Virat Kohli / ଦିନିକିଆ ସିରିଜ୍ ପାଇଁ ଭାରତ ଆସିଲେ ବିରାଟ କୋହଲି, ଭାଇରାଲ ହେଲା କିଲର୍ ଲୁକ୍
·7 months ago·2 min read

Key Points
ନଭେମ୍ବର ୩୦ରୁ ଆରମ୍ଭ ହେବ ଦିନିକିଆ ସିରିଜ୍ । ଭାରତ ଫେରିଲେ ବିରାଟ କୋହଲି । ଭାଇରାଲ ହେଲା କିଲର୍ ଲୁକ୍ ।
ନଭେମ୍ବର ୩୦ ତାରିଖରୁ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ଖେଳାଯିବ । ଏହି ସିରିଜ୍ ପାଇଁ ରୋହିତ ଶର୍ମା ଓ ବିରାଟ କୋହଲିଙ୍କୁ ଭାରତୀୟ ଦଳରେ ଚୟନ କରାଯାଇଛି । ତେବେ ଏହି ଦିନିକିଆ ସରିଜ୍ ଆରମ୍ଭ ହେବାର ୫ ଦିନ ପୂର୍ବରୁ ବିରାଟ କୋହଲି ଲଣ୍ଡନରୁ ମୁମ୍ବାଇ ପହଞ୍ଚିଛନ୍ତି । ଏୟାରପୋର୍ଟରେ ବିରାଟଙ୍କ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ବିମାନବନ୍ଦରରେ ବିରାଟ କୋହଲିଙ୍କ ଟିକେ ଝଲକ ପାଇବା ପାଇଁ ପ୍ରବଳ ଭିଡ଼ ମଧ୍ୟ ଦେଖିବାକୁ ମିଳିଥିଲା ।
ବିରାଟ କୋହଲି ମୁମ୍ବାଇରେ ପହଞ୍ଚିଲେ
ବିରାଟ କୋହଲି ତାଙ୍କ ପରିବାର ସହିତ ଲଣ୍ଡନରେ ରୁହନ୍ତି । ସେ ଟେଷ୍ଟ ଏବଂ ଟି-୨୦ ଅନ୍ତର୍ଜାତୀୟରୁ ଅବସର ଘୋଷଣା କରିଛନ୍ତି। କିଙ୍ଗ୍ କୋହଲି ବର୍ତ୍ତମାନ କେବଳ ଏକଦିବସୀୟରେ ଭାରତ ପକ୍ଷରୁ ଖେଳୁଛନ୍ତି । ତେଣୁ ସେ ଦକ୍ଷିଣ ଆଫ୍ରିକା ବିପକ୍ଷ ଏକଦିବସୀୟ ସିରିଜ ପାଇଁ ନଭେମ୍ବର ୨୫ ତାରିଖରେ ମୁମ୍ବାଇରେ ପହଞ୍ଚିଛନ୍ତି ।
କିଙ୍ଗ୍ କୋହଲି ଶେଷ ଥର ପାଇଁ ଅଷ୍ଟ୍ରେଲିଆ ମାଟିରେ ଭାରତ ପାଇଁ ଏକ ଏକଦିବସୀୟ ସିରିଜ ଖେଳିଥିଲେ । ସେ ଏହି ସିରିଜ୍ର ଶେଷ ମ୍ୟାଚ୍ରେ ଅପରାଜିତ ଅର୍ଦ୍ଧଶତକ ହାସଲ କରିଥିଲେ । ପ୍ରଥମ ଦୁଇ ମ୍ୟାଚ୍ରେ ଶୂନ୍ୟରେ ଆଉଟ ହେବା ପରେ ଶେଷ ଦିନିକିଆ ମ୍ୟାଚ୍ରେ ଅପରାଜିତ ୭୪ ରନ୍ କରିଥିଲେ ।
ତେବେ ରୋହିତ ଓ କୋହଲି ଦୀର୍ଘ ଦିନ ପରେ ଭାରତୀୟ ମାଟିରେ ଏକ ଦିନିକିଆ ସିରିଜ୍ ଖେଳିବାର ନଜର ଆସିବେ । ପ୍ରାୟ ୧୦ ମାସ ପରେ ଏହି ଦୁଇ ଷ୍ଟାର ବ୍ୟାଟ୍ସମ୍ୟାନ୍ ଭାରତରେ ଦିନିକିଆ ସିରିଜ୍ ଖେଳିବେ । ରୋହିତ ଶର୍ମା ଏବଂ ବିରାଟ କୋହଲି ଶେଷ ଥର ପାଇଁ ଫେବୃଆରୀ ୨୦୨୫ରେ ଇଂଲଣ୍ଡ ବିପକ୍ଷରେ ଭାରତୀୟ ମାଟିରେ ଏକ ଦିନିକିଆ ସିରିଜ୍ ଖେଳିଥିଲେ । ରୋହିତ ଇଂଲଣ୍ଡ ବିପକ୍ଷ ତିନି ମ୍ୟାଚ୍ ବିଶିଷ୍ଟ ସିରିଜ୍ରେ ୧୨୨ ରନ୍ କରିଥିଲେ । ସେ ବାରବାଟୀ ଷ୍ଟାଡିୟମରେ ଦ୍ବିତୀୟ ମ୍ୟାଚ୍ ୧୧୯ ରନ୍ କରିଥିଲେ । ବିରାଟ କୋହଲି ମଧ୍ୟ ଫେବୃଆରୀ ୨୦୨୫ରେ ଇଂଲଣ୍ଡ ବିପକ୍ଷରେ ଭାରତୀୟ ମାଟିରେ ତାଙ୍କର ଶେଷ ଦିନିକିଆ ସିରିଜ୍ ଖେଳିଥିଲେ, ଯେଉଁଥିରେ ସେ ୫୪ ରନ୍ କରିଥିଲେ।
ଦକ୍ଷିଣ ଆଫ୍ରିକା ଦିନିକିଆ ପାଇଁ ଭାରତୀୟ ଦଳ
ରୋହିତ ଶର୍ମା, ଯଶସ୍ୱୀ ଜୟସ୍ବାଲ, ବିରାଟ କୋହଲି, ତିଲକ ବର୍ମା, କେଏଲ ରାହୁଲ (ଅଧିନାୟକ/ୱିକେଟକିପର), ଋଷଭ ପନ୍ତ (ୱିକେଟକିପର), ୱାଶିଂଟନ ସୁନ୍ଦର, ରବିନ୍ଦ୍ର ଜାଡେଜା, କୁଲଦୀପ ଯାଦବ, ନୀତିଶ କୁମାର ରେଡ୍ଡୀ, ହର୍ଷିତ ରାଣା, ଋତୁରାଜ ଗାଏକ୍ବାଡ, ପ୍ରସିଦ୍ଧ କ୍ରିଷ୍ଣା, ଅର୍ଶଦୀପ ସିଂହ, ଧ୍ରୁବ ଜୁରେଲ
ଭାରତ-ଦକ୍ଷିଣ ଆଫ୍ରିକା ଦିନିକିଆ ସିରିଜ୍ କାର୍ଯ୍ୟସୂଚୀ
ପ୍ରଥମ ଦିନିକିଆ - ନଭେମ୍ବର ୩୦, ରାଞ୍ଚି
ଦ୍ୱିତୀୟ ଦିନିକିଆ - ଡିସେମ୍ବର ୩, ରାୟପୁର
ତୃତୀୟ ଦିନିକିଆ - ଡିସେମ୍ବର ୬, ବିଶାଖାପାଟଣା

ବିମାନବନ୍ଦରରୁ ବାହାରିବା ସମୟରେ ସେଠାରେ ଉପସ୍ଥିତ ଥିବା ପ୍ରଶଂସକମାନେ କୋହଲିଙ୍କ ସହ ପଟୋ ଉଠାଇବାକୁ କହିଥିଲେ । ଆଉ ବିରାଟ ଏଥିରେ ରାଜି ହୋଇଥିଲେ ଏବଂ ପ୍ରଶଂସକମାନଙ୍କ ସହ ଫଟୋ ମଧ୍ୟ ଉଠାଇଥିଲେ ।King Kohli has arrived in his kingdom. pic.twitter.com/hfB4MmpWKA
— Virat Kohli Fan Club (@Trend_VKohli) November 25, 2025
କିଙ୍ଗ୍ କୋହଲି ଶେଷ ଥର ପାଇଁ ଅଷ୍ଟ୍ରେଲିଆ ମାଟିରେ ଭାରତ ପାଇଁ ଏକ ଏକଦିବସୀୟ ସିରିଜ ଖେଳିଥିଲେ । ସେ ଏହି ସିରିଜ୍ର ଶେଷ ମ୍ୟାଚ୍ରେ ଅପରାଜିତ ଅର୍ଦ୍ଧଶତକ ହାସଲ କରିଥିଲେ । ପ୍ରଥମ ଦୁଇ ମ୍ୟାଚ୍ରେ ଶୂନ୍ୟରେ ଆଉଟ ହେବା ପରେ ଶେଷ ଦିନିକିଆ ମ୍ୟାଚ୍ରେ ଅପରାଜିତ ୭୪ ରନ୍ କରିଥିଲେ ।
ତେବେ ରୋହିତ ଓ କୋହଲି ଦୀର୍ଘ ଦିନ ପରେ ଭାରତୀୟ ମାଟିରେ ଏକ ଦିନିକିଆ ସିରିଜ୍ ଖେଳିବାର ନଜର ଆସିବେ । ପ୍ରାୟ ୧୦ ମାସ ପରେ ଏହି ଦୁଇ ଷ୍ଟାର ବ୍ୟାଟ୍ସମ୍ୟାନ୍ ଭାରତରେ ଦିନିକିଆ ସିରିଜ୍ ଖେଳିବେ । ରୋହିତ ଶର୍ମା ଏବଂ ବିରାଟ କୋହଲି ଶେଷ ଥର ପାଇଁ ଫେବୃଆରୀ ୨୦୨୫ରେ ଇଂଲଣ୍ଡ ବିପକ୍ଷରେ ଭାରତୀୟ ମାଟିରେ ଏକ ଦିନିକିଆ ସିରିଜ୍ ଖେଳିଥିଲେ । ରୋହିତ ଇଂଲଣ୍ଡ ବିପକ୍ଷ ତିନି ମ୍ୟାଚ୍ ବିଶିଷ୍ଟ ସିରିଜ୍ରେ ୧୨୨ ରନ୍ କରିଥିଲେ । ସେ ବାରବାଟୀ ଷ୍ଟାଡିୟମରେ ଦ୍ବିତୀୟ ମ୍ୟାଚ୍ ୧୧୯ ରନ୍ କରିଥିଲେ । ବିରାଟ କୋହଲି ମଧ୍ୟ ଫେବୃଆରୀ ୨୦୨୫ରେ ଇଂଲଣ୍ଡ ବିପକ୍ଷରେ ଭାରତୀୟ ମାଟିରେ ତାଙ୍କର ଶେଷ ଦିନିକିଆ ସିରିଜ୍ ଖେଳିଥିଲେ, ଯେଉଁଥିରେ ସେ ୫୪ ରନ୍ କରିଥିଲେ।
ଦକ୍ଷିଣ ଆଫ୍ରିକା ଦିନିକିଆ ପାଇଁ ଭାରତୀୟ ଦଳ
ରୋହିତ ଶର୍ମା, ଯଶସ୍ୱୀ ଜୟସ୍ବାଲ, ବିରାଟ କୋହଲି, ତିଲକ ବର୍ମା, କେଏଲ ରାହୁଲ (ଅଧିନାୟକ/ୱିକେଟକିପର), ଋଷଭ ପନ୍ତ (ୱିକେଟକିପର), ୱାଶିଂଟନ ସୁନ୍ଦର, ରବିନ୍ଦ୍ର ଜାଡେଜା, କୁଲଦୀପ ଯାଦବ, ନୀତିଶ କୁମାର ରେଡ୍ଡୀ, ହର୍ଷିତ ରାଣା, ଋତୁରାଜ ଗାଏକ୍ବାଡ, ପ୍ରସିଦ୍ଧ କ୍ରିଷ୍ଣା, ଅର୍ଶଦୀପ ସିଂହ, ଧ୍ରୁବ ଜୁରେଲ
ଭାରତ-ଦକ୍ଷିଣ ଆଫ୍ରିକା ଦିନିକିଆ ସିରିଜ୍ କାର୍ଯ୍ୟସୂଚୀ
ପ୍ରଥମ ଦିନିକିଆ - ନଭେମ୍ବର ୩୦, ରାଞ୍ଚି
ଦ୍ୱିତୀୟ ଦିନିକିଆ - ଡିସେମ୍ବର ୩, ରାୟପୁର
ତୃତୀୟ ଦିନିକିଆ - ଡିସେମ୍ବର ୬, ବିଶାଖାପାଟଣା
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories