ । ତଥାପି ଇଷ୍ଟ ଜୋନ୍ ବ୍ୟାଟ୍ସମ୍ୟାନ୍ ଦମଦାର ପ୍ରଦର୍ଶନ କରି ୪୬୭ ରନ୍ର ବିଶାଳ ସ୍କୋର କରିଥିଲେ ।
ଏହାର ଜବାବରେ ନର୍ଥ ଇଷ୍ଟ ଜୋନ୍ର ପ୍ରଥମ ଇନିଂସ୍ ମାତ୍ର ୧୧୧ ରନ୍ରେ ସୀମିତ ହୋଇଯାଇଥିଲା । ଫଳରେ ଦଳକୁ ଫଲୋଅନ୍ ଖେଳିବାକୁ ପଡ଼ିଥିଲା । ଦ୍ୱିତୀୟ ଇନିଂସରେ ମଧ୍ୟ ଦଳର ୱିକେଟ୍ ଲଗାତାର ପଡ଼ିଥିଲା । ଏହି ସମୟରେ ଇଷ୍ଟ ଜୋନ୍ର ଅଧିନାୟକ ଈଶାନ୍ କିଶନ୍ ବୈଭବଙ୍କୁ ବୋଲିଂ ଦେଇଥିଲେ ।
ସୁଯୋଗ ମିଳିବା ମାତ୍ରେ ବୈଭବ ନିଜ ଦକ୍ଷତା ଦେଖାଇଥିଲେ । ଗୋଟିଏ ଓଭରରେ ସେ ଲଗାତାର ଦୁଇଟି ୱିକେଟ୍ ନେଇ ନର୍ଥ ଇଷ୍ଟ ଜୋନ୍କୁ ଝଟକା ଦେଇଥିଲେ । କିଶନ୍ ଲିଙ୍ଗଦୋହ ଓ ଇମ୍ଲିଭତି ଲେମଟୁରଙ୍କୁ ଆଉଟ୍ କରିଥିଲେ ବୈଭବ। ମୋଟ ୩ ଓଭର ବୋଲିଂ କରି ସେ ୧୧ ରନ୍ ଦେଇ ୨ଟି ୱିକେଟ୍ ହାସଲ କରିଥିଲେ ।
ଏହି ମ୍ୟାଚ୍ରେ ଇଷ୍ଟ ଜୋନ୍ର ବ୍ୟାଟିଂ ମଧ୍ୟ ଜବରଦସ୍ତ ରହିଥିଲା । ସୁଦୀପ କୁମାର ୧୪୬ ରନ୍ର ଦମଦାର ଇନିଂସ୍ ଖେଳିଥିବା ବେଳେ ଶାହବାଜ ଅହମ୍ମଦ ୧୬୭ ରନ୍ର ବଡ଼ ଇନିଂସ ଖେଳିଥିଲେ । ଏହି ଦୁଇ ଖେଳାଳିଙ୍କ ପ୍ରଦର୍ଶନ ଇଷ୍ଟ ଜୋନ୍କୁ ବଡ଼ ସ୍କୋର୍ କରିବାରେ ସାହାଯ୍ୟ କରିଥିଲା । ବୋଲିଂରେ ମଧ୍ୟ ଇଷ୍ଟ ଜୋନ୍ ଦବଦବା ଜାରି ରଖିଥିଲା । ଅଭିଜିତ ସରକାର ନର୍ଥ ଇଷ୍ଟ ଜୋନ୍ର ୫ ଜଣ ବ୍ୟାଟ୍ସମ୍ୟାନ୍ଙ୍କୁ ପ୍ୟାଭିଲିୟନ ପଠାଇଥିଲେ । ଶାହବାଜ ଅହମ୍ମଦ ମଧ୍ୟ ୩ଟି ୱିକେଟ୍ ନେଇ ଅଲରାଉଣ୍ଡ ପ୍ରଦର୍ଶନ କରିଥିଲେ । ଶାହବାଜଙ୍କ ଏହି ପ୍ରଦର୍ଶନ ଫଳରେ ତାଙ୍କୁ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ପୁରସ୍କାର ମିଳିଛି ।
ତେବେ ଏହି ମ୍ୟାଚ୍ରେ ବୈଭବ ସୂର୍ଯ୍ୟବଂଶୀଙ୍କ ବୋଲିଂ ପ୍ରଦର୍ଶନ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି। ବ୍ୟାଟ୍ରେ ବଡ଼ ସ୍କୋର୍ କରିପାରିନଥିଲେ ମଧ୍ୟ ବୋଲିଂରେ ଦମଦାର ପ୍ରଦର୍ଶନ କରିଛନ୍ତି । ଯଦି ଆଗାମୀ ଦିନରେ ତାଙ୍କୁ ନିୟମିତ ଭାବେ ବୋଲିଂ କରିବାର ସୁଯୋଗ ମିଳେ, ତେବେ ଏହି ଯୁବ ଖେଳାଳି ଭାରତୀୟ କ୍ରିକେଟ୍ରେ ଆଉ ଏକ ନୂଆ ପରିଚୟ ସୃଷ୍ଟି କରିପାରନ୍ତି ।

Vaibhav Sooryavanshi provides Double Delight ✌️
— BCCI Domestic (@BCCIdomestic) August 25, 2026
Picks up 2⃣ wickets in the over. 2 excellent catches as well. 🙌
North East Zone are 79/7 in the 2nd innings after following on.
