Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Painting

Argus News - ପୁଣି ବାବର ଆଜମଙ୍କ ଉପରେ ବିଶ୍ଵାସ କଲା ପାକିସ୍ତାନ; ଏହି ଫର୍ମାଟରେ ହେବେ କ୍ୟାପ୍ଟେନ

Sports

Babar Azam / ପୁଣି ବାବର ଆଜମଙ୍କ ଉପରେ ବିଶ୍ଵାସ କଲା ପାକିସ୍ତାନ; ଏହି ଫର୍ମାଟରେ ହେବେ କ୍ୟାପ୍ଟେନ

Debashree Debasmita Sahoo
Browse all articles by Debashree Debasmita Sahoo
·1 hour ago·2 min read
ପୁଣି ବାବର ଆଜମଙ୍କ ଉପରେ ବିଶ୍ଵାସ କଲା ପାକିସ୍ତାନ; ଏହି ଫର୍ମାଟରେ ହେବେ କ୍ୟାପ୍ଟେନ
Babar Azam

Key Points

ଅଧିନାୟକ ଭାବେ ଫେରିବେ ବାବର ଆଜମ
କେବଳ ଗୋଟିଏ ଫର୍ମାଟରେ ମିଳିବ ଦାୟିତ୍ଵ
କାହିଁକି ପୁଣି କ୍ୟାପ୍ଟେନ୍ସି ଦେଲା ପାକିସ୍ତାନ ?
ପାକିସ୍ତାନ କ୍ରିକେଟ ଟିମରେ ପରିବର୍ତ୍ତନ କୌଣସି ନୂଆ କଥା ନୁହେଁ । ପାକିସ୍ତାନ କେବେ ଅଧିନାୟକ ବଦଳାଏ ତ କେବେ କୋଚ୍କୁ ବଦଳାଏ । ଏବେ ପୁଣି ଥରେ ପାକିସ୍ତାନ କ୍ରିକେଟ ବୋର୍ଡ (PCB) ଟିମରେ ଏକ ବଡ଼ ପରିବର୍ତ୍ତନ କରିବାକୁ ଯାଉଛି । ବୋର୍ଡ ପୁଣି ଥରେ ବାବର ଆଜମଙ୍କ ଉପରେ ବିଶ୍ଵାସ କରିଛି । ଗୁରୁତ୍ଵପୂର୍ଣ୍ଣ କଥା ହେଉଛି ବାବର ଆଜମଙ୍କୁ ତିନୋଟି ଫର୍ମାଟରେ ନୁହେଁ, ବରଂ ଗୋଟିଏ ଫର୍ମାଟରେ ଅଧିନାୟକ ଭୂମିକା ତୁଲାଇବାକୁ ଦାୟିତ୍ଵ ମିଳିବ ।

  • ବାବରଙ୍କୁ ପୁଣି ମିଳିଲା କ୍ୟାପ୍ଟେନ୍ସି
ପାକିସ୍ତାନ କ୍ରିକେଟ ବୋର୍ଡର ଅଧ୍ୟକ୍ଷ ମୋହସିନ ନକଭି ବାବର ଆଜମଙ୍କୁ କ୍ୟାପ୍ଟେନ୍ସି ଦେବା ଲାଗି ନିଷ୍ପତ୍ତି ନେଇଛନ୍ତି । ସେ ଟେଷ୍ଟ କ୍ରିକେଟରେ ପାକିସ୍ତାନର ଅଧିନାୟକ ଭାବେ ଦାୟିତ୍ଵ ସମ୍ଭାଳିବେ । ଏବେ ପାକିସ୍ତାନ ଟେଷ୍ଟ କ୍ରିକେଟର ଅଧିନାୟକ ଅଛନ୍ତି ଶାନ ମସୁଦ୍ ।

  • ଶାନଙ୍କ ହାତରୁ ଯିବ କ୍ୟାପ୍ଟେନ୍ସି
ପାକିସ୍ତାନ ଟେଷ୍ଟ କ୍ରିକେଟର ବର୍ତ୍ତମାନର ଅଧିନାୟକ ଶାନ ମସୁଦ୍ ୨୦୨୩ରେ ଏହି ଦାୟିତ୍ଵ ସମ୍ଭାଳିଥିଲେ । କିନ୍ତୁ ଏବେ ସେ ଫ୍ଲପ୍ ହୋଇଛନ୍ତି । ଶାନଙ୍କ ଅଧିନାୟକତ୍ଵରେ ପାକିସ୍ତାନ ନିକଟରେ ବାଂଲାଦେଶ ବିପକ୍ଷରେ ୨-୦ରେ ଟେଷ୍ଟରେ କ୍ଲିନ ସ୍ଵିପ୍ ହେବାକୁ ପଡ଼ିଥିଲା । ଶାନ ଏଯାବତ ୧୬ଟି ଟେଷ୍ଟ ମ୍ୟାଚରେ ପାକିସ୍ତାନ କ୍ରିକେଟ ଟିମ ପାଇଁ କ୍ୟାପ୍ଟେନ୍ସି କରିଛନ୍ତି । ଏଥିରେ ଟିମକୁ ୧୨ ଥର ପରାଜୟର ସାମ୍ନା କରିବାକୁ ପଡ଼ିଛି । ଏହି ସଂଖ୍ୟା ସ୍ପଷ୍ଟ ଭାବେ ଦର୍ଶାଉଛି ଯେ ସେ ଭଲ କ୍ୟାପ୍ଟେନ୍ସି କରିନାହାନ୍ତି ଓ ତାଙ୍କ ଅଧିନାୟକତ୍ଵରେ ଟିମକୁ କୌଣସି ସୁଫଳ ମିଳିନାହିଁ । ଏଥିଲାଗି ତାଙ୍କ ହାତରୁ କ୍ୟାପ୍ଟେନ ପଦ ଯିବାକୁ ବସିଛି । ପିସିବି ପୁଣିଥରେ ବାବର ଆଜମଙ୍କ ଉପରେ ବିଶ୍ଵାସ ଜନ୍ମାଇଛି ।

ପଢନ୍ତୁ ଏହି ଖବର: ବାହାର ଦେଶରେ ବେଜିତ୍ ହେଲେ ପାକିସ୍ତାନୀ ଖେଳାଳି ବାବର୍‌, କାନ୍ଦି କାନ୍ଦି ଫେରିଲେ...

  • କାହିଁକି ଅଧିନାୟକତ୍ୱ ଛାଡିଥିଲେ ବାବର ?
ବାବର ଆଜମ ପୁଣିଥରେ ଟେଷ୍ଟ ଅଧିନାୟକ ହୋଇପାରନ୍ତି । ୨୦୨୬-୨୭ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ପାଇଁ ତାଙ୍କୁ ଅଧିନାୟକତ୍ୱ ଦେବାର ଏହା ସଠିକ୍ ସମୟ ବୋଲି ବିଶ୍ୱାସ କରାଯାଉଛି । ବାବର ପୂର୍ବରୁ ତିନୋଟି ଫର୍ମାଟରେ ପାକିସ୍ତାନର ଅଧିନାୟକତ୍ୱ କରିସାରିଛନ୍ତି । ସେ ୨୦୧୯ରୁ ୨୦୨୩ ପର୍ଯ୍ୟନ୍ତ ୩ଟି ଫର୍ମାଟରେ ପାକିସ୍ତାନର ଅଧିନାୟକତ୍ୱ କରିଥିଲେ । ୨୦୨୩ ODI ବିଶ୍ୱକପରେ ପାକିସ୍ତାନର ଖରାପ ପ୍ରଦର୍ଶନ ପରେ ତାଙ୍କୁ ଅଧିନାୟକତ୍ୱ ଛାଡିବାକୁ ବାଧ୍ୟ କରାଯାଇଥିଲା । ପରେ ତାଙ୍କୁ ୨୦୨୪ T-20 ବିଶ୍ୱକପ ପୂର୍ବରୁ ପାକିସ୍ତାନର ଧଳା ବଲ୍ ଅଧିନାୟକ ନିଯୁକ୍ତ କରାଯାଇଥିଲା । କିନ୍ତୁ ଖରାପ ପ୍ରଦର୍ଶନ ଏବଂ ଲିଗ୍ ପର୍ଯ୍ୟାୟରୁ ବିଦାୟ ନେବା ପରେ ସେ ଅଧିନାୟକତ୍ୱ ଛାଡି ଦେଇଥିଲେ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Painting
Sponsored