Vaibhav Explosive Batting / ସେମିଫାଇନାଲରେ ଛକାର ବର୍ଷା, ୧୦ ଚୌକା...୯ ଛକା ସହ ବୈଭବଙ୍କ ବିସ୍ଫୋରଣ
·38 mins ago·2 min read

Key Points
ପୁଣି ଚର୍ଚ୍ଚାରେ ବୈଭବ ସୂର୍ଯ୍ୟବଂଶୀ
ଦୁଲୀପ ଟ୍ରଫିରେ ରଚିଲେ ନୂଆ ଇତିହାସ
ସବୁଠୁ କମ୍ ବୟସରେ ହାସଲ କଲେ ଅର୍ଦ୍ଧଶତକ
ଦୁଲୀପ ଟ୍ରଫିରେ ରଚିଲେ ନୂଆ ଇତିହାସ
ସବୁଠୁ କମ୍ ବୟସରେ ହାସଲ କଲେ ଅର୍ଦ୍ଧଶତକ
ବୟସ ମାତ୍ର ୧୫, କିନ୍ତୁ ବିସ୍ଫୋରକ ବ୍ୟାଟିଂ ବଳରେ ସୃଷ୍ଟି କରିଛନ୍ତି ଏକ ସ୍ବତନ୍ତ୍ର ପରିଚୟ । ପ୍ରଥମେ IPL, ପରେ ଇଣ୍ଡିଆ A ଓ ଅଣ୍ଡର-୧୯ ବିଶ୍ୱକପ୍ରେ ଧମାଲ କରିଥିବା ବୈଭବ ସୂର୍ଯ୍ୟବଂଶୀ ଏବେ ସବୁଠୁ ବଡ଼ ଘରୋଇ ଟୁର୍ଣ୍ଣାମେଣ୍ଟ ଦୁଲୀପ ଟ୍ରଫିରେ ବି ରଚିଛନ୍ତି ନୂଆ ଇତିହାସ । ୪୨ ବଲ୍ରେ ଅର୍ଦ୍ଧଶତକ, ଦୁଇଟି ପାଳିରେ ୧୩୨ ରନ୍ ଏବଂ ବ୍ୟାଟ୍ରୁ ଚୌକା-ଛକାର ବର୍ଷା । ଖାଲି ବ୍ୟାଟିଂ ନୁହେଁ, ଅଧିନାୟକ ଭାବେ ନିଆ ଗୋଟିଏ DRS ନିଷ୍ପତ୍ତି ମଧ୍ୟ ତାଙ୍କୁ ଚର୍ଚ୍ଚା କେନ୍ଦ୍ରବିନ୍ଦୁ କରିଛି ।
ଦୁଲୀପ ଟ୍ରଫିରେ ଇଷ୍ଟ ଜୋନ୍ ପାଇଁ ଖେଳୁଥିବା ବୈଭବ ସୂର୍ଯ୍ୟବଂଶୀ ସେଣ୍ଟ୍ରାଲ ଜୋନ୍ ବିପକ୍ଷ ସେମିଫାଇନାଲରେ ଦୁଇଟି ପାଳିକୁ ମିଶାଇ ମୋଟ ୧୩୨ ରନ୍ କରିଛନ୍ତି । ତାଙ୍କ ବ୍ୟାଟ୍ରୁ ଆସିଛି ୧୦ଟି ଚୌକା ଓ ୯ଟି ଛକା । ବୈଭବ ପ୍ରଥମ ପାଳିରେ ଖେଳିଥିଲେ ବିସ୍ଫୋରକ ୯୨ ରନ୍ର ଇନିଂସ୍ । ଶତକଠାରୁ ମାତ୍ର ୮ ରନ୍ ଦୂରରେ ଥାଇ ସେ ଆଉଟ ହୋଇ ପ୍ୟାଭିଲିୟନ୍ ଫେରିଥିଲେ ।
ଦ୍ୱିତୀୟ ପାଳିରେ ମଧ୍ୟ ବୈଭବଙ୍କ ବ୍ୟାଟ୍ ଶାନ୍ତ ରହିନଥିଲା । ମାତ୍ର ୪୩ଟି ବଲ୍ରେ ସେ ଧୁଆଁଧାର ୪୦ ରନ୍ କରିଥିଲେ। ଏହି ପାଳିରେ ସେ ୩ଟି ଚୌକା ଓ ୨ଟି ଛକା ମାରିଥିଲେ ।
ଦୁଲୀପ ଟ୍ରଫିରେ ନୂଆ ରେକର୍ଡ
ଏହି ପ୍ରଦର୍ଶନ ସହ ବୈଭବ ଦୁଲୀପ ଟ୍ରଫି ଇତିହାସରେ ସବୁଠାରୁ କମ୍ ବୟସରେ ଅର୍ଦ୍ଧଶତକ ହାସଲ କରିଥିବା ବ୍ୟାଟ୍ସମ୍ୟାନ୍ ହୋଇଛନ୍ତି । ଇଷ୍ଟ ଜୋନ୍ର ଇନିଂସ୍ର ପ୍ରଥମ ୧୫ ଓଭର ମଧ୍ୟରେ ବୈଭବ ନିଜର ଅର୍ଦ୍ଧଶତକ ହାସଲ କରିଥିଲେ । ୧୫ ବର୍ଷ ୧୫୭ ଦିନ ବୟସରେ ଦୁଲୀପ ଟ୍ରଫିରେ ୫୦ ରନ୍ କରି ବୈଭବ ନୂଆ ରେକର୍ଡ ତିଆରି କରିଛନ୍ତି।
ସବୁଠୁ କମ୍ ବୟସରେ ଦୁଲୀପ ଟ୍ରଫିରେ ଅର୍ଦ୍ଧଶତକ

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
୧୫ ବର୍ଷ ୧୫୭ ଦିନ – ବୈଭବ ସୂର୍ଯ୍ୟବଂଶୀ
୧୬ ବର୍ଷ ୨୩ ଦିନ – ଲକ୍ଷ୍ମଣ ସିଂହ
୧୬ ବର୍ଷ ୩୦୭ ଦିନ – ପୀୟୁଷ ଚାୱଲା
କେବଳ ବ୍ୟାଟିଂ ନୁହେଁ, ଏହି ସେମିଫାଇନାଲର ପ୍ରଥମ ଦିନ ବୈଭବଙ୍କୁ ଅଧିନାୟକ ଭାବେ ମଧ୍ୟ ଦେଖିବାକୁ ମିଳିଥିଲା । ଅଧିନାୟକ ଭାବେ ତାଙ୍କର ଗୋଟିଏ DRS ନିଷ୍ପତ୍ତି ମଧ୍ୟ ଖୁବ୍ ଚର୍ଚ୍ଚାରେ ରହିଥିଲା । ବୈଭବ ନେଇଥିବା DRS ସଠିକ୍ ପ୍ରମାଣିତ ହୋଇଥିଲା ଏବଂ ଅମ୍ପାୟାରଙ୍କୁ ନିଜ ନିଷ୍ପତ୍ତି ବଦଳାଇବାକୁ ପଡ଼ିଥିଲା । ଏବେ ଦେଖିବାକୁ ବାକି, ଏହି ଯୁବ ତାରକା ଆଗାମୀ ଦିନରେ ଆଉ କେତେ ବଡ଼ ରେକର୍ଡ ନିଜ ନାମରେ କରୁଛନ୍ତି ।

Related Topics
Explore more stories