|
logo
Live

Argus News - ୨୧ ବଲ୍‍, ୨୧ ରନ୍; ୩ ନମ୍ବରରେ ବ୍ୟାଟିଂ କରି କାହିଁକି ବିଫଳ ହେଲେ ଅକ୍ଷର ପଟେଲ୍ ?

Sports

Cricket / ୨୧ ବଲ୍‍, ୨୧ ରନ୍; ୩ ନମ୍ବରରେ ବ୍ୟାଟିଂ କରି କାହିଁକି ବିଫଳ ହେଲେ ଅକ୍ଷର ପଟେଲ୍ ?

Sushanta Sahoo
Browse all articles by Sushanta Sahoo
·3 months ago·2 min read
୨୧ ବଲ୍‍, ୨୧ ରନ୍; ୩ ନମ୍ବରରେ ବ୍ୟାଟିଂ କରି କାହିଁକି ବିଫଳ ହେଲେ ଅକ୍ଷର ପଟେଲ୍ ?
Axar’s 21 off 21: Big Gamble Fails for India

Key Points

ଚଣ୍ଡିଗଡ଼ ଟି-ଟ୍ଵେଣ୍ଟିରେ ଭାରତ ପକ୍ଷରୁ ତୃତୀୟ ସ୍ଥାନରେ ବ୍ୟାଟିଂ କରିଥିଲେ ଅଲରାଉଣ୍ଡର ଅକ୍ଷର ପଟେଲ । ଆଉ ବିସିସିଆଇର ଏହି ନିଷ୍ପତ୍ତିକୁ ନେଇ ଏବେ ବିବାଦ ଦେଖା ଦେଇଛି ।
ମୁମ୍ବାଇ: ଦକ୍ଷିଣ ଆଫ୍ରିକା ବିପକ୍ଷ ଦ୍ଵିତୀୟ ଟି-ଟ୍ଵେଣ୍ଟି ମ୍ୟାଚ୍ ୫୧ ରନ୍‌ରେ ଭାରତ ହାରିଛି । ଚଣ୍ଡିଗଡ଼ର ନୂଆ ପିସିଏ ଷ୍ଟାଡିୟମ୍‌ରେ ଖେଳା ଯାଇଥିବା ମ୍ୟାଚ୍‌ରେ ଭ୍ରମଣକାରୀ ଦଳ ଭାରତକୁ ୨୧୪ ରନ୍‌ରେ ଟାର୍ଗେଟ୍ ଦେଇଥିଲା । ଆଉ ଟାର୍ଗେଟ୍‌ର ପିଛା କରି ୧୯.୧ ଓଭରରେ ୧୬୨ ରନ୍‌ କରି ଅଲଆଉଟ୍ ହୋଇଛି ଭାରତ ।

ଚଣ୍ଡିଗଡ଼ରେ ଭାରତ ୨୦ ସମ୍ପୂର୍ଣ୍ଣ ୨୦ ଓଭର ଖେଳି ପାରିନି । ଦ୍ଵିତୀୟ ଟି-ଟ୍ଵେଣ୍ଟି ବିଜୟ ସହ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକା ଦଳ ସିରିଜ୍‌କୁ ୧-୧ରେ ବରାବର ସ୍ଥିତିକୁ ନେଇ ଆସିଛି । ଚଣ୍ଡିଗଡ଼ ଟି-ଟ୍ଵେଣ୍ଟିରେ ଭାରତ ପକ୍ଷରୁ ତୃତୀୟ ସ୍ଥାନରେ ବ୍ୟାଟିଂ କରିଥିଲେ ଅଲରାଉଣ୍ଡର ଅକ୍ଷର ପଟେଲ । ଆଉ ବିସିସିଆଇର ଏହି ନିଷ୍ପତ୍ତିକୁ ନେଇ ଏବେ ବିବାଦ ଦେଖା ଦେଇଛି ।

ଏଥିସହ ପଢ଼ନ୍ତୁ: ଦ୍ବିତୀୟ ମ୍ୟାଚ୍‌ରେ ହାରିଲା ଭାରତ, ୫୧ ରନ୍‌ରେ ଜିତିଲା ଦକ୍ଷିଣ ଆଫ୍ରିକା

ଭାରତୀୟ କ୍ରିକେଟ୍ ଦଳର ମୁଖ୍ୟ କୋଚ୍ ଗୌତମ ଗମ୍ଭୀରଙ୍କ 'ଅକ୍ଷର' ନିଷ୍ପତ୍ତିକୁ ନେଇ ପ୍ରଶ୍ନ ଉଟିଛି । ଭାରତ ମ୍ୟାଚ୍ ହାରିବା ପରେ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଅକ୍ଷରଙ୍କ ବ୍ୟାଟିଂ କ୍ରମାଙ୍କକୁ ନେଇ ସଫେଇ ଦେଇଛନ୍ତି ।

