Cricket / ୨୦୨୭ ଦିନିକିଆ ବିଶ୍ଵକପ୍ରେ ବୈଭବଙ୍କୁ ମିଳିବ ସୁଯୋଗ; ରବିନ ଉଥପ୍ପାଙ୍କ ଭବିଷ୍ୟବାଣୀ
·1 hour ago·2 min read

Key Points
ବଡ଼ ଦାବି ଓ ଭବିଷ୍ୟବାଣୀ କରିଛନ୍ତି ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ବ୍ୟାଟ୍ସମ୍ଯାନ୍ ରବିନ ଉଥପ୍ପା । ଭବିଷ୍ୟବାଣୀ ଅନୁସାରେ, "ବୈଭବ ସୂର୍ଯ୍ୟବଂଶୀ, ଭୁବନେଶ୍ଵର କୁମାର ଓ ସଞ୍ଜୁ ସାମସନ ୨୦୨୭ ଦିନିକିଆ ବିଶ୍ଵକପ୍ ଟିମ୍ର ଅଂଶ ହେବା ଦରକାର ।"
ନୂଆଦିଲ୍ଲୀ: ଆଗାମୀ ବର୍ଷ ଖେଳାଯିବାକୁ ଥିବା ଦିନିକିଆରେ ଖେଳିବେ କି ବୈଭବ ସୂର୍ଯ୍ୟବଂଶୀ ? ସଞ୍ଜୁ ସାମସନ ଓ ଭୁବନେଶ୍ଵର କୁମାରଙ୍କ ନାଁକୁ ନେଇ ହେବ କି ବିଚାର ? ଏସବୁ ପ୍ରଶ୍ନ ଓ ଚର୍ଚ୍ଚା ଭିତରେ ବଡ଼ ଦାବି ଓ ଭବିଷ୍ୟବାଣୀ କରିଛନ୍ତି ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ବ୍ୟାଟ୍ସମ୍ଯାନ୍ ରବିନ ଉଥପ୍ପା । କୋଲକାତା ଓ ଚେନ୍ନାଇ ପକ୍ଷରୁ ଆଇପିଏଲ୍ ଖେଳିଥିବା ଉଥପ୍ପାଙ୍କ ବୟାନକୁ ନେଇ ଏବେ ସବୁଠି ଚର୍ଚ୍ଚା ।
ରବିନ ଉଥପ୍ପାଙ୍କ ଭବିଷ୍ୟବାଣୀ ଅନୁସାରେ, "ବୈଭବ ସୂର୍ଯ୍ୟବଂଶୀ, ଭୁବନେଶ୍ଵର କୁମାର ଓ ସଞ୍ଜୁ ସାମସନ ୨୦୨୭ ଦିନିକିଆ ବିଶ୍ଵକପ୍ ଟିମ୍ର ଅଂଶ ହେବା ଦରକାର ।" ଏଥିସହ ଉଥପ୍ପା ୨୦୨୭ ବିଶ୍ଵକପ୍ ପାଇଁ ନିଜସ୍ଵ ୧୫ ଜଣିଆ ଟିମ୍ ତିଆରି କରିଛନ୍ତି । ଯେଉଁଥିରେ ଅନେକ ବରିଷ୍ଠ ଖେଳାଳି ବାହାରେ ରହିଥିବା ବେଳେ ଦଳରେ ଜଶ୍ଵସୀ ଜୟସୱାଲ ଓ ଈଷାନ କିଶନଙ୍କୁ ସ୍ଥାନ ମିଳି ନାହିଁ ।
ଏଥିସହ ପଢ଼ନ୍ତୁ: ଟିମ୍ ଇଣ୍ଡିଆ ପୂର୍ବରୁ ଦଲୀପ ଟ୍ରଫିରେ ଖେଳିବେ ବୈଭବ ସୂର୍ଯ୍ୟବଂଶୀ, ବିସିସିଆଇ ଘୋଷଣା କଲା ସମ୍ପୂର୍ଣ୍ଣ ସୂଚୀ
ଉଥପ୍ପା ଚୟନ କରିଥିବା ଟିମରେ ଭୁବନେଶ୍ଵର କୁମାରଙ୍କୁ ସାମିଲ୍ ନ କରିବାର କାରଣ କହିଛନ୍ତି । ତାଙ୍କ ଅନୁସାରେ, ୨୦୨୬ ଆଇପିଏଲ୍ରେ ଭୁବନେଶ୍ଵର କୁମାର ୨୮ଟି ୱିକେଟ୍ ନେଇଛନ୍ତି । ସେ ଶେଷଥର ପାଇଁ ୫ ବର୍ଷ ତଳେ ଭାରତୀୟ ଦଳ ପାଇଁ ଦିନିକିଆ ଖେଳିଥିଲେ ।
