Vaibhav Sooryavanshi IPL / ବୈଭବଙ୍କ ମାଡ଼ରେ ବୋଲର ଭୟଭୀତ, ବୁମରାହ-ହେଜେଲଉଡ୍-ଭୁବନେଶ୍ବର...ଟାର୍ଗେଟ୍ରେ ସମସ୍ତେ
·3 hours ago·2 min read

Key Points
୧୫ ବର୍ଷ ବୈଭବଙ୍କ ଆତଙ୍କ
ବୈଭବ ସୂର୍ଯ୍ୟବଂଶୀଙ୍କ ତୁଫାନୀ ବ୍ୟାଟିଂ
ପ୍ରଥମ ବଲ୍ରୁ ବିସ୍ଫୋରଣ
ବୈଭବ ସୂର୍ଯ୍ୟବଂଶୀଙ୍କ ତୁଫାନୀ ବ୍ୟାଟିଂ
ପ୍ରଥମ ବଲ୍ରୁ ବିସ୍ଫୋରଣ
ଆରମ୍ଭ ହୋଇସାରିଛି ଫଟାଫଟ୍ କ୍ରିକେଟ୍ର ମହାକୁମ୍ଭ ଆଇପିଏଲ । ଆଉ ଚଳିତ ଆଇପିଏଲରେ ୧୫ ବର୍ଷୀୟ ରାଜସ୍ଥାନ ରୟାଲ୍ସ (RR) ବ୍ୟାଟ୍ସମ୍ୟାନ୍ ବୈଭବ ସୂର୍ଯ୍ୟବଂଶୀ ତାଙ୍କର ନିର୍ଭୀକ ଏବଂ ଆକ୍ରମଣାତ୍ମକ ବ୍ୟାଟିଂ ଦ୍ୱାରା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ଚଳିତ IPL ସିଜିନରେ ବୈଭବ ସମସ୍ତ ଚାରୋଟି ମ୍ୟାଚରେ ନିରନ୍ତର ଭାବେ ଧୁଆଁଧାର ବ୍ୟାଟିଂ କରି ନିଜର ଯୋଗ୍ୟତା ପ୍ରମାଣ କରିଛନ୍ତି ।
ବୈଭବ ସୂର୍ଯ୍ୟବଂଶୀଙ୍କ ସବୁଠାରୁ ବଡ଼ ଶକ୍ତି ହେଉଛି ସେ ପ୍ରଥମ ବଲରୁ ଆକ୍ରମଣାତ୍ମକ ବ୍ୟାଟିଂ କରି ବୋଲରଙ୍କୁ ବ୍ୟାକଫୁଟକୁ ନେବା । ପ୍ରଥମ ବଲ୍ରେ ବଡ଼ ସଟ୍ ଖେଳିବା ଦ୍ବାରା ପ୍ରତିପକ୍ଷ ଦଳ ଉପରେ ଚାପ ସୃଷ୍ଟି ହୋଇଥାଏ । ସେ ଜସପ୍ରୀତ ବୁମରାହ ହୁଅନ୍ତୁ କି ଭୁବନେଶ୍ବର କୁମାର କମ୍ବା ଜୋସ୍ ହେଜେଲଉଡ୍ । ସମସ୍ତଙ୍କ ବିପକ୍ଷରେ ସୂର୍ଯ୍ୟବଂଶୀ ପ୍ରଥମ ବଲ୍ରୁ ଆକ୍ରମଣାତ୍ମକ ଆଭିମୁଖ୍ୟ ଗ୍ରହଣ କରିଛନ୍ତି ।
ଚେନ୍ନାଇ ସୁପର କିଙ୍ଗ୍ସ (CSK) ବିପକ୍ଷ ମ୍ୟାଚରେ ବୈଭବ ମ୍ୟାଟ୍ ହେନରୀଙ୍କ ପ୍ରଥମ ବଲରେ ଏକ ଛକା ମାରିଥିଲେ । ଯେତେବେଳେ ଗୁଜରାଟ ଟାଇଟାନ୍ସ (GT) ବିପକ୍ଷ ମ୍ୟାଚରେ ସେ ମହମ୍ମଦ ସିରାଜଙ୍କ ପ୍ରଥମ ବଲରେ ଏକ ଚୌକା ମାରି ତାଙ୍କର ଉଦ୍ଦେଶ୍ୟ ସ୍ପଷ୍ଟ କରିଥିଲେ ।
ସେହିପରି ମୁମ୍ବାଇ ଇଣ୍ଡିଆନ୍ସ (MI) ବିପକ୍ଷ ମ୍ୟାଚ୍ରେ ବୈଭବ ସୂର୍ଯ୍ୟବଂଶୀ ଜସପ୍ରିତ ବୁମରାହଙ୍କ ପ୍ରଥମ ବଲ୍ରେ ଛକା ମାରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଥିଲେ । ପରେ ସେ ଟ୍ରେଣ୍ଟ ବୋଲ୍ଟଙ୍କୁ ଛକା ମାରି ସ୍ୱାଗତ କରିଥିଲେ । ସେହିପରି ଶାର୍ଦ୍ଦୁଳ ଠାକୁରଙ୍କ ପ୍ରଥମ ବଲ୍ରେ ଏକ ଛକା ମାରି ନିଜର ପ୍ରତିଷ୍ଠା ବଜାୟ ରଖିଥିଲେ ବୈଭବ ସୂର୍ଯ୍ୟବଂଶୀ ।
