Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

Varun Chakaravarthy Injury / ଟିମ୍‌ ଇଣ୍ଡିଆକୁ ବଡ଼ ଝଟକା, ଦଳରୁ ବାଦ୍ ପଡ଼ିଲେ ଷ୍ଟାର କ୍ରିକେଟର

Santosh Kumar Sahoo
Browse all articles by Santosh Kumar Sahoo
·3 weeks ago·2 min read
ଟିମ୍‌ ଇଣ୍ଡିଆକୁ ବଡ଼ ଝଟକା, ଦଳରୁ ବାଦ୍ ପଡ଼ିଲେ ଷ୍ଟାର କ୍ରିକେଟର
Varun Chakravarthy

Key Points

ଟିମ୍ ଇଣ୍ଡିଆକୁ ବଡ଼ ଝଟକା
ଆୟରଲ୍ୟାଣ୍ଡ ସିରିଜରୁ ବାଦ୍ ପଡ଼ିଲେ ଷ୍ଟାର ସ୍ପିନର
ଜାଣନ୍ତୁ କାହିଁକି ଦଳରୁ ବାଦ୍ ପଡ଼ିଲେ
ଜୁନ୍‌ ୨୬ ତାରିଖରୁ ଆର୍ୟାଲାଣ୍ଡ ବିପକ୍ଷରେ ୨ ମ୍ୟାଚ୍‌ ବିଶିଷ୍ଟ ଟି-୨୦ ସିରିଜ୍‌ ଖେଳିବ ଟିମ୍ ଇଣ୍ଡିଆ । ଏଥିପାଇଁ ପୂର୍ବରୁ ଦଳ ଘୋଷଣା ସରିଛି । କିନ୍ତୁ ରବିବାର ଆର୍ୟାଲାଣ୍ଡ ଗସ୍ତ ପାଇଁ ଘୋଷଣା ହୋଇଥିବା ଦଳରେ ଏକ ବଡ଼ ପରିବର୍ତ୍ତନ ହୋଇଛି । ବିସିସିଆଇ ଆନୁଷ୍ଠାନିକ ଭାବରେ ଘୋଷଣା କରିଛି ଯେ ସ୍ପିନର ବରୁଣ ଚକ୍ରବର୍ତ୍ତୀ ଆର୍ୟାଲ୍ୟାଣ୍ଡ ଗସ୍ତରୁ ବାଦ ପଡ଼ିଛନ୍ତି । ସେ ସେଣ୍ଟର ଅଫ୍ ଏକ୍ସଲେନ୍ସରେ ତାଙ୍କ ପୁନର୍ବାସର ଶେଷ ପର୍ଯ୍ୟାୟ ଦେଇ ଗତି କରୁଛନ୍ତି ।

ବରୁଣ ଚକ୍ରବର୍ତ୍ତୀ ବର୍ତ୍ତମାନ ତାଙ୍କ ବାମ ଆଙ୍ଗୁଠିରେ ହେୟାରଲାଇନ୍ ଫ୍ରାକ୍ଚରରୁ ସୁସ୍ଥ ହେବା ପରେ ପୁନର୍ବାସ ପାଇଁ ସେଣ୍ଟର ଅଫ୍ ଏକ୍ସଲେନ୍ସରେ ଅଛନ୍ତି ବୋଲି ବିସିସିଆଇ କହିଛି । ଆଇପିଏଲ ସମୟରେ ବରୁଣଙ୍କ ହାତରେ ଏହି ଆଘାତ ଲାଗିଥିଲା । ଏହି କାରଣରୁ ସେ ଆର୍ୟାଲାଣ୍ଡ ବିପକ୍ଷ ଟି-୨୦ ସିରିଜରୁ ବାଦ୍ ପଡ଼ିଛନ୍ତି ।

ଅଧିନାୟକ ଭାବରେ ଶ୍ରେୟସ ଆୟରଙ୍କ ପ୍ରଥମ ଗସ୍ତ

ସୂର୍ଯ୍ୟକୁମାର ଯାଦବ ଭାରତକୁ ଟି-୨୦ ଅଧିନାୟକ ଭାବରେ ଭାରତକୁ ବିଶ୍ବକପ୍‌ ଟ୍ରଫି ଦେଇଥିଲେ । କିନ୍ତୁ ଏବେ ସୂର୍ଯ୍ୟକୁମାରଙ୍କ ସ୍ଥାନରେ ବିସିସିଆଇ ଆୟରଙ୍କୁ ଅଧିନାୟକତ୍ବ ଦାୟିତ୍ବ ଦେଇଛି । ଆୟରଙ୍କ ସାମ୍ନାରେ ଏକ ଚ୍ୟାଲେଞ୍ଜ ହେଉଛି ବୈଭବ ସୂର୍ଯ୍ୟବଂଶୀଙ୍କୁ ଦଳରେ କାହା ସ୍ଥାନରେ ସୁଯୋଗ ଦେବେ । କାହିଁକି ନା ଭାରତ ପାଖରେ ପୂର୍ବରୁ ସଞ୍ଜୁ ସାମସନ, ଅଭିଷେକ ଶର୍ମା ଏବଂ ଇଶାନ କିଶାନଙ୍କ ଭଳି ଅନେକ ଓପନିଂ ବିକଳ୍ପ ଅଛି, ଯେଉଁମାନେ ପୂର୍ବରୁ ଭଲ ପ୍ରଦର୍ଶନ କରିଛନ୍ତି । ତେଣୁ ଆର୍ୟାଲାଣ୍ଡ ଗସ୍ତ ଟିମ୍ ଇଣ୍ଡିଆ ବେଶ୍‌ ଗୁରୁତ୍ବପୂର୍ଣ୍ଣ ଅଟେ ।

ଆର୍ୟାଲାଣ୍ଡ ଗସ୍ତ ପାଇଁ ଭାରତୀୟ ଟି-୨୦ ଦଳ

ଶ୍ରେୟସ ଆୟର (ଅଧିନାୟକ), ଅଭିଷେକ ଶର୍ମା, ସଞ୍ଜୁ ସାମସନ (ଓ୍ବିକେଟକିପର), ଇଶାନ କିଶାନ (ଓ୍ବିକେଟକିପର), ଶିବମ ଦୁବେ, ତିଲକ ବର୍ମା (ଉପ-ଅଧିନାୟକ), ନୀତିଶ କୁମାର ରେଡ୍ଡୀ, ଅକ୍ଷର ପଟେଲ, ୱାଶିଂଟନ ସୁନ୍ଦର, ରବି ବିଷ୍ଣୋଇ, ହର୍ଷିତ ରାଣା, ଅର୍ଶଦୀପ ସିଂହ, ପ୍ରିନ୍ସ ଯାଦବ, ବୈଭବ ସୂର୍ଯ୍ୟବଂଶୀ, ପ୍ରସିଦ୍ଧ କ୍ରିଷ୍ଣା
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Big Blow For Team India As Varun Chakaravarthy Ruled Out | Argus News