Kohli ODI Centuries / ବିରାଟ କୋହଲି ହାସଲ କରିପାରିବେ କି ୧୦୦ 'ଶତକ' ? ବଡ଼ ବୟାନ ଦେଲେ ଆକାଶ ଚୋପ୍ରା
·7 months ago·2 min read

Key Points
ସଚିନଙ୍କ ପରେ କୋହଲି ?
ବିରାଟଙ୍କ ୧୦୦ ଶତକର ମିଶନ ଆରମ୍ଭ
ଆକାଶ ଚୋପ୍ରା କହିଲେ...
ବିରାଟଙ୍କ ୧୦୦ ଶତକର ମିଶନ ଆରମ୍ଭ
ଆକାଶ ଚୋପ୍ରା କହିଲେ...
ଟିମ୍ ଇଣ୍ଡିଆର ପୂର୍ବତନ ଅଧିନାୟକ ବିରାଟ କୋହଲି ଏବେ ଦମଦାର ଫର୍ମରେ ଅଛନ୍ତି । ଦକ୍ଷିଣ ଆଫ୍ରିକା ବିପକ୍ଷରେ ଚାଲିଥିବା ODI ସିରିଜରେ କୋହଲି ଲଗାତାର ଦୁଇଟି ମ୍ୟାଚ୍ରେ ଶତକ ହାସଲ କରିଛନ୍ତି । ରାଞ୍ଚି ODIରେ କୋହଲି ୧୩୫ ରନ୍ କରିଥିଲେ । ଏହା ପରେ ରାୟପୁରରେ ଖେଳାଯାଇଥିବା ଦ୍ବିତୀୟ ଦିନିକିଆରେ କିଙ୍ଗ୍ କୋହଲି ୧୦୨ ରନ୍ କରିଥିଲେ । ଯାହାଫଳରେ କୋହଲିଙ୍କ ଦିନିକିଆ ଶତକ ସଂଖ୍ୟା ଏବେ ୫୩ରେ ପହଞ୍ଚିଛି ।
ବିରାଟ କୋହଲି ଅନ୍ତର୍ଜାତୀୟ କ୍ରିକେଟରେ ମୋଟ ୮୪ ଶତକ ମାରିଛନ୍ତି । ODI ବ୍ୟତୀତ କୋହଲି ଟେଷ୍ଟ ଏବଂ T-୨୦ ଅନ୍ତର୍ଜାତୀୟରେ ମଧ୍ୟ ଚମତ୍କାର ପ୍ରଦର୍ଶନ କରିଛନ୍ତି । ସେ ଟେଷ୍ଟରେ ୩୦ ଶତକ ଏବଂ T-୨୦ ଅନ୍ତର୍ଜାତୀୟରେ ଗୋଟିଏ ଶତକ କରିଛନ୍ତି । ଯେହେତୁ କୋହଲି ଭାରତୀୟ ଦଳ ପାଇଁ କେବଳ ଗୋଟିଏ ଫର୍ମାଟ ଖେଳନ୍ତି, ତେଣୁ ସବୁଠାରୁ ବଡ଼ ପ୍ରଶ୍ନ ହେଉଛି ଯେ ସେ ୧୦୦ ଶତକର ମାଇଲଖୁଣ୍ଟରେ ପହଞ୍ଚିପାରିବେ କି ? କେବଳ ସଚିନ ତେନ୍ଦୁଲକର ଅନ୍ତର୍ଜାତୀୟ କ୍ରିକେଟରେ ଏହି ଉପଲବ୍ଧି ହାସଲ କରିଛନ୍ତି । ୨୦୨୭ ବିଶ୍ୱକପ୍ ସମେତ କୋହଲି ସର୍ବାଧିକ ଆଉ ୪୦ଟି ଦିନିକିଆ ମ୍ୟାଚ୍ ଖେଳିପାରିବେ ।
ଏସବୁ ମଧ୍ୟରେ ପୂର୍ବତନ ଭାରତୀୟ କ୍ରିକେଟର ତଥା କମେଣ୍ଟେଟର ଆକାଶ ଚୋପ୍ରା ବିରାଟ କୋହଲିଙ୍କ ୧୦୦ ଶତକକୁ ନେଇ ଏକ ଗୁରୁତ୍ବପୂର୍ଣ୍ଣ ବୟାନ ଦେଇଛନ୍ତି । ଆକାଶଙ୍କ ଅନୁସାରେ, କୋହଲି ଏବେ ଦମଦାର ଫର୍ମରେ ଅଛନ୍ତି । କିନ୍ତୁ ୧୦୦ ଶତକ ହାସଲ କରିବା ଯେତିକି ସହଜ ମନେ ହେଉଛି ତାହା ସେତିକି ସହଜ ହେବ ନାହିଁ ।
ଆକାଶ ଚୋପ୍ରା ତାଙ୍କ ୟୁଟ୍ୟୁବ୍ ଚ୍ୟାନେଲରେ ସେୟାର କରାଯାଇଥିବା ଏକ ଭିଡିଓରେ କହିଛନ୍ତି, "ବଡ଼ ପ୍ରଶ୍ନ ହେଉଛି ଯେ ବିରାଟ କୋହଲି ୧୦୦ ଶତକ ହାସଲ କରିପାରିବେ କି ନାହିଁ । ସେ ବର୍ତ୍ତମାନ ଏହି ଉପଲବ୍ଧି ହାସଲ କରିବାଠୁ ମାତ୍ର ୧୬ଟି ଶତକ କମ୍ରେ ଅଛନ୍ତି । ସେ ଲଗାତାର ଦୁଇଟି ମ୍ୟାଚ୍ରେ ଦୁଇଟି ଶତକ ହାସଲ କରିଛନ୍ତି । ତେଣୁ ମନେ ହେଉଛି ସେ ରନ୍ କରିବା ଜାରି ରଖିବେ। ବିଶ୍ୱକପ୍ ଶେଷ ସୁଦ୍ଧା ସେ ଆଉ ୩୫ରୁ ୪୦ ମ୍ୟାଚ୍ ଖେଳିପାରିବେ । ତେଣୁ ସେ ଏହି ମାଇଲଖୁଣ୍ଟରେ ପହଞ୍ଚିବେ ବୋଲି ଆଶା କରାଯାଉଛି ।
ଆକାଶ ଚୋପ୍ରା ଆହୁରି କହିଛନ୍ତି ଯେ କୋହଲିଙ୍କ ପାଇଁ ଏହା ସହଜ ହେବ ନାହିଁ । ଶତକ ହାସଲ କରାଯାଇପାରିବ, କିନ୍ତୁ ଏହା ଅତ୍ୟନ୍ତ କଷ୍ଟକର। ଯଦି ବିରାଟ କୋହଲି ୧୦୦ ଶତକ ହାସଲ କରିବାକୁ ଚାହାଁନ୍ତି, ତେବେ ତାଙ୍କୁ କୌଣସି ପ୍ରକାରେ ଟେଷ୍ଟ କ୍ରିକେଟକୁ ଫେରିବାକୁ ପଡିବ କିମ୍ବା ବିଶ୍ୱକପ୍ ପରେ ମଧ୍ୟ ଖେଳିବାକୁ ପଡିବ।"
ଆକାଶ ଚୋପ୍ରା ବିରାଟ କୋହଲିଙ୍କ କ୍ୟାରିୟର ପରିସଂଖ୍ୟାନ ଉଦ୍ଧୃତ କରିଛନ୍ତି । ସେ କହିଛନ୍ତି ଯେ କୋହଲିଙ୍କ ୩୦୦ରୁ ଅଧିକ ODI ମ୍ୟାଚ୍ ଇତିହାସ ଦର୍ଶାଉଛି ଯେ ସେ ପ୍ରତି ଦୁଇଟି ଇନିଂସରେ ନୁହେଁ ବରଂ ପ୍ରତି ପଞ୍ଚମ କିମ୍ବା ଷଷ୍ଠ ଇନିଂସରେ ଶତକ ହାସଲ କରନ୍ତି ।
୩୭ ବର୍ଷୀୟ ବିରାଟ କୋହଲି ବର୍ତ୍ତମାନ ଚମତ୍କାର ପ୍ରଦର୍ଶନ କରିଛନ୍ତି । ତେଣୁ କ୍ରିକେଟ୍ ଜଗତରେ ଏବେ ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ ବିରାଟ କୋହଲି ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ୧୦୦ ଅନ୍ତର୍ଜାତୀୟ ଶତକର ରେକର୍ଡ ପାଖରେ ପହଞ୍ଚି ଇତିହାସ ସୃଷ୍ଟି କରିପାରିବେ କି ?

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories