Kohli on Gambhir / ଗୌତମ ଗମ୍ଭୀରଙ୍କ ନିଷ୍ପତ୍ତିକୁ ନେଇ ଏମିତି କହିଲେ କୋହଲି, ସୋସିଆଲ ମିଡିଆରେ ଭାଇରାଲ ହେଲା ପୋଷ୍ଟ
·9 months ago·2 min read

Key Points
ଟେଷ୍ଟରେ ଭାରତର ଖରାପ ପ୍ରଦର୍ଶନ । ଗମ୍ଭୀରଙ୍କ ଉପରେ ବର୍ଷିଲେ କୋହଲି । କହିଲେ...
ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜ୍ ଭାରତର ଶୋଚନୀୟ ପରାଜୟ । ପ୍ରଥମ ଟେଷ୍ଟରେ ପରାଜୟ ପରେ ଏବେ ଦ୍ବିତୀୟ ଟେଷ୍ଟରେ ମଧ୍ୟ ଲଜ୍ଜାଜନକ ପରାଜୟ ବରଣ କରିଛି ଟିମ୍ ଇଣ୍ଡିଆ । ଗୌହାଟୀର ବରସାପାରା ଷ୍ଟାଡିୟମରେ ଖେଳାଯାଉଥିବା ଦ୍ୱିତୀୟ ଟେଷ୍ଟରେ ଭାରତୀୟ ଦଳ ୫୪୯ ରନର ବିଶାଳ ଲକ୍ଷ୍ୟ ପିଛା କରି ମାତ୍ର ୧୪୦ ରନ୍ରେ ଅଲଆଉଟ୍ ହୋଇଥିଲା । ଯାହାଫଳରେ ଦକ୍ଷିଣ ଆଫ୍ରିକା ଏକତରଫା ଭାବେ ଏହି ମାଚ୍କୁ ମଧ୍ୟ ନିଜ ନାମରେ କରିଥିଲା ।
ଗୌତମ ଗମ୍ଭୀରଙ୍କ ଉପରେ ବିକାଶ କୋହଲିଙ୍କ ପରୋକ୍ଷ ଆକ୍ରମଣ?
ଭାରତୀୟ ଦଳର ପୂର୍ବତନ ଅଧିନାୟକ ବିରାଟ କୋହଲିଙ୍କ ବଡ଼ ଭାଇ ବିକାଶ କୋହଲି ମଧ୍ୟ ଦଳର ହ୍ରାସ ପାଉଥିବା ଟେଷ୍ଟ ପ୍ରଦର୍ଶନରେ ନିଜର ନିରାଶା ପ୍ରକାଶ କରିଛନ୍ତି । ଏହା ସହ ସେ ଟିମ୍ ଇଣ୍ଡିଆର ମୁଖ୍ୟକୋଚ୍ ଗୌତମ ଗମ୍ଭୀରଙ୍କୁ ପରୋକ୍ଷରେ ଆକ୍ରମଣ କରିଛନ୍ତି । ସେ ସୋସିଆଲ ମିଡିଆ ପ୍ଲାଟଫର୍ମ ଥ୍ରେଡ୍ସରେ ଏକ ପୋଷ୍ଟରେ ଲେଖିଛନ୍ତି, "ଏକ ସମୟ ଥିଲା ଯେତେବେଳେ ଆମେ ବିଦେଶୀ ମାଟିରେ ଜିତିବା ଉଦ୍ଦେଶ୍ୟରେ ଖେଳୁଥିଲୁ । ଏବେ ଆମେ କେବଳ ମ୍ୟାଚ୍ ବଞ୍ଚାଇବା ପାଇଁ ଖେଳୁଛୁ... ତାହା ମଧ୍ୟ ଘରୋଇ ପରିସ୍ଥିତିରେ । ଯେତେବେଳେ ଆପଣ ବସ୍ ହେବାକୁ ଚେଷ୍ଟା କରନ୍ତି ଏବଂ ଅନାବଶ୍ୟକ ଭାବରେ ପୂର୍ବରୁ କାମ କରୁଥିବା ଜିନିଷଗୁଡ଼ିକୁ ପରିବର୍ତ୍ତନ କରନ୍ତି ସେତେବେଳେ ଏହା ଘଟେ।"
ବିକାଶ ଏହା ପରେ ପୋଷ୍ଟକୁ ଡିଲିଟ୍ କରିଦେଇଥିଲେ କିନ୍ତୁ ଏହାର ଏକ ସ୍କ୍ରିନସଟ୍ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେଉଛି । ଲୋକମାନେ ଏହାକୁ ଗୌତମ ଗମ୍ଭୀରଙ୍କ ପ୍ରଶିକ୍ଷକ ଶୈଳୀ ଉପରେ ସିଧାସଳଖ ଆକ୍ଷେପ ବୋଲି କହୁଛନ୍ତି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଗୌତମ ଗମ୍ଭୀରଙ୍କ କାର୍ଯ୍ୟକାଳରେ ଟେଷ୍ଟ ପ୍ରଦର୍ଶନ ହ୍ରାସ ପାଉଛି
ଗମ୍ଭୀର ମୁଖ୍ୟ ପ୍ରଶିକ୍ଷକ ହେବା ପରଠାରୁ ଭାରତୀୟ ଟେଷ୍ଟ ଦଳର ପ୍ରଦର୍ଶନ କ୍ରମାଗତ ଭାବରେ ହ୍ରାସ ପାଉଛି। ଗତ ବର୍ଷ ଭାରତ ଘରୋଇ ମାଟିରେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ୩-୦ ସିରିଜ ହାରିଥିଲା । ସେହିପରି ୧୦ ବର୍ଷ ପରେ ଅଷ୍ଟ୍ରେଲିଆରେ ଏକ ଟେଷ୍ଟ ସିରିଜ ହାରିଛି । ଆଉ ଏବେ ବର୍ତ୍ତମାନ ଦକ୍ଷିଣ ଆଫ୍ରିକା ସିରିଜ କ୍ଲିନ୍ ସୁଇପ୍ କରିବାର ଦ୍ୱାରଦେଶରେ ଠିଆ ହୋଇଛି । ଯେଉଁ ଦଳକୁ ଦିନେ ଟେଷ୍ଟ କ୍ରିକେଟରେ ବାଦଶାହ ବୋଲି କୁହାଯାଉଥିଲା, ସେହି ଟିମ୍ ଏବେ ମ୍ୟାଚ୍ ବଞ୍ଚାଇବା ପାଇଁ ନିରନ୍ତର ସଂଘର୍ଷ କରୁଛି ।
ଦଳରେ ବଡ଼ ପରିବର୍ତ୍ତନ, ପ୍ରମୁଖ ଖେଳାଳିମାନେ ଅବସର ନେଉଛନ୍ତି
ଗମ୍ଭୀର ପ୍ରଶିକ୍ଷକ ହେବା ପରଠାରୁ ଭାରତୀୟ ଦଳ ମଧ୍ୟ ଏକ ବଡ଼ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। ତିନି ଜଣ ଅଭିଜ୍ଞ କ୍ରିକେଟର ବିରାଟ କୋହଲି, ରୋହିତ ଶର୍ମା ଏବଂ ଆର. ଅଶ୍ୱିନ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇସାରିଛନ୍ତି। ଏହା ଦଳର ବ୍ୟାଟିଂ ଲାଇନ୍ ଅପରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଆଣିଛି। ଦଳରେ ବ୍ୟାଟ୍ସମ୍ୟାନ୍ ଏବଂ ବିଶେଷଜ୍ଞ ବୋଲରଙ୍କ ଅପେକ୍ଷା ଅଧିକ ଅଲରାଉଣ୍ଡର ଅଛନ୍ତି । ଯାହାଫଳରେ ଦଳର ସନ୍ତୁଳନ ବିଗିଡ଼ି ଯାଉଛି ଏବଂ ଘରେଇ ମାଟିରେ ପରାଜୟ ବରଣ କରୁଛି ।
Related Topics
Explore more stories