Vijay Hazare Trophy / ବିଜୟ ହଜାରେ ଟ୍ରଫିରେ ଓଡ଼ିଶାର ଶୋଚନୀୟ ପରାଜୟ, ୨୩୩ ରନ୍ରେ ଜିତିଲା ଗୁଜରାଟ
·6 months ago·1 min read

Key Points
ବିଜୟ ହଜାରେ ଟ୍ରଫି
ଓଡ଼ିଶାର ଶୋଚନୀୟ ପରାଜୟ
୨୩୩ ରନ୍ରେ ହାରିଲା ଗୁଜରାଟ
ଓଡ଼ିଶାର ଶୋଚନୀୟ ପରାଜୟ
୨୩୩ ରନ୍ରେ ହାରିଲା ଗୁଜରାଟ
ବିଜୟ ହଜାରେ ଟ୍ରଫିରେ ଓଡ଼ିଶାର କ୍ରମାଗତ ଦ୍ବିତୀୟ ପରାଜୟ । ହରିୟାଣା ୪ ଓ୍ବିକେଟରେ ପରାଜୟ ପରେ ଏବେ ଓଡ଼ିଶାକୁ ହରାଇଲା ଗୁଜରାଟ । ମଙ୍ଗଳବାର ବେଙ୍ଗାଲୁରୁରେ ମୁହାଁମୁହିଁ ହୋଇଥିଲେ ଓଡ଼ିଶା-ଗୁଜରାଟ । ଏହି ମ୍ୟାଚ୍ରେ ପ୍ରଥମେ ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା ଓଡ଼ିଶା ।
ପ୍ରଥମେ ବ୍ୟାଟିଂ କରି ଗୁଜରାଟର ଦୁଇ ଓପନର ଦମଦାର ଆରମ୍ଭ କରିଥିଲେ । ଯାହାଫଳରେ ଗୁଜରାଟ ନିର୍ଦ୍ଧାରିତ ୫୦ ଓଭରରେ ୬ ଓ୍ବିକେଟ୍ ହରାଇ ୩୩୩ ରନ୍ର ବିଶାଳ ସ୍କୋର କରିଥିଲା । ଗୁଜରାଟ ପକ୍ଷରୁ ଅକ୍ସର ପଟେଲ ୬୦ ବଲ୍ରେ ସର୍ବାଧିକ ୭୩ ରନ୍ କରିଥିବା ବେଳେ ଉର୍ଭିଲ ପଟେଲ ଓ ଆହାନ ପୋଦ୍ଦାର ୬୪ ରନ୍ କରିଥିଲେ । ସେହିପରି ଓଡ଼ିଶା ପକ୍ଷରୁ ଅଧିନାୟକ ବିପ୍ଳବ ସାମନ୍ତରାୟ ସର୍ବାଧିକ ଦୁଇ ଓ୍ବିକେଟ୍ ନେଇଥିଲେ ।
୩୩୪ ରନ୍ର ଟାର୍ଗେଟ୍ ନେଇ ପଡ଼ିଆକୁ ଓହ୍ଲାଇଥିବା ଓଡ଼ିଶା ଆରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟର ସାମ୍ନା କରିଥିଲା । ପ୍ରଥମ ୧୦ ଓଭରରେ ୪ ଓ୍ବିକେଟ୍ ହରାଇ ବ୍ୟାକଫୁଟ୍କୁ ଆସିଥିଲା ଓଡ଼ିଶା । ଗୁଜରାଟ ଅଧିନାୟକ ଚିନ୍ତନ ଗାଜାଙ୍କ ଆକ୍ରମଣାତ୍ମକ ବୋଲିଂ ଫଳରେ କୌଣସି ଓଡ଼ିଶା ବ୍ୟାଟ୍ସମ୍ୟାନ୍ ବଡ଼ ସ୍କୋର କରିପାରିନଥିଲେ । ଶେଷରେ ମାତ୍ର ୧୦୦ ରନ୍ରେ ହିଁ ଓଡ଼ିଶା ଅଲଆଉଟ୍ ହୋଇଥିଲା । ଓଡ଼ିଶା ପକ୍ଷରୁ ଅଧିନାୟକ ବିପ୍ଳବ ସାମନ୍ତରାୟ ସର୍ବାଧିକ ୨୨ ରନ୍ କରିଥିଲେ । ସେହିପରି ଗୁଜରାଟ ପକ୍ଷରୁ ଚିନ୍ତନ ଗାଜା ୬ଟି ଓ୍ବିକେଟ ଅକ୍ତିଆର କରିଥିଲେ ।
ଅଧିକ ପଢ଼ନ୍ତୁ: ନ୍ୟୁଜିଲାଣ୍ଡ ସିରିଜ ପୂର୍ବରୁ ଆସିଲା ବଡ଼ ଖବର: ବିରାଟ କୋହଲି ଆଉ ଖେଳିବେନି ଏହି ମ୍ୟାଚ
ପ୍ରଥମେ ବ୍ୟାଟିଂ କରି ଗୁଜରାଟର ଦୁଇ ଓପନର ଦମଦାର ଆରମ୍ଭ କରିଥିଲେ । ଯାହାଫଳରେ ଗୁଜରାଟ ନିର୍ଦ୍ଧାରିତ ୫୦ ଓଭରରେ ୬ ଓ୍ବିକେଟ୍ ହରାଇ ୩୩୩ ରନ୍ର ବିଶାଳ ସ୍କୋର କରିଥିଲା । ଗୁଜରାଟ ପକ୍ଷରୁ ଅକ୍ସର ପଟେଲ ୬୦ ବଲ୍ରେ ସର୍ବାଧିକ ୭୩ ରନ୍ କରିଥିବା ବେଳେ ଉର୍ଭିଲ ପଟେଲ ଓ ଆହାନ ପୋଦ୍ଦାର ୬୪ ରନ୍ କରିଥିଲେ । ସେହିପରି ଓଡ଼ିଶା ପକ୍ଷରୁ ଅଧିନାୟକ ବିପ୍ଳବ ସାମନ୍ତରାୟ ସର୍ବାଧିକ ଦୁଇ ଓ୍ବିକେଟ୍ ନେଇଥିଲେ ।
୩୩୪ ରନ୍ର ଟାର୍ଗେଟ୍ ନେଇ ପଡ଼ିଆକୁ ଓହ୍ଲାଇଥିବା ଓଡ଼ିଶା ଆରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟର ସାମ୍ନା କରିଥିଲା । ପ୍ରଥମ ୧୦ ଓଭରରେ ୪ ଓ୍ବିକେଟ୍ ହରାଇ ବ୍ୟାକଫୁଟ୍କୁ ଆସିଥିଲା ଓଡ଼ିଶା । ଗୁଜରାଟ ଅଧିନାୟକ ଚିନ୍ତନ ଗାଜାଙ୍କ ଆକ୍ରମଣାତ୍ମକ ବୋଲିଂ ଫଳରେ କୌଣସି ଓଡ଼ିଶା ବ୍ୟାଟ୍ସମ୍ୟାନ୍ ବଡ଼ ସ୍କୋର କରିପାରିନଥିଲେ । ଶେଷରେ ମାତ୍ର ୧୦୦ ରନ୍ରେ ହିଁ ଓଡ଼ିଶା ଅଲଆଉଟ୍ ହୋଇଥିଲା । ଓଡ଼ିଶା ପକ୍ଷରୁ ଅଧିନାୟକ ବିପ୍ଳବ ସାମନ୍ତରାୟ ସର୍ବାଧିକ ୨୨ ରନ୍ କରିଥିଲେ । ସେହିପରି ଗୁଜରାଟ ପକ୍ଷରୁ ଚିନ୍ତନ ଗାଜା ୬ଟି ଓ୍ବିକେଟ ଅକ୍ତିଆର କରିଥିଲେ ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories