Vaibhav Suryavanshi / ଡେବ୍ୟୁ ଅପେକ୍ଷାରେ ବୈଭବ; ଆୟରଲାଣ୍ଡରେ ବିପକ୍ଷରେ ଖେଳିଲେ ସୂର୍ଯ୍ୟାଂଶ, ପ୍ରିନ୍ସ
·1 hour ago·2 min read

Key Points
ଭାରତ ଓ ଆୟରଲାଣ୍ଡ ମଧ୍ୟରେ ବେଲଫାଷ୍ଟରେ ଦ୍ଵିତୀୟ ଟି-ଟ୍ଵେଣ୍ଟି ଖେଳା ଯାଉଥିବା ବେଳେ ସୂର୍ଯ୍ୟବଂଶୀଙ୍କୁ ପୁଣି ଥରେ ସୁଯୋଗ ମିଳିନାହିଁ । ବୈଭବଙ୍କୁ ଅନ୍ତର୍ଜାତୀୟ ମ୍ୟାଚ୍ରେ ଡେବ୍ୟୁ ପାଇଁ ଆହୁରି ଲମ୍ବା ଅପେକ୍ଷା କରିବାକୁ ପଡ଼ିବ ।
ମୁମ୍ବାଇ: ବୈଭବ ସୂର୍ଯ୍ୟବଂଶୀଙ୍କ ଉପରେ ସମସ୍ତଙ୍କ ନଜର ରହିଛି । ଭାରତ ଓ ଆୟରଲାଣ୍ଡ ମଧ୍ୟରେ ବେଲଫାଷ୍ଟରେ ଦ୍ଵିତୀୟ ଟି-ଟ୍ଵେଣ୍ଟି ଖେଳା ଯାଉଥିବା ବେଳେ ସୂର୍ଯ୍ୟବଂଶୀଙ୍କୁ ପୁଣି ଥରେ ସୁଯୋଗ ମିଳିନାହିଁ । ବୈଭବଙ୍କ ପ୍ରଶଂସକ ଆଶା କରିଥିଲେ, ଭାରତ ପ୍ରଥମ ମ୍ୟାଚ୍ ୩୪ ରନ୍ରେ ହାରିବା ପରେ ଚୂଡ଼ାନ୍ତ ଏକାଦଶରେ ସୂର୍ଯ୍ୟବଂଶୀଙ୍କୁ ସ୍ଥାନ ମିଳିବ ।
ଆୟରଲାଣ୍ଡ ବିପକ୍ଷ ଦ୍ଵିତୀୟ ଟି-ଟ୍ଵେଣ୍ଟିରେ ଭାରତୀୟ ଦଳର ଅଧିନାୟକ ଶ୍ରେୟସ ଆୟର ଚୂଡ଼ାନ୍ତ ଏକାଦଶରେ ପରିବର୍ତ୍ତନ କରିଛନ୍ତି । କିନ୍ତୁ, ଚୂଡ଼ାନ୍ତ ଏକାଦଶରେ ବୈଭବ ସୂର୍ଯ୍ୟବଂଶୀଙ୍କୁ ସ୍ଥାନ ମିଳି ନାହିଁ । ଫଳରେ ବୈଭବଙ୍କୁ ଅନ୍ତର୍ଜାତୀୟ ମ୍ୟାଚ୍ରେ ଡେବ୍ୟୁ ପାଇଁ ଆହୁରି ଲମ୍ବା ଅପେକ୍ଷା କରିବାକୁ ପଡ଼ିବ ।
ଏଥିସହ ପଢ଼ନ୍ତୁ: ଗୋଟିଏ ଓଭର, ଡବଲ୍ ହ୍ୟାଟିକ୍; ୯ ବର୍ଷର ବୋଲର କଲେ ଧମାକା
ଆୟରଲାଣ୍ଡ ବିପକ୍ଷ ମ୍ୟାଚ୍ରେ ଭାରତ ପକ୍ଷରୁ ଯୁବ ଅଲରାଉଣ୍ଡର ସୂର୍ଯ୍ୟାଂଶ ଶେଡଗେ ଓ ଦ୍ରୁତ ବୋଲର୍ ପ୍ରିନ୍ସ ଯାଦବଙ୍କୁ ଅନ୍ତର୍ଜାତୀୟ ଟି-ଟ୍ଵେଣ୍ଟିରେ ଡେବ୍ୟୁ ସୁଯୋଗ ମିଳିଛି । କିନ୍ତୁ ନିରାଶ ହୋଇଛନ୍ତି ବିସ୍ଫୋରକ ବ୍ୟାଟ୍ସମ୍ୟାନ୍ ବୈଭବ ସୂର୍ଯ୍ୟବଂଶୀ ।
ସୂର୍ଯ୍ୟାଂଶ ଶେଡଗେ ଓ ପ୍ରିନ୍ସ ଯାଦବ ଟି-ଟ୍ଵେଣ୍ଟି ଅନ୍ତର୍ଜାତୀୟ କ୍ରିକେଟରେ ଭାରତ ପକ୍ଷରୁ ୧୨୦ ଓ ୧୨୧ ତମ ଖେଳାଳି ଭାବେ ଡେବ୍ୟୁ କରିଛନ୍ତି । ସୂର୍ଯ୍ୟାଂଶ ଶେଡଗେଙ୍କୁ ଡେବ୍ୟୁ କ୍ୟାପ୍ ସଞ୍ଜୁ ସାମସନ ପିନ୍ଧାଇଥିବା ବେଳେ ପ୍ରିନ୍ସ ଯାଦବଙ୍କୁ କ୍ୟାପ୍ ଦେଇଛନ୍ତି ଶିବମ ଦୁବେ ।
ମୁକାବୁଲାରେ ଭାରତ ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛି । ପାଗକୁ ଦେଖି ପ୍ରଥମେ ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଥିବା କହିଛନ୍ତି ଅଧିନାୟକ ଶ୍ରେୟସ ଆୟର । ତେବେ ବୈଭବଙ୍କୁ ନେଇ ଶ୍ରେୟସ ଆଜି କୌଣସି ମନ୍ତବ୍ୟ ଦେଇ ନାହାନ୍ତି ।
ଶ୍ରେୟସ କହିଛନ୍ତି, "ଦଳରେ ଅନେକ ଅନୁଭବୀ ଖେଳାଳି ଅଛନ୍ତି ଓ ସମସ୍ତେ ଉତ୍ତମ ପ୍ରଦର୍ଶନ କରିବାକୁ ଆଗ୍ରହୀ ଅଟନ୍ତି ।" ଭାରତ ପ୍ରଥମ ମ୍ୟାଚ୍ ହାରିଥିବାରୁ ସ୍ଥିତି ଅନୁସାରେ, ଖାପଖୁଆଇବାକୁ ଚେଷ୍ଟ କରିବୁ ବୋଲି କହିଛନ୍ତି ଶ୍ରେୟସ ।
ତେବେ ପ୍ରଥମେ ବ୍ୟାଟିଂ କରିଥିବା ଆୟରଲାଣ୍ଡର ଆରମ୍ଭ ସେତେଟା ଭଲ ହୋଇ ନାହିଁ ପ୍ରଥମ ୩ ଓଭର୍ରେ ଦଳ ଦୁଇ ଓପନରଙ୍କ ୱିକେଟ୍ ହରାଇଛି । ୧.୫ ଓଭର୍ରେ ଟିମ୍ ଟେକ୍ଟର ଆଉଟ୍ ହୋଇଥିବା ବେଳେ ୨.୨ ଓଭର୍ରେ ପାଭଲିୟନ୍ ଫେରିଛନ୍ତି ରସ୍ ଅଦୟର୍ । ଯାହାପରେ ହାରି ଟେକ୍ଟର ଆୟରଲାଣ୍ଡର ପାଳି ସମ୍ଭାଳି ସର୍ବାଧିକ ୫୩ ରନ୍ ସ୍କୋର୍ କରିଛନ୍ତି ।
ଏଥିସହ ପଢ଼ନ୍ତୁ: ଏହି ଦେଶ ସହ T20 ସିରିଜ୍ ଖେଳିବ ନାହିଁ ଟିମ୍ ଇଣ୍ଡିଆ ! BCCIର ବଡ଼ ନିଷ୍ପତ୍ତି
ଡେବ୍ୟୁ ମ୍ୟାଚ୍ରେ ପ୍ରିନ୍ସଙ୍କ ଜଲୱା
ଅନ୍ୟପଟେ ଡେବ୍ୟୁ ମ୍ୟାଚ୍ରେ ପ୍ରିନ୍ସ ଯାଦବଙ୍କୁ ୩ଟି ସଫଳତା ମିଳିଛି । ମୋଟ ୪ ଓଭର୍ ବୋଲିଂ କରି ମାତ୍ର ୨୨ ରନ୍ ବ୍ୟୟ କରିଛନ୍ତି ପ୍ରିନ୍ସ ଯାଦବ । ପ୍ରିନ୍ସ ୭.୩ ଓଭର୍ରେ ଆୟରଲାଣ୍ଡ କ୍ୟାପଟେନ୍ ଲୋର୍ସାନ ଟକରଙ୍କ ଆଉଟ୍ କରିଥିଲେ । ଏହାପରେ ୧୯ ଓଭର୍ରେ ହାତେଇ ଥିଲେ ୨ଟି ୱିକେଟ୍ ।
ସେହିଭଳି ଡେବ୍ୟୁ ମ୍ୟାଚ୍ରେ ସୂର୍ଯ୍ୟାଂଶ ୨ ଓଭର୍ ବୋଲିଂ କରି ୨୫ ରନ୍ ବ୍ୟୟ କରିଥିବା ବେଳେ କୌଣସି ସଫଳତା ପାଇ ନାହାନ୍ତି । ନିର୍ଦ୍ଧାରିତ ୨୦ ଓଭ୍ରେ ଆୟରଲାଣ୍ଡ ୮ ୱିକେଟ୍ ହରାଇ ୧୫୪ ରନ୍ ସ୍କୋର୍ କରିଛି । ଭାରତ ଆଗରେ ରହିଛି ୧୫୫ ରନ୍ର ବିଜୟ ଲକ୍ଷ୍ୟ ।

Welcoming #TeamIndia T20I Caps No. 1️⃣2️⃣0️⃣ and 1️⃣2️⃣1️⃣ 🧢👏
— BCCI (@BCCI) June 28, 2026
Things we love to see, as Suryansh Shedge and Prince Yadav are set to make their debuts 🌟
Updates ▶️ https://t.co/L8GAMNqUC4#IREvIND pic.twitter.com/XNhYh1bHB8
ସୂର୍ଯ୍ୟାଂଶ ଶେଡଗେ ଓ ପ୍ରିନ୍ସ ଯାଦବ ଟି-ଟ୍ଵେଣ୍ଟି ଅନ୍ତର୍ଜାତୀୟ କ୍ରିକେଟରେ ଭାରତ ପକ୍ଷରୁ ୧୨୦ ଓ ୧୨୧ ତମ ଖେଳାଳି ଭାବେ ଡେବ୍ୟୁ କରିଛନ୍ତି । ସୂର୍ଯ୍ୟାଂଶ ଶେଡଗେଙ୍କୁ ଡେବ୍ୟୁ କ୍ୟାପ୍ ସଞ୍ଜୁ ସାମସନ ପିନ୍ଧାଇଥିବା ବେଳେ ପ୍ରିନ୍ସ ଯାଦବଙ୍କୁ କ୍ୟାପ୍ ଦେଇଛନ୍ତି ଶିବମ ଦୁବେ ।
ମୁକାବୁଲାରେ ଭାରତ ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛି । ପାଗକୁ ଦେଖି ପ୍ରଥମେ ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଥିବା କହିଛନ୍ତି ଅଧିନାୟକ ଶ୍ରେୟସ ଆୟର । ତେବେ ବୈଭବଙ୍କୁ ନେଇ ଶ୍ରେୟସ ଆଜି କୌଣସି ମନ୍ତବ୍ୟ ଦେଇ ନାହାନ୍ତି ।
ଶ୍ରେୟସ କହିଛନ୍ତି, "ଦଳରେ ଅନେକ ଅନୁଭବୀ ଖେଳାଳି ଅଛନ୍ତି ଓ ସମସ୍ତେ ଉତ୍ତମ ପ୍ରଦର୍ଶନ କରିବାକୁ ଆଗ୍ରହୀ ଅଟନ୍ତି ।" ଭାରତ ପ୍ରଥମ ମ୍ୟାଚ୍ ହାରିଥିବାରୁ ସ୍ଥିତି ଅନୁସାରେ, ଖାପଖୁଆଇବାକୁ ଚେଷ୍ଟ କରିବୁ ବୋଲି କହିଛନ୍ତି ଶ୍ରେୟସ ।
ତେବେ ପ୍ରଥମେ ବ୍ୟାଟିଂ କରିଥିବା ଆୟରଲାଣ୍ଡର ଆରମ୍ଭ ସେତେଟା ଭଲ ହୋଇ ନାହିଁ ପ୍ରଥମ ୩ ଓଭର୍ରେ ଦଳ ଦୁଇ ଓପନରଙ୍କ ୱିକେଟ୍ ହରାଇଛି । ୧.୫ ଓଭର୍ରେ ଟିମ୍ ଟେକ୍ଟର ଆଉଟ୍ ହୋଇଥିବା ବେଳେ ୨.୨ ଓଭର୍ରେ ପାଭଲିୟନ୍ ଫେରିଛନ୍ତି ରସ୍ ଅଦୟର୍ । ଯାହାପରେ ହାରି ଟେକ୍ଟର ଆୟରଲାଣ୍ଡର ପାଳି ସମ୍ଭାଳି ସର୍ବାଧିକ ୫୩ ରନ୍ ସ୍କୋର୍ କରିଛନ୍ତି ।
ଏଥିସହ ପଢ଼ନ୍ତୁ: ଏହି ଦେଶ ସହ T20 ସିରିଜ୍ ଖେଳିବ ନାହିଁ ଟିମ୍ ଇଣ୍ଡିଆ ! BCCIର ବଡ଼ ନିଷ୍ପତ୍ତି
ଡେବ୍ୟୁ ମ୍ୟାଚ୍ରେ ପ୍ରିନ୍ସଙ୍କ ଜଲୱା
ଅନ୍ୟପଟେ ଡେବ୍ୟୁ ମ୍ୟାଚ୍ରେ ପ୍ରିନ୍ସ ଯାଦବଙ୍କୁ ୩ଟି ସଫଳତା ମିଳିଛି । ମୋଟ ୪ ଓଭର୍ ବୋଲିଂ କରି ମାତ୍ର ୨୨ ରନ୍ ବ୍ୟୟ କରିଛନ୍ତି ପ୍ରିନ୍ସ ଯାଦବ । ପ୍ରିନ୍ସ ୭.୩ ଓଭର୍ରେ ଆୟରଲାଣ୍ଡ କ୍ୟାପଟେନ୍ ଲୋର୍ସାନ ଟକରଙ୍କ ଆଉଟ୍ କରିଥିଲେ । ଏହାପରେ ୧୯ ଓଭର୍ରେ ହାତେଇ ଥିଲେ ୨ଟି ୱିକେଟ୍ ।
ସେହିଭଳି ଡେବ୍ୟୁ ମ୍ୟାଚ୍ରେ ସୂର୍ଯ୍ୟାଂଶ ୨ ଓଭର୍ ବୋଲିଂ କରି ୨୫ ରନ୍ ବ୍ୟୟ କରିଥିବା ବେଳେ କୌଣସି ସଫଳତା ପାଇ ନାହାନ୍ତି । ନିର୍ଦ୍ଧାରିତ ୨୦ ଓଭ୍ରେ ଆୟରଲାଣ୍ଡ ୮ ୱିକେଟ୍ ହରାଇ ୧୫୪ ରନ୍ ସ୍କୋର୍ କରିଛି । ଭାରତ ଆଗରେ ରହିଛି ୧୫୫ ରନ୍ର ବିଜୟ ଲକ୍ଷ୍ୟ ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories