Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

Vaibhav Suryavanshi Emotional / ଆଉଟ୍‌ ହେବା ପରେ କାନ୍ଦିଲେ ବୈଭବ ସୂର୍ଯ୍ୟବଂଶୀ, ଭାଇରାଲ ହେଲା ଭିଡିଓ

Santosh Kumar Sahoo
Browse all articles by Santosh Kumar Sahoo
·3 months ago·2 min read
ଆଉଟ୍‌ ହେବା ପରେ କାନ୍ଦିଲେ ବୈଭବ ସୂର୍ଯ୍ୟବଂଶୀ, ଭାଇରାଲ ହେଲା ଭିଡିଓ
Vaibhav Sooryavanshi

Key Points

ଆଇପିଏଲ୍‌ରେ ଇମୋସନାଲ୍ ମୁହୂର୍ତ୍ତ
ଆଉଟ୍‌ ପରେ କାନ୍ଦିଲେ ବୈଭବ
ଯୁବ ତାରକା ବୈଭବଙ୍କ ଭିଡିଓ ଭାଇରାଲ
ଆରମ୍ଭ ହୋଇସାରିଛି ଫଟାଫଟ୍‌ କ୍ରିକେଟ୍‌ର ମହାକୁମ୍ଭ ଆଇପିଏଲ ୨୦୨୬ । ଆଉ ଏଥର ଆଇପିଏଲରେ ବେଶ୍‌ ଚର୍ଚ୍ଚାରେ ଅଛନ୍ତି ରାଜସ୍ଥାନ ରୟାଲ୍ସର ଯୁବ ବିସ୍ଫୋରକ ବ୍ୟାଟ୍ସମ୍ୟାନ୍‌ ବୈଭବ ସୂର୍ଯ୍ୟବଂଶୀ । ଆଇପିଏଲ୍ ୨୦୨୬ର ୧୩ତମ ମ୍ୟାଚ୍‌ରେ ବୈଭବ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ଏକ ବିସ୍ଫୋରକ ଇନିଂସ ଖେଳିଥିଲେ । ମାତ୍ର ୧୪ ବଲ୍‌ରେ ୩୯ ରନ୍ କରିଥିଲେ । ସେ ଗୋଟିଏ ଚୌକା ଏବଂ ପାଞ୍ଚଟି ବଡ଼ ଛକା ମାରିଥିଲେ । ଏହି ମ୍ୟାଚ୍‌ରେ ବୈଭବ ମୁମ୍ବାଇର ଦୁର୍ଦ୍ଧଷ ଦ୍ରୁତ ବୋଲର ଜସପ୍ରିତ ବୁମରାହଙ୍କୁ ଗୋଟିଏ ଓଭରରେ ଦୁଇଟି ବଡ଼ ଛକା ମାରିଥିଲେ ।

ଭଲ ଆରମ୍ଭ ମିଳିଥିଲେ ମଧ୍ୟ ସେ ଏହି ଇନିଂସକୁ ବଡ଼ ଇନିଂସରେ ପରିଣତ କରିପାରି ନଥିଲେ । ଆଉ ୩୯ ରନ୍‌ କରି ଆଉଟ୍‌ ହେବା ପରେ ସେ କାନ୍ଦୁଥିବାର ଦେଖିବାକୁ ମିଳିଥିଲା । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ୍‌ ଭାଇରାଲ ହେବାରେ ଲାଗିଛି ।

MI ବିପକ୍ଷରେ ୧୫ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀ ଆରମ୍ଭରୁ ଆକ୍ରମଣାତ୍ମକ ବ୍ୟାଟିଂ କରିଥିଲେ । ବୈଭବ ବିଶ୍ୱର ଶ୍ରେଷ୍ଠ ଦ୍ରୁତ ବୋଲରଙ୍କ ମଧ୍ୟରୁ ଜଣେ ଜସପ୍ରିତ ବୁମରାହଙ୍କୁ ମଧ୍ୟ ଛାଡି ନଥିଲେ । ତାଙ୍କ ପ୍ରଥମ ବଲ୍‌ରେ ଏକ ଛକା ମାରିଥିଲେ । କେବଳ ସେତିକି ନୁହେଁ ସେ ବୁମରାହଙ୍କୁ ସେହି ଓଭରରେ ଆଉ ଏକ ଛକା ମାରିଥିଲେ । ବୈଭବ ମାତ୍ର ୧୪ ବଲରେ ୩୯ ରନ୍ କରି ଆଉଟ୍‌ ହୋଇଥିଲେ ।



ବୈଭବ ଆଉଟ୍‌ ହେବା ପରର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି, ଯେଉଁଥିରେ ସେ ପ୍ୟାଭିଲିୟନ୍‌ ଫେରୁଥିବା ସମୟରେ କାନ୍ଦୁଥିବାର ଦେଖିବାକୁ ମିଳୁଛି । ଭିଡିଓରେ ସେ ବହୁତ ନିରାଶ ଦେଖାଯାଉଥିଲେ ଏବଂ ତାଙ୍କ ବ୍ୟାଟ୍ ମାଟିରେ ବାଡ଼ାଉଥିବାର ମଧ୍ୟ ଦେଖାଯାଇଥିଲା ।

ମ୍ୟାଚ୍ ବିଷୟରେ କହିବାକୁ ଗଲେ, ରାଜସ୍ଥାନ ରୟାଲ୍ସ ଗୌହାଟିରେ ଖେଳାଯାଇଥିବା ବର୍ଷା ପ୍ରଭାବିତ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସକୁ ୨୭ ରନରେ ପରାସ୍ତ କରି ଲଗାତର ତୃତୀୟ ବିଜୟ ହାସଲ କରିଥିଲା । ବର୍ଷା ଯୋଗୁଁ ମ୍ୟାଚକୁ ୧୧ ଓଭରକୁ ହ୍ରାସ କରାଯାଇଥିଲା । ପ୍ରଥମେ ବ୍ୟାଟିଂ କରି ରାଜସ୍ଥାନ ୩ ୱିକେଟ୍ ବିନିମୟରେ ୧୫୦ ରନ୍ କରିଥିଲା । ଦଳ ପକ୍ଷରୁ ଯଶସ୍ବୀ ଜୟସ୍ବାଲ ୭୭ ରନ୍‌ର ଚମତ୍କାର ଇନିଂସ ଖେଳିଥିବା ବେଳେ ବୈଭବ ୩୯ ରନ୍‌ କରିଥିଲା ।

ଟାର୍ଗେଟର ପିଛା କରି ମୁମ୍ବାଇ ଖରାପ ବ୍ୟାଟିଂ କରିଥିଲା ​​ଏବଂ ୧୧ ଓଭରରେ ୯ ୱିକେଟ ହରାଇ କେବଳ ୧୨୩ ରନ କରିପାରିଥିଲା । MI ପକ୍ଷରୁ ନମନ ଧୀର ଏବଂ ରଦରଫୋର୍ଡ ପ୍ରତ୍ୟେକେ ୨୫ ରନ କରିଥିଲେ । ଅନ୍ୟ ବ୍ୟାଟ୍ସମ୍ୟାନମାନେ ଦୁଇ ଅଙ୍କ ଛୁଇଁ ପାରି ନଥିଲେ । ରାଜସ୍ଥାନ ପକ୍ଷରୁ ସନ୍ଦୀପ ଶର୍ମା, ନାଣ୍ଡ୍ରେ ବର୍ଗର ଏବଂ ରବି ବିଷ୍ନୋଇ ପ୍ରତ୍ୟେକ ୨ ୱିକେଟ ନେଇଥିଲେ, ଯେତେବେଳେ ଜୋଫ୍ରା ଆର୍ଚର ଗୋଟିଏ ୱିକେଟ ନେଇଥିଲେ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Vaibhav Suryavanshi Cries After Dismissal, Viral Video Shocks Fans | Argus News