ସେହିଭଳି ଗୌତମ ଗମ୍ଭୀରଙ୍କ ପସନ୍ଦ ୱାଶିଂଟନ ସୁନ୍ଦର ଓ ହର୍ଷିତ ରାଣାଙ୍କୁ ଉଥପ୍ପା ବାଛିଥିବା ଟିମ୍ରେ ସ୍ଥାନ ମିଳି ନାହିଁ । ଚୟନ କରିଥିବା ଦଳରେ ଉଥପ୍ପା ସଞ୍ଜୁ ସାମସନଙ୍କୁ ସୁଯୋଗ ଦେଇଛନ୍ତି । କହିଛନ୍ତି, ସେ ଟପ୍ ଅର୍ଡରରେ ଖେଳି ମ୍ୟାଚକୁ ଶେଷ ମଧ୍ୟ କରିପାରିବେ ।
ସେହିଭଳି ଉଥପ୍ପା ୧୫ ଜଣିଆ ଦଳରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଏକମାତ୍ର ପେସ୍ ବୋଲର ଅଲରାଉଣ୍ଡର ଭାବେ ସାମିଲ୍ କରିଛନ୍ତି । ହାର୍ଦ୍ଦିକଙ୍କୁ ବାଦ୍ ଦେଲେ ଉଥପ୍ପାଙ୍କ ୧୫ ଜଣିଆ ଦଳେ ଜଣେ ବି ପେସ୍ ବୋଲର ଅଲରାଉଣ୍ଡର ନାହାନ୍ତି । ଉଥପ୍ପାଙ୍କ ଟିମ୍ରେ ଜଶପ୍ରୀତ ବୁମ୍ରା, ଭୁବନେଶ୍ଵର କୁମାର, ମହମ୍ମଦ ସିରାଜ ଓ ଅର୍ଶଦୀପ ସିଂହ ଅଛନ୍ତି ।
ଏଥିସହ ପଢ଼ନ୍ତୁ: ରେକର୍ଡ ସଚିନଙ୍କ ନାଁରେ, ହେଲେ ବିରାଟ କାହିଁକି ଶ୍ରେଷ୍ଠ ? ଡିଭିଲିୟର୍ସ ଦେଲେ ଉତ୍ତର
୧୫ ଜଣିଆ ଭାରତୀୟ ଦଳ ଭଳି ଉଥଫା ୨୦୨୭ ଦିନିକିଆ ବିଶ୍ଵକପ୍ ପାଇଁ ଦକ୍ଷିଣ ଆଫ୍ରିକା ଟିମ୍ ଚୟନ କରିନ୍ତି । ସେ କହିଛନ୍ତି, "ଆମ ପାଖରେ ଆହୁରି ଏକ ବର୍ଷ ସମୟ ଅଛି । ଏହି ୧୫ ଖେଳାଳି ଯଦି ବର୍ଷେ ଯାଏ ଖେଳିବେ ତାହେଲେ, ସଠିକ୍ ପ୍ରସ୍ତୁତି ହେବ । ମୋତେ ଲାଗୁଛି ଏହା ଏକ ଜବରଦସ୍ତ ଟିମ୍ ହେବ ।"
ଉଥପ୍ପାଙ୍କ ୧୫ ଜଣିଆ ଟିମ୍- ଶୁବମନ ଗିଲ୍, ରୋହିତ ଶର୍ମା, ବୈଭବ ସୂର୍ଯ୍ୟବଂଶୀ, ବିରାଟ କୋହଲି, ଶ୍ରେୟସ ଆୟର, କେଏଲ୍ ରାହୁଲ, ସଞ୍ଜୁ ସାମସନ, ହାର୍ଦ୍ଦିକ ପାଣ୍ଡ୍ୟା, ଅକ୍ଷର ପଟେଲ, ରବୀନ୍ଦ୍ର ଜାଡ଼େଜା, କୁଲଦୀପ ଯାଦବ, ଜଶପ୍ରୀତ ବୁମ୍ରା, ଭୁବନେଶ୍ଵର କୁମାର, ମହମ୍ମଦ ସିରାଜ, ଅର୍ଶଦୀପ ସିଂହ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories