Vaibhav Suryavanshi / ୬୬ ରନ୍ରେ ଶ୍ରୀଲଙ୍କାକୁ ମାତ୍ ଦେଲା ଭାରତ; ବୈଭବ ପ୍ଲେୟାର୍ ଅଫ ଦି ମ୍ୟାଚ୍
·2 months ago·2 min read

Key Points
ଡାମ୍ବୁଲ୍ଲାରେ ଭାରତ ଏ ଓ ଶ୍ରୀଲଙ୍କା ଏ ଟିମ୍ ମଧ୍ୟରେ ତ୍ରିରାଷ୍ଟ୍ରୀୟ ସିରିଜ୍ର ଫାଇନାଲ୍ ମୁକାବିଲା ଖେଳାଯାଇଛି । ଭାରତ ଏହି ମ୍ୟାଚ୍କୁ ୬୬ ରନ୍ରେ ଜିତି ନେଇଥିବା ବେଳେ ବୈଭବ ସୂର୍ଯ୍ୟବଂଶୀ ପ୍ଲେୟାର୍ ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଛନ୍ତି ।
ମୁମ୍ବାଇ: ଦିନିକିଆରେ ବୈଭବଙ୍କ ବିସ୍ଫୋରଣ । ଶ୍ରୀଲଙ୍କାକୁ ଫାଇନାଲ୍ରେ ହରାଇଲା ଭାରତ । ଶ୍ରୀଲଙ୍କାର ଡାମ୍ବୁଲ୍ଲାରେ ଭାରତ ଏ ଓ ଶ୍ରୀଲଙ୍କା ଏ ଟିମ୍ ମଧ୍ୟରେ ତ୍ରିରାଷ୍ଟ୍ରୀୟ ସିରିଜ୍ର ଫାଇନାଲ୍ ମୁକାବିଲା ଖେଳାଯାଇଛି । ଭାରତ ଏହି ମ୍ୟାଚ୍କୁ ୬୬ ରନ୍ରେ ଜିତି ନେଇଥିବା ବେଳେ ବୈଭବ ସୂର୍ଯ୍ୟବଂଶୀ ପ୍ଲେୟାର୍ ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଛନ୍ତି ।
ଶ୍ରୀଲଙ୍କା ଏ ବିପକ୍ଷ ଫାଇନାଲ୍ ମ୍ୟାଚ୍ରେ ଭାରତ ଏ ଟିମ୍ ପ୍ରଥମେ ବ୍ୟାଟିଂ କରିଥିଲା । ନିର୍ଦ୍ଧାରିତ ୫୦ ଓଭରରେ ଭାରତୀୟ ଦଳ ୯ ୱିକେଟ୍ ହରାଇ ୩୭୭ ରନ୍ ସଂଗ୍ରହ କରିଥିଲା । ଜବାବରେ ଶ୍ରୀଲଙ୍କା ଏ ଟିମ୍ ୪୭.୧ ଓଭର୍ରେ ସମସ୍ତ ୱିକେଟ୍ ହରାଇ ୩୧୧ ରନ୍ କରିବାରେ ସକ୍ଷମ ହୋଇଛି । ଫଳରେ ଭାରତ ୬୬ ରନ୍ରେ ମ୍ୟାଚ୍ ଜିତି ନେଇଛି ।
ଏଥିସହ ପଢ଼ନ୍ତୁ: ଭାରତ-ଶ୍ରୀଲଙ୍କା ମଧ୍ୟରେ ମୁକାବିଲା: ବୈଭବଙ୍କ ମାଡ଼, ଶ୍ରୀଲଙ୍କାର ୭ ୱିକେଟ୍ ଗୋଲ୍
ବୈଭବଙ୍କ ବିସ୍ଫୋରଣ

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ମ୍ୟାଚ୍ ଆରମ୍ଭରୁ ୧୫ ବର୍ଷୀୟ ସୂର୍ଯ୍ୟବଂଶୀ ବୈଭବଙ୍କ ଧୂଆଁଧାର ବ୍ୟାଟିଂ ଦେଖିବାକୁ ମିଳିଥିଲା । ମାତ୍ର ୧୧ ବଲ୍ରେ ବୈଭବ ଅର୍ଦ୍ଧଶତକ ହାସଲ କରିଥିଲେ । ଶ୍ରୀଲଙ୍କା ବୋଲର୍ଙ୍କ ପ୍ରତିଟି ବଲ୍କୁ ପ୍ରହାର କରିଥିଲେ ବୈଭବ ।
ମାତ୍ର ୨୯ବଲ୍ରେ ବୈଭବ ୯୪ ରନ୍ ସଂଗ୍ରହ କରି କ୍ୟାଚ୍ ଆଉଟ୍ ହୋଇଥିଲେ । ଯେଉଁଥିରେ ବୈଭବ ୧୦ଟି ଚଉକା ସହ ୮ଟି ଛକା ମାରିଛନ୍ତି । ଶ୍ରୀଲଙ୍କାର ୨୯ ବଲ୍ ମଧ୍ୟରୁ ୧୮ଟି ବଲ୍କୁ ବାଉଣ୍ଡରି ପଠାଇଛନ୍ତି ବୈଭବ ସୂର୍ଯ୍ୟବଂଶୀ ।
ଅନ୍ୟମାନଙ୍କ ମଧ୍ୟରେ ପ୍ରିୟାଂଶ ଆର୍ଯ୍ୟ ୨୯ ବଲ୍ରେ ୩୯ ରନ୍ କରିଥିବା ବେଲେ ଋତୁରାଜ ଗାଏକୱାଡ଼ ୫୧ ବଲ୍ରେ ୪୦ ରନ୍, ଅଧିନାୟକ ତିଳକ ବର୍ମା ୯୦ ବଲ୍ରେ ୬୭ ରନ୍, କୁମାର କୁଶଗ୍ରା ୩୯ ବଲ୍ରେ ୩୬ ରନ୍ ଅନୁକୂଲ ରୟ ୧୫ ବଲ୍ରେ ୩୯ ରନ୍ କରିଛନ୍ତି ।
ଭାରତ ପକ୍ଷରୁ ୟଶ ଠାକୁର ଓ ଭୀପରାଜ ନିଗମ ସର୍ବାଧିକ ୩ଟି ଲେଖାଏଁ ୱିକେଟ୍ ହାତେଇଛନ୍ତି । ଅନୁକୂଲ ରୟ ୨ଟି ୱିକେଟ୍ ଅକ୍ତିଆର୍ କରିଥିବା ବେଳେ ଅଶୋକ ଶର୍ମା ଓ ତିଳକ ବର୍ମା ଗୋଟିଏ ଲେଖାଏଁ ସଫଳତା ପାଇଛନ୍ତି ।
ଏଥିସହ ପଢ଼ନ୍ତୁ: 'ସରି ସଞ୍ଜୟ'; କାହିଁକି ବୈଭବଙ୍କୁ ନେଇ ମାଞ୍ଜେରକରଙ୍କୁ କ୍ଷମା ମାଗିଲେ ସୁନୀଲ ଗାଭାସ୍କର ?
ଶ୍ରୀଲଙ୍କାର ପ୍ରଦର୍ଶନ

ଶ୍ରୀଲଙ୍କାର ବ୍ଯାଟିଂ ଏତେଟା ପ୍ରଭାବଶାଳୀ ନଥିଲା । ପ୍ରଥମ ୪.୧ ଓଭର୍ରେ ଶ୍ରୀଲଙ୍କା ୨ଟି ୱିକେଟ୍ ହରାଇଥିଲା । ପ୍ରଥମେ ଅଭିସ୍କା ଫେରନାଣ୍ଡା ମାତ୍ର ୩ ରନ୍ ଓ ପରେ ନିରଶନ ଡିକୱେଲା ୨୫ ରନ୍ କରି ଆଉଟ୍ ହୋଇଥିଲେ ।
ଦଳ ପକ୍ଷରୁ ୱାନୁଜା ସହନ ର୍ବାଧିକ ୬୨ ରନ୍ ସ୍କୋର୍ କରିଥିବା ବେଲେ ସଦୀରା ୫୨ ରନ୍, ବିଜୟକାନ୍ତ ୩୯ ରନ୍ କରିଛନ୍ତି । କୁଗଥସ୍ ମନ୍ଥୁଲନ୍, ରବୀନ୍ଦୁ ଫେରନାଣ୍ଡୋ ଓ ୱାନୁଜା ସହନ ୨ଟି ଲେଖାଏଁ ୱିକେଟ୍ ନେଇଛନ୍ତି ।

Related Topics
Explore more stories