Odisha vs Andhra Pradesh / ବିଜୟ ହଜାରେ ଟ୍ରଫି: ଗୋବିନ୍ଦଙ୍କ ଅଲରାଉଣ୍ଡ ପ୍ରଦର୍ଶନ, ଆନ୍ଧ୍ର ପ୍ରଦେଶକୁ ହରାଇଲା ଓଡ଼ିଶା
·6 months ago·2 min read

Key Points
ବିଜୟ ହଜାରେ ଟ୍ରଫି
କ୍ରମାଗତ ଦ୍ୱିତୀୟ ବିଜୟ
ଆନ୍ଧ୍ର ପ୍ରଦେଶ ବିପକ୍ଷରେ ୬ ୱିକେଟ୍ରେ ଜିତିଲା ଓଡ଼ିଶା
କ୍ରମାଗତ ଦ୍ୱିତୀୟ ବିଜୟ
ଆନ୍ଧ୍ର ପ୍ରଦେଶ ବିପକ୍ଷରେ ୬ ୱିକେଟ୍ରେ ଜିତିଲା ଓଡ଼ିଶା
ବିଜୟ ହଜାରେ ଟ୍ରଫିରେ ଓଡ଼ିଶାର କ୍ରମାଗତ ଦ୍ବିତୀୟ ବିଜୟ । ସର୍ଭିସେସ୍ ବିପକ୍ଷରେ ୪ ଓ୍ବିକେଟ୍ରେ ବିଜୟ ଲାଭ ପରେ ଆଜି ଆନ୍ଧ୍ରପ୍ରଦେଶ ବିପକ୍ଷରେ ଓଡ଼ିଶା ବଡ଼ ବିଜୟ ହାସଲ କରିଛି । ଆନ୍ଧ୍ର ପ୍ରଦେଶ ବିପକ୍ଷରେ ୬ ଓ୍ବିକେଟ୍ରେ ଜିତିଛି ଓଡ଼ିଶା । ବୋଲିଂରେ ଅଧିନାୟକ ବିପ୍ଳବ ସାମନ୍ତରାୟ ଓ ଗୋବିନ୍ଦ ପୋଦ୍ଦାରଙ୍କ ଏବଂ ବ୍ୟାଟିଂରେ ଓମ୍ ଟି ମୁଣ୍ଡେ ଓ ଗୋବିନ୍ଦ ପୋଦ୍ଦାରଙ୍କ ଦମଦାର ପ୍ରଦର୍ଶନ ଫଳରେ ଓଡ଼ିଶା ଏହି ମ୍ୟାଚ୍କୁ ନିଜ ନାମରେ କରିଛି ।
ବେଙ୍ଗାଲୁରୁର ଅଲୁରରେ ଖେଳାଯାଇଥିବା ଏହି ମ୍ୟାଚ୍ରେ ପ୍ରଥମେ ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା ଓଡ଼ିଶା । ପ୍ରଥମେ ବ୍ୟାଟିଂ କରି ଆନ୍ଧ୍ର ପ୍ରଦେଶ ୪୯.୨ ଓଭରରେ ସମସ୍ତ ୧୦ ଓ୍ବିକେଟ୍ ହରାଇ ମାତ୍ର ୨୨୧ ରନ୍ କରିଥିଲା । ଆନ୍ଧ୍ର ପକ୍ଷରୁ ସିଙ୍ଗାପୁରମ ଦୁର୍ଗା ନାଗା ଭରା ପ୍ରସାଦ ସର୍ବାଧିକ ୬୬ ରନ୍ କରିଥିଲେ । ସେହିପରି ଓଡ଼ିଶା ପକ୍ଷରୁ ବିପ୍ଳବ ସାମନ୍ତରାୟ ଓ ଗୋବିନ୍ଦ ପୋଦ୍ଦାର ୩ଟି ଲେଖାଏଁ ଓ୍ବିକେଟ୍ ଅକ୍ତିଆର କରିଥିଲେ ।
୨୨୨ ରନ୍ର ବିଜୟ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଥିବା ଓଡ଼ିଶା ଆରମ୍ଭରୁ ସ୍ବସ୍ତିକ ସାମଲଙ୍କୁ ହରାଇଥିଲା । ଖାତା ଖୋଲି ନପାରି ପ୍ୟାଭିଲିୟନ୍ ଫେରିଥିଲେ ସ୍ବସ୍ତିକ । କିନ୍ତୁ ଓପନ୍ର ଓମ୍ ଟି ମୁଣ୍ଡେ ଓ ଗୋବିନ୍ଦ ପୋଦ୍ଦାର ଧୁଆଁଧାର ବ୍ୟାଟିଂ କରି ଓଡ଼ିଶାକୁ ବିଜୟ ଭେଟି ଦେଇଥିଲେ । ଏହି ବିଜୟ ସହ ଚଳିତ ବିଜୟ ହଜାରେ ଟ୍ରଫିରେ ଏହା ଓଡ଼ିଶାର କ୍ରମାଗତ ଦ୍ବିତୀୟ ବିଜୟ ।
ଓଡ଼ିଶା ଏହାର ପରବର୍ତ୍ତୀ ମ୍ୟାଚ୍ ଡିସେମ୍ବର ୩୧ ତାରିଖରେ ଦିଲ୍ଲୀ ବିପକ୍ଷରେ ଖେଳିବ । ଋଷଭ ପନ୍ତଙ୍କ ଅଧିନାୟକତ୍ବରେ ଦିଲ୍ଲୀ ଖେଳୁଛି । ତେଣୁ ଦିଲ୍ଲୀ ବିପକ୍ଷ ମ୍ୟାଚରେ ଓଡ଼ିଶା ଜିତି ବିଜୟର ହ୍ୟାଟ୍ରିକ୍ କରିବାକୁ ଚେଷ୍ଟା କରିବ ।
ଓଡ଼ିଶାର ପରବର୍ତ୍ତୀ ମ୍ୟାଚ୍
ଓଡ଼ିଶା vs ଦିଲ୍ଲୀ- ଡିସେମ୍ବର ୩୧
ଓଡ଼ିଶା vs ହରିଆଣା - ଜାନୁଆରୀ ୩
ଓଡ଼ିଶା vs ଗୁଜରାଟ - ଜାନୁଆରୀ ୬
ଓଡ଼ିଶା vs ରେଳବାଇ - ଜାନୁଆରୀ ୮
ଓଡ଼ିଶା ନିଜ ପ୍ରଥମ ମ୍ୟାଚ୍ରେ ସୌରାଷ୍ଟ୍ରଠାରୁ ୫ ୱିକେଟ୍ରେ ହାରିଯିବା ପରେ ଦ୍ବିତୀୟ ମ୍ୟାଚ୍ରେ ସର୍ଭିସେସ୍କୁ ୪ ୱିକେଟ୍ରେ ହରାଇଥିଲା। ଏହି ଦୁଇ ମ୍ୟାଚ୍ରେ ଓଡ଼ିଶା ଓପନର୍ ସ୍ବସ୍ତିକ ସାମଲ ପ୍ରଥମ ଓଡ଼ିଶା କ୍ରିକେଟର୍ ଭାବେ ଲିଷ୍ଟ୍ ‘ଏ’ ଦ୍ବିଶତକ (୨୧୨) ଏବଂ ଦ୍ରୁତ ବୋଲର ରାଜେଶ ମହାନ୍ତି ପ୍ରଥମ ଓଡ଼ିଶା ଖେଳାଳି ଭାବେ ଲିଷ୍ଟ୍ ‘ଏ’ ହ୍ୟାଟ୍ରିକ୍ ଅର୍ଜନ କରିବା ସବୁଠାରୁ ଉଲ୍ଲେଖନୀୟ ଥିଲା ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories