Videos
|
Sports

Virat Kohli Emotional Moment / ‘ସେହି ପରାଜୟ ମୋ ପାଇଁ ଖୁବ୍ କଷ୍ଟକର ଥିଲା’, ୨୦୧୯ ବିଶ୍ୱକପ୍‌କୁ ନେଇ ବିରାଟଙ୍କ ଖୁଲାସା

Santosh Kumar Sahoo
Browse all articles by Santosh Kumar Sahoo
·1 day ago·3 min read
‘ସେହି ପରାଜୟ ମୋ ପାଇଁ ଖୁବ୍ କଷ୍ଟକର ଥିଲା’, ୨୦୧୯ ବିଶ୍ୱକପ୍‌କୁ ନେଇ ବିରାଟଙ୍କ ଖୁଲାସା
Virat Kohli

Key Points

ବିରାଟଙ୍କ ଆଖିରେ ଲୁହ
ସେହି ହାରକୁ ଭୁଲିପାରିନାହାନ୍ତି ବିରାଟ
୨୦୧୯ ସେମିଫାଇନାଲ୍‌ର ସତ କାହାଣୀ
ବିଶ୍ୱକପ୍‌ର ସେହି ରାତିକୁ ଆଜି ବି ଭୁଲିପାରିନାହାନ୍ତି ବିରାଟ କୋହଲି । ଗୋଟିଏ ପଟେ ୨୦୧୯ର ସେମିଫାଇନାଲ୍‌ରେ ନ୍ୟୁଜିଲାଣ୍ଡଠାରୁ ୧୮ ରନ୍‌ର ହାର, ଆଉ ଅନ୍ୟପଟେ ୨୦୨୩ର ଫାଇନାଲ୍‌ରେ ଅଷ୍ଟ୍ରେଲିଆ ବିପକ୍ଷ ପରାଜୟ । ଏହି ଦୁଇଟି ଘଟଣା ବିରାଟଙ୍କ ମନରେ ଆଜି ବି ତାଜା ରହିଛି । ଏବେ ନିଜ କ୍ୟାରିୟରର ସେହି ସବୁଠାରୁ କଷ୍ଟକର ମୁହୂର୍ତ୍ତକୁ ନେଇ ବଡ଼ ଖୁଲାସା କରିଛନ୍ତି କିଙ୍ଗ୍ କୋହଲି । ସେ କହିଛନ୍ତି, ୨୦୧୯ର ସେହି ପରାଜୟକୁ ସ୍ୱୀକାର କରିବା ତାଙ୍କ ପାଇଁ ଏତେ ସହଜ ନଥିଲା ଯେ ଅନେକ ମାସ ପର୍ଯ୍ୟନ୍ତ ସେ ମାନସିକ ଭାବେ ସେହି ପରାଜୟରୁ ବାହାରି ପାରିନଥିଲେ ।

୨୦୧୯ ଦିନିକିଆ ବିଶ୍ୱକପ୍‌ର ସେମିଫାଇନାଲ୍‌ରେ ନ୍ୟୁଜିଲାଣ୍ଡଠାରୁ ଭାରତର ପରାଜୟକୁ ଦୀର୍ଘ ବର୍ଷ ପରେ ମନେ ପକାଇଛନ୍ତି ବିରାଟ କୋହଲି । ୱେଷ୍ଟଇଣ୍ଡିଜ୍ ବିପକ୍ଷ ପ୍ରଥମ ODI ପୂର୍ବରୁ ଜିଓଷ୍ଟାର୍‌କୁ ଦେଇଥିବା ଏକ ସାକ୍ଷାତକାରରେ ବିରାଟ କହିଛନ୍ତି ଯେ ସେହି ପରାଜୟ ତାଙ୍କ କ୍ୟାରିୟରର ସବୁଠାରୁ କଷ୍ଟକର ସମୟ ମଧ୍ୟରୁ ଗୋଟିଏ ଥିଲା ।

୨୦୧୯ ବିଶ୍ୱକପ୍‌ର ସେମିଫାଇନାଲ୍‌ରେ ଭାରତ ନ୍ୟୁଜିଲାଣ୍ଡଠାରୁ ୧୮ ରନ୍‌ରେ ପରାସ୍ତ ହୋଇଥିଲା । ବର୍ଷା ଯୋଗୁଁ ଏହି ମ୍ୟାଚ୍ ଦୁଇ ଦିନ ଧରି ଚାଲିଥିଲା । ନ୍ୟୁଜିଲାଣ୍ଡ ପ୍ରଥମେ ବ୍ୟାଟିଂ କରି ୨୩୯/୮ ରନ୍ କରିଥିଲା । ଜବାବରେ ଭାରତୀୟ ଦଳ ୨୨୧ ରନ୍‌ରେ ଅଲଆଉଟ୍ ହୋଇଯାଇଥିଲା ।

ମାତ୍ର ୧ ରନ୍‌ରେ ଆଉଟ୍ ହୋଇଥିଲେ ବିରାଟ

ସେହି ମ୍ୟାଚ୍‌ରେ ଭାରତର ଆରମ୍ଭ ଅତ୍ୟନ୍ତ ଖରାପ ହୋଇଥିଲା । ନ୍ୟୁଜିଲାଣ୍ଡର ଦ୍ରୁତ ବୋଲରମାନେ ଭାରତୀୟ ଟପ୍ ଅର୍ଡରକୁ ଆରମ୍ଭରୁ ହିଁ ଚାପରେ ପକାଇ ଦେଇଥିଲେ ।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ବିରାଟ କୋହଲି, ରୋହିତ ଶର୍ମା ଓ କେଏଲ୍ ରାହୁଲ—ତିନିଜଣ ମାତ୍ର ୧-୧ ରନ୍ କରି ଆଉଟ୍ ହୋଇଥିଲେ । ପରେ ରବୀନ୍ଦ୍ର ଜାଡେଜା ଓ ଏମ୍‌ଏସ୍ ଧୋନି ଭାରତର ଇନିଂସକୁ ସମ୍ଭାଳିବାକୁ ଚେଷ୍ଟା କରିଥିଲେ । କିନ୍ତୁ ଶେଷରେ ଭାରତ ଲକ୍ଷ୍ୟଠାରୁ ୧୮ ରନ୍ ଦୂରରେ ରହିଯାଇଥିଲା । ବିରାଟ କହିଛନ୍ତି ଯେ ସେହି ପରାଜୟକୁ ସ୍ୱୀକାର କରିବା ତାଙ୍କ ପାଇଁ ଅତ୍ୟନ୍ତ କଷ୍ଟକର ଥିଲା । ମ୍ୟାଚ୍‌ର ପରିଣାମ ତାଙ୍କ ଉପରେ ଏତେ ଗଭୀର ପ୍ରଭାବ ପକାଇଥିଲା ଯେ ଅନେକ ମାସ ପର୍ଯ୍ୟନ୍ତ ସେ ମାନସିକ ଭାବେ ସେହି ପରାଜୟରୁ ବାହାରିପାରିନଥିଲେ ।

ବର୍ଷା ଓ ନୂଆ ବଲ୍‌କୁ ନେଇ ବିରାଟଙ୍କ ମତ

ବିରାଟଙ୍କ ଅନୁସାରେ, ବର୍ଷା କାରଣରୁ ମ୍ୟାଚ୍ ବନ୍ଦ ହେବା ଏବଂ ପରଦିନ ନ୍ୟୁଜିଲାଣ୍ଡର ବୋଲରମାନେ ନୂଆ ବଲ୍ ସହ ପରିସ୍ଥିତିର ଫାଇଦା ଉଠାଇବା ଭାରତ ପାଇଁ ବଡ଼ ଝଟକା ଥିଲା । ସେ କହିଛନ୍ତି ଯେ ଯଦି ମ୍ୟାଚ୍ ସେହି ଦିନ ହିଁ ଶେଷ ହୋଇଥାନ୍ତା, ତେବେ ପରିସ୍ଥିତି ଭିନ୍ନ ହୋଇପାରିଥାନ୍ତା । କିନ୍ତୁ ପରଦିନ ନୂଆ ବଲ୍‌ରେ ନ୍ୟୁଜିଲାଣ୍ଡ ବୋଲରମାନେ ଚମତ୍କାର ବୋଲିଂ କରିଥିଲେ ।

୨୦୨୩ ବିଶ୍ୱକପ୍ ଫାଇନାଲ୍ ପରାଜୟକ ମଧ୍ୟ ଭୁଲିନାହାନ୍ତି

ବିରାଟ ୨୦୨୩ ଦିନିକିଆ ବିଶ୍ୱକପ୍‌ର ଫାଇନାଲ୍‌ରେ ଅଷ୍ଟ୍ରେଲିଆଠାରୁ ମିଳିଥିବା ପରାଜୟକୁ ମଧ୍ୟ ମନେ ପକାଇଛନ୍ତି । ସେହି ଫାଇନାଲ୍‌ରେ ବିରାଟ ୫୪ ରନ୍‌ରେ ବ୍ୟାଟିଂ କରୁଥିବା ବେଳେ ବଡ଼ ଇନିଂସ ଖେଳିବେ ବୋଲି ତାଙ୍କୁ ଲାଗୁଥିଲା । କିନ୍ତୁ ଆଉଟ୍ ହେବା ପରେ ଦଳର ପରାଜୟକୁ ସ୍ୱୀକାର କରିବା ତାଙ୍କ ପାଇଁ ଅନେକ ଦିନ ଧରି କଷ୍ଟକର ହୋଇଥିଲା ।

ତଥାପି ୨୦୨୩ ବିଶ୍ୱକପ୍ ସମୟରେ ଭାରତୀୟ ଦଳର ପରିବେଶକୁ ବିରାଟ ବେଶ୍ ପ୍ରଶଂସା କରିଛନ୍ତି । ଦଳର ଖେଳାଳିମାନଙ୍କ ମଧ୍ୟରେ ଭଲ ତାଳମେଳ ଏବଂ ପରସ୍ପର ପାଇଁ ଖେଳିବାର ମନୋଭାବ ଥିବା ସେ କହିଛନ୍ତି ।

୨୦୨୭ ବିଶ୍ୱକପ୍ ଉପରେ ବିରାଟଙ୍କ ନଜର

ଏହା ସହିତ ବିରାଟ କୋହଲି ୨୦୨୭ ଦିନିକିଆ ବିଶ୍ୱକପ୍‌କୁ ନେଇ ମଧ୍ୟ ନିଜ ଯୋଜନା ସ୍ପଷ୍ଟ କରିଛନ୍ତି । ତାଙ୍କ କହିବା ଅନୁସାରେ, ୨୦୨୭ ଦିନିକିଆ ବିଶ୍ୱକପ୍ ଭାରତ ପାଇଁ ତାଙ୍କର ଶେଷ ବିଶ୍ୱକପ୍ ହେବ । ଏହି କଥା ହିଁ ତାଙ୍କୁ ଆଗାମୀ ଟୁର୍ଣ୍ଣାମେଣ୍ଟ ପାଇଁ ଅଧିକ ପ୍ରେରଣା ଦେଉଛି ବୋଲି ବିରାଟ କହିଛନ୍ତି । ୨୦୧୯ ଓ ୨୦୨୩ର ବିଶ୍ୱକପ୍ ପରାଜୟ ତାଙ୍କ ଯାତ୍ରାର ଅଂଶ ହୋଇ ରହିଥିଲେ ମଧ୍ୟ, ଏବେ ତାଙ୍କ ନଜର ୨୦୨୭ ବିଶ୍ୱକପ୍ ଉପରେ । ଏଥର ଦଳ ପାଇଁ ଟ୍ରଫି ଜିତିବାକୁ ସେ ନିଜର ସବୁକିଛି ଦେବାକୁ ଚାହୁଁଛନ୍ତି ବୋଲି କହିଛନ୍ତି ।
Virat Kohli Reveals Painful 2019 World Cup Loss, Opens Up on 2023 Final Defeat | Argus News