Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

Vaibhav Sooryavanshi Performance / ସୂର୍ଯ୍ୟବଂଶୀଙ୍କ ପାଇଁ ବଡ଼ ଅପଡେଟ୍, IPL ଅଧ୍ୟକ୍ଷ କହିଲେ—“ବୈଭବକୁ ଦିଅ ଟିମ୍‌ ଇଣ୍ଡିଆରେ ସୁଯୋଗ”

Santosh Kumar Sahoo
Browse all articles by Santosh Kumar Sahoo
·3 months ago·2 min read
ସୂର୍ଯ୍ୟବଂଶୀଙ୍କ ପାଇଁ ବଡ଼ ଅପଡେଟ୍, IPL ଅଧ୍ୟକ୍ଷ କହିଲେ—“ବୈଭବକୁ ଦିଅ ଟିମ୍‌ ଇଣ୍ଡିଆରେ ସୁଯୋଗ”
Vaibhav Sooryavanshi

Key Points

IPL ଷ୍ଟାର ବୈଭବ ପାଇଁ ବଡ଼ ଦାବି
IPL ଚମକ ପରେ ବୈଭବକୁ ନେଇ ବଡ଼ ଘୋଷଣା
ଖୁବଶୀଘ୍ର ମିଳିପାରେ ଟିମ୍ ଇଣ୍ଡିଆ ଟିକେଟ୍‌
ଜାରି ରହିଛି ବିଶ୍ବର ସବୁଠୁ ଲୋକପ୍ରିୟ କ୍ରିକେଟ୍‌ ଲିଗ୍‌ IPL ୨୦୨୬ । ଆଉ ଏହାରି ମଧ୍ୟରେ ବେଶ୍‌ ଚର୍ଚ୍ଚାରେ ଅଛନ୍ତି ୧୫ ବର୍ଷୀୟ ଯୁବ ବ୍ୟାଟ୍ସମ୍ୟାନ୍‌ ବୈଭବ ସୂର୍ଯ୍ୟବଂଶୀ । ଲଗାତର ଆଇପିଏଲରେ ଧୁଆଁଧାର ବ୍ୟାଟିଂ କରିବା ପରେ ବୈଭବଙ୍କୁ ଟିମ୍‌ ଇଣ୍ଡିଆରେ ସାମିଲ କରିବା ପାଇଁ ଦାବି ବଢ଼ିବାରେ ଲାଗିଛି ।

ଏହି ୧୫ ବର୍ଷୀୟ ରାଜସ୍ଥାନ ରୟାଲ୍ସ (RR) ବ୍ୟାଟ୍ସମ୍ୟାନ୍ ତାଙ୍କ ବିସ୍ଫୋରକ ପ୍ରଦର୍ଶନ ଦ୍ୱାରା କେବଳ ପ୍ରଶଂସକଙ୍କୁ ନୁହେଁ ବରଂ କ୍ରିକେଟ ବିଶେଷଜ୍ଞମାନଙ୍କୁ ମଧ୍ୟ ପ୍ରଭାବିତ କରିଛନ୍ତି । ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (RCB) ବିପକ୍ଷରେ ୨୬ ବଲରେ ୭୮ ରନର ବିସ୍ଫୋରକ ଇନିଂସ ପରେ ପ୍ରଶଂସକମାନେ ସୋସିଆଲ ମିଡିଆରେ ପ୍ରଶ୍ନ କରୁଛନ୍ତି କେବେ ବୈଭବଙ୍କୁ ଟିମ୍‌ ଇଣ୍ଡିଆରେ ମିଳିବ ସୁଯୋଗ ।

ଆଉ ଏହାରି ମଧ୍ୟରେ IPL ଅଧ୍ୟକ୍ଷ ଅରୁଣ ଧୂମଲ୍ ମଧ୍ୟ କହିଛନ୍ତି ଯେ ବୈଭବ ସୂର୍ଯ୍ୟବଂଶୀଙ୍କୁ ଯଥାଶୀଘ୍ର ଭାରତୀୟ ଦଳରେ ସାମିଲ କରାଯିବା ଉଚିତ । ସେ ତାଙ୍କ ସୋସିଆଲ ମିଡିଆ ପ୍ଲାଟଫର୍ମ 'X'ରେ ଲେଖିଛନ୍ତି, "ଏହି IPL ସିଜିନରେ ବୈଭବ ସୂର୍ଯ୍ୟବଂଶୀଙ୍କ ବ୍ୟାଟିଂ ଉତ୍କୃଷ୍ଟ ହୋଇଛି । ତାଙ୍କ ପ୍ରଦର୍ଶନକୁ ବିଚାରକୁ ନେଇ, ଏହି ପ୍ରତିଭାଶାଳୀ ଖେଳାଳି ନିଶ୍ଚିତ ଭାବରେ ଟିମ୍ ଇଣ୍ଡିଆ ପାଇଁ ସବୁଠାରୁ କମ୍ ବୟସ୍କ ଡେବ୍ୟୁ କରିବା ପାଇଁ ଯୋଗ୍ୟ । ଏତେ ପ୍ରତିଭାଶାଳୀ ଏବଂ ଏତେ କମ୍ ବୟସ୍କ ଖେଳାଳିଙ୍କୁ ଚୟନ କରାଯିବା ବିରଳ ।''


ଏହି ସିଜିନରେ ବୈଭବ ସୂର୍ଯ୍ୟବଂଶୀଙ୍କ ପ୍ରଦର୍ଶନ ଅସାଧାରଣ ରହିଛି । ସେ କେବଳ ଶ୍ରେଷ୍ଠ ବୋଲରମାନଙ୍କୁ ଆକ୍ରମଣ କରିନଥିଲେ ବରଂ ପାୱାର ପ୍ଲେ'ରେ ମ୍ୟାଚ୍‌ର ଗତି ପରିବର୍ତ୍ତନ କରିବାର କ୍ଷମତା ମଧ୍ୟ ପ୍ରଦର୍ଶନ କରିଥିଲେ । ଏମିତିକି ସେ ଏବେ ଆଇପିଏଲ ଅରେଞ୍ଜ କ୍ୟାପ୍‌ ଦୌଡ଼ରେ ଆଗୁଆ ରହିଛନ୍ତି । ଏହା ତାଙ୍କର ସ୍ଥିରତାକୁ ଦର୍ଶାଉଛି ।

ଭାରତୀୟ ଦଳ ଚଳିତ ବର୍ଷ ଆୟର୍ଲାଣ୍ଡ ବିପକ୍ଷରେ ଏକ ଟି-୨୦ ସିରିଜ୍ ଖେଳିବାକୁ ଯାଉଛି ଏବଂ ରିପୋର୍ଟ ଅନୁଯାୟୀ ଚୟନକର୍ତ୍ତାଙ୍କ ମଧ୍ୟରେ ବୈଭବ ସୂର୍ଯ୍ୟବଂଶୀଙ୍କ ନାମ ଆଲୋଚନା ହେଉଛି। ଯଦି ତାଙ୍କୁ ସୁଯୋଗ ମିଳେ ତେବେ ସେ ସଚିନ ତେନ୍ଦୁଲକରଙ୍କ ରେକର୍ଡ ଭାଙ୍ଗି ଅନ୍ତର୍ଜାତୀୟ କ୍ରିକେଟ୍‌ରେ ଡେବ୍ୟୁ କରିଥିବା ସବୁଠାରୁ କମ୍ ବୟସର ଭାରତୀୟ ହୋଇପାରିବେ ।

ଆଇସିସି (ଆନ୍ତର୍ଜାତୀୟ କ୍ରିକେଟ୍ ପରିଷଦ) ନିୟମ ଅନୁଯାୟୀ, ଜଣେ ଖେଳାଳିଙ୍କୁ ଅନ୍ତର୍ଜାତୀୟ କ୍ରିକେଟ୍‌ ଖେଳିବା ପାଇଁ ଅତି କମରେ ୧୫ ବର୍ଷ ବୟସ୍କ ହୋଇଥିବା ଆବଶ୍ୟକ । ବୈଭବ ସୂର୍ଯ୍ୟବଂଶୀ ୨୭ ମାର୍ଚ୍ଚରେ ୧୫ ବର୍ଷ ବୟସରେ ପହଞ୍ଚିଥିଲେ, ଯାହା ତାଙ୍କୁ ଚୟନ ପାଇଁ ସମ୍ପୂର୍ଣ୍ଣ ଯୋଗ୍ୟ କରିଥିଲା । ସେ ପୂର୍ବରୁ ୨୦୨୬ ଅଣ୍ଡର-୧୯ ବିଶ୍ୱକପ୍‌ର ଫାଇନାଲ୍‌ରେ ୮୦ ବଲ୍‌ରେ ୧୭୫ ରନ୍ କରି ନିଜର ପ୍ରତିଭା ପ୍ରମାଣ କରିଥିଲେ । ଏବେ ସେ ଭାରତୀୟ ଦଳରେ ନିଜର ପ୍ରତିଭା ଦେଖାଇବାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
IPL Chairman Urges Team India Call-Up for Vaibhav Suryavanshi | Argus News