Varun Chakravarthy / ସମସ୍ତଙ୍କୁ ପଛରେ ପକାଇ ଇତିହାସ ରଚିଲେ ବରୁଣ ଚକ୍ରବର୍ତ୍ତୀ
·7 months ago·2 min read

Key Points
ବରୁଣ ଚକ୍ରବର୍ତ୍ତୀ ରଚିଲେ ଇତିହାସ
ଟି-୨୦ କ୍ରିକେଟରେ ଏପରି କରିବାରେ ପ୍ରଥମ ଭାରତୀୟ ବୋଲର

ଟି-୨୦ କ୍ରିକେଟରେ ଇତିହାସ ରଚିଲେ ବରୁଣ ଚକ୍ରବର୍ତ୍ତୀ। ଭାରତ ପାଇଁ ଟି-୨୦ କ୍ରିକେଟରେ ସର୍ବୋଚ୍ଚ ରେଟିଂ ଅଙ୍କ ହାସଲ କରିବାରେ ପ୍ରଥମ ବୋଲର ହୋଇଛନ୍ତି । ବରୁଣ ପୂର୍ବରୁ ହିଁ ଆଇସିସିର ଟି-୨୦ ଇଣ୍ଟରନ୍ୟାସନାଲ୍ କ୍ରିକେଟ୍ ରାଙ୍କିଂରେ ପ୍ରଥମ ସ୍ଥାନରେ ଅଛନ୍ତି । କିନ୍ତୁ ସଦ୍ୟ ଜାରି ରେଟିଂରେ ତାଙ୍କୁ ଆହୁରି ଲାଭ ହୋଇଛି ।ଭାରତୀୟ ସ୍ପିନର ବରୁଣ ଚକ୍ରବର୍ତ୍ତୀ ଇତିହାସ ରଚିଛନ୍ତି । ୩୪ ବର୍ଷୀୟ ବରୁଣ ଚକ୍ରବର୍ତ୍ତୀ ୮୧୮ ଅଙ୍କ ସହ ଟି-୨୦ ଅନ୍ତର୍ଜାତୀୟ କ୍ରିକେଟରେ ସର୍ବୋଚ୍ଚ ରେଟିଂ ହାସଲ କରିଥିବା ପ୍ରଥମ ବୋଲର ହୋଇଛନ୍ତି ।
ବରୁଣ ଚକ୍ରବର୍ତ୍ତୀ ଟି-୨୦ ଅନ୍ତର୍ଜାତୀୟ କ୍ରିକେଟ୍ କ୍ୟାରିୟରରେ ବର୍ତ୍ତମାନ ସୁଦ୍ଧା ୩୨ଟି ମ୍ୟାଚ୍ ଖେଳିଛନ୍ତି । ୩୦ ଇନିଂସରେ ସେ ୧୫ ହାରରେ ୫୧ଟି ୱିକେଟ୍ ନେଇଛନ୍ତି । ବରୁଣଙ୍କ ଟି-୨୦ ଅନ୍ତର୍ଜାତୀୟ କ୍ରିକେଟ୍ରେ ଦୁଇଟି ପାଞ୍ଚ ୱିକେଟ୍ ଅକ୍ତିଆର କରିଛନ୍ତି ।ବରୁଣ ଚକ୍ରବର୍ତ୍ତୀ ବର୍ତ୍ତମାନ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଚାଲିଥିବା ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ଅନ୍ତର୍ଜାତୀୟ ସିରିଜରେ ଟିମର ସଦସ୍ୟ ଅଛନ୍ତି । ସେ ଭାରତୀୟ ଦଳ ପାଇଁ ଚମତ୍କାର ପ୍ରଦର୍ଶନ କରୁଛନ୍ତି । ଏହି ସିରିଜର ତିନୋଟି ମ୍ୟାଚରେ ସେ ଛଅଟି ୱିକେଟ୍ ନେଇଛନ୍ତି । କଟକରେ ଖେଳାଯାଇଥିବା ପ୍ରଥମ ଟି-୨୦ରେ ବରୁଣ ଚକ୍ରବର୍ତ୍ତୀ ୧୯ ରନ ଦେଇ ଦୁଇଟି ୱିକେଟ୍ ନେଇଥିଲେ । ତା’ପରେ ଦ୍ୱିତୀୟ ଟି-୨୦ରେ ସେ ନ୍ୟୁ ଚଣ୍ଡିଗଡ଼ରେ ୨୯ ରନ ଦେଇ ଦୁଇଟି ୱିକେଟ୍ ନେଇଥିଲେ । ସିରିଜର ତୃତୀୟ ମ୍ୟାଚ୍ ଡିସେମ୍ବର ୧୪ରେ ଧର୍ମଶାଳାରେ ଖେଳାଯାଇଥିଲା । ସେ ଏଠାରେ ୧୧ ରନ ଦେଇ ଦୁଇଟି ୱିକେଟ୍ ନେଇଥିଲେ ।
ଏଥିସହ ପଢ଼ନ୍ତୁ: ଟ୍ରମ୍ପ କହିଲେ ମୋଦୀ ମୋର ‘ମହାନ ବନ୍ଧୁ’, ଭାରତ ଉପରୁ ହଟିବ ଟାରିଫ !
ସେପଟେ ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଚତୁର୍ଥ ଟି-୨୦ ଲକ୍ଷ୍ନୌ ଗ୍ରାଉଣ୍ଡରେ ଖେଳାଯିବାର ଥିଲା। ଭାରତୀୟ ସମୟ ଅନୁସାରେ ସନ୍ଧ୍ୟା ୬ଟା ୩୦ ମିନିଟରେ ପଡ଼ିବାର ନିଷ୍ପତ୍ତି ହୋଇଥିଲା। କିନ୍ତୁ ଟସ୍ ପକାଇବାରେ ପ୍ରଥମେ ବିଳମ୍ବ ହୋଇଥିଲା। କିନ୍ତୁ ଆଜି ଟସ୍ ପଡ଼ିବାରେ ବିଳମ୍ବର କାରଣ ବର୍ଷା କିମ୍ବା ବାତ୍ୟା ପାଇଁ ନୁହେଁ। ପ୍ରଥମଥର କୁହୁଡ଼ି ପାଇଁ ଟସ୍ ପକାଇବାରେ ବିଳମ୍ବ ହୋଇଛି। ଏମିତି କେବେ ହୋଇ ନ ଥିଲା। ସାଧାରଣତଃ ବର୍ଷା ପାଇଁ ମ୍ୟାଚ ବିଳମ୍ବ ହୋଇଥାଏ। କିନ୍ତୁ ଲକ୍ଷ୍ନୌ ଏକାନା ଷ୍ଟାଡିୟମରେ ସବୁ ସମୀକରଣ ଫେଲ ମାରିଛି। ଏପର୍ଯ୍ୟନ୍ତ ଜଣାପଡ଼ିନି ମ୍ୟାଚ କେତେବେଳେ ଆରମ୍ଭ ହେବ। ସିରିଜର ଚତୁର୍ଥ ଆଜି ଖେଳାଯିବାର ଥିଲା । ପୂର୍ବରୁ ଭାରତ ୧-୧ରେ ଆଗୁଆ ରହିଛି ।
ଅଧିକ ପଢ଼ନ୍ତୁ ଖେଳ ଖବର:

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories