Virat Kohli Retirement / ଅବସରକୁ ନେଇ ବିରାଟ କୋହଲିଙ୍କ ବଡ଼ ଘୋଷଣା; କହିଲେ, ୨୦୨୭ ମୋ ପାଇଁ ଶେଷ ବିଶ୍ବକପ୍
·1 hour ago·2 min read

Key Points
ବିରାଟ କୋହଲିଙ୍କ ବଡ଼ ଘୋଷଣା
୨୦୨୭ ବିଶ୍ୱକପ୍ ହେବ ଶେଷ
ବିରାଟଙ୍କ ବୟାନ ଶୁଣି ଫ୍ୟାନ୍ସ ଚକିତ
୨୦୨୭ ବିଶ୍ୱକପ୍ ହେବ ଶେଷ
ବିରାଟଙ୍କ ବୟାନ ଶୁଣି ଫ୍ୟାନ୍ସ ଚକିତ
କ୍ରିକେଟ୍ ପ୍ରେମୀଙ୍କ ପାଇଁ ବଡ଼ ଖବର । ପୁଣି ମଇଦାନକୁ ଫେରୁଛନ୍ତି କିଙ୍ଗ୍ କୋହଲି । କିନ୍ତୁ ଏଥର ତାଙ୍କ କମ୍ବ୍ୟାକଠୁ ଅଧିକ ଚର୍ଚ୍ଚାରେ ରହିଛି ବିରାଟଙ୍କ ଏକ ବଡ଼ ଘୋଷଣା । ୨୦୨୭ ଦିନିକିଆ ବିଶ୍ୱକପ୍କୁ ସେ ନିଜର ଶେଷ ବିଶ୍ୱକପ୍ ବୋଲି କହିଛନ୍ତି । ତେବେ କାହିଁକି ଏଭଳି କହିଲେ ବିରାଟ ?
ସେପ୍ଟେମ୍ବର ୨୭ରୁ ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ୩ଟି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ଆରମ୍ଭ ହେବ । ଏହି ସିରିଜ୍ ପାଇଁ ଉଭୟ ଦେଶର ଖେଳାଳି ଜୋରଦାର ଅଭ୍ୟାସ ଜାରି ରଖିଛନ୍ତି । ଇଂଲଣ୍ଡ ଗସ୍ତ ପରେ ପ୍ରଥମ ଥର ପାଇଁ ବିରାଟ କୋହଲି ମଇଦାନରେ ନଜରରେ ଆସିବେ । ଆଉ ବ୍ଲୁ ଜର୍ସିରେ ବିରାଟଙ୍କୁ ଦେଖିବା ପାଇଁ କ୍ରିକେଟ୍ ପ୍ରେମୀ ବେଶ୍ ଉତ୍ସାହିତ ଅଛନ୍ତି ।
ତେବେ ସିରିଜ୍ ଆରମ୍ଭ ପୂର୍ବରୁ ଏକ ବଡ଼ ବୟାନ ଦେଇଛନ୍ତି ବିରାଟ କୋହଲି । ସେ କହିଛନ୍ତି ଯେ ୨୦୨୭ ମସିହାରେ ହେବାକୁ ଥିବା ଦିନିକିଆ ବିଶ୍ୱକପ୍ ତାଙ୍କର ଶେଷ ବିଶ୍ୱକପ୍ ହେବ । ଏହି ବିଶ୍ୱକପ୍ ଜିତିବା ପାଇଁ ସେ ନିଜର ସବୁକିଛି ଦେଇ ଖେଳିବେ ବୋଲି କହିଛନ୍ତି ।
ଅଧିକ ପଢ଼ନ୍ତୁ: ଆଘାତ କାରଣରୁ ଦିନିକିଆରୁ ବିଦା ହେଲେ ଶୁଭମନ…ଆୟର ନଥିବାରୁ ଏହି ଖେଳାଳିଙ୍କୁ ମିଳିବ ବଡ଼ ସୁଯୋଗ
ବିରାଟଙ୍କ ବଡ଼ ବୟାନ
ଜିଓ ହଟଷ୍ଟାର ସହ ଆଲୋଚନା ସମୟରେ ବିରାଟ କୋହଲି ଭାରତୀୟ ଦଳ, ଯୁବ ଖେଳାଳି ଏବଂ ଅଧିନାୟକ ଶୁବମନ ଗିଲଙ୍କ ନେଇ ବୟାନ ଦେଇଛନ୍ତି ।
୨୦୨୭ ବିଶ୍ୱକପ୍ ପାଇଁ ସେ ଉପଲବ୍ଧ ରହିବେ ବୋଲି କୋହଲି ସ୍ପଷ୍ଟ କରିଛନ୍ତି । ତାଙ୍କ କହିବା ଅନୁସାରେ, ଭାରତ ପାଇଁ ଏହା ତାଙ୍କର ଶେଷ ବିଶ୍ୱକପ୍ ହେବ । ଏହି କଥା ହିଁ ତାଙ୍କୁ ଅଧିକ ପ୍ରେରଣା ଦେଉଛି । ବିଶ୍ୱକପ୍ ଜିତିବା ତାଙ୍କର ମୁଖ୍ୟ ଲକ୍ଷ୍ୟ ଏବଂ ଏଥିପାଇଁ ଯାହା କରିବା ଦରକାର, ସେ ସବୁ କରିବେ ବୋଲି କହିଛନ୍ତି ।
୨୦୨୭ ବିଶ୍ୱକପ୍ ଖେଳିଲେ ଏହା କୋହଲିଙ୍କର ପଞ୍ଚମ ଦିନିକିଆ ବିଶ୍ୱକପ୍ ହେବ । ତାଙ୍କ କ୍ୟାରିୟରରେ ସେ ଦୁଇଟି ବିଶ୍ୱକପ୍ ଫାଇନାଲ୍ ମଧ୍ୟ ଖେଳିଛନ୍ତି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଶୁବମନ ଗିଲଙ୍କୁ ପ୍ରଶଂସା କଲେ କୋହଲି
ବିରାଟ କୋହଲି ଭାରତୀୟ ଦିନିକିଆ ଦଳର ଅଧିନାୟକ ଶୁବମନ ଗିଲଙ୍କୁ ମଧ୍ୟ ପ୍ରଶଂସା କରିଛନ୍ତି । ଗିଲ୍ ଏବେ ଅଧିନାୟକ ଭୂମିକା ଶିଖୁଛନ୍ତି ଏବଂ ଏହି ଦାୟିତ୍ୱରେ ସେ ଏବେ ନୂଆ ବୋଲି କୋହଲି କହିଛନ୍ତି ।
କୋହଲିଙ୍କ ମତରେ, ଗିଲଙ୍କ ପାଖରେ ଭାରତୀୟ ଦଳର ନେତୃତ୍ୱ ନେବା ପାଇଁ ଆବଶ୍ୟକ ଦୃଷ୍ଟିକୋଣ ଓ ଉତ୍ସାହ ରହିଛି । ମଇଦାନରେ ତାଙ୍କ ଯୋଜନା ସ୍ପଷ୍ଟ ରହେ । ସେ ଭାରତୀୟ କ୍ରିକେଟକୁ ଆଗକୁ ନେବେ ଏବଂ ଦୀର୍ଘ ସମୟ ଧରି ଭଲ ନେତୃତ୍ୱ ଦେବେ ବୋଲି କୋହଲି ଆଶା ପ୍ରକାଶ କରିଛନ୍ତି ।
ବିଶ୍ୱକପ୍ରେ କୋହଲିଙ୍କ ରେକର୍ଡ
ଦିନିକିଆ ବିଶ୍ୱକପ୍ରେ ବିରାଟ କୋହଲିଙ୍କ ରେକର୍ଡ ବେଶ୍ ଉଲ୍ଲେଖନୀୟ ରହିଛି । ଏପର୍ଯ୍ୟନ୍ତ ସେ ବିଶ୍ୱକପ୍ର ୩୭ଟି ଇନିଂସରେ ୧୭୯୫ ରନ୍ ସଂଗ୍ରହ କରିଛନ୍ତି । ବିରାଟଙ୍କ ନାମରେ ୫ଟି ଶତକ ଓ ୧୨ଟି ଅର୍ଦ୍ଧଶତକ ରହିଛି ।
ବିଶ୍ୱକପ୍ରେ ସର୍ବାଧିକ ରନ୍ କରିଥିବା ବ୍ୟାଟ୍ସମ୍ୟାନ୍ଙ୍କ ତାଲିକାରେ କୋହଲି ଦ୍ୱିତୀୟ ସ୍ଥାନରେ ଅଛନ୍ତି । ଏହି ତାଲିକାରେ ସଚିନ ତେନ୍ଦୁଲକର ୪୪ଟି ଇନିଂସରେ ୨୨୭୮ ରନ୍ ସହ ପ୍ରଥମ ସ୍ଥାନରେ ଅଛନ୍ତି ।
ଆଗାମୀ ବିଶ୍ୱକପ୍ରେ କୋହଲିଙ୍କ ନଜର ଆଉ ଏକ ବଡ଼ ମାଇଲଷ୍ଟୋନ୍ ଉପରେ ରହିପାରେ । ସେ ବିଶ୍ୱକପ୍ରେ ୨୦୦୦ ରନ୍ ପୂରଣ କରିବାର ସୁଯୋଗ ପାଇପାରନ୍ତି । ତେଣୁ ୨୦୨୭ ବିଶ୍ୱକପ୍ କୋହଲିଙ୍କ ପାଇଁ ଉଭୟ ବ୍ୟକ୍ତିଗତ ରେକର୍ଡ ଓ ଭାରତ ପାଇଁ ବଡ଼ ଲକ୍ଷ୍ୟ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ହୋଇପାରେ ।

Related Topics
Explore more stories