|
logo
Live

Argus News - ୯ ଛକା, ୫ ଚଉକାରେ ବୈଭବଙ୍କ ଦମଦାର ଶତକ; ଏସିଆ କପ୍‌ର ପ୍ରଥମ ମ୍ୟାଚ୍‌ରେ କଲେ କମାଲ

Sports

Vaibhav Surjyavanshi / ୯ ଛକା, ୫ ଚଉକାରେ ବୈଭବଙ୍କ ଦମଦାର ଶତକ; ଏସିଆ କପ୍‌ର ପ୍ରଥମ ମ୍ୟାଚ୍‌ରେ କଲେ କମାଲ

Sushanta Sahoo
Browse all articles by Sushanta Sahoo
·3 months ago·2 min read
୯ ଛକା, ୫ ଚଉକାରେ ବୈଭବଙ୍କ ଦମଦାର ଶତକ; ଏସିଆ କପ୍‌ର ପ୍ରଥମ ମ୍ୟାଚ୍‌ରେ କଲେ କମାଲ
9 Sixes, 5 Fours: Vaibhav’s 56-Ball Century for India U19

Key Points

ମାତ୍ର ୫୬ଟି ବଲ୍‌ରେ ବୈଭବ ସୂର୍ଯ୍ୟବଂଶୀ ଶତକ ହାସଲ କରିଛନ୍ତି । ଯେଉଁଥିରେ ୫ଟି ଚଉକା ସହ ରହିଛି ୯ଟି ଛକା । ଭାରତୀୟ ଦଳର ବ୍ୟାଟିଂର ୨୧ ଓଭରରେ ବୈଭବ ଶତକ ପୂରଣ କରିଛନ୍ତି ।
ଦୁବାଇ: ଭାରତୀୟ ଦଳର ଯୁବ ବ୍ୟାଟର ବୈଭବ ସୂର୍ଯ୍ୟବଂଶୀଙ୍କ ଶତକ । ୧୯ ବର୍ଷରୁ କମ୍ (U19) ଏସିଆ କପ୍‌ର ଓପନିଂ ମ୍ୟାଚ୍‌ରେ ସେଞ୍ଚୁରୀ ମାରିଛନ୍ତି ବୈଭବ ସୂର୍ଯ୍ୟବଂଶୀ । ୫୬ ବଲ୍‌ରେ ୯ ଛକା, ୫ ଚଉକା ସହାୟତାରେ ପୂରଣ କରିଛନ୍ତି ଶହେ ରନ୍ ।

ୟୁଏଇ ବିପକ୍ଷରେ ଭାରତ ଆଇସିସି ଏକାଡେମୀ ଗ୍ରାଉଣ୍ଡରେ ପ୍ରଥମ ମ୍ୟାଚ୍ ଖେଳୁଛି । ଟସ୍ ଜିତି ୟୁଏଇ ବୋଲିଂ କରୁଥିବା ବେଳେ ଭାରତର ଅଧିନାୟକ ଆୟୁଷ ମାତ୍ର ୪ ରନ୍‌ରେ ଆଉଟ୍ ହୋଇଥିଲେ । କିନ୍ତୁ ବୈଭବ ସୂର୍ଯ୍ୟବଂଶୀ ତାଙ୍କ ପୁରୁଣା ଶୈଳୀରେ ଦମଦାର ବ୍ୟାଟିଂ ଜାରି ରଖିଛନ୍ତି ।

୫୬ ବଲ୍‌ରେ ଶତକ

ମାତ୍ର ୫୬ଟି ବଲ୍‌ରେ ବୈଭବ ସୂର୍ଯ୍ୟବଂଶୀ ଶତକ ହାସଲ କରିଛନ୍ତି । ଯେଉଁଥିରେ ୫ଟି ଚଉକା ସହ ରହିଛି ୯ଟି ଛକା । ଭାରତୀୟ ଦଳର ବ୍ୟାଟିଂର ୨୧ ଓଭରରେ ବୈଭବ ଶତକ ପୂରଣ କରିଛନ୍ତି । ଅଣ୍ଡର-୧୯ ଦିନିକିଆ କ୍ରିକେଟ୍‌ରେ ଏହା ହେଉଛି ବୈଭବଙ୍କ ଦ୍ଵିତୀୟ ଶତକ । ଏହା ପୂର୍ବରୁ ବୈଭବ ଇଂଲଣ୍ଡ ବିରୋଧରେ ସେଞ୍ଚୁରୀ ମାରିଥିଲେ ।

ଏଥିସହ ପଢ଼ନ୍ତୁ: ୨୧ ବଲ୍‍, ୨୧ ରନ୍; ୩ ନମ୍ବରରେ ବ୍ୟାଟିଂ କରି କାହିଁକି ବିଫଳ ହେଲେ ଅକ୍ଷର ପଟେଲ୍ ?

ଆଜିର ମ୍ୟାଚ୍‌ରେ ବୈଭବ ସୂର୍ଯ୍ୟବଂଶୀ ୧୭୧ ରନ୍‌ କରିଛନ୍ତି । ମାତ୍ର ୯୫ଟି ବଲ୍‌ରେ ୧୭୧ ରନ୍ କରିବାରେ ସମର୍ଥ ହୋଇଛନ୍ତି ବୈଭବ । ୯ଟି ଚଉକା ଓ ୧୪ଟି ଛକା ସହାୟତାରେ କରିଛନ୍ତି ବଡ଼ ସ୍କୋର୍ । ବୈଭବଙ୍କ ଷ୍ଟ୍ରାଇକ୍ ରେଟ୍ ରହିଛି ୧୮୦.୦୦ ।

ମ୍ୟାଚ୍ ଆରମ୍ଭରୁ ୟୁଏଇ ବୋଲରଙ୍କୁ ପ୍ରହାର କରିଥିଲେ ବୈଭବ । ପ୍ରଥମ ୬ ବଲ୍‌ରେ ମାତ୍ର ୪ ରନ୍ କରିଥିବା ଭୈବବ ଚତୁର୍ଥ ଓଭରରେ ଅଲୀ ଅସଗରଙ୍କ ୨ଟି ବଲ୍‌କୁ ବାଉଣ୍ଡରୀ ବାହାରେ ପହଞ୍ଚାଇଥିଲେ । ତାପରେ ଖେଳିଥିଲେ ଗୋଟିଏ ପରେ ଗୋଟିଏ ବଡ଼ ସଟ୍ସ । ମାତ୍ର ୩୦ ବଲ୍‌ରେ ଅର୍ଦ୍ଧଶତକ ସହ ୫୨ ବଲ୍‌ରେ ସେଞ୍ଚୁରୀ ମାରିଛନ୍ତି ।

ସୟଦ ମୁସ୍ତାକ୍ ଅଲୀ ଟ୍ରଫିରେ ଇତିହାସ ରଚିଲେ ବୈଭବ ସୂର୍ଯ୍ୟବଂଶୀ । ୧୪ ବର୍ଷୀୟ ବୈଭବ ବିହାର ପାଇଁ ଖେଳୁଥିବା ବେଳେ ମହାରାଷ୍ଟ୍ର ବିପକ୍ଷରେ ୬୧ ବଲ୍‌ରେ ୧୦୮ ରନ୍ କରିଛନ୍ତି ।

ଟି-ଟ୍ଵେଣ୍ଟିରେ ମାତ୍ର ୧୬ଟି ମ୍ୟାଚ୍ ଖେଳିଥିବା ବୈଭବ ମାରିଛନ୍ତି ତୃତୀୟ ଶତକ । ବାମହାତୀ ବ୍ୟାଟ୍ସମ୍ୟାନ୍ ବୈଭବ ୭ଟି ଛକା ସହ ୭ଟି ଚଉକାରେ ହାସଲ କରିଛନ୍ତି ଶତକ ।
 
ଏହାପୂର୍ବରୁ ବୈଭବ ସୂର୍ଯ୍ୟବଂଶୀ ସୟଦ ମୁସ୍ତାକ୍ ଅଲୀ ଟ୍ରଫିରେ ପ୍ରଥମ ଯୁବ ବ୍ୟାଟର ଭାବେ ଶତକ ହାସଲ କରିଥିଲେ । ଇଡେନ୍‌ରେ ମହାରାଷ୍ଟ୍ର ବିପକ୍ଷ ମ୍ୟାଚ୍‌ରେ ବୈଭବ କେବଳ ସେଞ୍ଚୁରି ମାରି ନାହାନ୍ତି ଖରାପ ସ୍ଥିତିରେ କିଭଳି ବ୍ୟାଟିଂ କରାଯାଏ ଅଭିଜ୍ଞ ଭଳି ଦର୍ଶାଇଛନ୍ତି ।

ଏଥିସହ ପଢ଼ନ୍ତୁ: ୬୧ ବଲ୍‌ରେ ୧୦୮ ରନ୍ କରି ଇତିହାସ ରଚିଲେ ୧୪ ବର୍ଷର ବୈଭବ ସୂର୍ଯ୍ୟବଂଶୀ

ମହାରାଷ୍ଟ୍ର ବିପକ୍ଷ ମ୍ୟାଚ୍‌ରେ ୧୪ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀ ନଟ୍ ଆଉଟ୍ ରହି ଶେଷ ପର୍ଯ୍ୟନ୍ତ ଲଢ଼ିଥିଲେ । ଏହା ପୂର୍ବରୁ ଏସିଆ କପ୍ ରାଇଜିଂ ଷ୍ଟାର୍ସ ୨୦୨୫ରେ ବୈଭବଙ୍କ ବ୍ୟାଟ୍‌ର ଯାଦୁ ଦେଖିବାକୁ ମିଳିଥିଲା । ୟୁଏଇ ବିପକ୍ଷରେ ବୈଭବ ମାତ୍ର ୪୨ ବଲ୍‌ରେ ୧୪୪ ରନ୍‌ର ବିସ୍ଫୋରକ ପାଳି ଖେଳିଥିଲେ ।

୧୪ ବର୍ଷୀୟ ବୈଭବ ଆଇପିଏଲ୍ ୨୦୨୫ରେ ରାଜସ୍ଥାନ ରୟାଲ୍ସ (RR) ପକ୍ଷରୁ ଖେଳି ଟି-ଟ୍ଵେଣ୍ଟିରେ ପ୍ରଥମ ଶତକ ହାସଲ କରିଥିଲେ । ମାତ୍ର ୩୫ ବଲ୍‌ରେ ବୈଭବ ଗୁଜରାଟ ଟାଇଟନ୍ସ (GT) ବିପକ୍ଷରେ ହାସଲ କରିଥିଲେ ସେଞ୍ଚୁରି । ଏଥିସହ ବୈଭବ ଆଇପିଏଲ୍‌ରେ ସବୁଠୁ ଦ୍ରୁତତମ ଶତକ ହାସଲ କରିଥିବା ଭାରତୀୟ ଖେଳାଳି ଭାବେ ସ୍ଥାନ ପାଇଥିଲେ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Vaibhav Surjyavanshi: ୯ ଛକା, ୫ ଚଉକାରେ ବୈଭବଙ୍କ ଦମଦାର ଶତକ; ଏସିଆ କପ୍‌ର ପ୍ରଥମ ମ୍ୟାଚ୍‌ରେ କଲେ କମାଲ | Argus News