ଅଧିନାୟକ ସୂର୍ଯ୍ୟକୁମାର ଯାଦବ କହିଛନ୍ତି, "ଦିନିକିଆ ଓ ଟେଷ୍ଟ କ୍ରିକେଟ୍‌ରେ ଅକ୍ଷର ପଟେଲ ଭଲ ବ୍ୟାଟିଂ କରୁଛନ୍ତି । ଭଲ ପ୍ରଦର୍ଶନ ପାଇଁ ତାଙ୍କୁ ବ୍ଯାଟିଂ କ୍ରମିକରେ ଉପରକୁ ଉଠା ଯାଇଥିଲା ।"

ଚଣ୍ଡିଗଡ଼ ଟି-ଟ୍ଵେଣ୍ଟିରେ ଭାରତ, ଦକ୍ଷିଣ ଆଫ୍ରିକା ଠାରୁ ୨୧ ରନ୍‌ରେ ହାରିବା ପରେ ସୂର୍ଯ୍ୟକୁମାର ନିଜକୁ ଦୋଷ ଦେଇଛନ୍ତି । ଦଳ ହାରିବା ପାଇଁ ସୂର୍ଯ୍ୟକୁମାର ନିଜକୁ ଦାୟୀ କରିବା ସହ ଆଗାମୀ ମ୍ୟାଚ୍‌ରେ ବ୍ୟାଟିଂରେ ଉନ୍ନତ ପ୍ରଦର୍ଶନ କରିବାକୁ ସଂକଳ୍ପ ନେଇଛନ୍ତି ।

ମ୍ୟାଚ୍ ହାରିବା ପରେ ସୂର୍ଯ୍ୟକୁମାର କହିଛନ୍ତି, "ମୋତେ ଲାଗୁଛି କି ଆମକୁ ପ୍ରଥମେ ବ୍ୟାଟିଂ କରିବାର ଥିଲା । ଆମେ ପ୍ରଥମେ ବୋଲିଂ କରି ସେଭଳି ଉନ୍ନତ ପ୍ରଦର୍ଶନ କରିପାରି ନଥିଲୁ । ପ୍ରଥମେ ବୋଲିଂ କରିବା କାରଣରୁ ଆମେ ଭଲ ପ୍ରଦର୍ଶନ କରିପାରିଥାନ୍ତୁ ।"

ଏଥିସହ ପଢ଼ନ୍ତୁ: ପୁଣି ଫେଲ୍‌ ହେଲେ ଗିଲ୍‌-ସୂର୍ଯ୍ୟକୁମାର, ଦଳରୁ ବିଦା କରିବାକୁ ଉଠିଲା ଦାବି

ସେ ଆହୁରି କହିଛନ୍ତି, "ଫଳାଫଳ ଯାହା ବି ହୋଇଛି, ଏହା ଶିଖିବାର ପ୍ରକ୍ରିୟା । ଆମେ ଶିଖିବା ଜାରି ରଖିବୁ ଏବଂ ଆଗକୁ ବଢ଼ିବୁ । ଏଠାରେ ଟିକିଏ କାକର ଥିଲା, ଆମ ପାଖରେ ଦ୍ଵିତୀୟ ବିକଳ୍ପ ରହିବା କଥା, କିନ୍ତୁ ସେଥିରେ ସକ୍ଷମ ହେଲୁ ନାହିଁ ।"

ଅଭିଷେକଙ୍କୁ ନେଇ କ'ଣ କହିଲେ...

ଦ୍ଵିତୀୟ ଟି-ଟ୍ଵେଣ୍ଟିରରେ ୮ ବଲ୍‌ରେ ୧୭ ରନ୍ କରି ଆଉଟ୍ ହୋଇଥିଲେ ଅଭିଷେକ ଶର୍ମା । ସେହିଭଳି ଉପଅଧିନାୟକ ଶୁବମନ ଗିଲ୍ ମଧ୍ୟ କୌଣସି ରନ୍ ନ କରି ପ୍ୟାଭିଲିୟନ୍ ଫେରିଥିଲେ । ଯାହାକୁ ନେଇ ସୂର୍ଯ୍ୟକୁମାର କହିଥଛନ୍ତି, "ଗିଲ୍ ଭଲ ଆରମ୍ଭ କରିପାରିଥାନ୍ତେ, କାରଣ ଆମେ ସବୁବେଳେ ଅଭିଷେକଙ୍କ ଉପରେ ନିର୍ଭର ରହିପାରିବା ନାହିଁ । ମୋତେ ଗିଲ୍ ଓ ଅନ୍ୟ ବ୍ୟାଟରଙ୍କୁ ଆଗକୁ ବଢ଼ାଇବାକୁ ପଡ଼ିବ ।"
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Cricket: ୨୧ ବଲ୍‍, ୨୧ ରନ୍; ୩ ନମ୍ବରରେ ବ୍ୟାଟିଂ କରି କାହିଁକି ବିଫଳ ହେଲେ ଅକ୍ଷର ପଟେଲ୍ ? | Argus News