Scorecard ▶️ https://t.co/XJFhfvvTIU#DuleepTrophy pic.twitter.com/NnYbBPnrja
ସୁଯୋଗ ମିଳିବା ମାତ୍ରେ ବୈଭବ ନିଜ ଦକ୍ଷତା ଦେଖାଇଥିଲେ । ଗୋଟିଏ ଓଭରରେ ସେ ଲଗାତାର ଦୁଇଟି ୱିକେଟ୍ ନେଇ ନର୍ଥ ଇଷ୍ଟ ଜୋନ୍କୁ ଝଟକା ଦେଇଥିଲେ । କିଶନ୍ ଲିଙ୍ଗଦୋହ ଓ ଇମ୍ଲିଭତି ଲେମଟୁରଙ୍କୁ ଆଉଟ୍ କରିଥିଲେ ବୈଭବ। ମୋଟ ୩ ଓଭର ବୋଲିଂ କରି ସେ ୧୧ ରନ୍ ଦେଇ ୨ଟି ୱିକେଟ୍ ହାସଲ କରିଥିଲେ ।
ଏହି ମ୍ୟାଚ୍ରେ ଇଷ୍ଟ ଜୋନ୍ର ବ୍ୟାଟିଂ ମଧ୍ୟ ଜବରଦସ୍ତ ରହିଥିଲା । ସୁଦୀପ କୁମାର ୧୪୬ ରନ୍ର ଦମଦାର ଇନିଂସ୍ ଖେଳିଥିବା ବେଳେ ଶାହବାଜ ଅହମ୍ମଦ ୧୬୭ ରନ୍ର ବଡ଼ ଇନିଂସ ଖେଳିଥିଲେ । ଏହି ଦୁଇ ଖେଳାଳିଙ୍କ ପ୍ରଦର୍ଶନ ଇଷ୍ଟ ଜୋନ୍କୁ ବଡ଼ ସ୍କୋର୍ କରିବାରେ ସାହାଯ୍ୟ କରିଥିଲା । ବୋଲିଂରେ ମଧ୍ୟ ଇଷ୍ଟ ଜୋନ୍ ଦବଦବା ଜାରି ରଖିଥିଲା । ଅଭିଜିତ ସରକାର ନର୍ଥ ଇଷ୍ଟ ଜୋନ୍ର ୫ ଜଣ ବ୍ୟାଟ୍ସମ୍ୟାନ୍ଙ୍କୁ ପ୍ୟାଭିଲିୟନ ପଠାଇଥିଲେ । ଶାହବାଜ ଅହମ୍ମଦ ମଧ୍ୟ ୩ଟି ୱିକେଟ୍ ନେଇ ଅଲରାଉଣ୍ଡ ପ୍ରଦର୍ଶନ କରିଥିଲେ । ଶାହବାଜଙ୍କ ଏହି ପ୍ରଦର୍ଶନ ଫଳରେ ତାଙ୍କୁ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ପୁରସ୍କାର ମିଳିଛି ।
ତେବେ ଏହି ମ୍ୟାଚ୍ରେ ବୈଭବ ସୂର୍ଯ୍ୟବଂଶୀଙ୍କ ବୋଲିଂ ପ୍ରଦର୍ଶନ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି। ବ୍ୟାଟ୍ରେ ବଡ଼ ସ୍କୋର୍ କରିପାରିନଥିଲେ ମଧ୍ୟ ବୋଲିଂରେ ଦମଦାର ପ୍ରଦର୍ଶନ କରିଛନ୍ତି । ଯଦି ଆଗାମୀ ଦିନରେ ତାଙ୍କୁ ନିୟମିତ ଭାବେ ବୋଲିଂ କରିବାର ସୁଯୋଗ ମିଳେ, ତେବେ ଏହି ଯୁବ ଖେଳାଳି ଭାରତୀୟ କ୍ରିକେଟ୍ରେ ଆଉ ଏକ ନୂଆ ପରିଚୟ ସୃଷ୍ଟି କରିପାରନ୍ତି ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories