Vaibhav Suryavanshi / ପ୍ରତି ମ୍ୟାଚ୍ରୁ କେତେ ଟଙ୍କା ପାଇବେ ବୈଭବ ସୂର୍ଯ୍ୟବଂଶୀ ?
·1 hour ago·2 min read

Key Points
ଅନ୍ତର୍ଜାତୀୟ କ୍ରିକେଟ୍ରେ ବୈଭବ ପ୍ରଥମଥର ଜୋଫ୍ରା ଆର୍ଚରଙ୍କ ସାମ୍ନା କରିଛନ୍ତି । ଆଉ ୧୫ ବର୍ଷ ବୟସରେ ୨ଟି ଛକା ମଧ୍ୟ ମାରିଛନ୍ତି ।
ମାଞ୍ଚେଷ୍ଟର: ବୈଭବ ସୂର୍ଯ୍ୟବଂଶୀ ଇଂଲଣ୍ଡ ବିପକ୍ଷ ଦ୍ଵିତୀୟ ଟି-ଟ୍ଵେଣ୍ଟିରେ ଅନ୍ତର୍ଜାତୀୟ ଡେବ୍ୟୁ କରିଛନ୍ତି । ଏହି ମ୍ୟାଚ୍ରେ ବୈଭବ ୧୦ଟି ବଲ୍ରେ ୧୪ ରନ୍ କରି ଷ୍ଟମ୍ପ ଆଉଟ୍ ହୋଇଛନ୍ତି । ଛୋଟିଆ ପାଳିରେ ବୈଭବ ୨ଟି ଛକା ମାରିଛନ୍ତି ।
ଇଂଲଣ୍ଡ ବିପକ୍ଷ ଦ୍ଵିତୀୟ ଟି-ଟ୍ଵେଣ୍ଟିରେ ବୈଭବ ସଞ୍ଜୁ ସାମସନଙ୍କ ସ୍ଥାନରେ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ପାଇଛନ୍ତି । ବୈଭବଙ୍କୁ ୱିଲ୍ ଜ୍ୟାକ୍ସଙ୍କ ବଲ୍ରେ ଜଶ୍ ବଟଲର୍ ଷ୍ଟମ୍ପ ଆଉଟ୍ କରିଛନ୍ତି ।
ଏଥିସହ ପଢ଼ନ୍ତୁ: ୧୫ ବର୍ଷରେ ସ୍ୱପ୍ନ ସାକାର, ଡେବ୍ୟୁ କ୍ୟାପ୍ ମିଳିବା ପରେ କାନ୍ଦିଲେ ବୈଭବ ସୂର୍ଯ୍ୟବଂଶୀ
ତେବେ ବୈଭବଙ୍କ ପାଇଁ ଏହି ମ୍ୟାଚ୍ ଅନେକ କାରଣରୁ ସ୍ମରଣୀୟ ହୋଇ ରହିବ । ଅନ୍ତର୍ଜାତୀୟ କ୍ରିକେଟ୍ରେ ବୈଭବ ପ୍ରଥମଥର ଜୋଫ୍ରା ଆର୍ଚରଙ୍କ ସାମ୍ନା କରିଛନ୍ତି । ଆଉ ୧୫ ବର୍ଷ ବୟସରେ ୨ଟି ଛକା ମଧ୍ୟ ମାରିଛନ୍ତି । ଯଦିଓ ପ୍ରଥମ ଅନ୍ତର୍ଜାତୀୟ ମ୍ୟାଚ୍ରେ ବଡ଼ ସ୍କୋର୍ରୁ ବିଫଳ ହୋଇଛନ୍ତି ତଥାପି ୩ ବଡ଼ ରେକର୍ଡ କରିଛନ୍ତି ।
ସବୁଠୁ କମ୍ ବୟସରେ ଛକା ମାରିଥିବା ଖେଳାଳି
ବୈଭବ ଏହି ମ୍ୟାଚ୍ରେ ପ୍ରଥମ ବଲ୍ରେ ମାତ୍ର ୧ ରନ୍ କରିଥିଲେ । ଏହି ପାଳିରେ ବୈଭବ ପ୍ରଥମ ଛକା ଜୋଫ୍ରା ଆର୍ଚରଙ୍କ ବଲ୍ରେ ମାରିଥିଲେ । ଏଥିସହ ଅନ୍ତର୍ଜାତୀୟ କ୍ରିକେଟ୍ରେ ବୈଭବ କମ୍ ବୟସ୍କ ବ୍ୟାଟ୍ସମ୍ୟାନ ଭାବେ ଛକା ମାରିବାର ସୌଭାଗ୍ୟ ହାସଲ କରିଛନ୍ତି । ୧୫ ବର୍ଷ ୯୯ ଦିନରେ ରେକର୍ଡ କରିଛନ୍ତି ।
କମ୍ ବୟସରେ ଡେବ୍ୟୁ କରିଥିବା ଭାରତୀୟ
ମାତ୍ର ୧୫ ବର୍ଷ ବୟସରେ ବୈଭବ ସୂର୍ଯ୍ୟବଂଶୀ ଭାରତ ପାଇଁ ଡେବ୍ୟୁ କରିଛନ୍ତି । ଆଜିର ମ୍ୟାଚ୍ରେ ଖେଳିବା ସହ ସେ ମହାନ କ୍ରିକେଟର ସଚିନ୍ ତେନ୍ଦୁଲକରଙ୍କ ରେକର୍ଡ ଭାଙ୍ଗିଛନ୍ତି । ତାଙ୍କୁ ଉପ-ଅଧିନାୟକ ତିଲକ ବର୍ମା ଡେବ୍ୟୁ କ୍ୟାପ୍ ପ୍ରଦାନ କରିଛନ୍ତି । ଭାରତ ପାଇଁ ବୈଭବ ୧୨୨ତମ ଖେଳାଳି ଭାବେ ଅନ୍ତର୍ଜାତୀୟ ଟି-୨୦ ଖେଳିଛନ୍ତି ।
ପ୍ରଥମ ମ୍ୟାଚ୍ରେ ଅର୍ଦ୍ଧଶତକର ସହଭାଗୀ
ବୈଭବ ସୂର୍ଯ୍ୟବଂଶୀ ତାଙ୍କ ଅନ୍ତର୍ଜାତୀୟ କ୍ୟାରିୟରର ପ୍ରଥମ ମ୍ୟାଚ୍ରେ ଅଭିଷେକ ଶର୍ମାଙ୍କ ସହ ଓପନିଂ କରି ମିଳିତ ଭାବେ ଦଳୀୟ ସ୍କୋର ୫୦ ରନ୍ରେ ପହଞ୍ଚାଇଛନ୍ତି ।
ଏଥିସହ ପଢ଼ନ୍ତୁ: ପୁଣି ବାବର ଆଜମଙ୍କ ଉପରେ ବିଶ୍ଵାସ କଲା ପାକିସ୍ତାନ; ଏହି ଫର୍ମାଟରେ ହେବେ କ୍ୟାପ୍ଟେନ
କେତେ ମିଳିବ ପ୍ରାପ୍ୟ ?
ମିଡିଆ ରିପୋର୍ଟ ଅନୁସାରେ, ଭାରତୀୟ କ୍ରିକେଟ୍ ଖେଳାଳିଙ୍କୁ ଦରମା କିମ୍ବା ମ୍ୟାଚ୍ ବାବଦକୁ ଫି ମିଳିଥାଏ । ଟେଷ୍ଟ, ଟି-ଟ୍ଵେଣ୍ଟି ଓ ୫୦ ଓଭର ମ୍ୟାଚ୍ ଖେଳିବା ଉପରେ ନିର୍ଭର କରେ ।
ଟେଷ୍ଟ ମ୍ୟାଚ୍ରେ ୧୫ ଲକ୍ଷ ପର୍ଯ୍ୟନ୍ତ ମ୍ୟାଚ୍ ଫି ମିଳୁଥିବା ବେଳେ ଦିନିକିଆରେ ପ୍ରତି ମ୍ୟାଚ ୬ ଲକ୍ଷ ଓ ଟି-ଟ୍ଵେଣ୍ଟିରେ ପ୍ରତି ମ୍ୟାଚ୍ ଫି ବାବଦରେ ୩ ଲକ୍ଷ ଟଙ୍କା ମିଳିଥାଏ । ଏଥିସହ BCCIର ବାର୍ଷିକ ଚୁକ୍ତି ଅନୁସାରେ, ଆୟ କରିଥାନ୍ତି ଖେଳାଳି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories