Videos
|
Sports

Virat Kohli ODI Record / ସଚିନଙ୍କ ୧୯ ବର୍ଷର ରେକର୍ଡ ଭାଙ୍ଗିବେ ବିରାଟ, ୫୯ ରନ୍ କଲେ କୋହଲି ରଚିବେ ଇତିହାସ

Santosh Kumar Sahoo
Browse all articles by Santosh Kumar Sahoo
·3 hours ago·2 min read
ସଚିନଙ୍କ ୧୯ ବର୍ଷର ରେକର୍ଡ ଭାଙ୍ଗିବେ ବିରାଟ, ୫୯ ରନ୍ କଲେ କୋହଲି ରଚିବେ ଇତିହାସ
Virat Kohli ODI Record

Key Points

ଇତିହାସ ରଚିବେ ବିରାଟ କୋହଲି
୧୯ ବର୍ଷ ପରେ ଭାଙ୍ଗିପାରେ ସଚିନଙ୍କ ରେକର୍ଡ
ବିରାଟଙ୍କୁ ଦରକାର ମାତ୍ର କିଛି ରନ୍
ଆଜିଠୁ ଆରମ୍ଭ ହୋଇଛି ଭାରତ-ଓ୍ବେଷ୍ଟଇଣ୍ଡିଜ୍‌ ମଧ୍ୟ ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍‌ । ଏହି ସିରିଜ୍‌ର ପ୍ରଥମ ମ୍ୟାଚ୍‌ କେରଳମର ଥିରୁଅନନ୍ତପୁରମର ଗ୍ରୀନଫିଲ୍ଡ ଷ୍ଟାଡିୟମରେ ଖେଳାଯାଉଛି । ଏହି ମ୍ୟାଚ୍‌ରେ ଟସ୍ ଜିତି ପ୍ରଥମେ ବୋଲିଂ କରୁଛି ଟିମ୍ ଇଣ୍ଡିଆ । ତେବେ ଏହି ମ୍ୟାଚ୍‌ରେ ସମସ୍ତଙ୍କ ନଜର ରହିବ ଷ୍ଟାର୍ ବ୍ୟାଟ୍ସମ୍ୟାନ୍‌ ବିରାଟ କୋହଲିଙ୍କ ଉପରେ । କାରଣ ଏହି ମ୍ୟାଚ୍‌ରେ ବିରାଟଙ୍କ ପାଖରେ ଏକାଧିକ ବଡ଼ ରେକର୍ଡ ଭାଙ୍ଗିବାର ସୁଯୋଗ ରହିଛି ।

ବିଶେଷ କରି ବିରାଟ କୋହଲିଙ୍କ ନଜର ରହିଛି ସଚିନ ତେନ୍ଦୁଲକରଙ୍କ ୧୯ ବର୍ଷ ପୁରୁଣା ଏକ ରେକର୍ଡ ଉପରେ । ଦିନିକିଆ କ୍ରିକେଟ୍‌ରେ ୧୫,୦୦୦ ରନ୍ ପୂରଣ କରିବା ପାଇଁ ବିରାଟଙ୍କୁ ଆଉ ମାତ୍ର ୫୯ ରନ୍ ଦରକାର । ଆଉ ପ୍ରଥମ ଦିନିକିଆରେ ଏହି ୫୯ ରନ୍ ପୂରଣ କରି ସେ ସଚିନଙ୍କ ରେକର୍ଡ ଭାଙ୍ଗିବାକୁ ଚେଷ୍ଟା କରିବେ ।
୫୯ ରନ୍ କଲେ ଇତିହାସ

ବିରାଟ କୋହଲି ଏପର୍ଯ୍ୟନ୍ତ ନିଜ ଦିନିକିଆ କ୍ୟାରିୟରରେ ୩୦୨ଟି ଇନିଂସରୁ ୧୪,୯୪୧ ରନ୍ କରିଛନ୍ତି । ୱେଷ୍ଟଇଣ୍ଡିଜ୍ ବିପକ୍ଷ ପ୍ରଥମ ଦିନିକିଆରେ ସେ ଯଦି ୫୯ ରନ୍ କରନ୍ତି, ତେବେ ୩୦୩ଟି ଇନିଂସରେ ୧୫,୦୦୦ ରନ୍ ପୂରଣ କରିବେ । ଏହା ସହିତ ବିରାଟ ଦିନିକିଆ କ୍ରିକେଟ୍‌ରେ ୧୫,୦୦୦ ରନ୍ କରିଥିବା ବିଶ୍ୱର ଦ୍ୱିତୀୟ ବ୍ୟାଟ୍ସମ୍ୟାନ୍‌ ହେବେ । ଏହି ତାଲିକାରେ ପ୍ରଥମେ ଅଛନ୍ତି ସଚିନ ତେନ୍ଦୁଲକର ।

ତେବେ ସଚିନ୍‌ ତେନ୍ଦୁଲକର ନିଜର ୩୭୭ତମ ଇନିଂସରେ ଏହି ସଫଳତା ହାସଲ କରିଥିଲେ । ୨୦୦୭ ମସିହା ଜୁନ୍‌ରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ୯୩ ରନ୍‌ର ଇନିଂସ ଖେଳି ସଚିନ୍‌ ନିଜର ୧୫,୦୦୦ ଦିନିକିଆ ରନ୍ ପୂରଣ କରିଥିଲେ । ଯଦି ବିରାଟ ଆଜି ୫୯ ରନ୍ କରିଦିଅନ୍ତି, ତେବେ ସେ ମାତ୍ର ୩୦୩ଟି ଇନିଂସରେ ୧୫,୦୦୦ ରନ୍ ପୂରଣ କରିବେ । ଅର୍ଥାତ୍ ସଚିନଙ୍କ ତୁଳନାରେ ୭୪ଟି ଇନିଂସ କମ୍ ଖେଳି ବିରାଟ ଏହି ମାଇଲଷ୍ଟୋନ୍‌ରେ ପହଞ୍ଚିପାରନ୍ତି ।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଆଉ ଏକ ବଡ଼ ରେକର୍ଡ ଉପରେ ନଜର

କେବଳ ୧୫,୦୦୦ ରନ୍ ନୁହେଁ, ବିରାଟଙ୍କ ପାଖରେ ଆଉ ଏକ ବଡ଼ ରେକର୍ଡର ସମକକ୍ଷ ହେବାର ସୁଯୋଗ ମଧ୍ୟ ରହିଛି । ବିରାଟ ନିଜ ୩୫୦ ମ୍ୟାଚ୍‌ର ଲିଷ୍ଟ-ଏ କ୍ୟାରିୟରରେ ଏପର୍ଯ୍ୟନ୍ତ ୫୯ଟି ଶତକ ହାସଲ କରିଛନ୍ତି । ଅନ୍ୟପଟେ ସଚିନ ତେନ୍ଦୁଲକରଙ୍କ ଲିଷ୍ଟ-ଏ କ୍ୟାରିୟରରେ ୬୦ଟି ଶତକ ରହିଛି । ତେଣୁ ଆଜି ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ବିରାଟ ଯଦି ଶତକ ହାସଲ କରନ୍ତି, ତେବେ ଲିଷ୍ଟ-ଏ କ୍ରିକେଟ୍‌ରେ ସଚିନଙ୍କ ୬୦ ଶତକର ରେକର୍ଡର ସମକକ୍ଷ ହୋଇଯିବେ ।

ତେବେ ବିରାଟ କୋହଲି ଆଜି ୫୯ ରନ୍ କରି ସଚିନଙ୍କ ୧୯ ବର୍ଷ ପୁରୁଣା ରେକର୍ଡ ଭାଙ୍ଗିବେ ନା ଆଉ ଏକ ମ୍ୟାଚ୍‌କୁ ଅପେକ୍ଷା କରିବେ—ତାହା ମ୍ୟାଚ୍‌ରେ ହିଁ ଜଣାପଡ଼ିବ ।