Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - IPL ମଝିରେ ଅବସର ନେଲେ ଷ୍ଟାର ଅଲରାଉଣ୍ଡର, ଭାରତ ପାଇଁ ଖେଳିଥିଲେ ODI ବିଶ୍ବକପ୍‌

Sports

Vijay Shankar Retirement / IPL ମଝିରେ ଅବସର ନେଲେ ଷ୍ଟାର ଅଲରାଉଣ୍ଡର, ଭାରତ ପାଇଁ ଖେଳିଥିଲେ ODI ବିଶ୍ବକପ୍‌

Santosh Kumar Sahoo
Browse all articles by Santosh Kumar Sahoo
·1 hour ago·2 min read
IPL ମଝିରେ ଅବସର ନେଲେ ଷ୍ଟାର ଅଲରାଉଣ୍ଡର, ଭାରତ ପାଇଁ ଖେଳିଥିଲେ ODI ବିଶ୍ବକପ୍‌
Vijay Shankar

Key Points

ଅବସର ନେଲେ ବିଜୟ ଶଙ୍କର
ଭାବପ୍ରବଣ ପୋଷ୍ଟ ସହ ଅବସର ଘୋଷଣା
୧୪ ବର୍ଷର କ୍ୟାରିୟର ଶେଷ
IPL ୨୦୨୬ ମଧ୍ୟରେ ଅବସର ଘୋଷଣା କରିଛନ୍ତି ପୂର୍ବତନ ଭାରତୀୟ ଅଲରାଉଣ୍ଡର ବିଜୟ ଶଙ୍କର । ବିଜୟ ଟିମ୍ ଇଣ୍ଡିଆ ପାଇଁ ବିଶ୍ୱକପ୍ ଖେଳିଛନ୍ତି ଏବଂ ବିଭିନ୍ନ IPL ଦଳରେ ପାଇଁ ଅନେକ ମ୍ୟାଚ୍‌ ଖେଳିଛନ୍ତି । ଏବେ, ସେ ସବୁଦିନ ପାଇଁ ବୃତ୍ତିଗତ କ୍ରିକେଟରୁ ବିଦାୟ ନେଇଛନ୍ତି । ବିଜୟ ଶଙ୍କର ସୋସିଆଲ ମିଡିଆରେ ଏକ ଭାବପ୍ରବଣ ପୋଷ୍ଟରେ ତାଙ୍କର ଅବସର ଘୋଷଣା କରିଛନ୍ତି। ସେ ପ୍ରତ୍ୟେକ ସୁଯୋଗ ପାଇଁ ତାଙ୍କର ସମସ୍ତ IPL ଦଳ ଏବଂ BCCIକୁ ଧନ୍ୟବାଦ ଜଣାଇଛନ୍ତି ।

ଇନଷ୍ଟାଗ୍ରାମରେ ଏକ ପୋଷ୍ଟରେ, ବିଜୟ ଶଙ୍କର ଘୋଷଣା କରିଛନ୍ତି ଯେ ସେ ଘରୋଇ କ୍ରିକେଟ ଏବଂ IPL ରୁ ଅବସର ନେଉଛନ୍ତି । ସେ ଆଉ ଘରୋଇ ଲିଗରେ ମଧ୍ୟ ଖେଳିବେ ନାହିଁ । ବିଜୟଙ୍କ ୧୪ ବର୍ଷର ବୃତ୍ତିଗତ କ୍ରିକେଟ କ୍ୟାରିୟର ଶେଷ ହୋଇଯାଇଛି ।



ତାଙ୍କ ବିବୃତ୍ତିରେ, ବିଜୟ ଶଙ୍କର ଲେଖିଛନ୍ତି, "କ୍ରିକେଟ ହେଉଛି ମୋର ଜୀବନ । ମୁଁ ୧୦ ବର୍ଷ ବୟସରେ ଖେଳିବା ଆରମ୍ଭ କରିଥିଲି ଏବଂ ୨୫ ବର୍ଷ ପରେ ପ୍ରତ୍ୟେକ ସ୍ତରରେ ଖେଳିବାର ସୁଯୋଗ ପାଇଁ ମୁଁ କୃତଜ୍ଞ । ମୋ ଦେଶକୁ ପ୍ରତିନିଧିତ୍ୱ କରିବା ମୋ ପାଇଁ ସବୁଠାରୁ ବିଶେଷ ମୁହୂର୍ତ୍ତ ଥିଲା । ମୁଁ ନୂତନ ସୁଯୋଗର ଲାଭ ଉଠାଇବା ପାଇଁ ଘରୋଇ କ୍ରିକେଟ ଏବଂ IPL ରୁ ଅବସର ନେବାକୁ ନିଷ୍ପତ୍ତି ନେଇଛି । ସମସ୍ତଙ୍କୁ ଧନ୍ୟବାଦ ।"

ଅଧିକ ପଢ଼ନ୍ତୁ: କେବଳ ୫୮ ରନ୍‌ ଆଉ… IPLରେ କିଙ୍ଗ୍‌ କୋହଲି କରିଦେବେ ବଡ଼ କାରନାମା



ବିଜୟ ଶଙ୍କରଙ୍କୁ IPL ୨୦୨୫ ପରେ CSK ରିଲିଜ୍‌ କରିଥିଲା । ସେ IPL ୨୦୨୬ ମିନି ନିଲାମରେ ତାଙ୍କ ନାମ ଦେଇଥିଲେ କିନ୍ତୁ କୌଣସି ଫ୍ରାଞ୍ଚାଇଜ୍‌ ତାଙ୍କୁ କିଣିନଥିଲେ । ବିଜୟ ଶଙ୍କର ୨୦୧୪ରେ ତାଙ୍କର IPL ଡେବ୍ୟୁ କରିଥିଲେ । ସେ ଚେନ୍ନାଇ ସୁପର କିଙ୍ଗ୍ସ, ଦିଲ୍ଲୀ କ୍ୟାପିଟାଲ୍ସ, ସନ୍‌ ରାଇଜର୍ସ ହାଇଦ୍ରାବାଦ ଓ ଗୁଜରାଟ ଟାଇଟନ୍ସ ପାଇଁ ଆଇପିଏଲରେ ଖେଳିଛନ୍ତି । ସେ ଆଇପିଏଲରେ ୭୮ ମ୍ୟାଚ୍‌ ଖେଳି ୧୨୩୩ ରନ୍‌ କରିଛନ୍ତି ।

ବିଜୟ ଶଙ୍କର ୨୦୧୯ ODI ବିଶ୍ୱକପରେ ଟିମ୍ ଇଣ୍ଡିଆର ଅଂଶ ଥିଲେ । ସେ ଭାରତ ପାଇଁ ମୋଟ ୨୧ ମ୍ୟାଚ୍ ଖେଳିଛନ୍ତି। ୧୨ ODI ରେ ବିଜୟ ୨୨୩ ରନ୍ ସହ ୪ ଓ୍ବିକେଟ ନେଇଛନ୍ତି । ଯେତେବେଳେ କି ୯ଟି T20 ଆନ୍ତର୍ଜାତୀୟ ମ୍ୟାଚରେ ସେ ୧୦୧ ରନ୍‌ କରି ୫ ଓ୍ବିକେଟ୍‌ ନେଇଛନ୍ତି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Vijay Shankar Announces Retirement From IPL and Domestic Cricket | Argus News