Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

India VS South Africa / ଦିନିକିଆରେ କୋହଲିଙ୍କ ୫୩ ତମ ଦିନିକିଆ ଶତକ, ରାଞ୍ଚି ପରେ ରାୟପୁରରେ ଦିନିକିଆରେ କଲେ ଧମାଲ୍

Ritu Das
Browse all articles by Ritu Das
·7 months ago·2 min read
ଦିନିକିଆରେ କୋହଲିଙ୍କ ୫୩ ତମ ଦିନିକିଆ ଶତକ, ରାଞ୍ଚି ପରେ ରାୟପୁରରେ ଦିନିକିଆରେ କଲେ ଧମାଲ୍
virat kohli

Key Points

କୋହଲି ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜରେ ଲଗାତାର ଦ୍ଵିତୀୟ ଶତକ ହାସଲ କରିଛନ୍ତି। ରାଞ୍ଚିରେ କିଙ୍ଗ କୋହଲି ୧୨୦ ବଲରୁ ୧୩୫ ରନର ଇନିଂସ ଖେଳିଥିଲେ।
ଭାରତୀୟ ଦଳର ତାରକା ବ୍ୟାଟର ବିରାଟ କୋହଲିଙ୍କ ବ୍ୟାଟ୍ ଥମିବାର ନାଁ ନେଉନି। ରାଞ୍ଚି ଦିନିକିଆରେ ଯେଉଁଠି ବ୍ୟାଟିଂ ଛାଡ଼ିଥିଲେ ଠିକ୍ ସେଠାରୁ ହିଁ ରାୟପୁରରେ ବ୍ୟାଟିଂ ଆରମ୍ଭ କରିଛନ୍ତି। ବୁଧବାର ଦକ୍ଷିଣ ଆଫ୍ରିକା ବିପକ୍ଷ ଦ୍ଵିତୀୟ ଦିନିକିଆରେ ଶତକ ହାସଲ କରିଛନ୍ତି। ସେ ୯୦ ବଲରୁ ଅନ୍ତର୍ଜାତୀୟ ଦିନିକିଆରେ ୫୩ତମ ଶତକ ପୂରଣ କରିଛନ୍ତି। କୋହଲି ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜରେ ଲଗାତାର ଦ୍ଵିତୀୟ ଶତକ ହାସଲ କରିଛନ୍ତି। ରାଞ୍ଚିରେ କିଙ୍ଗ କୋହଲି ୧୨୦ ବଲରୁ ୧୩୫ ରନର ଇନିଂସ ଖେଳିଥିଲେ।



ଏହାସହ ପଢ଼ନ୍ତୁ: କ୍ୟାରିୟରର ପ୍ରଥମ ଶତକ ହାସଲ କରି ଇତିହାସ ସୃଷ୍ଟି କଲେ ଋତୁରାଜ ଗାଏକ୍ୱାଡ

ରାୟପୁରରେ ଖେଳା ଯାଉଥିବା ଦ୍ଵିତୀୟ ଦିନିକିଆରେ କୋହଲି ୯୦ ବଲରୁ ୭ ଚୌକା ଓ ୨ ଛକା ସହ ଜରିଆରେ ୧୦୦ ରନ ପୂରା କରିଛନ୍ତି। ଏଥିସହ ୯୩ ବଲରୁ ୧୦୨ ରନର ଶତକୀୟ ଇନିଂସ ଖେଳିଛନ୍ତି। ସେ ଋତୁରାଜଙ୍କ ସହ ମିଶି ତୃତୀୟ ଓ୍ଵିକେଟ୍ ଭାଗିଦାରୀରେ ୧୯୫ ରନ ଯୋଡ଼ି ଭାରତ ପାଇଁ ବିଶାଳ ସ୍କୋରର ମୂଳଦୁଆ ପକାଇଛନ୍ତି। ମୋଟାମୋଟି ଭାବେ ଅନ୍ତର୍ଜାତୀୟ କ୍ରିକେଟରେ କୋହଲିଙ୍କ ଏହା ହେଉଛି ୮୪ତମ ଶତକ।
ଏହା ପୂର୍ବରୁ ରାଞ୍ଚିରେ କୋହଲି ୧୨୦ ବଲରୁ ୧୩୫ ରନର ଶତକୀୟ ଇନିଂସ ଖେଳିଥିଲେ। ଏହା ଥିଲା କୋହଲିଙ୍କ ୫୨ତମ ଦିନିକିଆ ଶତକ। ତାଙ୍କର ଏହି ଇନିଂସ ଦମରେ ଭାରତ ମ୍ୟାଚକୁ ୧୭ ରନରେ ଜିତି ନେଇଛି। ଏହି ଶତକ ଜରିଆରେ କୋହଲି ସଦ୍ୟତମ ଦିନିକିଆ ମାନ୍ୟତାରେ ଚତୁର୍ଥ ସ୍ଥାନରେ ପହଞ୍ଚି ଯାଇଛନ୍ତି। ତାରକା ବ୍ୟାଟରଙ୍କ ରେଟିଂ ପଏଣ୍ଟ ୭୫୧ରେ ପହଞ୍ଚିଛି।



ବିରାଟ କୋହଲି ଦିନିକିଆ କ୍ରିକେଟରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩୧ ଇନିଂସରେ ୧୭୪୧ ରନ କରିଛନ୍ତି। ସେ ଆଫ୍ରିକା ଦଳ ବିପକ୍ଷରେ ୭ ଶତକ ଏବଂ ୭ ଅର୍ଦ୍ଧଶତକ ହାସଲ କରିଛନ୍ତି। ବିରାଟ ଦକ୍ଷିଣ ଆଫ୍ରିକା ବିପକ୍ଷରେ ସର୍ବାଧିକ ଦିନିକିଆ ରନ କରିଥିବା ବ୍ୟାଟର ମଧ୍ୟ। ଏହି ତାଲିକାରେ ଦ୍ୱିତୀୟ ସ୍ଥାନରେ ଅଛନ୍ତି ଡେଭିଡ୍ ୱାର୍ଣ୍ଣର, ଯିଏ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଦିନିକିଆରେ ୧୨୫୫ ରନ କରିଥିଲେ।

ଏମିତି ଛକା ମାରିଲେ କୋହଲି, ଆଶ୍ଚର୍ଯ୍ୟ ହୋଇଗଲେ ଫ୍ୟାନ୍ସ: ପ୍ରଥମଥର ଘଟିଲା ଏମିତି...

ରାଞ୍ଚି ଦିନିକିଆରେ ଏକ ଚମତ୍କାର ଶତକ ସହିତ ବିରାଟ କୋହଲି ତାଙ୍କ ପ୍ରଶଂସକଙ୍କ ହୃଦୟ ଜିତିଥିଲେ। କିନ୍ତୁ ରାୟପୁରରେ ସେ ଏପରି କିଛି କରିଛନ୍ତି, ଯାହାକୁ ତାଙ୍କ ପ୍ରଶଂସକମାନେ ସହଜେ ବିଶ୍ୱାସ କରିପାରୁ ନାହାନ୍ତି। ବିରାଟ କୋହଲି ରାୟପୁର ଦିନିକିଆରେ ଏକ ଛକା ମାରି ନିଜର ଖାତା ଖୋଲିଥିଲେ। ଏହା ତାଙ୍କର ସାଧାରଣ ଶୈଳୀରୁ ଏକ ଭିନ୍ନ ଦୃଶ୍ୟ ଥିଲା। ଏହାସହ ପ୍ରଥମଥର ସେ ଦିନିକିଆରେ ଛକା ମାରି ଖାତା ଖୋଲିଥିଲେ। ସାଧାରଣତଃ, କୋହଲି ସିଙ୍ଗଲ୍ସ, ଡବଲ୍ସ କିମ୍ବା ଚୌକା ସହିତ ନିଜର ଖାତା ଖୋଲିଥାନ୍ତି। କିନ୍ତୁ ରାୟପୁରରେ ଏକ ଉଲ୍ଲେଖନୀୟ ସଟ ସହିତ ପ୍ରଥମ ରନ କରିଥିଲେ। ରାୟପୁର ଷ୍ଟାଡିୟମ ବି କୋହଲିଙ୍କ ସଟ୍‌ ଦେଖି ଇମୋସନଲ ହୋଇଯାଇଥିଲେ। ଫ୍ୟାନ୍ସ ମାନେ ଅଲଗା ପ୍ରକାର ଖୁସି।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Virat Kohli Hits 53rd ODI Century, Shines in Ranchi & Raipur | Argus News