ସେହିପରି ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (RCB) ବିପକ୍ଷ ମ୍ୟାଚ୍ରେ ସେ ଭୁବନେଶ୍ୱର କୁମାରଙ୍କ ପ୍ରଥମ ବଲ୍ରେ ଚୌକା ମାରିଥିଲେ । ତା’ପରେ ସେ ଅଷ୍ଟ୍ରେଲିୟ ଦ୍ରୁତ ବୋଲର ଜୋଶ୍ ହେଜେଲଉଡ୍ଙ୍କୁ ଚୌକା ଏବଂ ଛକା ମାରି ତାଙ୍କ ଆଭିମୁଖ୍ୟ ସ୍ପଷ୍ଟ କରିଥିଲେ ।
ଗତ ସିଜିନରେ ତାଙ୍କର IPL ଡେବ୍ୟୁରେ ବୈଭବ ସୂର୍ଯ୍ୟବଂଶୀ ପ୍ରଥମ ବଲ୍ରେ ଛକା ମାରି ଆଇପିଏଲ କ୍ୟାରିୟର ଆରମ୍ଭ କରିଥିଲେ । ସେ ଶାର୍ଦ୍ଦୁଳ ଠାକୁରଙ୍କ ବଲରେ ଛକା ସହ ଆରମ୍ଭ କରିଥିଲେ ।

Just Vaibhav going BANG 🫡🔥pic.twitter.com/pmj2YDY7xu
— Rajasthan Royals (@rajasthanroyals) April 10, 2026
ଚେନ୍ନାଇ ସୁପର କିଙ୍ଗ୍ସ (CSK) ବିପକ୍ଷ ମ୍ୟାଚରେ ବୈଭବ ମ୍ୟାଟ୍ ହେନରୀଙ୍କ ପ୍ରଥମ ବଲରେ ଏକ ଛକା ମାରିଥିଲେ । ଯେତେବେଳେ ଗୁଜରାଟ ଟାଇଟାନ୍ସ (GT) ବିପକ୍ଷ ମ୍ୟାଚରେ ସେ ମହମ୍ମଦ ସିରାଜଙ୍କ ପ୍ରଥମ ବଲରେ ଏକ ଚୌକା ମାରି ତାଙ୍କର ଉଦ୍ଦେଶ୍ୟ ସ୍ପଷ୍ଟ କରିଥିଲେ ।
ସେହିପରି ମୁମ୍ବାଇ ଇଣ୍ଡିଆନ୍ସ (MI) ବିପକ୍ଷ ମ୍ୟାଚ୍ରେ ବୈଭବ ସୂର୍ଯ୍ୟବଂଶୀ ଜସପ୍ରିତ ବୁମରାହଙ୍କ ପ୍ରଥମ ବଲ୍ରେ ଛକା ମାରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଥିଲେ । ପରେ ସେ ଟ୍ରେଣ୍ଟ ବୋଲ୍ଟଙ୍କୁ ଛକା ମାରି ସ୍ୱାଗତ କରିଥିଲେ । ସେହିପରି ଶାର୍ଦ୍ଦୁଳ ଠାକୁରଙ୍କ ପ୍ରଥମ ବଲ୍ରେ ଏକ ଛକା ମାରି ନିଜର ପ୍ରତିଷ୍ଠା ବଜାୟ ରଖିଥିଲେ ବୈଭବ ସୂର୍ଯ୍ୟବଂଶୀ ।
ସେହିପରି ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (RCB) ବିପକ୍ଷ ମ୍ୟାଚ୍ରେ ସେ ଭୁବନେଶ୍ୱର କୁମାରଙ୍କ ପ୍ରଥମ ବଲ୍ରେ ଚୌକା ମାରିଥିଲେ । ତା’ପରେ ସେ ଅଷ୍ଟ୍ରେଲିୟ ଦ୍ରୁତ ବୋଲର ଜୋଶ୍ ହେଜେଲଉଡ୍ଙ୍କୁ ଚୌକା ଏବଂ ଛକା ମାରି ତାଙ୍କ ଆଭିମୁଖ୍ୟ ସ୍ପଷ୍ଟ କରିଥିଲେ ।
ଗତ ସିଜିନରେ ତାଙ୍କର IPL ଡେବ୍ୟୁରେ ବୈଭବ ସୂର୍ଯ୍ୟବଂଶୀ ପ୍ରଥମ ବଲ୍ରେ ଛକା ମାରି ଆଇପିଏଲ କ୍ୟାରିୟର ଆରମ୍ଭ କରିଥିଲେ । ସେ ଶାର୍ଦ୍ଦୁଳ ଠାକୁରଙ୍କ ବଲରେ ଛକା ସହ ଆରମ୍ଭ କରିଥିଲେ ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories